< ଏଷ୍ଟର 3 >
1 ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ।
Ezek után nagy méltóságra emelé Ahasvérus király Hámánt, a Hammedáta fiát, az Agágibelit, és felmagasztalá őt, és feljebb helyezteté székét minden fejedelménél, a kik vele valának.
2 ତହିଁରେ ରାଜାଙ୍କ ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍କୁ ପ୍ରଣାମ କଲେ; କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲେ; ମାତ୍ର ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ।
És a király minden szolgái, a kik a király kapujában valának, térdet hajtottak és leborultak Hámán előtt; mert úgy parancsolta meg nékik a király; de Márdokeus nem hajtott térdet és nem borult le.
3 ଏଣୁ ରାଜଦ୍ୱାରବର୍ତ୍ତୀ ରାଜାଙ୍କ ଦାସଗଣ ମର୍ଦ୍ଦଖୟଙ୍କୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?”
Mondának azért a király szolgái, a kik a király kapujában valának, Márdokeusnak: Miért szeged meg a király parancsát?
4 ଏହିରୂପେ ସେମାନେ ପ୍ରତିଦିନ ତାହାଙ୍କୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲେ ନାହିଁ; ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍କୁ ତାହା ଜଣାଇଲେ; କାରଣ ମର୍ଦ୍ଦଖୟ ଯେ ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲେ।
Lőn pedig, mikor így szólnának néki minden nap és nem hallgata rájok, feljelenték Hámánnak, hogy lássák, megállnak-é Márdokeus dolgai, mert azt jelenté nékik, hogy ő zsidó.
5 ଯେତେବେଳେ ହାମନ୍ ଦେଖିଲେ ଯେ, ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ।
És látván Hámán, hogy Márdokeus térdet nem hajt és nem borul le előtte, megtelék Hámán haraggal.
6 ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲେ; କାରଣ ସେମାନେ ତାହାଙ୍କୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ, ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ, ଅର୍ଥାତ୍, ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲେ,
De kevés volt előtte, hogy csakis Márdokeusra magára vesse rá kezét, (mert megmondták néki Márdokeus nemzetségét) azért igyekezett Hámán elveszteni minden zsidót, a ki Ahasvérus egész országában vala, a Márdokeus nemzetét.
7 ଆଉ, ସେହି ବିଷୟରେ ଅକ୍ଷଶ୍ୱେରଶ ରାଜାଙ୍କ ରାଜତ୍ଵର ଦ୍ୱାଦଶ ବର୍ଷର ନୀସନ୍ ନାମକ ପ୍ରଥମ ମାସରେ ହାମନ୍ର ସାକ୍ଷାତରେ ଅଦର ନାମକ ଦ୍ୱାଦଶ ମାସ ପର୍ଯ୍ୟନ୍ତ (କ୍ରମାଗତ) ସେମାନେ ପ୍ରତିଦିନ ଓ ପ୍ରତି ମାସ “ପୂର,” ଅର୍ଥାତ୍, ଗୁଲିବାଣ୍ଟ କଲେ।
Az első hónapban, ez Nisán hónapja, Ahasvérus királyságának tizenkettedik évében, Púrt, azaz sorsot vetének Hámán előtt napról-napra és hónapról-hónapra a tizenkettedikig, s ez Adár hónapja.
8 ଏଥିଉତ୍ତାରେ ହାମନ୍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ।
És monda Hámán Ahasvérus királynak: Van egy nép, elszórva és elkülönítve a népek között, országod minden tartományában, és az ő törvényei különböznek minden nemzetségtől, és a király törvényeit nem teljesíti; a királynak bizony nem illik úgy hagyni őket.
9 ମହାରାଜା ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ, ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ ଦଶ ହଜାର ତାଳନ୍ତ ରୂପା ଦେବି।”
Ha a királynak tetszik, írja meg, hogy ők elvesztessenek, és én tízezer tálentom ezüstöt mérek a hivatalnokok kezeibe, hogy a király kincstárába vigyék.
10 ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଦେଲେ।
Akkor lehúzá a király az ő gyűrűjét a maga kezéről, és adá azt az Agágibeli Hámánnak, Hammedáta fiának, a zsidók ellenségének.
11 “ପୁଣି, ରାଜା ହାମନ୍କୁ କହିଲେ, ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା, ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”
És monda a király Hámánnak: Az ezüst tied legyen s a nép is, hogy azt cselekedjed vele, a mi néked tetszik.
12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ହାମନ୍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲେ, ତାହା ଅକ୍ଷଶ୍ୱେରଶ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
Előhivatának azért a király irnokai az első hónap tizenharmadik napján, és megiraték minden úgy, a miként Hámán parancsolá, a király fejedelmeinek és a kormányzóknak, a kik az egyes tartományokban valának, és minden egyes nép fejeinek; minden tartománynak annak írása szerint, és minden egyes népnek az ő nyelve szerint, Ahasvérus király nevében iratott és megpecsételtetett a király gyűrűjével.
13 ପୁଣି, ଏକ ଦିନରେ, ଅର୍ଥାତ୍, ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ଯୁବା, ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଯିହୁଦୀୟମାନଙ୍କୁ ସଂହାର, ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣଙ୍କ ଦ୍ୱାରା ରାଜାଙ୍କ ସବୁ ପ୍ରଦେଶକୁ ପ୍ରେରିତ ହେଲେ।
És elküldettek a levelek futárok által a király minden tartományába, hogy kipusztítsák, megöljék és megsemmisítsék mind a zsidókat, ifjútól a vénig, gyermekeket és asszonyokat egy napon, tizenharmadik napján a tizenkettedik hónapnak, (ez Adár hónapja) és hogy javaikat elragadják.
14 ପୁଣି, ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେପରି ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା।
Az írásnak mássa, hogy tétessék törvény minden egyes tartományban, meghirdettetett minden népnek, hogy legyenek készen azon a napon.
15 ଆଉ, ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରିଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉଦ୍ବିଗ୍ନ ହେଲା।
A futárok kimenének gyorsan a király parancsával. És a törvény Susán várában is kiadatott; a király pedig és Hámán leültek, hogy igyanak; de Susán városa felháborodott.