< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 23 >

1 ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
Kí ẹnikẹ́ni tí a fọ́ ní kóró ẹpọ̀n nípa rírùn tàbí gígé má ṣe wọ inú ìjọ Olúwa wá.
2 ଜାରଜ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ତାହାର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
Kí ọmọ àlè má ṣe wọ ìpéjọ Olúwa, pàápàá títí dé ìran kẹwàá.
3 ଅମ୍ମୋନୀୟ କି ମୋୟାବୀୟ ଲୋକ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ; ଦଶ ପୁରୁଷ ପର୍ଯ୍ୟନ୍ତ ଚିରକାଳ ସେମାନଙ୍କର କେହି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ।
Kí ọmọ Ammoni tàbí ọmọ Moabu, kì yóò wọ ìjọ Olúwa, àní títí dé ìran kẹwàá, ènìyàn wọn kan kì yóò wọ inú ìjọ ènìyàn Olúwa láéláé.
4 କାରଣ ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ସେମାନେ ଅନ୍ନ ଓ ଜଳ ନେଇ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ; ପୁଣି ସେମାନେ ତୁମ୍ଭମାନଙ୍କୁ ଅଭିଶାପ ଦେବା ନିମନ୍ତେ ତୁମ୍ଭ ପ୍ରତିକୂଳରେ ଅରାମନହରୟିମ୍‍ସ୍ଥ ପଥୋର ନିବାସୀ ବିୟୋରର ପୁତ୍ର ବିଲୀୟମ୍‍କୁ ବେତନ ଦେଲେ।
Nítorí wọn kò fi àkàrà àti omi pàdé e yín lójú ọ̀nà nígbà tí ò ń bọ̀ láti Ejibiti àti nítorí wọ́n gba ẹ̀yà iṣẹ́ láti fi ọ́ gégùn ún Balaamu ọmọ Beori ará a Petori ti Aramu-Naharaimu.
5 ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲୀୟମ୍‍ର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
Síbẹ̀síbẹ̀, Olúwa Ọlọ́run rẹ kò ní fetí sí Balaamu ṣùgbọ́n ó yí ègún sí ìbùkún fún ọ, nítorí Olúwa Ọlọ́run rẹ fẹ́ràn rẹ.
6 ତୁମ୍ଭେ ଯାବଜ୍ଜୀବନ ଚିରକାଳ ସେମାନଙ୍କର ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।
Ìwọ kò gbọdọ̀ wá àlàáfíà, tàbí ire wọn níwọ̀n ìgbà tí o sì wà láààyè.
7 ତୁମ୍ଭେ ଇଦୋମୀୟ ଲୋକକୁ ଘୃଣା କରିବ ନାହିଁ; କାରଣ ସେ ତୁମ୍ଭର ଭାଇ; ତୁମ୍ଭେ ମିସରୀୟ ଲୋକକୁ ଘୃଣା କରିବ ନାହିଁ, କାରଣ ତୁମ୍ଭେ ତାହାର ଦେଶରେ ପ୍ରବାସୀ ଥିଲ।
Ìwọ kò gbọdọ̀ kórìíra ará Edomu kan nítorí arákùnrin rẹ ni. Ìwọ kò gbọdọ̀ kórìíra ará Ejibiti, nítorí o gbé gẹ́gẹ́ bí àjèjì ní ilẹ̀ rẹ̀.
8 ସେମାନଙ୍କ ତୃତୀୟ ପୁରୁଷରେ ଉତ୍ପନ୍ନ ସନ୍ତାନଗଣ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବେ।
Ìran kẹta àwọn ọmọ tí a bí fún wọn lè wọ ìpéjọ Olúwa.
9 ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିବା ସମୟରେ ଆପଣାକୁ ସକଳ ମନ୍ଦ ବିଷୟରୁ ରକ୍ଷା କରିବ।
Nígbà tí o bá dó ti àwọn ọ̀tá rẹ, pa gbogbo ohun àìmọ́ kúrò.
10 ତୁମ୍ଭମାନଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତି ରାତ୍ରିଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ, ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ।
Bí ọ̀kan nínú àwọn ọkùnrin rẹ bá jẹ́ aláìmọ́ nítorí ìtújáde tí ó ní, o ní láti jáde kúrò nínú àgọ́, kí o má ṣe wọ inú àgọ́.
11 ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ, ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
Ṣùgbọ́n nígbà tí ó bá di ìrọ̀lẹ́ o ní láti wẹ ara rẹ, àti ní àṣálẹ́ kí o padà sínú àgọ́.
12 ଆଉ ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକ ସ୍ଥାନ କରିବ;
Sàmì sí ibìkan lóde àgọ́, níbi tí o lè máa lọ láti dẹ ara rẹ lára.
13 ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ ଖଣତି ରଖିବ; ପୁଣି ତୁମ୍ଭେ ବାହାରକୁ ବସିବା ସମୟରେ ତଦ୍ଦ୍ୱାରା ଖୋଳିବ ଓ ନିର୍ଗତ ମଳକୁ ପୋତି ପକାଇବ।
Kí ìwọ kí ó sì mú ìwalẹ̀ kan pẹ̀lú ohun ìjà rẹ; yóò sì ṣe, nígbà tí ìwọ yóò bá gbọnṣẹ̀ lẹ́yìn ibùdó, kí ìwọ kí ó mú ìwalẹ̀, kí ìwọ kí ó sì yípadà, kí o sì bo ohun tí ó jáde láara rẹ.
14 କାରଣ ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ସମ୍ମୁଖରେ ତୁମ୍ଭ ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି, ଏନିମନ୍ତେ ସେ ଯେପରି ତୁମ୍ଭ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି, ଏଥିପାଇଁ ତୁମ୍ଭ ଛାଉଣି ପବିତ୍ର ହେବ।
Nítorí Olúwa Ọlọ́run rẹ ń rìn láàrín àgọ́ láti dáàbò bò ọ́ àti láti fi àwọn ọ̀tá à rẹ lé ọ lọ́wọ́. Àgọ́ rẹ ní láti jẹ́ mímọ́, nítorí kí ó má ba à rí ohun àìtọ́ láàrín yín kí ó sì yípadà kúrò lọ́dọ̀ yín.
15 ଯେଉଁ ଦାସ ଆପଣା ସ୍ୱାମୀ ନିକଟରୁ ପଳାଇ ତୁମ୍ଭ ନିକଟକୁ ଆସିଅଛି, ତୁମ୍ଭେ ତାହାକୁ ତାହାର ସେହି ସ୍ୱାମୀ ହସ୍ତରେ ସମର୍ପଣ କରିବ ନାହିଁ।
Bí ẹrú kan bá ti gba ààbò lọ́dọ̀ rẹ, má ṣe fi lé ọ̀gá rẹ̀ lọ́wọ́.
16 ସେ ତୁମ୍ଭର କୌଣସି ଏକ ନଗର-ଦ୍ୱାରରେ ଆପଣା ଇଚ୍ଛାମତ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବ, ତୁମ୍ଭେ ତାହା ପ୍ରତି ଅତ୍ୟାଚାର କରିବ ନାହିଁ।
Jẹ́ kí ó máa gbé láàrín rẹ níbikíbi tí ó bá fẹ́ àti èyíkéyìí ìlú tí ó bá mú. Má ṣe ni í lára.
17 ଇସ୍ରାଏଲର କନ୍ୟାମାନଙ୍କ ମଧ୍ୟରୁ କେହି ବେଶ୍ୟାବୃତ୍ତି କରିବ ନାହିଁ, କିଅବା ଇସ୍ରାଏଲର ପୁତ୍ରମାନଙ୍କ ମଧ୍ୟରୁ କେହି ସଦୋମୀ ହେବ ନାହିଁ।
Kí ọkùnrin tàbí obìnrin Israẹli má ṣe padà di alágbèrè ojúbọ òrìṣà.
18 ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକ୍କୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ; କାରଣ ସେ ଉଭୟ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ବିଷୟ ଅଟନ୍ତି।
Ìwọ kò gbọdọ̀ mú owó iṣẹ́ panṣágà obìnrin tàbí ọkùnrin wá sí ilé Olúwa Ọlọ́run rẹ láti fi san ẹ̀jẹ́ kankan; nítorí Olúwa Ọlọ́run rẹ kórìíra àwọn méjèèjì.
19 ତୁମ୍ଭେ ସୁଧ ନିମନ୍ତେ, ଅର୍ଥାତ୍‍, ରୂପାର ସୁଧ, ଖାଦ୍ୟସାମଗ୍ରୀର ସୁଧ, କିଅବା ଯେକୌଣସି ଦ୍ରବ୍ୟ ସୁଧ ନିମନ୍ତେ ଦିଆଯାଏ, ତହିଁର ସୁଧ ପାଇବା ନିମନ୍ତେ ଆପଣା ଭାଇକୁ ଋଣ ଦେବ ନାହିଁ।
Ìwọ kò gbọdọ̀ ka èlé sí arákùnrin rẹ lọ́rùn, bóyá lórí owó tàbí oúnjẹ tàbí ohunkóhun mìíràn tí ó lè mú èlé wá.
20 ତୁମ୍ଭେ ସୁଧ ନିମନ୍ତେ ବିଦେଶୀକୁ ଋଣ ଦେଇ ପାର; ମାତ୍ର ସୁଧ ପାଇବା ନିମନ୍ତେ ଆପଣା ଭାଇକୁ ଋଣ ଦେବ ନାହିଁ; ତହିଁରେ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।
Ìwọ lè ka èlé sí àlejò lọ́rùn, ṣùgbọ́n kì í ṣe arákùnrin ọmọ Israẹli, nítorí kí Olúwa Ọlọ́run rẹ lè bùkún ọ nínú ohun gbogbo tí o bá dáwọ́lé ní ilẹ̀ tí ò ń wọ̀ lọ láti ní.
21 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନତ ମନାସିଲେ, ତାହା ଦେବାକୁ ବିଳମ୍ବ କରିବ ନାହିଁ; କାରଣ ତାହା ତୁମ୍ଭର ପାପ ହେବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ।
Bí o bá jẹ́ ẹ̀jẹ́ fún Olúwa Ọlọ́run rẹ, má ṣe lọ́ra láti san án, nítorí Olúwa Ọlọ́run rẹ yóò béèrè rẹ̀ lọ́wọ́ rẹ, o sì máa jẹ̀bi ẹ̀ṣẹ̀.
22 ମାତ୍ର ଯେବେ ମାନତ ନ କର, ତେବେ ତହିଁରେ ପାପ ହେବ ନାହିଁ।
Ṣùgbọ́n tí o bá fàsẹ́yìn láti jẹ́ ẹ̀jẹ́, o kò ní jẹ̀bi.
23 ଯାହା ତୁମ୍ଭ ଓଷ୍ଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ; ତୁମ୍ଭେ ଆପଣା ମୁଖରେ ପ୍ରତିଜ୍ଞା କରି ଯେରୂପ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନତ କରିଅଛ, ତଦନୁସାରେ କରିବ।
Rí i dájú pé o ṣe ohunkóhun tí o bá ti ètè rẹ jáde, nítorí pé ìwọ fi tinútinú rẹ jẹ́ ẹ̀jẹ́ fún Olúwa Ọlọ́run rẹ pẹ̀lú ẹnu ara rẹ.
24 ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ, ସ୍ଵେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ; ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ରଖିବ ନାହିଁ।
Bí ìwọ bá wọ inú ọgbà àjàrà aládùúgbò rẹ, o lè jẹ gbogbo èso àjàrà tí o bá fẹ́, ṣùgbọ́n má ṣe fi nǹkan kan sínú agbọ̀n rẹ.
25 ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ, ଆପଣା ହାତରେ ଶିଷା ଛିଣ୍ଡାଇ ଖାଇ ପାରିବ; ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟରେ ଦାଆ ଚଳାଇବ ନାହିଁ।
Bí ìwọ bá wọ inú oko ọkà aládùúgbò rẹ, o lè fi ọwọ́ rẹ ya síírí rẹ̀, ṣùgbọ́n o kò gbọdọ̀ ki dòjé bọ ọkà tí ó dúró.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 23 >