< ଏଫିସୀୟ 6 >

1 ହେ ସନ୍ତାନମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ;
Mwawana mwenga, muwamani walera wenu toziya mwenga mulikolerana pamuhera na Mtuwa, ashi shitwatira shiherepa kushitenda.
2 କାରଣ ତାହା ଯଥାର୍ଥ। “ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା),”
Malembu Mananagala galonga, “Muwagohiliri tati gwaku na mawu gwaku.” Ali ndo lagaliru lya kwanja lyaliwera na lagilu.
3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ।
Lagilu ayi ndo kuwera hagupati mapatiru na kulikala vinja vivuwa pasipanu.
4 ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର।
Na watati mwenga, namwasoziya wana wenu kumbiti muwaleri munjira ya Mtuwa kwa kuwalanguziya mwenendu guherepa na kuwafunda.
5 ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ;
Mwawamanda mwenga, muwamani watuwa wenu pasipanu kwa lyoga na kulendemera, mtendi avi kwa moyu guherepa handa mwankumtendera Kristu,
6 ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ବରଙ୍କ ଇଚ୍ଛା ସାଧନ କର।
Mtendi hangu hera ndiri pawawalola su mulifiliziyi kwa womberi, ila mtenderi kwa moyu ntambu yakafira Mlungu toziya mwenga ndo wantumintumi wa Kristu.
7 ସ୍ୱାଧୀନ କି ପରାଧୀନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ,
Handa pamtenda lihengu, mtendi lihengu lyenu kwa kunemelera handa kwa mumtendera ndiri muntu kumbiti mumtendera Mtuwa.
8 ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଚ୍ଛନ୍ଦରେ ସେବା କର।
Muliholi kuwera kila muntu yakatenda gahelepa kaweri mmanda ama muntu mlekeziwa, hakawanki lifupu lyakuwi kulawa kwa Mtuwa.
9 ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।
Na mwenga yamtenderwa, muwatenderi ntambu iraayi wamanda wenu na mleki kutenda vitiriziwu. Mliholi handa mwenga viraa handa womberi viraa mwanayu Mtuwa ulaulii kumpindi na yomberi katenda kwa kubagula.
10 ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ।
Upeleru wakuwi, nuwafilirani muweri wagangamala mukulikolerana pamuhera na Mtuwa na kwa makakala gakuwi makulu.
11 ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର।
Mtoli ndiwiru zyoseri zya ngondu zyakawapananiti Mlungu mpati kuzilema ngolukeru zidoda zya Shetani.
12 କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; (aiōn g165)
Ngondu zyetu, ndo ngondu ndiri pakati petu na wantu, kumbiti ngondu zyatulikoma, tulikoma na washamshera yawakolamlima mupasipanu pa shirohu na muluwindu lwa vidoda pasipanu. (aiōn g165)
13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।
Toziya ayi, mtoli ndiwiru zya Mlungu su lishaka lilii palisoka mwezi kugalema makomangu ga wankondu na pamulikomanga kala mpaka upeleru, hamuweri mwankali wagangamala.
14 ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଊରସ୍ତ୍ରାଣ ପରିଧାନ କର,
Su muweri kala, unakaka uweri gambira mkanda mushunu mwenu, kumfiriziya Mlungu kuweri gambira nguwu ya shuma ya kudiwa mushifuwa,
15 ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ;
Na hamu ya kushibwera Shisoweru Shiwagira sha ponga shiweri gambira vilwatu mumagulu mwenu.
16 ଏବଂ ସେଥି ସଙ୍ଗେ ସଙ୍ଗେ, ଯଦ୍ବାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧର।
Nentu ga goseri aga njimiru iweri gambira mbingiru mumawoku mwenu mashaka goseri, muiwezeshi kuyidiwira misali ya motu ya mu Shetani.
17 ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖ‌ଡ୍ଗ, ଅର୍ଥାତ୍‍ ଈଶ୍ବରଙ୍କ ବାକ୍ୟ ଧାରଣ କର;
Muwanki ulopoziwu gambira kofiya yamwenga ya shuma na shisoweru shakatakuliti Mlungu gambira upanga wampananitwi na Rohu Mnanagala.
18 ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର।
Mluwi majuwa goseri, pamluwa Mlungu kawatangi, mluwi kila shipindi kwa likakala lya Rohu. Mukali masu pota na kutoka pamluwa kwajili ya wantu woseri wa Mlungu.
19 ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଜଞ୍ଜିରରେ ବନ୍ଧାହୋଇଥିବା ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ,
Munduwiri na neni viraa su pantakula, Mlungu kawezeshi neni kutakula pota na kufifa kuwagambira wantu lifumbu lya shisoweru shiwagira kwa ukamilifu.
20 ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି।
Neni namjumbi gwa shisoweru shiwagira ashi tembera vinu namushibetubetu, muluwi Mlungu, su nwezi kuwera mgangamala mukubwera ntambu yayifiruwa.
21 ମୋହର ବିଷୟ, ଅର୍ଥାତ୍‍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;
Tukiku, mlongu gwetu yatumfira na ntumintumi yakaaminika mukulikolerana pamuhera na Mtuwa, hakawapanani visoweru vyangu vyoseri mpati kuvimana shantenda.
22 ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ।
Numtumiti kwa mwenga kuwagambirani visoweru vyetu mpati kuwera na Moyu.
23 ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ।
Mlungu Tati na Mtuwa Yesu Kristu kawapanani Wakristu woseri ponga na mafiliru na njimiru.
24 ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ।
Manemu ga Mlungu gaweri kwa woseri yawamfira Mtuwa gwetu Yesu Kristu kwa mafiliru yagahera lupeleru.

< ଏଫିସୀୟ 6 >