< ଉପଦେଶକ 12 >
1 ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, ଏହିସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି।
Rántí Ẹlẹ́dàá rẹ ní ọjọ́ èwe rẹ, nígbà tí ọjọ́ ibi kò tí ì dé àti tí ọdún kò tí ì ní súnmọ́ etílé, nígbà tí ìwọ yóò wí pé, “Èmi kò ní ìdùnnú nínú wọn,”
2 ସେହି ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବେ, ପୁଣି ବୃଷ୍ଟି ଉତ୍ତାରେ ପୁନର୍ବାର ମେଘ ହେବ;
kí oòrùn àti ìmọ́lẹ̀ àti òṣùpá àti àwọn ìràwọ̀ tó ṣókùnkùn, àti kí àwọsánmọ̀ tó padà lẹ́yìn òjò;
3 ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ହେବାରୁ କର୍ମରୁ ନିବୃତ୍ତ ହେବେ, ପୁଣି ଝରକାରେ ଦୃଷ୍ଟିକାରିଣୀମାନେ ଅନ୍ଧକାରଗ୍ରସ୍ତା ହେବେ;
nígbà tí olùṣọ́ ilé yóò wárìrì tí àwọn ọkùnrin alágbára yóò tẹríba, nígbà tí àwọn tí ó ń lọ dákẹ́ nítorí pé wọn kò pọ̀, tí àwọn tí ń wo òde láti ojú fèrèsé yóò ṣókùnkùn;
4 ଓ ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ, ସେହି ସମୟରେ ପେଷଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକ ଜାଗି ଉଠିବ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ;
nígbà tí ìlẹ̀kùn sí ìgboro yóò tì tí ariwo ọlọ yóò dákẹ́; nígbà tí àwọn ènìyàn yóò dìde sí ariwo àwọn ẹyẹ ṣùgbọ́n gbogbo orin wọn yóò máa lọ ilẹ̀.
5 ଆହୁରି, ସେମାନେ ଉଚ୍ଚସ୍ଥାନ ବିଷୟରେ ଭୀତ ହେବେ ଓ ପଥରେ ତ୍ରାସ ହେବ; ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ ଓ କାମନା ନିସ୍ତେଜ ହେବ; କାରଣ ମନୁଷ୍ୟ ଆପଣା ଚିର ନିବାସକୁ ଯାଏ ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି;
Nígbà tí ènìyàn yóò bẹ̀rù ibi gíga àti ti ìfarapa ní ìgboro; nígbà tí igi almondi yóò tanná àti tí ẹlẹ́ǹgà yóò wọ́ ara rẹ̀ lọ tí ìfẹ́ kò sì ní ru sókè mọ́ nígbà náà ni ènìyàn yóò lọ ilé rẹ́ ayérayé tí àwọn aṣọ̀fọ̀ yóò máa rìn kiri ìgboro.
6 ସେହି ସମୟରେ ରୂପାର ତାର ହୁଗୁଳା ହେବ, ସୁବର୍ଣ୍ଣ ପାତ୍ର ଭଗ୍ନ ହେବ, ମାଟିର ପାତ୍ର ଜଳସ୍ରୋତ ନିକଟରେ ଚୂର୍ଣ୍ଣ ହେବ ଓ କୂପରେ ଚକ୍ର ଭଗ୍ନ ହେବ;
Rántí rẹ̀ kí okùn fàdákà tó já, tàbí kí ọpọ́n wúrà tó fọ́; kí iṣà tó fọ́ níbi ìsun, tàbí kí àyíká kẹ̀kẹ́ kí ó tó kán níbi kànga.
7 ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ।
Tí erùpẹ̀ yóò sì padà sí ilẹ̀ ibi tí ó ti wà, tí ẹ̀mí yóò sì padà sọ́dọ̀ Ọlọ́run tí ó fi í fún ni.
8 ଉପଦେଶକ କହନ୍ତି, ଅସାରର ଅସାର, ସବୁ ହିଁ ଅସାର।
“Asán! Asán!” ni Oniwaasu wí. “Gbogbo rẹ̀ asán ni!”
9 ଆହୁରି, ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ଦେଲେ; ପୁଣି, ସେ ବିବେଚନା ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ କ୍ରମ ଅନୁସାରେ ସଜାଡ଼ି ରଖିଲେ।
Kì í ṣe wí pé Oniwaasu jẹ́ ọlọ́gbọ́n nìkan, ṣùgbọ́n ó tún kọ́ àwọn ènìyàn ní ìmọ̀. Ó rò ó dáradára ó sì ṣe àwárí, ó sì gbé ọ̀pọ̀lọpọ̀ òwe kalẹ̀ lẹ́sẹẹsẹ.
10 ଉପଦେଶକ ମନୋହର ବାକ୍ୟ ଓ ଯାହା ସରଳ ଭାବରେ ଲେଖାଗଲା, ସେହି ସତ୍ୟ ବାକ୍ୟ ପାଇବାକୁ ଅନ୍ଵେଷଣ କଲେ।
Oniwaasu wádìí láti rí àwọn ọ̀rọ̀ tí ó tọ̀nà, ohun tí ó kọ sì dúró ṣinṣin ó sì jẹ́ òtítọ́.
11 ଜ୍ଞାନବାନର ବାକ୍ୟସବୁ ଅଙ୍କୁଶ ସ୍ୱରୂପ ଓ ସଭାପତିଗଣର ବାକ୍ୟ ଦୃଢ଼ବଦ୍ଧ ଲୌହ କଣ୍ଟକ ସ୍ୱରୂପ, ତାହାସବୁ ଏକ ପାଳକ ଦ୍ୱାରା ଦତ୍ତ ହୋଇଅଛି।
Ọ̀rọ̀ ọlọ́gbọ́n dàbí ẹ̀gún, àkójọpọ̀ ọ̀rọ̀ wọn sì dàbí ìṣó tí a kàn pọ̀ dáradára, tí olùṣọ́-àgùntàn kan fi fún ni.
12 ଆହୁରି, ହେ ମୋହର ପୁତ୍ର, ତୁମ୍ଭେ ଉପଦେଶ ଗ୍ରହଣ କର; ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ; ପୁଣି, ବହୁ ଅଭ୍ୟାସ ଶରୀରର କ୍ଳାନ୍ତିଜନକ।
Àti síwájú láti inú èyí, ọmọ mi, gba ìmọ̀ràn. Nínú ìwé púpọ̀, òpin kò sí, ìwé kíkà púpọ̀ a máa mú ara ṣàárẹ̀.
13 ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।
Nísinsin yìí, òpin gbogbo ọ̀rọ̀ tí a gbọ́ ni pé, bẹ̀rù Ọlọ́run, kí o sì pa òfin rẹ̀ mọ́, nítorí èyí ni ojúṣe gbogbo ènìyàn.
14 ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ।
Nítorí Ọlọ́run yóò ṣe ìdájọ́ olúkúlùkù iṣẹ́ àti ohun ìkọ̀kọ̀, kì bá à ṣe rere kì bá à ṣe búburú.