< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 34 >
1 ଏଥିଉତ୍ତାରେ ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍, ଯିରୀହୋ ସମ୍ମୁଖସ୍ଥିତ ପିସ୍ଗା ଶୃଙ୍ଗ ଆରୋହଣ କଲେ। ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍ ପର୍ଯ୍ୟନ୍ତ ସବୁ ଦେଶ;
Na Mose fi Moab asase tataw so foro kɔɔ Nebo Bepɔw so, san foroo Pisga a etwa Yeriko. Ɛhɔ na Awurade kyerɛɛ no asase no nyinaa, efi Gilead kosi Dan;
2 ପୁଣି, ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ;
Naftali nsase nyinaa; Efraim ne Manase nsase; Yuda nsase nyinaa kosi Ntam Po no ho;
3 ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର-ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ।
Negeb; ne nsase a efi Yeriko Bon, ne Mmɛ Kuropɔn no de kosi Soar tɔnn.
4 ପୁଣି, ସଦାପ୍ରଭୁ ତାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଯେଉଁ ଦେଶ ବିଷୟରେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହି; ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ।”
Na Awurade ka kyerɛɛ Mose se, “Eyi ne asase a mekaa ntam hyɛɛ ho bɔ kyerɛɛ Abraham, Isak ne Yakob se mede bɛma wɔn asefo no. Afei, mama wo de wʼani ahu, nanso worentwa nkɔ so.”
5 ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।
Na Mose, Awurade somfo no wuu wɔ Moab asase so sɛnea Awurade kae no.
6 ପୁଣି, ସେ ମୋୟାବ ଦେଶରେ ବେଥ୍-ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବର ସ୍ଥାନ କେହି ଜାଣେ ନାହିଁ।
Wosiee no wɔ obon bi a ɛne Bet-Peor di nhwɛanim, nanso ebesi nnɛ, obiara nnim faako a ne da wɔ.
7 ମରଣକାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା; ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ୱାଭାବିକ ବଳ ହ୍ରାସ ପାଇ ନ ଥିଲା।
Mose dii mfirihyia ɔha ne aduonu na owui, nanso na nʼani hu ade yiye na ne ho nso yɛ den.
8 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋୟାବ-ପଦାରେ ତିରିଶ ଦିନ ରୋଦନ କଲେ; ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା।
Israelfo suu no nnafua aduasa wɔ Moab tataw so ara kosii sɛ nʼayiyɛ kɔɔ awiei.
9 ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ।
Afei, Nun babarima Yosua nyaa nyansa honhom, efisɛ Mose de ne nsa guu ne so. Enti Israelfo yɛɛ osetie maa no na wɔyɛɛ biribiara sɛnea Awurade hyɛɛ Mose no ara pɛ.
10 ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ
Mose akyi no, odiyifo biara mmaa Israel a Awurade nim no anim ne anim
11 ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେହି ସବୁ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବିଷୟରେ,
a Awurade somaa no ma ɔkɔyɛɛ anwonwade ne nsɛnkyerɛnne a ɛyɛ hu wɔ Misraim asase so de tiaa Farao ne ne mpanyimfo nyinaa wɔ asase no so nyinaa.
12 ପୁଣି, ମୋଶା ସମସ୍ତ ବାହୁ ବଳ ଏବଂ ଯେଉଁସବୁ ଭୟାନକ କର୍ମ ସମଗ୍ର ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେହି ସବୁ ତୁଳନାରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍ବକ୍ତା ସେହି ଦିନଠାରୁ ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି।
Na obiara nnaa tumi kɛse anaa ahodwiriw nneyɛe adi te sɛnea Mose yɛɛ wɔ Israel nyinaa ani so no.