< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 27 >
1 ଏଥିଉତ୍ତାରେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ପାଳନ କର।
Mose ndi akuluakulu a Israeli analamula anthu kuti, “Sungani malamulo onse amene ndikukupatsani lero lino.
2 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ଯେଉଁ ଦିନ ଯର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହି ଦିନ ଆପଣା ନିମନ୍ତେ କେତେକ ବୃହତ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
Mukawoloka mtsinje wa Yorodani kulowa mʼdziko limene Yehova Mulungu wanu akukupatsani, muyimiritse miyala ingapo ikuluikulu ndi kuyikulungiza.
3 ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।
Mulembepo mawu onse a malamulo amenewa pamene muwoloka kulowa mʼdziko limene Yehova Mulungu wanu akukupatsani, dziko loyenda mkaka ndi uchi, monga momwe Yehova Mulungu wa makolo anu anakulonjezerani.
4 ପୁଣି ଆଜି ମୁଁ ଯେଉଁ ପ୍ରସ୍ତରଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଏବଲ ପର୍ବତରେ ସେହି ପ୍ରସ୍ତରସବୁ ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
Ndipo mukawoloka Yorodani muyimike miyala iyi pa Phiri la Ebala monga momwe ndikukulamulirani lero lino ndipo muyikulungize.
5 ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି, ଅର୍ଥାତ୍, ପ୍ରସ୍ତରର ଏକ ଯଜ୍ଞବେଦି ନିର୍ମାଣ କରିବ; ସେହି ସବୁ ପ୍ରସ୍ତର ଉପରେ ଲୌହ ଅସ୍ତ୍ର ଉଞ୍ଚାଇବ ନାହିଁ।
Pamenepo mumange guwa lansembe la miyala la Yehova Mulungu wanu. Musagwiritse ntchito chida chilichonse chachitsulo pa miyalapo.
6 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଯଜ୍ଞବେଦି ଅଚଞ୍ଛା ପ୍ରସ୍ତରରେ ନିର୍ମାଣ କରିବ ଓ ତୁମ୍ଭେ ତହିଁ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବ;
Mumange guwa lansembe la Yehova Mulungu wanu ndi miyala yakutchire ndi kuperekerapo nsembe yopsereza kwa Yehova Mulungu wanu.
7 ଆଉ ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
Muperekerepo nsembe zopereka za chiyanjano, muzidye ndi kukondwera pamaso pa Yehova Mulungu wanu.
8 ପୁଣି ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଉତ୍ତମ ରୂପେ ଖୋଳି ଲେଖିବ।”
Ndipo pa miyalapo mudzalembepo mawu onse a malamulo ndi malemba akuluakulu.”
9 ଏଉତ୍ତାରେ ମୋଶା ଓ ଲେବୀୟ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ, ନୀରବ ହୋଇ ଅବଧାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଲୋକ ହେଲ।
Kenaka Mose ndi ansembe, amene ndi Alevi anati kwa Aisraeli onse, “Khalani chete Aisraeli inu ndipo mumvetsere! Tsopano inu ndinu anthu a Yehova Mulungu wanu.
10 ଏହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କରିବ ଓ ଆଜି ମୁଁ ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ପାଳନ କରିବ।”
Muzimvera Yehova Mulungu wanu ndi kutsata malamulo ake ndi malangizo ake omwe ndikukupatsani lero lino.”
11 ସେହି ଦିନ ମୋଶା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ,
Tsiku lomwelo Mose analamula anthu kuti:
12 ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ଉତ୍ତାରେ ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର, ଯୋଷେଫ ଓ ବିନ୍ୟାମୀନ୍, ଏସବୁ (ବଂଶ) ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଗରିଷୀମ ପର୍ବତରେ ଠିଆ ହେବେ।
Mukawoloka Yorodani, mafuko awa akayimirire pa Phiri la Gerizimu ndi kudalitsa anthu: Simeoni, Levi, Yuda, Isakara, Yosefe ndi Benjamini.
13 ପୁଣି ରୁବେନ୍ ଓ ଗାଦ୍ ଓ ଆଶେର ଓ ସବୂଲୂନ ଓ ଦାନ୍ ଓ ନପ୍ତାଲି, ଏସବୁ (ବଂଶ) ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।
Ndipo mafuko awa akayimirire pa Phiri la Ebala ndi kutchula matemberero: Rubeni, Gadi, Aseri, Zebuloni, Dani ndi Nafutali.
14 ଆଉ ଲେବୀୟମାନେ ଉଚ୍ଚସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ:
Alevi adzayankhula mokweza kwa Aisraeli onse kuti:
15 “ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, “ଆମେନ୍” (ଏହିପରି ହେଉ)।
“Ndi wotembereredwa munthu amene asema chifanizo kapena kupanga fano, ndi kuchiyika mobisa, pakuti chimenechi ndi chinthu chodetsedwa pamaso pa Yehova, ntchito za manja a anthu.”
16 “ଯେକେହି ଆପଣା ପିତାଙ୍କୁ କି ଆପଣା ମାତାଙ୍କୁ ଅବଜ୍ଞା କରଇ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene sachitira ulemu abambo ake kapena amayi ake.”
17 “ଯେକେହି ଆପଣା ପ୍ରତିବାସୀର ଭୂମିଚିହ୍ନ ଘୁଞ୍ଚାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene amasuntha mwala wa malire wa mnzake.”
18 “ଯେକେହି ଅନ୍ଧକୁ ବାଟରୁ ବୁଲାଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene amasocheretsa munthu wosaona pa msewu.”
19 “ଯେକେହି ବିଦେଶୀ, ପିତୃହୀନ ଓ ବିଧବାର ବିଚାର ଅନ୍ୟାୟ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene sachitira chilungamo mlendo, ana amasiye kapena mkazi wamasiye.”
20 “ଯେକେହି ଆପଣା ପିତୃର ଭାର୍ଯ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ଯେହେତୁ ସେ ଆପଣା ପିତାର ଅଧିକାରକୁ ଅନାବୃତ କଲା। ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene agonana ndi mkazi wa abambo ake pakuti iye sachitira ulemu pogona pa abambo ake.”
21 “ଯେକେହି କୌଣସି ପ୍ରକାର ପଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene achita chigololo ndi nyama ya mtundu uli wonse.”
22 “ଯେକେହି ଆପଣା ଭଗିନୀ, ଅର୍ଥାତ୍, ଆପଣା ପିତୃଙ୍କ କନ୍ୟା କି ଆପଣା ମାତୃଙ୍କ କନ୍ୟା ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene agonana ndi mlongo wake, mwana wamkazi wa abambo ake kapena mwana wamkazi wa amayi ake.”
23 “ଯେକେହି ଆପଣା ଶାଶୁ ସଙ୍ଗେ ଶୟନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene agonana ndi apongozi ake.”
24 “ଯେକେହି ଆପଣା ପ୍ରତିବାସୀକୁ ଗୋପନରେ ବଧ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene apha mnzake mwachinsinsi.”
25 “ଯେକେହି ନିର୍ଦ୍ଦୋଷ ପ୍ରାଣୀକୁ ବଧ କରିବାକୁ ଲାଞ୍ଚ ନିଏ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa munthu amene alandira chiphuphu kuti aphe munthu wosalakwa.”
26 “ଯେକେହି ଏହି ବ୍ୟବସ୍ଥାର କଥାସବୁ ପାଳିବାକୁ ତହିଁରେ ଆସ୍ଥା ନ କରେ, ସେ ଶାପଗ୍ରସ୍ତ ହେଉ।” ତହିଁରେ ସମସ୍ତ ଲୋକ କହିବେ, ଆମେନ୍।
“Ndi wotembereredwa aliyense amene sachita kapena sasunga mawu a malamulo awa.”