< ଏଫିସୀୟ 5 >

1 ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ବରଙ୍କ ଅନୁକାରୀ ହୁଅ;
ଏପେଙ୍ଗ୍‌ ଇସ୍ୱର୍‌ତି ୱାରିନି ମାଜ଼ିକାଦେର୍‌, ଇଚିସ୍‌ ତା ପାଚେ ହାଞ୍ଜେଙ୍ଗ୍‌ ସେସ୍ଟା କିୟା ।
2 ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।
କ୍ରିସ୍ଟ ଇନେସ୍‌ ମାଙ୍ଗେଙ୍ଗ୍‌ ଜିଉନତ୍‌ତାନ୍, ଆରି ଇସ୍ୱର୍ତି ସାରି କାଜିଂ ଜାର୍‌ ଜିବୁନ୍‌ତିଂ ମା କାଜିଂ ହାର୍ଦିଆକାତ୍ ଆରି ପୁଜାଲାକେ ହିତାନ୍‌, ମି ଜିବୁନ୍‌ ପା ହେ ଲାକେ ଜିଉନନାକା ହୁକେ ଚାଲା ଆଏତ୍‌ ।
3 କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହିସବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ;
ଇସ୍ୱର୍‌ତି ପୁଇପୁୟା ଲକୁ ଆଜ଼ି ମାଚିସ୍‌ ମି ବିତ୍ରେ ଦାରି, ବିଟାଡ଼୍‌ କି ଲାବ୍‌ଡ଼ି, ହେଦାଂ ସାଦୁର୍‌ ଲାଗାଂ ହାର୍‌ ଆକାୟ୍‌ ।
4 ପୁଣି, ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ତୁମ୍ଭମାନଙ୍କ ମଧ୍ୟରେ ଦେଖା ନ ଯାଉ, ବରଂ ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦ ଦିଅ।
ମି ପାକ୍ୟାତ ହୱାଦ୍‌ ବେରଣ୍‌, ଅରାହିଲ୍‌ତି କାତା କି ଆହାର୍‌ କାତା ବେବାର୍‌ କିନାକା ପା ଲଡ଼ା ଆକାୟ୍‌ । ଇଚିସ୍‌ ମି କାତାବାର୍ତାତ ଇସ୍ୱର୍‌ତିଂ ଦନ୍ୟବାଦ୍‌ ହିଜ଼ି ମାନାଟ୍‌ ।
5 କାରଣ ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ପ୍ରତିମାପୂଜକ, ଏମାନଙ୍କର, ଖ୍ରୀଷ୍ଟ ଓ ଈଶ୍ବରଙ୍କର ରାଜ୍ୟରେ ଅଧିକାର ନାହିଁ।
ଇନେକିଦେଂକି ଏପେଙ୍ଗ୍‌ ହାତ୍‌ପା ଇଞ୍ଜି ପୁନ୍‌ଞ୍ଜି ମାନାଟ୍‌, ଇମ୍‌ଣି ଦାରୁଲା କି ରାଡ଼ା ମାନାୟ୍‌ ନଲେ ଲବ୍ରା ହେୱାନ୍‌ ତ ପୁତ୍‌ଡ଼ା ପୁଜାକିନାକାନ୍‌ ଇୱାର୍‌ତି, କ୍ରିସ୍ଟ ଆରି ଇସ୍ୱର୍‌ତି ରାଜିନି ଆଦିକାର୍‌ ଆଦେଂ ଆଡୁର୍‌ ।
6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ବରଙ୍କ କ୍ରୋଧ ବର୍ତ୍ତେ।
ପଲ୍ୟା କାତା ଇଞ୍ଜି ଇନେର୍‌ ମିଙ୍ଗେଙ୍ଗ୍‌ ଟକାୟ୍‌ କିଦ୍‌ମେନ୍‌ । ଇ ସବୁ ବାନ୍ୟାକାମାୟ୍‌ ହୁକେ ଇମ୍‌ଣାକାର୍‌ ଇସ୍ୱର୍‌ତି ବଲ୍‌ ମାନି କିଉର୍‌, ହେୱାର୍‌ କାଜିଂ ତା ରିସା ପଲ୍ୟା ଆନାତ୍‌ ।
7 ଅତଏବ ତୁମ୍ଭେମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ;
ଏଲେଙ୍ଗ୍‌ ବାନି ମାନାୟ୍‌ ଲାହାଙ୍ଗ୍‌, ଇମ୍‌ଣି ତାକେପା ମେହାଣ୍‌ ଆମାଟ୍‌,
8 କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର,
ଏପେଙ୍ଗ୍‌ ଦିନେକ୍‌ ମାଜ୍‌ଗାତ ମାଚାଦେର୍‌, ମତର୍‌ ନଙ୍ଗ୍‌ ମାପ୍ରୁତି ଲକୁ ଆଜ଼ି ମାଚିଲେ ଅଜଡ଼୍‌ନି ହିମ୍‌ଣାଂ ଲାକେ ବେବାର୍‌ କିୟାଟ୍‌,
9 (କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ୱରୂପ),
ଇନାକିଦେଂକି ଅଜଡ଼୍‌ ନେ ସବୁ ବାନି ସତ୍‌ଗୁଣ୍‌, ଦାର୍ମି ଆରି ହାତ୍‌ପା ଲାକେ ପାଡ଼୍‌ ଉବ୍‌ଜା ଆନାତ୍‌ ।
10 ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;
ମାପ୍ରୁତିଂ ବୁଜା ଆଦେଂ କାଜିଂ ହିକ୍ୟା କିୟାଟ୍‌ ।
11 ଅନ୍ଧକାରର ନିଷ୍ଫଳ କର୍ମସବୁର ସହଭାଗୀ ହୁଅ ନାହିଁ, ବରଂ ସେସବୁର ଦୋଷ ହିଁ ଦେଖାଇଦିଅ;
ମାଜ୍‌ଗାନି ମାଲ୍ୟା କାମାୟ୍‌ ସବୁତାକେ ମେହାଆମାଟ୍‌, ଇଚିସ୍‌ ସବୁନି ଦସିନେ ଚଚାଟ୍‌ ।
12 କାରଣ ସେମାନେ ଯାହାସବୁ ଗୁପ୍ତରେ କରନ୍ତି, ସେହିସବୁ କଥା କହିବା ସୁଦ୍ଧା ଲଜ୍ଜାଜନକ,
ଇନାକିଦେଂକି ହେୱାର୍‌ ଇନାକା ସବୁ ଡ଼ୁଗ୍‌ଜି କିତାର୍‌, ହେ ସବୁ କାତା ଇନାକା ପା ଲାଜୁ,
13 କିନ୍ତୁ ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ଯେଉଁ ସବୁ ପ୍ରକାଶିତ ହୁଏ, ତାହା ଆଲୋକ।
ଏଚେକାଡ଼୍‌ଦ ୱିଜ଼ୁ ବିସ୍ରେ ଅଜଡ଼୍‌ତ ତାଇୱାନାର୍‌, ହେପାଦ୍‌ନା ହେୱାକାଂ ହାତ୍‌ପା ଲାକେ ହନାତ୍‌ ।
14 ଏଣୁ ପବିତ୍ର ଶାସ୍ତ୍ରରେ ଉକ୍ତ ଅଛି, “ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି, ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ।”
ଇନେକିଦେଂକି ଅଜଡ଼୍‌ ୱିଜ଼ୁ ବିସ୍ରେ ଅଜଡ଼୍‌ ଆନାତ୍‌ । ହେଦାଂ କାଜିଂ ଏଲେଙ୍ଗ୍‌ ଲେକା ଆତାତ୍‌ନ୍ନା । “ଏ ହୁଞ୍ଚାକାଦେର୍, ନିଙ୍ଗାଟ୍, ହାତାକାର୍‌ ବିତ୍ରେତାଂ ନିଙ୍ଗ୍‌ଗାଟ୍‌, ଆରେ କ୍ରିସ୍ଟ ମି ତାକେ ଅଜଡ଼୍‌ ଆନାନ୍‌ ।”
15 ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ,
ଲାଗିଂ ଏପେଙ୍ଗ୍‌ ଇନେସ୍‌ ବେବାର୍‌ କିନାଦେର୍‌, ହେୱାନ୍‌ ବିସ୍ରେ ଜାଗ୍ରତ୍‌ ମାନାଟ୍‌, ଅଗିଆନି ଲାକେ ଆୱାଦାଂ ଗିଆନି ଲାକେ ବେବାର୍‌ କିୟାଟ୍‌,
16 ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।
ଜାଣ୍‌କେ ଉପାୟ୍‌ନି ସତ୍‌ ବେବାର୍‌ କିୟାଟ୍‌, ଇନାକିଦେଂକି କାଡ଼୍‌ ବାନ୍ୟା ଦିନ୍‌ ଏକାୱାନାତ୍‌ ।
17 ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର କଣ ଇଚ୍ଛା ତାହା ବୁଝ।
ଲାଗିଂ ବୁଦିହିଲ୍‌ୱି ଲାକେ ଆମାଟ୍‌, ମାତର୍‌ ମାପ୍ରୁତି ଇଚା ଇନାକା, ହେଦାଂ ବୁଜାଆଦେଂ ସେସ୍ଟା କିୟାଟ୍‌ ।
18 ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ,
କାଲିଂ ଅଙ୍ଗୁର୍‌ ରାସ୍‌ ହଚ୍‌ମାଟ୍, ଇନେକିଦେଂକି ହେଦାଂ କେବଲ୍‌ ମିଙ୍ଗେଙ୍ଗ୍‌ ନାସ୍‌ କିଦ୍‌ନାତ୍‌, ମାତର୍‌ ପୁଇପୁୟା ଜିବୁନ୍‌ତ ବାର୍ତି ଆଡ,
19 ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର;
ନାନ୍ଦ୍‌, ଦନ୍ୟବାଦ୍‌ ନାନ୍ଦ୍‌, ଆରି ବକ୍ତି ନାନ୍ଦ୍‌, ହୁକେ ହାରିତିଂ ୱାରିକି କିୟାଟ୍‌ । ମାନ୍ତ ଇଚା ଲାହାଂ ମାପ୍ରୁତି ଉଦେସ୍‌ତ କେର୍‌କଣ୍‌ ଆରି କେର୍‌କଣ୍‌ କେରାଟ୍‌ ।
20 ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ,
ନିତ୍ରେ ୱିଜ଼ୁ ବିସ୍ରେ କାଜିଂ ମା ମାପ୍ରୁ ଜିସୁ କ୍ରିସ୍ଟତି ତର୍‌ଦ ଆବା ଇସ୍ୱର୍‌ତିଂ ଦନ୍ୟବାଦ୍‌ ହିଆଟ୍ ।
21 ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂତ ହୁଅ।
ଆରେ କ୍ରିସ୍ଟଙ୍ଗ୍‌ ପାଣ୍ଡ୍ରୁ ଆଜ଼ି ଏପେଙ୍ଗ୍‌ ହାରି ତାରେନ୍‌ ଆଡୁ ।
22 ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତ ହୁଅ,
ଏ କଗ୍‌ଲେକାଦେର୍, ଏପେଙ୍ଗ୍‌ ଇନେସ୍‌ ମାପ୍ରୁତି ତଲ୍ୟା ଆଡୁ, ହେ ଲାକେ ଜାର୍‌ ଜାର୍‌ ଆଣ୍ଡ୍ରେନିଂ ତଲ୍ୟା ଆଡୁ,
23 କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ, ପୁଣି, ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା।
ମଣ୍ଡ୍‌ଲି ଜପି କ୍ରିସ୍ଟତି ଆଦିକାର୍‌ ଲାକେ କଗ୍‌ଲେ ଜପି ଆଣ୍ଡ୍ରେନ୍‌ ଆଦିକାର୍‌ ମାନାତ୍‌; ଆରେ କ୍ରିସ୍ଟନେ ତା ଗାଗାଡ଼୍‌ ଲାକେ ମଣ୍ଡ୍‌ଲିନି ମୁକ୍ତିକିନାକାନ୍ ।
24 ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହେଉନ୍ତୁ।
ମଣ୍ଡ୍‌ଲି ଇନେସ୍‌ କ୍ରିସ୍ଟତି ତାକେ ତଲ୍ୟା, ଆଣ୍ଡ୍ରାଂ ସମାନ୍‌ ହେ ଲାକେ ଜାର୍‌ ଜାର୍‌ ଆଣ୍ଡ୍ରେନ୍‌ ଲାଗାଂ ପୁରା ତଲ୍ୟା ଆଏକ୍‌ ।
25 ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ଖ୍ରୀଷ୍ଟ ତ ମଣ୍ଡଳୀ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ,
ଏ ଆଣ୍ଡ୍ରାକାଦେର୍‌, କ୍ରିସ୍ଟ ଇନେସ୍‌ ମଣ୍ଡ୍‌ଲିତିଂ ଜିଉନତାନ୍, ତା କାଜିଂ ଜାର୍‌ ଜିବୁନ୍‌ ହିତାନ୍‌, ଏପେଙ୍ଗ୍‌ ସମାନ୍‌ ହେ ଲାକେ ଜାର୍‌ ଜାର୍‌ କଗ୍‌ଲେକାଂ ଜିଉନୱାଟ୍‌ ।
26 ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ମଣ୍ଡଳୀକୁ ପରିଷ୍କାର କରି ପବିତ୍ର କରନ୍ତି,
ଇନେସ୍‌ ବଚନ୍‌ ଆରି ଏଜ଼ୁଙ୍ଗ୍‌ତାଂ ନୁସ୍ୟାନି କାଜିଂ ହେୱାନ୍‌ ତାଙ୍ଗ୍‌ ସକଟ୍‌ କିଜ଼ି ପୁଇପୁୟା କିଦ୍‌ନାନ୍‌,
27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।
ଇନେସ୍‌ ମଣ୍ଡ୍‌ଲି ପୁଇପୁୟା, ପ୍ରାଲ୍‌ହିଲ୍‌ୱାକା ବୁଲ୍‌ହିଲାକାନ୍‌ ଆରି ସବୁ ବାନି ଦସ୍‌ହିଲ୍‌ୱି ଆଜ଼ି ପୁଇପୁୟା ଆରି ହୁଞ୍ଜ୍‌ୱାକା ଆନାତ୍‌, ଆରେ ହେ ଲାକେ ଜାଜ୍‌ମାଲ୍‌ ଅବସ୍ତାତ ହେୱାନ୍‌ ତାଙ୍ଗ୍‌ ଜାର୍‌ ଲାଗାଂ ନିଲି କିନାନ୍‌ ।
28 ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ;
ଆଣ୍ଡ୍ରାଂ ଜାର୍‌ ଗାଗାଡ଼୍‌ ଲାକେ ବାବି କିଜ଼ି ଜାର୍‌ କଗ୍‌ଲେଂ ଜିଉନନାକା ଲଡ଼ା । ଇନେନ୍‌ ଜାର୍‌ କଗ୍‌ଲେଂ ଜିଉନନାନ୍, ହେୱାନ୍‌ ଜାର୍‌ତିଂ ଜିଉନନାନ୍;
29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି,
ଇନେର୍‌ ଇନାୱାଡ଼ାଂ ଜାର୍‌ ଗାଗାଡ଼୍‌ତିଂ ଗିଣ୍‌ କିଉନ୍‌ । ଇଚିସ୍‌ ଗାଗାଡ଼୍‌ ପହାପାଲି କିନାନ୍‌ ଆରି ତାଙ୍ଗ୍‌ ଜାତୁନ୍‌ କିନାନ୍‌, କ୍ରିସ୍ଟ ଇନେସ୍‌ ମଣ୍ଡ୍‌ଲିନି ଜାତୁନ୍‌ କିନାନ୍‌ ।
30 ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।
ଇନେକିଦେଂକି ଆସେଙ୍ଗ୍‌ ହେୱାନ୍ତି ଗାଗାଡ଼୍‌ନି କେଇଗାଲ୍‌ ।
31 ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ।
ଦରମ୍‌ ସାସ୍ତର୍‌ ଇଞ୍ଜି ମାନି ଇସାବେ, “ଇ କାରଣ୍‌ତାଂ ମାନାୟ୍‌ ଜାର୍‌ ଆବା ଆୟାଂ ପିସ୍ତି ଜାର୍‌ କଗ୍‌ଲେ ଲାହାଂ ମେହା ଆନାନ୍‌ ଆରି ହେୱାନ୍‌ ରିୟାର୍‌ ମେହାଜ଼ି ର ଗାଗାଡ଼୍‌ ଆନାର୍‌ ।”
32 ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି।
ସାସ୍ତର୍‌ନି ଇ ବାଗ୍‌ତ ର ଡ଼ୁକ୍ତି କାତା ହତାତ୍‌ନା; ଇଦାଂ କ୍ରିସ୍ଟ ଆରି ମଣ୍ଡ୍‌ଲି କାଜିଂ ଇଦାଂ ବେବାର୍‌ ଇଞ୍ଜି ବୁଜାନାଙ୍ଗା ।
33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଆଦର କରୁ।
ମାତର୍‌ ଇଦାଂ ମି କାଜିଂ ପା ବେବାର୍‌ । ଜାଣ୍‌କେ ଆଣ୍ଡ୍ରେନ୍‌ କଗ୍‌ଲେଂ ୱାସ୍କିଲାକେ ଜିଉନୱେନ୍‌ ଆରି ଜାଣ୍‌କେ କଗ୍‌ଲେକ୍‌ ନିଜ୍‌ ଆଣ୍ଡ୍ରେନିଂ ମାନି କିଏତ୍ ।

< ଏଫିସୀୟ 5 >