< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 27 >

1 ଏଥିଉତ୍ତାରେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ପାଳନ କର।
Mose àti àwọn àgbàgbà Israẹli pàṣẹ fún àwọn ènìyàn pé, “Pa gbogbo àṣẹ tí mo fún ọ lónìí mọ́.
2 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ଯେଉଁ ଦିନ ଯର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହି ଦିନ ଆପଣା ନିମନ୍ତେ କେତେକ ବୃହତ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
Nígbà tí o bá ti kọjá a Jordani sí inú ilẹ̀ tí Olúwa Ọlọ́run rẹ ń fún ọ, gbé kalẹ̀ lára àwọn òkúta ńlá àti aṣọ ìlekè rẹ pẹ̀lú ẹfun.
3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।
Kí ìwọ kí ó kọ gbogbo ọ̀rọ̀ òfin yìí sára wọn nígbà tí ìwọ bá ti ń rékọjá láti wọ ilẹ̀ tí Olúwa Ọlọ́run rẹ ń fún ọ, ilẹ̀ tí ó ń sàn fún wàrà àti oyin, gẹ́gẹ́ bí Olúwa Ọlọ́run àwọn baba yín ti ṣèlérí fún ọ.
4 ପୁଣି ଆଜି ମୁଁ ଯେଉଁ ପ୍ରସ୍ତରଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଏବଲ ପର୍ବତରେ ସେହି ପ୍ରସ୍ତରସବୁ ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
Àti nígbà tí o bá ti kọjá a Jordani, kí o gbé òkúta yìí kalẹ̀ sórí i Ebali, bí mo ti pa à láṣẹ fún ọ lónìí, kí o sì wọ̀ wọ́n pẹ̀lú ẹfun.
5 ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି, ଅର୍ଥାତ୍‍, ପ୍ରସ୍ତରର ଏକ ଯଜ୍ଞବେଦି ନିର୍ମାଣ କରିବ; ସେହି ସବୁ ପ୍ରସ୍ତର ଉପରେ ଲୌହ ଅସ୍ତ୍ର ଉଞ୍ଚାଇବ ନାହିଁ।
Kọ́ pẹpẹ síbẹ̀ fún Olúwa Ọlọ́run rẹ, pẹpẹ òkúta. Má ṣe lo ohun èlò irin lórí wọn.
6 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଯଜ୍ଞବେଦି ଅଚଞ୍ଛା ପ୍ରସ୍ତରରେ ନିର୍ମାଣ କରିବ ଓ ତୁମ୍ଭେ ତହିଁ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବ;
Kí ìwọ kí ó mọ pẹpẹ pẹ̀lú òkúta àìgbẹ́ fún Olúwa Ọlọ́run rẹ, kí ìwọ kí ó sì máa rú ẹbọ sísun ni orí rẹ̀ fún Olúwa Ọlọ́run rẹ.
7 ଆଉ ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
Rú ẹbọ àlàáfíà níbẹ̀ kí o jẹ wọ́n, kí o sì yọ̀ níwájú Olúwa Ọlọ́run rẹ.
8 ପୁଣି ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଉତ୍ତମ ରୂପେ ଖୋଳି ଲେଖିବ।”
Kí o sì kọ gbogbo àwọn ọ̀rọ̀ òfin yìí ketekete sórí òkúta tí ó ti gbé kalẹ̀.”
9 ଏଉତ୍ତାରେ ମୋଶା ଓ ଲେବୀୟ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ, ନୀରବ ହୋଇ ଅବଧାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଲୋକ ହେଲ।
Nígbà náà ni Mose àti àwọn àlùfáà tí wọ́n jẹ́ ọmọ Lefi, sọ fún Israẹli pé, “Ẹ dákẹ́ ẹ̀yin Israẹli, kí ẹ sì fetísílẹ̀! O ti wá di ènìyàn Olúwa Ọlọ́run rẹ báyìí.
10 ଏହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କରିବ ଓ ଆଜି ମୁଁ ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ପାଳନ କରିବ।”
Gbọ́rọ̀ sí Olúwa Ọlọ́run rẹ kí o sì tẹ̀lé àṣẹ àti òfin rẹ̀ tí mo ń fi fún ọ lónìí.”
11 ସେହି ଦିନ ମୋଶା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ,
Ní ọjọ́ kan náà Mose pàṣẹ fún àwọn ènìyàn pé.
12 ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର, ଯୋଷେଫ ଓ ବିନ୍ୟାମୀନ୍, ଏସବୁ (ବଂଶ) ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଗରିଷୀମ ପର୍ବତରେ ଠିଆ ହେବେ।
Nígbà tí ìwọ bá ti kọjá a Jordani, àwọn ẹ̀yà yìí yóò dúró lórí òkè Gerisimu láti súre fún àwọn ènìyàn: Simeoni, Lefi, Juda, Isakari, Josẹfu àti Benjamini.
13 ପୁଣି ରୁବେନ୍‍ ଓ ଗାଦ୍‍ ଓ ଆଶେର ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।
Àwọn ẹ̀yà yìí yóò dúró lórí òkè Ebali láti gé ègún: Reubeni, Gadi, àti Aṣeri, àti Sebuluni, Dani, àti Naftali.
14 ଆଉ ଲେବୀୟମାନେ ଉଚ୍ଚସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ:
Àwọn ẹ̀yà Lefi yóò ké sí gbogbo ènìyàn Israẹli ní ohùn òkè:
15 “ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, “ଆମେନ୍‍” (ଏହିପରି ହେଉ)।
“Ègún ni fún ọkùnrin náà tí ó fín ère tàbí gbẹ́ òrìṣà ohun tí ó jẹ́ ìríra níwájú Olúwa, iṣẹ́ ọwọ́ oníṣọ̀nà tí ó gbé kalẹ̀ ní ìkọ̀kọ̀.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
16 “ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó dójútì baba tàbí ìyá rẹ̀.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
17 “ଯେକେହି ଆପଣା ପ୍ରତିବାସୀର ଭୂମିଚିହ୍ନ ଘୁଞ୍ଚାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó yí òkúta ààlà aládùúgbò o rẹ̀.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
18 “ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó ṣi afọ́jú lọ́nà ní ojú ọ̀nà.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
19 “ଯେକେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ଅନ୍ୟାୟ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó yí ìdájọ́ po fún àlejò, aláìní baba tàbí opó.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
20 “ଯେକେହି ଆପଣା ପିତୃର ଭାର୍ଯ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ଯେହେତୁ ସେ ଆପଣା ପିତାର ଅଧିକାରକୁ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó dùbúlẹ̀ pẹ̀lú ìyàwó baba rẹ̀, nítorí ó ti dójúti ibùsùn baba rẹ̀.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
21 “ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó ní ìbálòpọ̀ pẹ̀lú ẹranko.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
22 “ଯେକେହି ଆପଣା ଭଗିନୀ, ଅର୍ଥାତ୍‍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó dùbúlẹ̀ pẹ̀lú arábìnrin rẹ̀, ọmọbìnrin baba rẹ̀ tàbí ọmọbìnrin ìyá rẹ̀.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
23 “ଯେକେହି ଆପଣା ଶାଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó dùbúlẹ̀ pẹ̀lú ìyá ìyàwó o rẹ̀.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
24 “ଯେକେହି ଆପଣା ପ୍ରତିବାସୀକୁ ଗୋପନରେ ବଧ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó pa aládùúgbò rẹ̀ ní ìkọ̀kọ̀.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
25 “ଯେକେହି ନିର୍ଦ୍ଦୋଷ ପ୍ରାଣୀକୁ ବଧ କରିବାକୁ ଲାଞ୍ଚ ନିଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí ó gba àbẹ̀tẹ́lẹ̀ láti pa ènìyàn láìjẹ̀bi.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”
26 “ଯେକେହି ଏହି ବ୍ୟବସ୍ଥାର କଥାସବୁ ପାଳିବାକୁ ତହିଁରେ ଆସ୍ଥା ନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍‍।
“Ègún ni fún ọkùnrin náà tí kò gbé ọ̀rọ̀ òfin yìí ró nípa ṣíṣe wọ́n.” Nígbà náà ni gbogbo ènìyàn wọ̀nyí yóò wí pé, “Àmín!”

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 27 >