< ଉପଦେଶକ 1 >
1 ଦାଉଦଙ୍କର ପୁତ୍ର, ଯିରୂଶାଲମସ୍ଥ ରାଜା, ଉପଦେଶକଙ୍କର ବାକ୍ୟମାଳା।
Ọ̀rọ̀ Oniwaasu, ọmọ Dafidi, ọba Jerusalẹmu:
2 ଉପଦେଶକ କହୁଅଛନ୍ତି, “ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର।”
“Asán inú asán!” Oníwàásù náà wí pé, “Asán inú asán! Gbogbo rẹ̀ asán ni.”
3 ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହୁଏ, ତାହାର ସେହିସବୁରୁ କି ଲାଭ?
Kí ni ènìyàn rí jẹ ní èrè lórí gbogbo iṣẹ́ rẹ̀, lórí èyí tí ó ń ṣe wàhálà sí lábẹ́ oòrùn?
4 ଏକ ପିଢ଼ି ଯାଏ ଓ ଅନ୍ୟ ପିଢ଼ି ଆସେ; କିନ୍ତୁ ପୃଥିବୀ ସଦାକାଳ ଥାଏ।
Bí ìran kan ti wá ni ìran mìíràn ń kọjá lọ, síbẹ̀ ayé dúró títí láé.
5 ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ।
Oòrùn ń ràn, oòrùn sì ń wọ̀, ó sì sáré padà sí ibi tí ó ti yọ.
6 ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ; ଆପଣା ପଥରେ ସର୍ବଦା ଘୂରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ।
Afẹ́fẹ́ ń fẹ́ lọ sí ìhà gúúsù, Ó sì ń fẹ́ yípo sí ìhà àríwá, a sì tún padà sí ọ̀nà rẹ̀.
7 ନଦୀସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ; ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି।
Gbogbo odò ń sàn sí inú Òkun, síbẹ̀síbẹ̀ Òkun kò kún. Níbi tí àwọn odò ti wá, níbẹ̀ ni wọ́n tún padà sí.
8 ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ; ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।
Ohun gbogbo ni ó ń mú àárẹ̀ wá, ju èyí tí ẹnu le è sọ. Ojú kò tí ì rí ìrírí tí ó tẹ́ ẹ lọ́rùn, bẹ́ẹ̀ ni, etí kò tí ì kún fún gbígbọ́.
9 ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇଅଛି, ତାହା ହିଁ କରାଯିବ; ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ।
Ohun tí ó ti wà tẹ́lẹ̀ náà ni yóò sì máa wà, ohun tí a ti ṣe sẹ́yìn òun ni a ó tún máa ṣe padà kò sí ohun tuntun lábẹ́ oòrùn.
10 ଯାହା ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି? ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା।
Ǹjẹ́ ohun kan wà tí ẹnìkan le è sọ wí pé, “Wò ó! Ohun tuntun ni èyí”? Ó ti wà tẹ́lẹ̀ rí ní ọjọ́ tó ti pẹ́, o ti wà ṣáájú tiwa.
11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ; କିଅବା ଭବିଷ୍ୟତରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।
Kò sí ìrántí ohun ìṣáájú bẹ́ẹ̀ ni ìrántí kì yóò sí fún ohun ìkẹyìn tí ń bọ̀ lọ́dọ̀ àwọn tí ń bọ̀ ní ìgbà ìkẹyìn.
12 ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି।
Èmi, Oniwaasu ti jẹ ọba lórí Israẹli ní Jerusalẹmu rí.
13 ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ।
Mo fi àsìkò mi sílẹ̀ láti kọ́ àti láti ṣe àwárí pẹ̀lú ọgbọ́n, gbogbo ohun tí ó ń ṣẹlẹ̀ lábẹ́ ọ̀run. Háà! Ẹrù wúwo tí Ọlọ́run ti gbé lé àwọn ènìyàn.
14 ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର।
Èmi ti rí ohun gbogbo tí ó ń ṣẹlẹ̀ lábẹ́ oòrùn, gbogbo rẹ̀ kò ní ìtumọ̀ bí ẹní gbìyànjú àti mú afẹ́fẹ́ ni.
15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।
Ohun tí ó ti wọ́ kò le è ṣe é tọ́ mọ́, ohun tí kò sí kò le è ṣe é kà.
16 ମୁଁ ଆପଣା ହୃଦୟରେ ଭାବି କହିଲି, “ଦେଖ, ଯିରୂଶାଲମରେ ମୋʼ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନପ୍ରାପ୍ତ ହୋଇଅଛି; ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହା ଅନୁଭବୀ ହୋଇଅଛି।”
Mo rò nínú ara mi, “Wò ó, mo ti dàgbà, ọgbọ́n mi sì ti pọ̀ ju ti ẹnikẹ́ni tí ó ti ṣe alákòóso Jerusalẹmu síwájú mi lọ, mo ti ní ìrírí púpọ̀ nípa ọgbọ́n àti ìmọ̀.”
17 ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ପାଗଳାମି ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି; ଏହା ହିଁ ବାୟୁର ପଶ୍ଚାଦ୍ଧାବନ ବୋଲି ଜାଣିଲି।
Nígbà náà ni mo fi ara jì láti ní ìmọ̀ nípa ọgbọ́n, àti pàápàá àìgbọ́n àti òmùgọ̀, ṣùgbọ́n mo rí, wí pé èyí pẹ̀lú bí ẹni ń gbìyànjú àti mú afẹ́fẹ́ ni.
18 କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ; ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ।
Nítorí pé ọgbọ́n púpọ̀ ìbànújẹ́ púpọ̀ ní ń mú wá, bí ìmọ̀ bá sì ṣe pọ̀ tó náà ni ìbànújẹ́ ń pọ̀ tó.