< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 24 >

1 କୌଣସି ପୁରୁଷ କୌଣସି ସ୍ତ୍ରୀକୁ ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଅବିଶ୍ୱସ୍ତ ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ।
Bí ọkùnrin kan bá fẹ́ obìnrin kan, tí ó sì gbe ní ìyàwó, yóò sì ṣe, bí obìnrin náà kò bá rí ojúrere ní ojú ọkùnrin náà, nítorí ó rí ohun àìtọ́ kan lára rẹ̀, ǹjẹ́ kí ó kọ ìwé ìkọ̀sílẹ̀ fún obìnrin náà, kí ó sì fi lé e lọ́wọ́, kí ó sì ran jáde kúrò nínú ilé rẹ̀,
2 ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରିଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ।
tí ó bá di ìyàwó ọkùnrin mìíràn lẹ́yìn ìgbà tí ó kúrò nílé rẹ,
3 ମାତ୍ର ସେହି ଶେଷ ସ୍ୱାମୀ ଯଦି ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରିଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ୱାମୀ ଯେବେ ମରେ;
àti tí ọkọ rẹ̀ kejì kò bá fẹ́ràn rẹ̀ tí ó sì kọ ìwé-ẹ̀rí ìkọ̀sílẹ̀ sí i, kí ó fi fún un kí ó sì lé e kúrò nílé e rẹ̀, tàbí tí ọkọ rẹ̀ kejì bá kú,
4 ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।
nígbà náà ni ọkọ, tí ó ti kọ̀ ọ́ sílẹ̀, kò gbọdọ̀ fẹ́ ẹ mọ́ lẹ́yìn tí ó ti di àìmọ́. Nítorí èyí ni ìríra níwájú Olúwa. Má ṣe mú ẹ̀ṣẹ̀ wá sórí ilẹ̀ tí Olúwa Ọlọ́run rẹ yóò fi fún ọ bí ogún.
5 କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରକୁ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ।
Bí ọkùnrin kan bá ṣẹ̀ṣẹ̀ gbéyàwó, o kò gbọdọ̀ ran lọ sí ogun tàbí kí ó ní iṣẹ́ kan láti ṣe. Ó ní láti ní òmìnira fún ọdún kan kí ó dúró sílé kí ó sì mú inú dídùn bá ìyàwó rẹ̀ tí ó fẹ́.
6 କେହି ଚକି ବା ଚକିର ଉପର-ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ।
Ẹnikẹ́ni kò gbọdọ̀ gba ìyá ọlọ tàbí ọmọ ọlọ gẹ́gẹ́ bí ohun ìdúró fún gbèsè, nítorí pé ẹ̀mí ènìyàn ni ó gbà ní pàṣípàrọ̀ n nì.
7 କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକୁ ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
Bí a bá mú ọkùnrin kan tí ó jí ọ̀kan nínú arákùnrin rẹ̀ ní Israẹli gbé àti tí ó jí ọ̀kan nínú ẹrú tàbí kí ó tà á, ẹni tí ó jí ènìyàn gbé ní láti kú. Ẹ ní láti wẹ búburú kúrò láàrín yín.
8 କୁଷ୍ଠରୋଗର ଘାʼ ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁ ସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯତ୍ନପୂର୍ବକ ମନୋଯୋଗ କର। ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ।
Ní ti ààrùn ẹ̀tẹ̀ kíyèsára láti máa ṣe gẹ́gẹ́ bí àwọn àlùfáà tí wọ́n jẹ́ ọmọ Lefi ti pàṣẹ fún ọ. O ní láti máa fi ìṣọ́ra tẹ̀lé ohun tí mo ti pàṣẹ fún wọn.
9 ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରୀୟମ ପ୍ରତି ଯାହା କରିଥିଲେ, ତାହା ସ୍ମରଣ କର।
Rántí ohun tí Olúwa Ọlọ́run rẹ ṣe sí Miriamu lójú ọ̀nà lẹ́yìn ìgbà tí o jáde kúrò ní Ejibiti.
10 ତୁମ୍ଭେ ଆପଣା ପ୍ରତିବାସୀକୁ କୌଣସି ପ୍ରକାର ଋଣ ଦେଲେ, ତାହାର ବନ୍ଧକି ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ।
Nígbà tí o bá wín arákùnrin rẹ ní ohunkóhun, má ṣe lọ sí ilé rẹ̀ láti gba ohun tí ó bá mú wá bí ẹ̀rí.
11 ତୁମ୍ଭେ ବାହାରେ ଠିଆ ହୋଇ ରହିବ, ଆଉ ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକି ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ।
Dúró síta gbangba kí o sì jẹ́ kí ọkùnrin tí o wín mú ògo rẹ jáde wá fún ọ.
12 ପୁଣି ସେ ଯେବେ ଦୁଃଖୀଲୋକ ଥାଏ, ତେବେ ତୁମ୍ଭେ ତାହାର ବନ୍ଧକି ଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ।
Bí ọkùnrin náà bá jẹ́ tálákà má ṣe lọ sùn ti ìwọ ti ògo rẹ.
13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକି ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ; ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।
Dá aṣọ ìlekè rẹ padà ní àṣálẹ́ kí ó bá à le sùn lórí i rẹ̀. Nígbà náà ni yóò dúpẹ́ lọ́wọ́ rẹ, ó sì máa jásí ìwà òdodo níwájú Olúwa Ọlọ́run rẹ.
14 ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ହେଉ, କିଅବା ତୁମ୍ଭ ଦେଶସ୍ଥିତ ନଗରଦ୍ୱାରବର୍ତ୍ତୀ ତୁମ୍ଭ ବିଦେଶୀ ମଧ୍ୟରୁ କେହି ହେଉ, ଦୁଃଖୀ, ଦରିଦ୍ର ବେତନଜୀବୀ ପ୍ରତି ତୁମ୍ଭେ ଉପଦ୍ରବ କରିବ ନାହିଁ।
Má ṣe ni alágbàṣe kan lára tí ó jẹ́ tálákà àti aláìní, bóyá ó jẹ́ arákùnrin Israẹli tàbí àlejò tí ó ń gbé ní ọ̀kan nínú àwọn ìlú rẹ.
15 ତାହାରି ଦିନରେ ତାହାକୁ ତାହାର ବେତନ ଦେବ; ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ; କାରଣ ସେ ଦୁଃଖୀଲୋକ, ତହିଁ ଉପରେ ତାହାର ମନ ଥାଏ କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।
San owó iṣẹ́ rẹ̀ ní ọjọ́ kan náà kí ó tó di àṣálẹ́, nítorí ó jẹ́ tálákà, ó sì gbẹ́kẹ̀lé e bí kò ṣe bẹ́ẹ̀ ó lè ké pe Olúwa sí ọ, o sì máa gba ìdálẹ́bi ẹ̀ṣẹ̀.
16 ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ; ପ୍ରତ୍ୟେକ ଲୋକ ନିଜ ପାପ ଲାଗି ପ୍ରାଣଦଣ୍ଡ ଭୋଗ କରିବ।
Baba kò gbọdọ̀ kú fún àwọn ọmọ wọn tàbí kí àwọn ọmọ kú fún baba wọ́n; olúkúlùkù ní láti kú fún ẹ̀ṣẹ̀ òun tìkára rẹ̀.
17 ତୁମ୍ଭେ ବିଦେଶୀର କି ପିତୃହୀନର ବିଚାରରେ ଅନ୍ୟାୟ କରିବ ନାହିଁ, କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
Má ṣe yí ìdájọ́ po fún àlejò tàbí aláìní baba, tàbí gba aṣọ ìlekè opó bí ẹ̀rí.
18 ମାତ୍ର ତୁମ୍ଭେ ଯେ ମିସରରେ ବନ୍ଧାଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
Rántí pé o jẹ́ ẹrú ní Ejibiti tí Olúwa Ọlọ́run rẹ sì gbà ọ́ níbẹ̀. Ìdí nìyí tí mo fi pa á láṣẹ fún ọ láti ṣe èyí.
19 ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ, ତାହା ଆଣିବା ପାଇଁ ଫେରିଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
Nígbà tí o bá ń kórè oko rẹ tí o sì fojú fo ìtí kan, má ṣe padà lọ mú u. Fi í kalẹ̀ fún àwọn àlejò, aláìní baba àti opó, kí Olúwa Ọlọ́run rẹ lè bùkún fún gbogbo iṣẹ́ ọwọ́ ọ̀ rẹ.
20 ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ତୋଳିବା ଉତ୍ତାରେ ଆଉ ଥରେ ଡାଳକୁ ଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
Nígbà tí o bá ń gun igi olifi lára àwọn igi i rẹ, má ṣe padà lọ sí ẹ̀ka náà ní ìgbà kejì. Fi èyí tí ó kù fún àlejò, aláìní baba àti opó.
21 ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତ୍ତାରେ ପୁନର୍ବାର ତାହା ସାଉଣ୍ଟିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ।
Nígbà tí ìwọ bá kórè èso àjàrà nínú ọgbà àjàrà rẹ, má ṣe lọ sí ọgbà náà mọ́. Fi èyí tí ó kù fún àlejò, aláìní baba àti opó.
22 ଆଉ ତୁମ୍ଭେ ମିସର ଦେଶରେ ବନ୍ଧାଦାସ ଥିଲ, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ।
Rántí pé ìwọ ti jẹ́ àlejò ní Ejibiti. Ìdí nìyí tí mo fi pa á láṣẹ fún ọ láti ṣe èyí.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 24 >