< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 21 >

1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ତହିଁ ମଧ୍ୟରେ ଯଦି କ୍ଷେତ୍ରରେ ପତିତ କୌଣସି ହତ ଲୋକ ଦେଖାଯାଏ, ମାତ୍ର ତାହାକୁ କିଏ ବଧ କରିଅଛି, ତାହା ଜଣା ନ ଯାଏ,
Tí a bá rí ọkùnrin tí a pa, ní ìdùbúlẹ̀ ní pápá nínú ilẹ̀ tí Olúwa Ọlọ́run rẹ ń fún ọ láti jogún, tí a kò sì mọ ẹni tí ó pa á,
2 ତେବେ ତୁମ୍ଭର ପ୍ରାଚୀନବର୍ଗ ଓ ବିଚାରକର୍ତ୍ତାମାନେ ବାହାରେ ଯାଇ ସେହି ହତ ଲୋକର ଚତୁପାର୍ଶ୍ୱସ୍ଥ କେଉଁ ନଗର କେତେ ଦୂର, ତାହା ମାପିବେ।
àwọn àgbàgbà yín yóò jáde lọ láti wọn jíjìnnà ibi òkú sí ìlú tí ó wà nítòsí.
3 ତହିଁରେ ଯେଉଁ ନଗର ସେହି ହତ ଲୋକର ନିକଟସ୍ଥ ହେବ, ତହିଁର ପ୍ରାଚୀନବର୍ଗ ଗୋଠରୁ ଏପରି ଏକ ଗାଭୀ ନେବେ, ଯାହା ଦ୍ୱାରା କେବେ ଯୁଆଳି ବହନାଦି କୌଣସି କର୍ମ କରାଯାଇ ନାହିଁ।
Nígbà náà ni àwọn àgbàgbà ìlú tí ó wà nítòsí òkú yóò mú ẹgbọrọ abo màlúù tí kò ì ṣiṣẹ́ rí àti tí kò sì fà nínú àjàgà rí,
4 ଆଉ ଯହିଁରେ ଚାଷ କି ବୁଣା ହୋଇ ନାହିଁ, ଏପରି ନିତ୍ୟ ଜଳସ୍ରୋତବାହୀ ତଳଭୂମିକୁ ସେହି ନଗରର ପ୍ରାଚୀନବର୍ଗ ସେହି ଗାଭୀକୁ ଆଣି ସେଠାରେ ତାହାର ବେକ ଭାଙ୍ଗିବେ।
kí àwọn àgbàgbà ìlú náà kí wọn mú ẹgbọrọ abo màlúù náà sọ̀kalẹ̀ wá sí àfonífojì tí ó ní omi ṣíṣàn kan, tí a kò ro, tí a kò sì gbìn, kí wọn kí ó sì ṣẹ́ ọrùn ẹgbọrọ màlúù náà níbẹ̀ ní àfonífojì náà.
5 ତହୁଁ ଲେବୀ-ସନ୍ତାନ ଯାଜକମାନେ ତାହା ନିକଟକୁ ଆସିବେ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି; ଏଣୁ ସେମାନଙ୍କ ବାକ୍ୟାନୁସାରେ ପ୍ରତ୍ୟେକ ବିରୋଧର ଓ ଆଘାତର ବିଚାର ହେବ।
Àwọn àlùfáà, ọmọ Lefi yóò wá síwájú, nítorí Olúwa Ọlọ́run rẹ ti yàn wọ́n láti ṣe ìránṣẹ́ fún un àti láti bùkún ní orúkọ Olúwa àti láti parí gbogbo ẹjọ́ àríyànjiyàn àti ọ̀rọ̀ ìlú.
6 ତହିଁ ଉତ୍ତାରେ ହତ ଲୋକର ନିକଟସ୍ଥ ସେହି ନଗରର ସମସ୍ତ ପ୍ରାଚୀନବର୍ଗ ସେହି ତଳଭୂମିରେ ବେକଭଙ୍ଗା ଗାଭୀ ଉପରେ ଆପଣା ଆପଣା ହସ୍ତ ପ୍ରକ୍ଷାଳନ କରିବେ।
Nígbà náà ni gbogbo àwọn àgbàgbà ìlú tí ó wà nítòsí yóò wẹ ọwọ́ wọn lórí ẹgbọrọ abo màlúù tí a ti kan ọrùn rẹ̀ ní àfonífojì,
7 ଆଉ ସେମାନେ ଉତ୍ତର ଦେଇ କହିବେ, “ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ, କିଅବା ଆମ୍ଭମାନଙ୍କ ଚକ୍ଷୁ ଏହା ଦେଖି ନାହିଁ।
wọn yóò sì sọ pé, “Ọwọ́ wa kò ta ẹ̀jẹ̀ yìí sílẹ̀, tàbí kí ojú wa rí i ní títa sílẹ̀.”
8 ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲ ଲୋକଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର; ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ-ଦୋଷ ରହିବାକୁ ଦିଅ ନାହିଁ।” ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ-ଦୋଷ କ୍ଷମା ହେବ;
Dáríjì, Olúwa, àwọn ènìyàn rẹ ni Israẹli, tí ìwọ ti dá sílẹ̀, àti kí ìwọ má ṣe gba ẹ̀bi ẹ̀jẹ̀ aláìṣẹ̀ ní àárín àwọn ènìyàn rẹ ní Israẹli. Ṣùgbọ́n kí a dárí ẹ̀bi ẹ̀ṣẹ̀ yìí jì.
9 ଏହିରୂପେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ଆପଣା ମଧ୍ୟରୁ ନିରପରାଧର ରକ୍ତପାତ-ଦୋଷ ଦୂର କରିବ।
Nígbà náà ni ìwọ wẹ̀ kúrò láàrín rẹ ẹ̀bi títa ẹ̀jẹ̀ aláìṣẹ̀ sílẹ̀, níwọ̀n ìgbà tí o ti ṣe èyí tí ó tọ́ níwájú Olúwa.
10 ତୁମ୍ଭେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗମନ କଲେ, ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେ ସେମାନଙ୍କୁ ବନ୍ଦୀ କରି ଘେନିଯାଅ;
Nígbà tí o bá lọ sí ogun sí àwọn ọ̀tá rẹ tí Olúwa Ọlọ́run rẹ sì fi wọ́n lé ọ lọ́wọ́ tí o sì mú àwọn ìgbèkùn,
11 ପୁଣି ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ, ଯେବେ ତୁମ୍ଭେ ତାହାକୁ ବିବାହ କରିବାକୁ ଇଚ୍ଛା କର,
tí o sì rí obìnrin tí ó dára lára àwọn ìgbèkùn, tí o sì ní ìfẹ́ sí i, o lè mu u gẹ́gẹ́ bí aya à rẹ.
12 ତେବେ ତୁମ୍ଭେ ତାହାକୁ ଆପଣା ଘରକୁ ଆଣିବ, ପୁଣି ସେ ଆପଣା ମସ୍ତକ ମୁଣ୍ଡନ କରି ନଖ କାଟିବ;
Mú u wá sí ilé e rẹ kí o sì jẹ́ kí ó fá irun orí rẹ̀, gé èékánná an rẹ̀,
13 ଆଉ ସେ ଆପଣା ବନ୍ଦୀତ୍ୱାବସ୍ଥାର ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ରହିବ, ଆପଣା ପିତା ଓ ଆପଣା ମାତା ନିମନ୍ତେ ପୂର୍ଣ୍ଣ ଏକ ମାସ ବିଳାପ କରିବ। ତହିଁ ଉତ୍ତାରେ ତୁମ୍ଭେ ତାହାର ସହବାସ କରିବ ଓ ତାହାର ସ୍ୱାମୀ ହେବ, ଆଉ ସେ ତୁମ୍ଭର ଭାର୍ଯ୍ୟା ହେବ।
kí o sì mú aṣọ tí ó wọ̀ nígbà tí ó di ìgbèkùn sí ẹ̀gbẹ́ kan. Lẹ́yìn ìgbà tí ó ti ń gbé ilé rẹ tí ó sì ti ṣọ̀fọ̀ baba àti ìyá rẹ̀ fún odidi oṣù kan, nígbà náà ni o lè tọ̀ ọ́ lọ kí o sì ṣe ọkọ rẹ̀ kí ó jẹ́ aya rẹ.
14 ଯେବେ ତାହା ଉପରେ ତୁମ୍ଭର ସନ୍ତୋଷ ନ ହୁଏ, ତେବେ ତାହାର ଇଚ୍ଛାନୁସାରେ ତାହାକୁ ଯିବାକୁ ଦେବ; ମାତ୍ର ତୁମ୍ଭେ ଟଙ୍କା ନେଇ କୌଣସି ପ୍ରକାରେ ତାହାକୁ ବିକିବ ନାହିଁ, ତୁମ୍ଭେ ତାହା ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ, କାରଣ ତୁମ୍ଭେ ତାହାର ସହବାସ କରିଅଛ।
Bí inú rẹ̀ kò bá sì dùn sí i, jẹ́ kí ó lọ sí ibikíbi tí ó bá fẹ́. O kò gbọdọ̀ tà á tàbí lò ó bí ẹrú, lẹ́yìn ìgbà tí o ti dójútì í.
15 ଯେବେ କୌଣସି ପୁରୁଷର ଦୁଇ ଭାର୍ଯ୍ୟା ଥାଏ, ଜଣେ ପ୍ରିୟା ଓ ଜଣେ ଅପ୍ରିୟା, ପୁଣି ପ୍ରିୟା ଓ ଅପ୍ରିୟା ଦୁହେଁ ତାହାର ଔରସରେ ସନ୍ତାନ ପ୍ରସବ କରନ୍ତି; ମାତ୍ର ପ୍ରଥମଜାତ ପୁତ୍ର ଅପ୍ରିୟାର ସନ୍ତାନ ହୁଏ;
Bí ọkùnrin kan bá ní ìyàwó méjì, tí ó sì fẹ́ ọ̀kan ṣùgbọ́n tí kò fẹ́ èkejì, tí àwọn méjèèjì sì bí àwọn ọmọkùnrin fún un ṣùgbọ́n tí àkọ́bí jẹ́ ọmọ ìyàwó rẹ̀ tí kò fẹ́ràn.
16 ତେବେ ସେ ଆପଣା ପୁତ୍ରମାନଙ୍କୁ ସର୍ବସ୍ୱର ଅଧିକାର ଦେବା ସମୟରେ ଅପ୍ରିୟାଜାତ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ସେ ପ୍ରିୟାଜାତ ପୁତ୍ରକୁ ଜ୍ୟେଷ୍ଠାଧିକାର ଦେଇ ପାରିବ ନାହିଁ।
Nígbà tí ó bá ń pín ohun ìní rẹ̀ fún àwọn ọmọ rẹ̀, kò gbọdọ̀ fi ẹ̀tọ́ àkọ́bí fún ọmọ ìyàwó tí kò fẹ́ràn.
17 ମାତ୍ର ସେ ଅପ୍ରିୟା ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବସ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ; କାରଣ ସେ ତାହାର ଶକ୍ତିର ପ୍ରଥମ ଫଳ ଜ୍ୟେଷ୍ଠାଧିକାର ତାହାରି ଅଟେ।
Ó ní láti fi ipò ọmọ ìyàwó rẹ̀ tí kò fẹ́ràn fun un gẹ́gẹ́ bí àkọ́bí i rẹ̀ nípa fífún un ní ìlọ́po ìpín gbogbo ohun tí ó ní. Ọmọ yẹn ni àmì àkọ́kọ́ agbára baba rẹ̀. Ẹ̀tọ́ àkọ́bí jẹ́ tirẹ̀.
18 ଯେବେ କାହାରି ପୁତ୍ର ଅବାଧ୍ୟ ଓ ବିରୋଧୀ ହୁଏ, ଆପଣା ପିତାର କଥା କି ଆପଣା ମାତାର କଥା ନ ମାନେ, ପୁଣି ସେମାନେ ତାହାକୁ ଶାସନ କଲେ ହେଁ ସେମାନଙ୍କ କଥା ନ ଶୁଣେ;
Bí ọkùnrin kan bá ní aláìgbọ́ràn tàbí ọlọ̀tẹ̀ ọmọ tí kò gbọ́rọ̀ sí baba àti ìyá rẹ̀ tí kò sì ní í gbà tí wọ́n bá ń bá a wí,
19 ତେବେ ତାହାର ପିତା ଓ ମାତା ତାହାକୁ ଧରି ତାହାର ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ତାହାର ନଗର-ଦ୍ୱାରକୁ ନେଇଯିବେ;
baba àti ìyá rẹ̀ yóò gbá a mú, wọn yóò mu wá fún àwọn àgbàgbà ní ẹnu-bodè ìlú u rẹ̀.
20 ପୁଣି ସେମାନେ ତାହାର ନଗରସ୍ଥ ପ୍ରାଚୀନମାନଙ୍କୁ କହିବେ, “ଆମ୍ଭମାନଙ୍କର ଏହି ପୁତ୍ର ଅବାଧ୍ୟ ଓ ବିରୋଧୀ, ସେ ଆମ୍ଭମାନଙ୍କ କଥା ମାନେ ନାହିଁ; ସେ ପେଟୁକ ଓ ମଦୁଆ ଅଟେ।”
Wọn yóò sì wí fún àwọn àgbàgbà pé, “Ọmọ wa yìí jẹ́ aláìgbọ́ràn àti ọlọ̀tẹ̀. Kò ní gbọ́rọ̀ sí wa lẹ́nu. Ọ̀jẹun àti ọ̀mùtípara ni.”
21 ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।
Nígbà náà ni gbogbo ọkùnrin ìlú rẹ̀ yóò sọ ọ́ ní òkúta pa. Ìwọ yóò sì mú ìwà ibi kúrò láàrín yín, gbogbo Israẹli yóò gbọ́, ẹ̀rù yóò sì bà wọ́n.
22 ଆଉ କୌଣସି ମନୁଷ୍ୟ ମୃତ୍ୟୁୁଯୋଗ୍ୟ ପାପ କଲେ, ଯେବେ ତାହାର ପ୍ରାଣଦଣ୍ଡ ହୁଏ ଓ ତୁମ୍ଭେ ତାହାକୁ ବୃକ୍ଷରେ ଟଙ୍ଗାଇ ଦିଅ।
Bí ọkùnrin kan tí ó jẹ̀bi ẹ̀sùn bá ní láti kú tí ó sì kú, tí a sì gbé òkú rẹ̀ kọ́ sára igi,
23 ତେବେ ତାହାର ଶବ ରାତ୍ରିସାରା ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହି ଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର ଅଟେ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ।
o kò gbọdọ̀ fi òkú rẹ̀ sílẹ̀ sára igi ní gbogbo òru. Gbìyànjú láti sin ín ní ọjọ́ náà gan an, nítorí ẹni tí a bá gbé kọ́ sórí igi wà lábẹ́ ègún Ọlọ́run. Ìwọ kò gbọdọ̀ ba ilẹ̀ tí Olúwa Ọlọ́run rẹ fún ọ gẹ́gẹ́ bí ogún jẹ́.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 21 >