< ଏଫିସୀୟ 1 >
1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି।
ଈଶ୍ୱରସ୍ୟେଚ୍ଛଯା ଯୀଶୁଖ୍ରୀଷ୍ଟସ୍ୟ ପ୍ରେରିତଃ ପୌଲ ଇଫିଷନଗରସ୍ଥାନ୍ ପୱିତ୍ରାନ୍ ଖ୍ରୀଷ୍ଟଯୀଶୌ ୱିଶ୍ୱାସିନୋ ଲୋକାନ୍ ପ୍ରତି ପତ୍ରଂ ଲିଖତି|
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଅସ୍ମାକଂ ତାତସ୍ୟେଶ୍ୱରସ୍ୟ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ଚାନୁଗ୍ରହଃ ଶାନ୍ତିଶ୍ଚ ଯୁଷ୍ମାସୁ ୱର୍ତ୍ତତାଂ|
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,
ଅସ୍ମାକଂ ପ୍ରଭୋ ର୍ୟୀଶୋଃ ଖ୍ରୀଷ୍ଟସ୍ୟ ତାତ ଈଶ୍ୱରୋ ଧନ୍ୟୋ ଭୱତୁ; ଯତଃ ସ ଖ୍ରୀଷ୍ଟେନାସ୍ମଭ୍ୟଂ ସର୍ୱ୍ୱମ୍ ଆଧ୍ୟାତ୍ମିକଂ ସ୍ୱର୍ଗୀଯୱରଂ ଦତ୍ତୱାନ୍|
4 ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ;
ୱଯଂ ଯତ୍ ତସ୍ୟ ସମକ୍ଷଂ ପ୍ରେମ୍ନା ପୱିତ୍ରା ନିଷ୍କଲଙ୍କାଶ୍ଚ ଭୱାମସ୍ତଦର୍ଥଂ ସ ଜଗତଃ ସୃଷ୍ଟେ ପୂର୍ୱ୍ୱଂ ତେନାସ୍ମାନ୍ ଅଭିରୋଚିତୱାନ୍, ନିଜାଭିଲଷିତାନୁରୋଧାଚ୍ଚ
5 ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ;
ଯୀଶୁନା ଖ୍ରୀଷ୍ଟେନ ସ୍ୱସ୍ୟ ନିମିତ୍ତଂ ପୁତ୍ରତ୍ୱପଦେଽସ୍ମାନ୍ ସ୍ୱକୀଯାନୁଗ୍ରହସ୍ୟ ମହତ୍ତ୍ୱସ୍ୟ ପ୍ରଶଂସାର୍ଥଂ ପୂର୍ୱ୍ୱଂ ନିଯୁକ୍ତୱାନ୍|
6 ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି।
ତସ୍ମାଦ୍ ଅନୁଗ୍ରହାତ୍ ସ ଯେନ ପ୍ରିଯତମେନ ପୁତ୍ରେଣାସ୍ମାନ୍ ଅନୁଗୃହୀତୱାନ୍,
7 ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ।
ୱଯଂ ତସ୍ୟ ଶୋଣିତେନ ମୁକ୍ତିମ୍ ଅର୍ଥତଃ ପାପକ୍ଷମାଂ ଲବ୍ଧୱନ୍ତଃ|
8 ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି।
ତସ୍ୟ ଯ ଈଦୃଶୋଽନୁଗ୍ରହନିଧିସ୍ତସ୍ମାତ୍ ସୋଽସ୍ମଭ୍ୟଂ ସର୍ୱ୍ୱୱିଧଂ ଜ୍ଞାନଂ ବୁଦ୍ଧିଞ୍ଚ ବାହୁଲ୍ୟରୂପେଣ ୱିତରିତୱାନ୍|
9 ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି,
ସ୍ୱର୍ଗପୃଥିୱ୍ୟୋ ର୍ୟଦ୍ୟଦ୍ ୱିଦ୍ୟତେ ତତ୍ସର୍ୱ୍ୱଂ ସ ଖ୍ରୀଷ୍ଟେ ସଂଗ୍ରହୀଷ୍ୟତୀତି ହିତୈଷିଣା
10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।
ତେନ କୃତୋ ଯୋ ମନୋରଥଃ ସମ୍ପୂର୍ଣତାଂ ଗତୱତ୍ସୁ ସମଯେଷୁ ସାଧଯିତୱ୍ୟସ୍ତମଧି ସ ସ୍ୱକୀଯାଭିଲାଷସ୍ୟ ନିଗୂଢଂ ଭାୱମ୍ ଅସ୍ମାନ୍ ଜ୍ଞାପିତୱାନ୍|
11 ତାହାଙ୍କଠାରେ ମଧ୍ୟ ଆମ୍ଭେ ବିଶ୍ୱାସୀମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ବର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେ ବିଶ୍ୱାସୀମାନେ ପୂର୍ବରୁ ନିରୂପିତ ହେଲୁ,
ପୂର୍ୱ୍ୱଂ ଖ୍ରୀଷ୍ଟେ ୱିଶ୍ୱାସିନୋ ଯେ ୱଯମ୍ ଅସ୍ମତ୍ତୋ ଯତ୍ ତସ୍ୟ ମହିମ୍ନଃ ପ୍ରଶଂସା ଜାଯତେ,
12 ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ, ତାହା ଯେପରି ଈଶ୍ବରଙ୍କ ଗୌରବର ପ୍ରଶଂସାର କାରଣ ହେଉ।
ତଦର୍ଥଂ ଯଃ ସ୍ୱକୀଯେଚ୍ଛାଯାଃ ମନ୍ତ୍ରଣାତଃ ସର୍ୱ୍ୱାଣି ସାଧଯତି ତସ୍ୟ ମନୋରଥାଦ୍ ୱଯଂ ଖ୍ରୀଷ୍ଟେନ ପୂର୍ୱ୍ୱଂ ନିରୂପିତାଃ ସନ୍ତୋଽଧିକାରିଣୋ ଜାତାଃ|
13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;
ଯୂଯମପି ସତ୍ୟଂ ୱାକ୍ୟମ୍ ଅର୍ଥତୋ ଯୁଷ୍ମତ୍ପରିତ୍ରାଣସ୍ୟ ସୁସଂୱାଦଂ ନିଶମ୍ୟ ତସ୍ମିନ୍ନେୱ ଖ୍ରୀଷ୍ଟେ ୱିଶ୍ୱସିତୱନ୍ତଃ ପ୍ରତିଜ୍ଞାତେନ ପୱିତ୍ରେଣାତ୍ମନା ମୁଦ୍ରଯେୱାଙ୍କିତାଶ୍ଚ|
14 ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।
ଯତସ୍ତସ୍ୟ ମହିମ୍ନଃ ପ୍ରକାଶାଯ ତେନ କ୍ରୀତାନାଂ ଲୋକାନାଂ ମୁକ୍ତି ର୍ୟାୱନ୍ନ ଭୱିଷ୍ୟତି ତାୱତ୍ ସ ଆତ୍ମାସ୍ମାକମ୍ ଅଧିକାରିତ୍ୱସ୍ୟ ସତ୍ୟଙ୍କାରସ୍ୟ ପଣସ୍ୱରୂପୋ ଭୱତି|
15 ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ,
ପ୍ରଭୌ ଯୀଶୌ ଯୁଷ୍ମାକଂ ୱିଶ୍ୱାସଃ ସର୍ୱ୍ୱେଷୁ ପୱିତ୍ରଲୋକେଷୁ ପ୍ରେମ ଚାସ୍ତ ଇତି ୱାର୍ତ୍ତାଂ ଶ୍ରୁତ୍ୱାହମପି
16 ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ।
ଯୁଷ୍ମାନଧି ନିରନ୍ତରମ୍ ଈଶ୍ୱରଂ ଧନ୍ୟଂ ୱଦନ୍ ପ୍ରାର୍ଥନାସମଯେ ଚ ଯୁଷ୍ମାନ୍ ସ୍ମରନ୍ ୱରମିମଂ ଯାଚାମି|
17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ବର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି;
ଅସ୍ମାକଂ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ତାତୋ ଯଃ ପ୍ରଭାୱାକର ଈଶ୍ୱରଃ ସ ସ୍ୱକୀଯତତ୍ତ୍ୱଜ୍ଞାନାଯ ଯୁଷ୍ମଭ୍ୟଂ ଜ୍ଞାନଜନକମ୍ ପ୍ରକାଶିତୱାକ୍ୟବୋଧକଞ୍ଚାତ୍ମାନଂ ଦେଯାତ୍|
18 ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କଅଣ,
ଯୁଷ୍ମାକଂ ଜ୍ଞାନଚକ୍ଷୂଂଷି ଚ ଦୀପ୍ତିଯୁକ୍ତାନି କୃତ୍ୱା ତସ୍ୟାହ୍ୱାନଂ କୀଦୃଶ୍ୟା ପ୍ରତ୍ୟାଶଯା ସମ୍ବଲିତଂ ପୱିତ୍ରଲୋକାନାଂ ମଧ୍ୟେ ତେନ ଦତ୍ତୋଽଧିକାରଃ କୀଦୃଶଃ ପ୍ରଭାୱନିଧି ର୍ୱିଶ୍ୱାସିଷୁ ଚାସ୍ମାସୁ ପ୍ରକାଶମାନସ୍ୟ
19 ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ, ଏହିସବୁ ଜାଣି ପାର;
ତଦୀଯମହାପରାକ୍ରମସ୍ୟ ମହତ୍ୱଂ କୀଦୃଗ୍ ଅନୁପମଂ ତତ୍ ସର୍ୱ୍ୱଂ ଯୁଷ୍ମାନ୍ ଜ୍ଞାପଯତୁ|
20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ,
ଯତଃ ସ ଯସ୍ୟାଃ ଶକ୍ତେଃ ପ୍ରବଲତାଂ ଖ୍ରୀଷ୍ଟେ ପ୍ରକାଶଯନ୍ ମୃତଗଣମଧ୍ୟାତ୍ ତମ୍ ଉତ୍ଥାପିତୱାନ୍,
21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ, (aiōn )
ଅଧିପତିତ୍ୱପଦଂ ଶାସନପଦଂ ପରାକ୍ରମୋ ରାଜତ୍ୱଞ୍ଚେତିନାମାନି ଯାୱନ୍ତି ପଦାନୀହ ଲୋକେ ପରଲୋକେ ଚ ୱିଦ୍ୟନ୍ତେ ତେଷାଂ ସର୍ୱ୍ୱେଷାମ୍ ଊର୍ଦ୍ଧ୍ୱେ ସ୍ୱର୍ଗେ ନିଜଦକ୍ଷିଣପାର୍ଶ୍ୱେ ତମ୍ ଉପୱେଶିତୱାନ୍, (aiōn )
22 ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ;
ସର୍ୱ୍ୱାଣି ତସ୍ୟ ଚରଣଯୋରଧୋ ନିହିତୱାନ୍ ଯା ସମିତିସ୍ତସ୍ୟ ଶରୀରଂ ସର୍ୱ୍ୱତ୍ର ସର୍ୱ୍ୱେଷାଂ ପୂରଯିତୁଃ ପୂରକଞ୍ଚ ଭୱତି ତଂ ତସ୍ୟା ମୂର୍ଦ୍ଧାନଂ କୃତ୍ୱା
23 ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ, ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା।
ସର୍ୱ୍ୱେଷାମ୍ ଉପର୍ୟ୍ୟୁପରି ନିଯୁକ୍ତୱାଂଶ୍ଚ ସୈୱ ଶକ୍ତିରସ୍ମାସ୍ୱପି ତେନ ପ୍ରକାଶ୍ୟତେ|