< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 7 >
1 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ, ହିତ୍ତୀୟ, ଗିର୍ଗାଶୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ, ତୁମ୍ଭଠାରୁ ମହାନ ଓ ବଳବାନ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ;
When the LORD your God shall bring you into the land where you go to possess it, and has cast out many nations before you, the Hittites, and the Girgashites, and the Amorites, and the Canaanites, and the Perizzites, and the Hivites, and the Jebusites, seven nations greater and mightier than you;
2 ପୁଣି ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ ଓ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ; ସେତେବେଳେ ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ; ତୁମ୍ଭେ ସେମାନଙ୍କ ସହିତ କୌଣସି ନିୟମ କରିବ ନାହିଁ, କିଅବା ସେମାନଙ୍କ ପ୍ରତି ଦୟା ପ୍ରକାଶ କରିବ ନାହିଁ।
And when the LORD your God shall deliver them before you; you shall smite them, and utterly destroy them; you shall make no covenant with them, nor show mercy to them:
3 ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ।
Neither shall you make marriages with them; your daughter you shall not give to his son, nor his daughter shall you take to your son.
4 କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରିବେ ତାହାହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ।
For they will turn away your son from following me, that they may serve other gods: so will the anger of the LORD be kindled against you, and destroy you suddenly.
5 ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।
But thus shall you deal with them; you shall destroy their altars, and break down their images, and cut down their groves, and burn their graven images with fire.
6 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।
For you are an holy people to the LORD your God: the LORD your God has chosen you to be a special people to himself, above all people that are on the face of the earth.
7 ତୁମ୍ଭେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଥିଲ ବୋଲି ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସ୍ନେହ ରଖିଲେ ନାହିଁ କି ତୁମ୍ଭମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଅଳ୍ପସଂଖ୍ୟକ ଥିଲ।
The LORD did not set his love on you, nor choose you, because you were more in number than any people; for you were the fewest of all people:
8 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଅଛନ୍ତି ଓ ଦାସ୍ୟଗୃହରୁ, ମିସରର ରାଜା ଫାରୋର ହସ୍ତରୁ ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି।
But because the LORD loved you, and because he would keep the oath which he had sworn to your fathers, has the LORD brought you out with a mighty hand, and redeemed you out of the house of slaves, from the hand of Pharaoh king of Egypt.
9 ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
Know therefore that the LORD your God, he is God, the faithful God, which keeps covenant and mercy with them that love him and keep his commandments to a thousand generations;
10 ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ।
And repays them that hate him to their face, to destroy them: he will not be slack to him that hates him, he will repay him to his face.
11 ଏନିମନ୍ତେ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କରିବ।
You shall therefore keep the commandments, and the statutes, and the judgments, which I command you this day, to do them.
12 ତୁମ୍ଭେମାନେ ଏହି ସକଳ ଶାସନ ଶୁଣି, ମାନି ଓ ପାଳନ କରିବାରୁ ଏପରି ହେବ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ତୁମ୍ଭ ପକ୍ଷରେ ରକ୍ଷା କରିବେ।
Why it shall come to pass, if you listen to these judgments, and keep, and do them, that the LORD your God shall keep to you the covenant and the mercy which he swore to your fathers:
13 ପୁଣି ସେ ତୁମ୍ଭକୁ ସ୍ନେହ କରିବେ, ତୁମ୍ଭକୁ ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ; ମଧ୍ୟ ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ, ତୁମ୍ଭ ଭୂମିଫଳ, ତୁମ୍ଭ ଶସ୍ୟ, ତୁମ୍ଭ ଦ୍ରାକ୍ଷାରସ, ତୁମ୍ଭ ତୈଳ, ତୁମ୍ଭ ଗୋରୁମାନଙ୍କ ବତ୍ସ ଓ ତୁମ୍ଭ ପଲର ଶାବକ, ଏହି ସମସ୍ତଙ୍କୁ ଆଶୀର୍ବାଦ କରିବେ।
And he will love you, and bless you, and multiply you: he will also bless the fruit of your womb, and the fruit of your land, your corn, and your wine, and your oil, the increase of your cows, and the flocks of your sheep, in the land which he swore to your fathers to give you.
14 ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ; ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିଅବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ।
You shall be blessed above all people: there shall not be male or female barren among you, or among your cattle.
15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ଯେଉଁସବୁ ମିସରୀୟ ମନ୍ଦ ବ୍ୟାଧି ଜାଣିଅଛ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେହି ସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ।
And the LORD will take away from you all sickness, and will put none of the evil diseases of Egypt, which you know, on you; but will lay them on all them that hate you.
16 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ; ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ; କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ, କାରଣ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।
And you shall consume all the people which the LORD your God shall deliver you; your eye shall have no pity on them: neither shall you serve their gods; for that will be a snare to you.
17 ଯେବେ ତୁମ୍ଭେ ଆପଣା ମନେ ମନେ କହିବ, “ଏହି ଗୋଷ୍ଠୀୟ ଲୋକମାନେ ଆମ୍ଭଠାରୁ ଅଧିକ; ଆମ୍ଭେ କିପରି ସେମାନଙ୍କୁ ଅଧିକାରଚ୍ୟୁତ କରି ପାରିବା?” ତଥାପି ତୁମ୍ଭେ ସେମାନଙ୍କଠାରୁ ଭୀତ ହେବ ନାହିଁ।
If you shall say in your heart, These nations are more than I; how can I dispossess them?
18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଫାରୋ ଓ ସମସ୍ତ ମିସର ପ୍ରତି ଯେଉଁ ଯେଉଁ କର୍ମ କରିଅଛନ୍ତି;
You shall not be afraid of them: but shall well remember what the LORD your God did to Pharaoh, and to all Egypt;
19 ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ, ଯେଉଁ ଯେଉଁ ଚିହ୍ନ, ଆଶ୍ଚର୍ଯ୍ୟକ୍ରିୟା, ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ। ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହିପରି କରିବେ।
The great temptations which your eyes saw, and the signs, and the wonders, and the mighty hand, and the stretched out arm, whereby the LORD your God brought you out: so shall the LORD your God do to all the people of whom you are afraid.
20 ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କ ମଧ୍ୟକୁ ବିରୁଡ଼ି ପଠାଇବେ।
Moreover the LORD your God will send the hornet among them, until they that are left, and hide themselves from you, be destroyed.
21 ତୁମ୍ଭେ ସେମାନଙ୍କଠାରୁ ଭୟଯୁକ୍ତ ହେବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ, ସେ ମହାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି।
You shall not be affrighted at them: for the LORD your God is among you, a mighty God and terrible.
22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ି ଦେବେ; ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ।
And the LORD your God will put out those nations before you by little and little: you may not consume them at once, lest the beasts of the field increase on you.
23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ମହାବ୍ୟାକୁଳତାରେ ବ୍ୟାକୁଳ କରିବେ।
But the LORD your God shall deliver them to you, and shall destroy them with a mighty destruction, until they be destroyed.
24 ଆଉ ସେ ସେମାନଙ୍କ ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ତହିଁରେ ତୁମ୍ଭେ ଆକାଶମଣ୍ଡଳର ତଳୁ ସେମାନଙ୍କ ନାମ ଲୋପ କରିବ; ତୁମ୍ଭେ ସେମାନଙ୍କୁ ବିନାଶ କରିବା ପର୍ଯ୍ୟନ୍ତ କେହି ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ ନାହିଁ।
And he shall deliver their kings into your hand, and you shall destroy their name from under heaven: there shall no man be able to stand before you, until you have destroyed them.
25 ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ; ତୁମ୍ଭେ ଯେପରି ଫାନ୍ଦରେ ନ ପଡ଼ିବ, ଏଥିପାଇଁ ସେହି ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ, କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ, କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ;
The graven images of their gods shall you burn with fire: you shall not desire the silver or gold that is on them, nor take it to you, lest you be snared therein: for it is an abomination to the LORD your God.
26 ପୁଣି ତୁମ୍ଭେ ସେହି ଘୃଣିତ ବସ୍ତୁ ଆପଣା ଗୃହକୁ ଆଣିବ ନାହିଁ, ଆଣିଲେ ତାହା ତୁଲ୍ୟ ବର୍ଜିତ ହେବ; ତୁମ୍ଭେ ତାହା ଅତିଶୟ ଘୃଣା କରିବ ଓ ଅତିଶୟ ତୁଚ୍ଛଜ୍ଞାନ କରିବ; ଯେହେତୁ ତାହା ବର୍ଜନୀୟ ବସ୍ତୁ।
Neither shall you bring an abomination into your house, lest you be a cursed thing like it: but you shall utterly detest it, and you shall utterly abhor it; for it is a cursed thing.