< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 33 >

1 ପରମେଶ୍ୱରଙ୍କ ଲୋକ ମୋଶା ଆପଣା ମୃତ୍ୟୁୁ ପୁର୍ବରୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଆଶୀର୍ବାଦ କଲେ, ସେହି ଆଶୀର୍ବାଦ ଏହି।
Ez pedig az áldás, a melylyel megáldá Mózes, az Istennek embere, Izráel fiait az ő halála előtt.
2 ସେ କହିଲେ, “ସଦାପ୍ରଭୁ ସୀନୟରୁ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ; ସେ ପାରଣ ପର୍ବତରୁ ସୁପ୍ରକାଶିତ ହେଲେ ଓ ସେ ଅୟୁତ ଅୟୁତ ପବିତ୍ର ପ୍ରାଣୀମାନଙ୍କ ନିକଟରୁ ଆସିଲେ; ତାହାଙ୍କ ଦକ୍ଷିଣ ହସ୍ତରେ ସେମାନଙ୍କ ପାଇଁ ଅଗ୍ନିମୟ ବ୍ୟବସ୍ଥା ଥିଲା।”
Monda ugyanis: Az Úr a Sinai hegyről jött, és Szeirből támadt fel nékik; Párán hegyéről ragyogott elő, tízezer szent közül jelent meg, jobbja felől tüzes törvény vala számukra.
3 ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି; ତାହାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ; ପ୍ରତ୍ୟେକ ଜଣ ତୁମ୍ଭ ବାକ୍ୟରୁ ଗ୍ରହଣ କରିବେ।
Bizony szereti ő a népeket! Mind kezednél vannak az ő szentjei, oda szegődnek, a te lábaidhoz, és hallgatják a te beszédeidet.
4 ମୋଶା ଆମ୍ଭମାନଙ୍କୁ ବ୍ୟବସ୍ଥା ଆଦେଶ କଲେ, ତାହା ଯାକୁବ-ସମାଜର ଅଧିକାର।
Törvényt parancsolt nékünk Mózes, örökségül Jákób községének.
5 ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ ସେ ଯିଶୁରୁଣରେ ରାଜା ଥିଲେ।
És király lőn Jesurunban, mikor összegyűltek a népnek fejei, és együtt voltak Izráel törzsei.
6 ରୁବେନ୍‍ ବଞ୍ଚି ଥାଉ ଓ ନ ମରୁ; ତଥାପି ତାହାର ଲୋକ ସଂଖ୍ୟକ ହେଉନ୍ତୁ।
Éljen Rúben és meg ne haljon; és száma legyen embereinek.
7 ଯିହୁଦା ପ୍ରତି ଆଶୀର୍ବାଦ ଏହି ସେ କହିଲେ, “ହେ ସଦାପ୍ରଭୋ, ଯିହୁଦାର ରବ ଶୁଣ ଓ ତାହାର ନିଜ ଲୋକଙ୍କ ନିକଟକୁ ତାହାକୁ ଆଣ; ସେ ନିଜ ହସ୍ତରେ ଆପଣା ପାଇଁ ଯୁଦ୍ଧ କଲା; ତାହାର ବିପକ୍ଷଗଣ ବିରୁଦ୍ଧରେ ତୁମ୍ଭେ ତାହାର ଉପକାରୀ ହେବ।”
Ez pedig a Júda áldása; és monda: Hallgasd meg Uram a Júda szavát, és vidd be őt az ő népéhez. Az ő keze elégséges legyen néki, de légy segítsége az ő szorongatói ellen.
8 ପୁଣି, ସେ ଲେବୀ ବିଷୟରେ କହିଲେ, “ତୁମ୍ଭର ତୁମ୍ମୀମ୍‍ ଓ ଉରୀମ୍‍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି, ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ, ମିରୀବାଃ ଜଳ ନିକଟରେ ତୁମ୍ଭେ ତାହା ସଙ୍ଗେ ବିରୋଧ କଲ।”
Léviről pedig monda: A te Thummimod és Urimod a te kegyes férfiadé, a kit megkísértél Masszában, a kivel perbe szálltál Mériba vizeinél.
9 ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲା, “ଆମ୍ଭେ ସେମାନଙ୍କୁ ଦେଖି ନାହୁଁ; ଅବା ସେ ଆପଣା ଭାଇମାନଙ୍କୁ ସ୍ୱୀକାର କଲା ନାହିଁ, କିଅବା ସେ ତାହାର ନିଜ ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। ସେମାନେ ତୁମ୍ଭର ବାକ୍ୟ ମାନିଅଛନ୍ତି ଓ ତୁମ୍ଭର ନିୟମ ରକ୍ଷା କରନ୍ତି।”
A ki azt mondta az ő atyjáról és anyjáról: Nem láttam őt; és az ő atyjafiait nem ismerte, fiaival sem gondolt; mert megtartották a te beszédedet, és ragaszkodtak szövetségedhez.
10 ସେମାନେ ଯାକୁବକୁ ତୁମ୍ଭର ଶାସନ ଓ ଇସ୍ରାଏଲକୁ ତୁମ୍ଭର ବ୍ୟବସ୍ଥା ଶିକ୍ଷା ଦେବେ। ସେମାନେ ତୁମ୍ଭ ସମ୍ମୁଖରେ ଧୂପ ଓ ତୁମ୍ଭ ବେଦି ଉପରେ ହୋମବଳି ରଖିବେ।
Tanítják a te végzéseidre Jákóbot, és a te törvényedre Izráelt; füstölőt tesznek a te orczád elé, és égőáldozatot a te oltárodra.
11 ହେ ସଦାପ୍ରଭୋ, ତାହାର ସମ୍ପତ୍ତିକୁ ଆଶୀର୍ବାଦ କର ଓ ତାହା ହସ୍ତର କର୍ମ ଗ୍ରହଣ କର; ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି ଓ ଯେଉଁମାନେ ତାହାକୁ ଘୃଣା କରନ୍ତି, ସେମାନଙ୍କ କଟିଦେଶ ଭାଙ୍ଗି ପକାଅ, ଯେପରି ସେମାନେ ପୁନର୍ବାର ଉଠି ନ ପାରିବେ।
Áldd meg Uram az ő erejét, és az ő kezének munkája legyen kedves előtted! Törd meg derekukat a reá támadóknak és az ő gyűlölőinek, hogy fel ne kelhessenek!
12 ସେ ବିନ୍ୟାମୀନ୍ ବିଷୟରେ କହିଲେ, “ସଦାପ୍ରଭୁଙ୍କ ପ୍ରିୟ ଲୋକ ତାହାଙ୍କ ନିକଟରେ ନିର୍ଭୟରେ ବାସ କରିବ; ସେ ସାରାଦିନ ତାହାକୁ ଆବୋରି ରଖନ୍ତି ଓ ସେ ତାହାର ସ୍କନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”
Benjáminról monda: Az Úrnak kedveltje! Bátorságban lakozik mellette, fedezi őt minden időben, és az ő vállai között lakik.
13 ଆଉ ସେ ଯୋଷେଫ ବିଷୟରେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ତାହାର ଦେଶ ଆଶୀର୍ବାଦ ପ୍ରାପ୍ତ ହେଉ; ଆକାଶର ଉତ୍ତମ ଦ୍ରବ୍ୟରେ, ଶିଶିରରେ ଓ ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରେ,
Józsefről pedig monda: Áldott az Úrtól az ő földe az égnek kincseivel, a harmattal és az alant elterülő mélységes vizekkel;
14 ପୁଣି, ସୂର୍ଯ୍ୟର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ ଓ ଚନ୍ଦ୍ରର ଫଳ ସ୍ୱରୂପ ଉତ୍ତମ ଦ୍ରବ୍ୟରେ,
A nap érlelte drága terméssel, és a hold sarjasztotta drágaságokkal;
15 ପୁରାତନ ପର୍ବତମାନର ଉତ୍ତମ ଦ୍ରବ୍ୟରେ ଓ ନିତ୍ୟସ୍ଥାୟୀ ଗିରିଗଣର ଉତ୍ତମ ଦ୍ରବ୍ୟରେ,
És az ős hegyek javaival, és az örök halmok drágaságaival;
16 ଆଉ ପୃଥିବୀର ଓ ତତ୍‍ପୂରକ ବସ୍ତୁର ଉତ୍ତମ ଦ୍ରବ୍ୟରେ ଓ ଯେ ବୁଦାରେ ବାସ କଲେ, ତାହାଙ୍କ ଅନୁଗ୍ରହରେ (ତାହାର ଦେଶ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉ) ଯୋଷେଫର ମସ୍ତକରେ ଆଶୀର୍ବାଦ ବର୍ତ୍ତୁ, ଯେ ଆପଣା ଭ୍ରାତୃଗଣ ନିକଟରୁ ପୃଥକ ହୋଇଥିଲା, ତାହାର ମସ୍ତକାଗ୍ରରେ ଆଶୀର୍ବାଦ ବର୍ତ୍ତୁ।
A földnek drágaságaival és bőségével. A csipkebokorban lakozónak jó kedve szálljon Józsefnek fejére, az ő atyjafiai közül kiválasztottnak koponyájára!
17 ତାହାର ବୃଷଭର ପ୍ରଥମଜାତ ତାହାର ମହିମା ସ୍ୱରୂପ, ପୁଣି ତାହାର ଶୃଙ୍ଗ ଅରଣା ଷଣ୍ଢର ଶୃଙ୍ଗ ତୁଲ୍ୟ ତଦ୍ଦ୍ୱାରା ସେ ସବୁ ଗୋଷ୍ଠୀକୁ, ପୃଥିବୀର ସୀମାସ୍ଥିତ ସମସ୍ତଙ୍କୁ ଭୁସି ପକାଇବ। ସେ ଶୃଙ୍ଗ ଇଫ୍ରୟିମର ଅୟୁତ ଲୋକ ଓ ସେ ଶୃଙ୍ଗ ମନଃଶିର ସହସ୍ର ସହସ୍ର ଲୋକ।”
Tehenének első fajzása dicsőségére van; szarvai bivalyszarvak; népeket öklel azokkal mindenfelé a földnek széléig. És ezek Efraim tízezrei és Manassé ezrei.
18 ସବୂଲୂନ ବିଷୟରେ ସେ କହିଲେ, “ହେ ସବୂଲୂନ, ତୁମ୍ଭେ ଆପଣା ଯାତ୍ରାରେ ଓ ହେ ଇଷାଖର, ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦ କର;
És Zebulonról monda: Örvendj Zebulon a te kimentedben, és te Izsakhár a te sátraidban.
19 ସେମାନେ ଲୋକମାନଙ୍କୁ ପର୍ବତକୁ ନିମନ୍ତ୍ରଣ କରିବେ; ସେଠାରେ ସେମାନେ ଧର୍ମବଳି ଉତ୍ସର୍ଗ କରିବେ; କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ ଓ ବାଲୁକାର ଗୁପ୍ତ ଧନ ଭୋଗ କରିବେ।”
Népeket hívogatnak a hegyre, igaz áldozattal áldoznak ott; mert a tengerek bőségét szopják, és a fövénynek rejtett kincseit.
20 ପୁଣି, ଗାଦ୍‍ ବିଷୟରେ ସେ କହିଲେ, “ଯେ ଗାଦ୍‍କୁ ବିସ୍ତାର କରନ୍ତି, ସେ ଧନ୍ୟ; ସେ ସିଂହ ପରି ବାସ କରେ, ପୁଣି, ସେ ବାହୁ, ମସ୍ତକର ତାଳୁ ସୁଦ୍ଧା ବିଦୀର୍ଣ୍ଣ କରେ।
És Gádról monda: Áldott az, a ki kiterjeszti Gádot! Mint nőstény oroszlán, úgy lakik, és szétszaggat kart és koponyát.
21 ସେ ଆପଣା ପାଇଁ ପ୍ରଥମ ଅଂଶ ନିରୀକ୍ଷଣ କଲା; କାରଣ ସେଠାରେ ବ୍ୟବସ୍ଥାପକର (ଦତ୍ତ) ଅଂଶ ରକ୍ଷିତ ଥିଲା; ମାତ୍ର ସେ ଲୋକମାନଙ୍କ ପ୍ରଧାନବର୍ଗ ସହିତ ଆସିଲା; ସେ ସଦାପ୍ରଭୁଙ୍କ ନ୍ୟାୟକର୍ମ ଓ ଇସ୍ରାଏଲ ସହିତ ତାହାଙ୍କର ଶାସନ ସିଦ୍ଧ କଲା।”
Az elejét nézte ki magának, mert ott volt elrejtve a törvényadó osztályrésze. De elméne a népnek fejedelmeivel, az Úrnak igazságát cselekedte, és az ő végzését Izráellel együtt.
22 ପୁଣି, ସେ ଦାନ୍ ବିଷୟରେ କହିଲେ, “ଦାନ୍ ସିଂହଛୁଆ ସେ ବାଶନରୁ କୁଦା ମାରେ।”
És Dánról monda: Dán oroszlánnak kölyke, a mely Básánból szökik ki.
23 ପୁଣି, ସେ ନପ୍ତାଲି ବିଷୟରେ କହିଲେ, “ହେ ନପ୍ତାଲି, ତୁମ୍ଭେ ଅନୁଗ୍ରହରେ ତୃପ୍ତ ଓ ସଦାପ୍ରଭୁଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ; ତୁମ୍ଭେ ପଶ୍ଚିମ ଓ ଦକ୍ଷିଣ ଦିଗ ଅଧିକାର କର।”
És Nafthaliról monda: Ó Nafthali, a ki az Úrnak jó kedvével bővölködöl és áldásával vagy teljes! Vedd birtokba a tengert és a délt.
24 ପୁଣି, ସେ ଆଶେର ବିଷୟରେ କହିଲେ, “ଆଶେର ସନ୍ତାନସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ; ସେ ଆପଣା ଭ୍ରାତୃଗଣ ନିକଟରେ ଗ୍ରାହ୍ୟ ହେଉ ଓ ସେ ଆପଣା ଚରଣ ତୈଳରେ ବୁଡ଼ାଉ।
És Áserről monda: Áldott a többi fiak felett Áser! Legyen az ő atyjafiai előtt kedves, és áztassa lábát olajban.
25 ତୁମ୍ଭର ଅର୍ଗଳ ଲୌହ ଓ ପିତ୍ତଳମୟ ହେବ; ପୁଣି, ଯେପରି ତୁମ୍ଭର ଦିନ, ସେପରି ତୁମ୍ଭର ବଳ ହେବ।”
Vas és réz legyenek a te záraid; és élteden át tartson erőd.
26 ହେ ଯିଶୁରୁଣ, ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ସେ ତୁମ୍ଭ ଉପକାରାର୍ଥେ ଆକାଶମଣ୍ଡଳରେ ଓ ନିଜ ଗୌରବରେ ଗଗନମଣ୍ଡଳରେ ଆରୋହଣ କରି ଗମନ କରନ୍ତି।
Nincs olyan, mint a Jesurun Istene! Az egeken száguld segítségedre, és fenségében a felhőkön.
27 ଅନାଦି ପରମେଶ୍ୱର ତୁମ୍ଭର ବାସସ୍ଥାନ ଓ ତଳେ ତାହାଙ୍କର ଅନନ୍ତକାଳସ୍ଥାୟୀ ବାହୁ ଅଛି; ପୁଣି ସେ ତୁମ୍ଭ ସମ୍ମୁଖରୁ ଶତ୍ରୁମାନଙ୍କୁ ତଡ଼ିଦେଲେ, ଆଉ “ବିନାଶ କର” ବୋଲି କହିଲେ।
Hajlék az örökkévaló Isten, alant vannak örökkévaló karjai; elűzi előled az ellenséget, és ezt mondja: Pusztítsd!
28 ତହିଁରେ ଇସ୍ରାଏଲ ନିର୍ଭୟରେ ବାସ କଲା, ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶରେ ବାସ କଲା ହଁ, ତାହାର ଆକାଶରୁ ମଧ୍ୟ ଶିଶିର କ୍ଷରେ।
És bátorságban lakozik Izráel, egymaga lesz Jákób forrása a gabona és a bor földén, és az ő egei harmatot csepegnek.
29 ହେ ଇସ୍ରାଏଲ, ତୁମ୍ଭେ ଧନ୍ୟ ଅଟ; ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ସଦାପ୍ରଭୁଙ୍କ ଦ୍ୱାରା ଉଦ୍ଧାର ପ୍ରାପ୍ତ ଲୋକ, ସେ ତୁମ୍ଭର ଉପକାର ରୂପ ଢାଲ ଓ ସେ ତୁମ୍ଭର ମାହାତ୍ମ୍ୟ ରୂପ ଖଡ୍ଗ! ଏଣୁ ତୁମ୍ଭର ଶତ୍ରୁମାନେ ଆପେ ତୁମ୍ଭର ବଶୀଭୂତ ହେବେ; ପୁଣି ତୁମ୍ଭେ ସେମାନଙ୍କ ଉଚ୍ଚସ୍ଥଳୀମାନ ଦଳନ କରିବ।
Boldog vagy Izráel! Kicsoda olyan mint te? Nép, a kit az Úr véd, a te segítségednek pajzsa, és a ki a te dicsőségednek fegyvere! Hízelegnek majd néked a te ellenségeid, és te azoknak magaslatait taposod.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 33 >