< ଏଫିସୀୟ 3 >

1 ଏଥିନିମନ୍ତେ ମୁଁ ପାଉଲ, ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ
Radi toga ja, Pavao, sužanj Krista Isusa za vas pogane...
2 ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ବରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ,
Zacijelo ste čuli za rasporedbu milosti Božje koja mi je dana za vas:
3 ଅର୍ଥାତ୍‍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି।
objavom mi je obznanjeno otajstvo, kako netom ukratko opisah.
4 ତାହା ପଢ଼ି ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱରେ ମୋହର ଜ୍ଞାନର ପରିଚୟ ପାଇ ପାର;
Čitajući to, možete dokučiti kako ja shvaćam Kristovo otajstvo,
5 ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,
koje nije bilo obznanjeno sinovima ljudskim drugih naraštaja. Ono je sada u Duhu objavljeno svetim njegovim apostolima i prorocima:
6 ଅର୍ଥାତ୍‍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
da su pogani subaštinici i “sutijelo” i sudionici obećanja u Kristu Isusu - po evanđelju,
7 ଈଶ୍ବରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି।
kojega postadoh poslužiteljem darom milosti Božje koja mi je dana djelotvornošću snage njegove.
8 ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୁଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,
Meni, najmanjemu od svih svetih, dana je ova milost: poganima biti blagovjesnikom neistraživog bogatstva Kristova
9 ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, (aiōn g165)
i osvijetliti rasporedbu otajstva, pred vjekovima skrivena u Bogu, koji sve stvori, (aiōn g165)
10 ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ,
da sada - po Crkvi - Vrhovništvima i Vlastima na nebesima bude obznanjena mnogolika mudrost Božja
11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ; (aiōn g165)
zasnovana - po naumu o vjekovima - u Kristu Isusu Gospodinu našemu. (aiōn g165)
12 ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ବରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ।
U njemu, s pouzdanjem po vjeri u njega, imamo slobodan pristup.
13 ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ।
Zato ne klonite, molim, s nevolja mojih za vas! One su slava vaša!
14 ଏଥିନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,
Zato prigibam koljena pred Ocem,
15 ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି,
od koga ime svakom očinstvu na nebu i na zemlji:
16 ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି,
neka vam dadne po bogatstvu Slave svoje ojačati se po Duhu njegovu u snazi za unutarnjeg čovjeka
17 ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,
da po vjeri Krist prebiva u srcima vašim te u ljubavi ukorijenjeni i utemeljeni
18 ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ,
mognete shvatiti sa svima svetima što je Dužina i Širina i Visina i Dubina
19 ଆଉ ସେହି ପ୍ରକାରେ ଈଶ୍ବରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ।
te spoznati nadspoznatljivu ljubav Kristovu da se ispunite do sve Punine Božje.
20 ଯେଉଁ ଈଶ୍ବର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି,
Onomu pak koji snagom u nama djelatnom može učiniti mnogo izobilnije nego li mi moliti ili zamisliti -
21 ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ। ଆମେନ୍‍। (aiōn g165)
Njemu slava u Crkvi i u Kristu Isusu za sva pokoljenja vijeka vjekovječnoga! Amen. (aiōn g165)

< ଏଫିସୀୟ 3 >