< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 6 >

1 ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେହି ଦେଶରେ ତୁମ୍ଭମାନଙ୍କ ପାଳନାର୍ଥେ ଏହିସବୁ ଆଜ୍ଞା ଓ ବିଧି ଓ ଶାସନ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି।
Wọ̀nyí ni àwọn àṣẹ, ìlànà àti òfin tí Olúwa Ọlọ́run yín pàṣẹ fún mi láti kọ́ ọ yín kí ẹ lè kíyèsi i, ní ilẹ̀ náà tí ẹ ó ni lẹ́yìn tí ẹ bá kọjá a Jordani.
2 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ସକଳ ବିଧି ଓ ଆଜ୍ଞା ମୁଁ ଆଦେଶ କରେ, ତୁମ୍ଭେ ଯାବଜ୍ଜୀବନ ପୁତ୍ରପୌତ୍ରାଦିକ୍ରମେ ତାହା ପାଳନ କରିବା ପାଇଁ ତାଙ୍କୁ ଭୟ କଲେ, ତୁମ୍ଭର ଦୀର୍ଘାୟୁ ହେବ।
Kí ẹ̀yin, àwọn ọmọ yín àti àwọn ọmọ wọn, lẹ́yìn wọn bá à lè bẹ̀rù Olúwa Ọlọ́run yín, ní gbogbo ìgbà tí ẹ bá wà láyé, nípa pípa àwọn ìlànà àti àṣẹ rẹ̀ tí mo fún un yín mọ́, kí ẹ bá à lè pẹ́ lórí ilẹ̀.
3 ଏହେତୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର; ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅତିଶୟ ବର୍ଦ୍ଧିଷ୍ଣୁ ହେବ।
Gbọ́ ìwọ Israẹli, kí o sì ṣọ́ra láti gbọ́rọ̀, kí ó bá à lè dára fún ọ, kí o bá à lè gbilẹ̀ lọ́pọ̀lọ́pọ̀ ní ilẹ̀ tí ń sàn fún wàrà àti fún oyin, gẹ́gẹ́ bí Olúwa Ọlọ́run àwọn baba rẹ ti ṣèlérí fún ọ.
4 ହେ ଇସ୍ରାଏଲ, ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି।
Gbọ́ ìwọ Israẹli, Olúwa Ọlọ́run wa, Olúwa kan ni.
5 ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ।
Fẹ́ràn Olúwa Ọlọ́run rẹ pẹ̀lú gbogbo àyà rẹ àti gbogbo ọkàn rẹ, àti gbogbo agbára rẹ.
6 ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ।
Àwọn àṣẹ tí mo fún un yín lónìí gbọdọ̀ máa wà lóókan àyà yín.
7 ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ ଓ ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ।
Ẹ fi kọ́ àwọn ọmọ yín gidigidi. Bí ẹ bá jókòó nínú ilé, ẹ jíròrò nípa wọn, àti nígbà tí ẹ bá ń rìn ní ojú ọ̀nà, bí ẹ bá dùbúlẹ̀ àti nígbà tí ẹ bá dìde.
8 ଆଉ ତୁମ୍ଭେ ଚିହ୍ନସ୍ୱରୂପ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
Ẹ so wọ́n sí ọwọ́ yín fún àmì, ẹ so ó mọ́ iwájú orí yín.
9 ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।
Kí ìwọ kí ó kọ wọ́n sára òpó ilé rẹ̀, àti sí ara ìlẹ̀kùn ọ̀nà òde rẹ.
10 ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସ୍‌ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭକୁ ଉପସ୍ଥିତ କରାଇଲା ଉତ୍ତାରେ ତୁମ୍ଭେ ଯାହା ନିର୍ମାଣ କରି ନାହଁ, ଏପରି ବୃହତ ଓ ସୁନ୍ଦର ନଗର,
Nígbà tí Olúwa Ọlọ́run yín bá mú yín dé ilẹ̀ náà tí ó ti búra fún àwọn baba yín, fún Abrahamu, Isaaki, àti Jakọbu láti fi fún un yín, ilẹ̀ tí ó kún fún àwọn ìlú ńlá ńlá tí kì í ṣe ẹ̀yin ló kọ́ ọ,
11 ଆଉ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, ଏପରି ସକଳ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ ଓ ଯାହା ତୁମ୍ଭେ ଖୋଳିଲ ନାହିଁ, ଏପରି ଖୋଦିତ କୂପ, ଯାହା ରୋପଣ କଲ ନାହିଁ, ଏପରି ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ପାଇ ଯେତେବେଳେ ତୁମ୍ଭେ ଭୋଗ କରି ତୃପ୍ତ ହେବ,
àwọn ilé tí ó kún fún gbogbo ohun mèremère tí kì í ṣe ẹ̀yin ló rà wọ́n, àwọn kànga tí ẹ kò gbẹ́, àti àwọn ọgbà àjàrà àti èso olifi tí kì í ṣe ẹ̀yin ló gbìn wọ́n. Nígbà tí ẹ bá jẹ tí ẹ sì yó,
12 ସେତେବେଳେ ସାବଧାନ, ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ପାସୋର ନାହିଁ।
ẹ ṣọ́ra kí ẹ má ṣe gbàgbé Olúwa, tí o mú un yín jáde láti Ejibiti wá, kúrò ní oko ẹrú.
13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାହାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।
Bẹ̀rù Olúwa Ọlọ́run rẹ, Òun nìkan ni kí o sì máa sìn, búra ní orúkọ rẹ̀ nìkan.
14 ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚାଦ୍‍ଗାମୀ ହେବ ନାହିଁ;
Ẹ̀yin kò gbọdọ̀ tẹ̀lé ọlọ́run mìíràn: ọlọ́run àwọn tí ó yí i yín ká;
15 ହେଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଭୂମଣ୍ଡଳରୁ ତୁମ୍ଭକୁ ବିନାଶ କରିବେ; କାରଣ ତୁମ୍ଭ ମଧ୍ୟବର୍ତ୍ତୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍‍ଯୋଗୀ ପରମେଶ୍ୱର ଅଟନ୍ତି।
torí pé Olúwa Ọlọ́run yín tí ó wà láàrín yín, Ọlọ́run owú ni, ìbínú rẹ̀ yóò sì run yín kúrò ní ilẹ̀ náà.
16 ତୁମ୍ଭେମାନେ ମଃସାରେ ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କରିଥିଲ, ସେପରି ତାହାଙ୍କୁ ପରୀକ୍ଷା କରିବ ନାହିଁ।
Ẹ̀yin kò gbọdọ̀ dán Olúwa Ọlọ́run yín wò bí ẹ̀yin ti dán wò ní Massa.
17 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା, ତାହାଙ୍କ ପ୍ରମାଣ-ବାକ୍ୟ ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।
Ẹ rí i dájú pé ẹ̀ ń pa àwọn òfin Olúwa Ọlọ́run yín mọ́ àti àwọn àṣẹ àti àwọn ìlànà tí ó ti fún un yín.
18 ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ, ତୁମ୍ଭେ ତାହା କରିବ; ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଦୂର କରିବା ପାଇଁ,
Ẹ ṣe èyí tí ó dára tí ó sì tọ́ lójú Olúwa, kí ó bá à lè dára fún un yín, kí ẹ̀yin bá à lè lọ láti gba ilẹ̀ dáradára náà tí Ọlọ́run ti fi ìbúra ṣèlérí fún àwọn baba ńlá a yín.
19 ଯେଉଁ ଦେଶ ବିଷୟରେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ତୁମ୍ଭେ ସେହି ଉତ୍ତମ ଦେଶରେ ପ୍ରବେଶ କରି ତାହା ଅଧିକାର କରିବ।
Ẹ̀yin yóò sì ti àwọn ọ̀tá yín jáde níwájú u yín bí Olúwa ti ṣèlérí.
20 “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ସକଳ ପ୍ରମାଣ-ବାକ୍ୟ ଓ ବିଧି ଓ ଶାସନ ଦେଇଅଛନ୍ତି, ସେସବୁର ଅଭିପ୍ରାୟ କଅଣ?” ଏହା ଭବିଷ୍ୟତ କାଳରେ ତୁମ୍ଭର ସନ୍ତାନ ତୁମ୍ଭକୁ ପଚାରିଲେ,
Ní ọjọ́ iwájú, bí ọmọ rẹ bá béèrè pé, “Kí ni ìtumọ̀ àwọn àṣẹ, ìlànà àti òfin wọ̀nyí tí Olúwa Ọlọ́run wa ti pàṣẹ fún ọ?”
21 ତୁମ୍ଭେ ଆପଣା ସନ୍ତାନକୁ କହିବ, “ଆମ୍ଭେମାନେ ମିସରରେ ଫାରୋର ବନ୍ଧାଦାସ ଥିଲୁ; ପୁଣି ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ;
Sọ fún un pé: “Ẹrú Farao ní ilẹ̀ Ejibiti ni wá tẹ́lẹ̀, ṣùgbọ́n Olúwa fi ọwọ́ agbára ńlá yọ wá jáde lóko ẹrú Ejibiti.
22 ଆଉ ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିସର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ।
Lójú wa ni Olúwa tí ṣe iṣẹ́ àmì àti iṣẹ́ ìyanu: tí ó lágbára tí ó sì ba ni lẹ́rù: lórí Ejibiti àti Farao, àti gbogbo ènìyàn rẹ̀.
23 ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ, ସେ ଦେଶରେ ସେ ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିସରରୁ ବାହାର କରି ଆଣିଲେ।
Ṣùgbọ́n ó mú wa jáde láti ibẹ̀ wá láti mú wa wọ inú àti láti fún wa ní ilẹ̀ tí ó ti fì búra fún àwọn baba ńlá wa.
24 ପୁଣି ସଦାପ୍ରଭୁ ଆଜି ଦିନ ତୁଲ୍ୟ ଯେପରି ଆମ୍ଭମାନଙ୍କୁ ଜୀବିତ ରଖିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।
Olúwa pàṣẹ fún wa láti ṣe ìgbọ́ràn sí gbogbo ìlànà wọ̀nyí, láti bẹ̀rù Olúwa Ọlọ́run wa, kí ó ba à lè máa dára fún wa nígbà gbogbo, kí a sì lè wà láyé, bí a ṣe wà títí di òní.
25 ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞାନୁସାରେ ଏହି ସମସ୍ତ ଆଜ୍ଞା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ନିମନ୍ତେ ଧାର୍ମିକତା ହେବ।”
Bí a bá ṣọ́ra láti pa gbogbo òfin wọ̀nyí mọ́ níwájú Olúwa Ọlọ́run wa, bí ó ti pàṣẹ fún wa, èyí ni yóò máa jẹ́ òdodo wa.”

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 6 >