< ଏଫିସୀୟ 6 >
1 ହେ ସନ୍ତାନମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ;
ହେ ବାଲକାଃ, ଯୂଯଂ ପ୍ରଭୁମ୍ ଉଦ୍ଦିଶ୍ୟ ପିତ୍ରୋରାଜ୍ଞାଗ୍ରାହିଣୋ ଭୱତ ଯତସ୍ତତ୍ ନ୍ୟାଯ୍ୟଂ|
2 କାରଣ ତାହା ଯଥାର୍ଥ। “ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା),”
ତ୍ୱଂ ନିଜପିତରଂ ମାତରଞ୍ଚ ସମ୍ମନ୍ୟସ୍ୱେତି ଯୋ ୱିଧିଃ ସ ପ୍ରତିଜ୍ଞାଯୁକ୍ତଃ ପ୍ରଥମୋ ୱିଧିଃ
3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ।
ଫଲତସ୍ତସ୍ମାତ୍ ତୱ କଲ୍ୟାଣଂ ଦେଶେ ଚ ଦୀର୍ଘକାଲମ୍ ଆଯୁ ର୍ଭୱିଷ୍ୟତୀତି|
4 ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର।
ଅପରଂ ହେ ପିତରଃ, ଯୂଯଂ ସ୍ୱବାଲକାନ୍ ମା ରୋଷଯତ କିନ୍ତୁ ପ୍ରଭୋ ର୍ୱିନୀତ୍ୟାଦେଶାଭ୍ୟାଂ ତାନ୍ ୱିନଯତ|
5 ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ;
ହେ ଦାସାଃ, ଯୂଯଂ ଖ୍ରୀଷ୍ଟମ୍ ଉଦ୍ଦିଶ୍ୟ ସଭଯାଃ କମ୍ପାନ୍ୱିତାଶ୍ଚ ଭୂତ୍ୱା ସରଲାନ୍ତଃକରଣୈରୈହିକପ୍ରଭୂନାମ୍ ଆଜ୍ଞାଗ୍ରାହିଣୋ ଭୱତ|
6 ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ବରଙ୍କ ଇଚ୍ଛା ସାଧନ କର।
ଦୃଷ୍ଟିଗୋଚରୀଯପରିଚର୍ୟ୍ୟଯା ମାନୁଷେଭ୍ୟୋ ରୋଚିତୁଂ ମା ଯତଧ୍ୱଂ କିନ୍ତୁ ଖ୍ରୀଷ୍ଟସ୍ୟ ଦାସା ଇୱ ନିୱିଷ୍ଟମନୋଭିରୀଶ୍ଚରସ୍ୟେଚ୍ଛାଂ ସାଧଯତ|
7 ସ୍ୱାଧୀନ କି ପରାଧୀନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ,
ମାନୱାନ୍ ଅନୁଦ୍ଦିଶ୍ୟ ପ୍ରଭୁମେୱୋଦ୍ଦିଶ୍ୟ ସଦ୍ଭାୱେନ ଦାସ୍ୟକର୍ମ୍ମ କୁରୁଧ୍ୱଂ|
8 ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଚ୍ଛନ୍ଦରେ ସେବା କର।
ଦାସମୁକ୍ତଯୋ ର୍ୟେନ ଯତ୍ ସତ୍କର୍ମ୍ମ କ୍ରିଯତେ ତେନ ତସ୍ୟ ଫଲଂ ପ୍ରଭୁତୋ ଲପ୍ସ୍ୟତ ଇତି ଜାନୀତ ଚ|
9 ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।
ଅପରଂ ହେ ପ୍ରଭୱଃ, ଯୁଷ୍ମାଭି ର୍ଭର୍ତ୍ସନଂ ୱିହାଯ ତାନ୍ ପ୍ରତି ନ୍ୟାଯ୍ୟାଚରଣଂ କ୍ରିଯତାଂ ଯଶ୍ଚ କସ୍ୟାପି ପକ୍ଷପାତଂ ନ କରୋତି ଯୁଷ୍ମାକମପି ତାଦୃଶ ଏକଃ ପ୍ରଭୁଃ ସ୍ୱର୍ଗେ ୱିଦ୍ୟତ ଇତି ଜ୍ଞାଯତାଂ|
10 ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ।
ଅଧିକନ୍ତୁ ହେ ଭ୍ରାତରଃ, ଯୂଯଂ ପ୍ରଭୁନା ତସ୍ୟ ୱିକ୍ରମଯୁକ୍ତଶକ୍ତ୍ୟା ଚ ବଲୱନ୍ତୋ ଭୱତ|
11 ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର।
ଯୂଯଂ ଯତ୍ ଶଯତାନଶ୍ଛଲାନି ନିୱାରଯିତୁଂ ଶକ୍ନୁଥ ତଦର୍ଥମ୍ ଈଶ୍ୱରୀଯସୁସଜ୍ଜାଂ ପରିଧଦ୍ଧ୍ୱଂ|
12 କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; (aiōn )
ଯତଃ କେୱଲଂ ରକ୍ତମାଂସାଭ୍ୟାମ୍ ଇତି ନହି କିନ୍ତୁ କର୍ତୃତ୍ୱପରାକ୍ରମଯୁକ୍ତୈସ୍ତିମିରରାଜ୍ୟସ୍ୟେହଲୋକସ୍ୟାଧିପତିଭିଃ ସ୍ୱର୍ଗୋଦ୍ଭୱୈ ର୍ଦୁଷ୍ଟାତ୍ମଭିରେୱ ସାର୍ଦ୍ଧମ୍ ଅସ୍ମାଭି ର୍ୟୁଦ୍ଧଂ କ୍ରିଯତେ| (aiōn )
13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।
ଅତୋ ହେତୋ ର୍ୟୂଯଂ ଯଯା ସଂକୁଲେ ଦିନେଽୱସ୍ଥାତୁଂ ସର୍ୱ୍ୱାଣି ପରାଜିତ୍ୟ ଦୃଢାଃ ସ୍ଥାତୁଞ୍ଚ ଶକ୍ଷ୍ୟଥ ତାମ୍ ଈଶ୍ୱରୀଯସୁସଜ୍ଜାଂ ଗୃହ୍ଲୀତ|
14 ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଊରସ୍ତ୍ରାଣ ପରିଧାନ କର,
ୱସ୍ତୁତସ୍ତୁ ସତ୍ୟତ୍ୱେନ ଶୃଙ୍ଖଲେନ କଟିଂ ବଦ୍ଧ୍ୱା ପୁଣ୍ୟେନ ୱର୍ମ୍ମଣା ୱକ୍ଷ ଆଚ୍ଛାଦ୍ୟ
15 ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ;
ଶାନ୍ତେଃ ସୁୱାର୍ତ୍ତଯା ଜାତମ୍ ଉତ୍ସାହଂ ପାଦୁକାଯୁଗଲଂ ପଦେ ସମର୍ପ୍ୟ ତିଷ୍ଠତ|
16 ଏବଂ ସେଥି ସଙ୍ଗେ ସଙ୍ଗେ, ଯଦ୍ବାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧର।
ଯେନ ଚ ଦୁଷ୍ଟାତ୍ମନୋଽଗ୍ନିବାଣାନ୍ ସର୍ୱ୍ୱାନ୍ ନିର୍ୱ୍ୱାପଯିତୁଂ ଶକ୍ଷ୍ୟଥ ତାଦୃଶଂ ସର୍ୱ୍ୱାଚ୍ଛାଦକଂ ଫଲକଂ ୱିଶ୍ୱାସଂ ଧାରଯତ|
17 ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ, ଅର୍ଥାତ୍ ଈଶ୍ବରଙ୍କ ବାକ୍ୟ ଧାରଣ କର;
ଶିରସ୍ତ୍ରଂ ପରିତ୍ରାଣମ୍ ଆତ୍ମନଃ ଖଙ୍ଗଞ୍ଚେଶ୍ୱରସ୍ୟ ୱାକ୍ୟଂ ଧାରଯତ|
18 ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର।
ସର୍ୱ୍ୱସମଯେ ସର୍ୱ୍ୱଯାଚନେନ ସର୍ୱ୍ୱପ୍ରାର୍ଥନେନ ଚାତ୍ମନା ପ୍ରାର୍ଥନାଂ କୁରୁଧ୍ୱଂ ତଦର୍ଥଂ ଦୃଢାକାଙ୍କ୍ଷଯା ଜାଗ୍ରତଃ ସର୍ୱ୍ୱେଷାଂ ପୱିତ୍ରଲୋକାନାଂ କୃତେ ସଦା ପ୍ରାର୍ଥନାଂ କୁରୁଧ୍ୱଂ|
19 ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଜଞ୍ଜିରରେ ବନ୍ଧାହୋଇଥିବା ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ,
ଅହଞ୍ଚ ଯସ୍ୟ ସୁସଂୱାଦସ୍ୟ ଶୃଙ୍ଖଲବଦ୍ଧଃ ପ୍ରଚାରକଦୂତୋଽସ୍ମି ତମ୍ ଉପଯୁକ୍ତେନୋତ୍ସାହେନ ପ୍ରଚାରଯିତୁଂ ଯଥା ଶକ୍ନୁଯାଂ
20 ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି।
ତଥା ନିର୍ଭଯେନ ସ୍ୱରେଣୋତ୍ସାହେନ ଚ ସୁସଂୱାଦସ୍ୟ ନିଗୂଢୱାକ୍ୟପ୍ରଚାରାଯ ୱକ୍ତୃତା ଯତ୍ ମହ୍ୟଂ ଦୀଯତେ ତଦର୍ଥଂ ମମାପି କୃତେ ପ୍ରାର୍ଥନାଂ କୁରୁଧ୍ୱଂ|
21 ମୋହର ବିଷୟ, ଅର୍ଥାତ୍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;
ଅପରଂ ମମ ଯାୱସ୍ଥାସ୍ତି ଯଚ୍ଚ ମଯା କ୍ରିଯତେ ତତ୍ ସର୍ୱ୍ୱଂ ଯଦ୍ ଯୁଷ୍ମାଭି ର୍ଜ୍ଞାଯତେ ତଦର୍ଥଂ ପ୍ରଭୁନା ପ୍ରିଯଭ୍ରାତା ୱିଶ୍ୱାସ୍ୟଃ ପରିଚାରକଶ୍ଚ ତୁଖିକୋ ଯୁଷ୍ମାନ୍ ତତ୍ ଜ୍ଞାପଯିଷ୍ୟତି|
22 ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ।
ଯୂଯଂ ଯଦ୍ ଅସ୍ମାକମ୍ ଅୱସ୍ଥାଂ ଜାନୀଥ ଯୁଷ୍ମାକଂ ମନାଂସି ଚ ଯତ୍ ସାନ୍ତ୍ୱନାଂ ଲଭନ୍ତେ ତଦର୍ଥମେୱାହଂ ଯୁଷ୍ମାକଂ ସନ୍ନିଧିଂ ତଂ ପ୍ରେଷିତୱାନ|
23 ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ।
ଅପରମ୍ ଈଶ୍ୱରଃ ପ୍ରଭୁ ର୍ୟୀଶୁଖ୍ରୀଷ୍ଟଶ୍ଚ ସର୍ୱ୍ୱେଭ୍ୟୋ ଭ୍ରାତୃଭ୍ୟଃ ଶାନ୍ତିଂ ୱିଶ୍ୱାସସହିତଂ ପ୍ରେମ ଚ ଦେଯାତ୍|
24 ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ।
ଯେ କେଚିତ୍ ପ୍ରଭୌ ଯୀଶୁଖ୍ରୀଷ୍ଟେଽକ୍ଷଯଂ ପ୍ରେମ କୁର୍ୱ୍ୱନ୍ତି ତାନ୍ ପ୍ରତି ପ୍ରସାଦୋ ଭୂଯାତ୍| ତଥାସ୍ତୁ|