< ଏଫିସୀୟ 4 >
1 ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
Kwa nyoo, kati afungwa kwa ajili ya Ngwana, natikuasihi mtyange sawasawa ni wito ambao Nnongo abakemile.
2 ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;
Mtame kwa unyenyekevu nkolo ni upole ni uvumilivu. Mkichukuliana mu'upendo.
3 ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ।
Muipange bidii kuutuza umoja wa Roho mu'kipungo sa amani.
4 ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ;
Kwabile yega yimo ni Roho yimo, kati ambayo kae mwabile mwakemelwa mu'uhakika wa faraja yimo lya wito winu.
5 ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା;
Kwabile ni Ngwana yumo, imani yimo, ubatizo umo,
6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।
ni Nnongo yumo na Tate wa bote. Ywembe abile nnani ya yoti, na mu'yoti na nkati ya yoti.
7 କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି।
Kwa kila yumo witu apeilwe kipawa lingana na kipimo sa kipawa sa Kristo.
8 ଏଥିନିମନ୍ତେ ଉକ୍ତ ଅଛି, “ସେ ଊର୍ଦ୍ଧ୍ୱକୁ ଆରୋହଣ କରି, ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ।”
Ni kati maandiko gabaya, “yaabokite kunani muno, atikuakengama mateka mu'utumwa. Kabapeya vipawa bandu.”
9 (ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ।
Nga namani maana ya, “Atipaa,” ibele kwaa kwamba aulukite pia pandu pa pae ya nnema wa dunia?
10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ମଧ୍ୟ ଆରୋହଣ କଲେ।)
Ywembe ambae atiuluka ni mundu yoyolo ywabile pia atipaa kutalu ya maunde yoti. Apangite nyoo ili uwepo wake ube mu'ilebe yoti.
11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,
Kristo abapeile bandu ipawa kati: atume, anabii, ainjilisti, achungaji, na baalimu.
12 ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ,
Apangite nyoo kubawezesha aumini kwa ajili ya kuuchenga yega wa Kristo. Apanga nyoo mpaka twenga twabote tufikie umoja wa imani ni maarifa ga mwana wa Nnongo.
13 ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,
Apanga nyoo hadi tuweze kuwa akomavu kati balo baifikie kimo kamili cha Kristo.
14 ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,
Ayee nga ili kwamba tubile kwaa kae kati bana, kana turushwerushwe kolo ni kolyo. Ili kana tutolilwe na kila aina ya mbepo wa lipundisho, kwa hila ga bandu mu'ujanja wa ubocho wapotoka.
15 କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;
Badala yake, twalongela ukweli mu'upendo ni kukua zaidi mu'ndela zote nkati yake ambaye nga ntwe, Kristo.
16 ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି।
Kristo atiunganisha, kwa pamope, yega yoti ya baumini, Utiunganishwa mpamo ni kila iungo ili kwamba yega wote ukue ni kuichenga wamwene u'upendo.
17 ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;
Kwa eyo, nibaya lee, nati kuwasihi mu'Ngwana: Kana mutyange kae kati bandu ba mataifa kabatyanga mu'ubatili wa malango gabe.
18 ସେମାନେ ଆପଣାମାନଙ୍କଠାରେ ଥିବା ମୂର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ବରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;
Babekilwe libendo mu'malango yabe. Batifukuzwa kuoma mu'uzima wa Nnongo kwa ulalo wabile nkati yabe kwa sababu ya ugumu wa mioyo yabe.
19 ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି।
Bayowine kwaa aibu. Watikuikabidhi bembe kwa ufisadi mu'makowe yabe masapu, mu'kila aina ya uchoyo.
20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ;
Lakini, ayee nga muifunza kwaa kuhusu Kristo.
21 ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,
Nadhani kua muyowine kuhusu ywembe. Nadhani kuwa mwabile mwapundishilwe kuhusu ywembe, kati kae ukweli wa ubile nkati ya Yesu.
22 ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
Lazima mugaleke makowe yoti kabakengamana ni mwenendo winu wa kinchogo. Ni utu wa kunchogo wauharibika kwa sababu ya tamaa za ubocho.
23 ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ,
Muuleke utu winu wa kunchogo ili kwamba mpangike kuwa waayambe mu'roho ya malango yinu.
24 ଯେଉଁ ନୂତନ ସ୍ୱଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ।
Mupange nyoo ili muweze kuuwala utu wambeambe, ulandine na Nnongo. Utiumbwa mu'haki ni utakatifu wa kweli.
25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ।
Kwa nyoo, uibeke kutalu ni ubocho. “Muulongele ukweli, kila yumo ni jirani yake,” kwa sababu ni ashirika kwa kila yumo kwa benge.
26 କ୍ରୋଧ କର କିନ୍ତୁ ପାପ କର ନାହିଁ; ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ।
Mube ni hasira, lakini kana mupange sambi.”Liumu kana lisame mwabile ni hasira yinu.
Kana mummpeye ibilisi nafasi.
28 ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।
Yeyote ywa jiba kana ajibe kae. Badala yake ni lazima apange kazi. Apange kazi yabile ni manufaa kwa maboko gake, ili kwamba aweze kumhudumia mundu ywabile ni hitaji.
29 ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ।
Kauli inoite kwaa kana iboke mu'mikano yino yapalikwa kwa mahitaji, kuwapeya faida yake balo babayowanikia.
30 ଆଉ ଈଶ୍ବରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ।
Kana mumuhuzunishe Roho mpeletau wa Nnongo. Ni pitya ywembe twabekelwa mihuri kwa ajili ya siku ya lopolelwa.
31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ;
Lazima muubeke kutalu uchungu wote, ghadhabu, hasira, kombwana, ni matusi, pamope ni kila aina ya ubou. Iweni wema bene kwa bene.
32 ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।
Mube ni huruma. Musamiyane mwenga kwa mwenga, kati yaa Nnongo pitya Kristo atikuwasamiya nenga.