< ଉପଦେଶକ 10 >
1 ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରି ପକାଏ; ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରୀ।
Gẹ́gẹ́ bí òkú eṣinṣin tí ń fún òróró ìkunra ní òórùn búburú, bẹ́ẹ̀ náà ni òmùgọ̀ díẹ̀ ṣe ń bo ọgbọ́n àti ọlá mọ́lẹ̀.
2 ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ।
Ọkàn ọlọ́gbọ́n a máa ṣí sí ohun tí ó tọ̀nà, ṣùgbọ́n ọkàn òmùgọ̀ sí ohun tí kò dára.
3 ଆହୁରି, ମୂର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ, ପୁଣି ସେ ପ୍ରତ୍ୟେକକୁ କହେ ଯେ, ସେ ମୂର୍ଖ।
Kódà bí ó ti ṣe ń rìn láàrín ọ̀nà, òmùgọ̀ kò ní ọgbọ́n a sì máa fihan gbogbo ènìyàn bí ó ti gọ̀ tó.
4 ତୁମ୍ଭ ଉପରେ ଶାସନକର୍ତ୍ତାର ମନରେ ବିରୁଦ୍ଧଭାବ ଉତ୍ପନ୍ନ ହେଲେ, ଆପଣା ସ୍ଥାନ ଛାଡ଼ ନାହିଁ; କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ମହା ଅନିଷ୍ଟ କ୍ଷାନ୍ତ ହୁଏ।
Bí ìbínú alákòóso bá dìde lòdì sí ọ, ma ṣe fi ààyè rẹ sílẹ̀; ìdákẹ́ jẹ́ẹ́jẹ́ le è tú àṣìṣe ńlá.
5 ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି, ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭୁଲ୍ ତୁଲ୍ୟ ଅଟେ;
Ohun ibi kan wà tí mo ti rí lábẹ́ oòrùn, irú àṣìṣe tí ó dìde láti ọ̀dọ̀ alákòóso.
6 ମୂର୍ଖତା ଅତି ଉଚ୍ଚପଦରେ ସ୍ଥାପିତ ହୁଏ, ପୁଣି ଧନୀ ନୀଚ ସ୍ଥାନରେ ବସେ।
A gbé aṣiwèrè sí ọ̀pọ̀ ipò tí ó ga jùlọ, nígbà tí ọlọ́rọ̀ gba àwọn ààyè tí ó kéré jùlọ.
7 ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପାଦଗତିରେ ଗମନ କରିବାର ଦେଖିଅଛି।
Mo ti rí ẹrú lórí ẹṣin, nígbà tí ọmọ-aládé ń fi ẹsẹ̀ rìn bí ẹrú.
8 ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ବେଢ଼ା ଭାଙ୍ଗେ, ତାହାକୁ ସର୍ପ କାମୁଡ଼ିବ।
Ẹnikẹ́ni tí ó bá gbẹ́ kòtò, ó le è ṣubú sínú rẹ̀; ẹnikẹ́ni tí ó bá la inú ògiri, ejò le è ṣán an.
9 ଯେଉଁ ଲୋକ ପଥର ଖୋଳେ, ସେ ତଦ୍ଦ୍ୱାରା ଆଘାତ ପାଇବ; ପୁଣି, ଯେ କାଠ ଚିରେ, ସେ ତଦ୍ଦ୍ୱାରା ଆପଦଗ୍ରସ୍ତ ହୁଏ।
Ẹnikẹ́ni tí ó bá gbe òkúta le è ní ìpalára láti ipasẹ̀ wọn; ẹnikẹ́ni tí ó bá la ìtì igi le è ní ìpalára láti ipasẹ̀ wọn.
10 ଲୁହା ଦନ୍ଥରା ହେଲେ ଯଦି କେହି ତାହାର ଦାଢ଼ ନ ପଜାଏ, ତେବେ ତାହା ଉତ୍ତାରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ; ମାତ୍ର କର୍ତ୍ତବ୍ୟକୁ ଦେଖାଇବା ପାଇଁ ଜ୍ଞାନ ଫଳଦାୟକ।
Bí àáké bá kú tí ẹ̀gbẹ́ rẹ̀ kò sì sí ní pípọ́n; yóò nílò agbára púpọ̀ ṣùgbọ́n ọgbọ́n orí ni yóò mú àṣeyọrí wá.
11 ସର୍ପ ମନ୍ତ୍ରମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ ଗୁଣିଆର କିଛି ଲାଭ ନାହିଁ।
Bí ejò bá ṣán ni kí a tó lo oògùn rẹ̀, kò sí èrè kankan fún olóògùn rẹ̀.
12 ଜ୍ଞାନୀର ମୁଖର ବାକ୍ୟ ଅନୁଗ୍ରହଜନକ; ମାତ୍ର ମୂର୍ଖର ନିଜ ଓଷ୍ଠାଧର ତାହାକୁ ଗ୍ରାସ କରିବ।
Ọ̀rọ̀ tí ó wá láti ẹnu ọlọ́gbọ́n a máa ní oore-ọ̀fẹ́ ṣùgbọ́n ètè òmùgọ̀ fúnra rẹ̀ ni yóò parun.
13 ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ଦୁଃଖଦାୟୀ ପାଗଳାମି ଅଟେ।
Ìbẹ̀rẹ̀ ọ̀rọ̀ rẹ̀ jẹ́ òmùgọ̀; ìparí rẹ̀ sì jẹ́ ìsínwín búburú.
14 ମୂର୍ଖ ବହୁତ କଥା କହେ; ତଥାପି କଅଣ ହେବ, ମନୁଷ୍ୟ ଜାଣେ ନାହିଁ; ଆଉ, ତାହା ଉତ୍ତାରେ ଯାହା ଘଟିବ, କିଏ ତାହାକୁ ଜଣାଇ ପାରେ?
Wèrè a sì máa ṣàfikún ọ̀rọ̀. Kò sí ẹni tí ó mọ ohun tí ó ń bọ̀ ta ni ó le è sọ fún un ohun tí yóò ṣẹlẹ̀ lẹ́yìn rẹ̀?
15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ, କାରଣ କିପରି ନଗରକୁ ଯିବାର ହୁଏ, ତାହା ସେ ଜାଣେ ନାହିଁ।
Iṣẹ́ aṣiwèrè a máa dá a lágara kò sì mọ ojú ọ̀nà sí ìlú.
16 ହେ ଦେଶ, ତୁମ୍ଭର ରାଜା ଯଦି ବାଳକ ହୁଏ ଓ ତୁମ୍ଭର ଅଧିପତିଗଣ ଯଦି ପ୍ରଭାତରେ ଭୋଜନ କରନ୍ତି, ତେବେ ତୁମ୍ଭେ ସନ୍ତାପର ପାତ୍ର।
Ègbé ni fún ọ, ìwọ ilẹ̀ tí ọba ń ṣe ìránṣẹ́ rẹ̀ àti tí àwọn ọmọ-aládé ń ṣe àsè ní òwúrọ̀.
17 ହେ ଦେଶ, କୁଳୀନର ପୁତ୍ର ଯେବେ ତୁମ୍ଭର ରାଜା ହୁଏ ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ, ମାତ୍ର ବଳ ନିମନ୍ତେ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ!
Ìbùkún ni fún ọ, ìwọ ilẹ̀ èyí tí ọba rẹ̀ jẹ́ ọmọ ọlọ́lá, àti tí àwọn ọmọ-aládé ń jẹun ní àsìkò tí ó yẹ, fún ìlera, tí kì í ṣe fún ìmutípara.
18 ଆଳସ୍ୟରେ ଛାତ ବସିଯାଏ, ପୁଣି ହସ୍ତର ଶିଥିଳତାରେ ଗୃହରେ ଜଳ ଝରେ।
Bí ènìyàn bá ń lọ́ra, àjà ilé a máa jì bí ọwọ́ rẹ̀ bá ń ṣe ọ̀lẹ, ilé a máa jó.
19 ହାସ୍ୟ ନିମନ୍ତେ ଭୋଜ ପ୍ରସ୍ତୁତ ହୁଏ, ପୁଣି ଦ୍ରାକ୍ଷାରସ ଜୀବନ ଆନନ୍ଦିତ କରେ; ଧନସବୁ କାର୍ଯ୍ୟରେ ଆସେ।
Ẹ̀rín rínrín ni a ṣe àsè fún, wáìnì a máa mú ayé dùn, ṣùgbọ́n owó ni ìdáhùn sí ohun gbogbo.
20 ରାଜାଙ୍କୁ ଅଭିଶାପ ଦିଅ ନାହିଁ, ନା ମନେ ମନେ ହିଁ ଦିଅ ନାହିଁ; ଆଉ, ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ; କାରଣ ଶୂନ୍ୟର ପକ୍ଷୀ ସେହି ରବ ଘେନିଯିବ ଓ ପକ୍ଷଧାରୀ ସେ କଥା ଜଣାଇ ଦେବ।
Ma ṣe bú ọba, kódà nínú èrò rẹ, tàbí kí o ṣépè fún ọlọ́rọ̀ ní ibi ibùsùn rẹ, nítorí pé ẹyẹ ojú ọ̀run le è gbé ọ̀rọ̀ rẹ ẹyẹ tí ó sì ní ìyẹ́ apá le è fi ẹjọ́ ohun tí o sọ sùn.