< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 2 >

1 ଏଥିଉତ୍ତାରେ ମୋʼ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେମାନେ ଫେରି ସୂଫ ସାଗର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ; ପୁଣି ସେୟୀର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା।
Nígbà náà ni a yípadà, tí a sì mú ọ̀nà wa pọ̀n lọ sí aginjù, a gba ọ̀nà Òkun Pupa, bí Olúwa ti darí mi. Ìgbà pípẹ́ ni a fi ń rìn kiri yíká agbègbè àwọn ìlú olókè Seiri.
2 ତହୁଁ ସଦାପ୍ରଭୁ ମୋତେ କହିଲେ,
Nígbà náà ni Olúwa sọ fún mi pé,
3 “ତୁମ୍ଭେମାନେ ଯଥେଷ୍ଟ ସମୟ ଏହି ପର୍ବତ ବୁଲିଅଛ; ଏବେ ଉତ୍ତର ଦିଗକୁ ଫେର।
“Ẹ ti rìn yí agbègbè ilẹ̀ olókè yìí pẹ́ tó, nísinsin yìí, ẹ yípadà sí ìhà àríwá.
4 ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ‘ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍‍, ଏଷୌ ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ।
Fún àwọn ènìyàn náà ní àwọn òfin wọ̀nyí: ‘Ẹ ti fẹ́ la ilẹ̀ àwọn arákùnrin yín kọjá, àwọn ọmọ Esau; àwọn ará Edomu tí ń gbé ní Seiri. Ẹ̀rù yín yóò bà wọ́n, ṣùgbọ́n ẹ ṣọ́ra gidigidi.
5 ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ। ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ।
Ẹ má ṣe wá wọn níjà torí pé èmi kò ní fún un yín ní èyíkéyìí nínú ilẹ̀ wọn. Bí ó ti wù kí ó kéré mọ èmi kò ní fún un yín. Mo ti fi ilẹ̀ òkè Seiri fún Esau gẹ́gẹ́ bí ìní rẹ̀.
6 ତୁମ୍ଭେମାନେ ରୂପା (ଟଙ୍କା) ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ।
Ẹ san owó oúnjẹ tí ẹ bá jẹ fún wọn àti omi tí ẹ bá mu.’”
7 କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଯିବାର ଜାଣିଅଛନ୍ତି; ଏହି ଚାଳିଶ ବର୍ଷସାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ।’”
Olúwa Ọlọ́run yín ti bùkún un yín nínú gbogbo iṣẹ́ ọwọ́ yín. Ó ti mójútó ìrìnàjò yín nínú aginjù ńlá yìí. Olúwa Ọlọ́run yín wà pẹ̀lú u yín ní ogójì ọdún wọ̀nyí, dé bi pé ẹ̀yin kò ṣaláìní ohunkóhun.
8 ଏଉତ୍ତାରେ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌ-ସନ୍ତାନମାନଙ୍କ ନିକଟ ଦେଇ ଏଲତ୍‍ ଓ ଇତ୍‍ସିୟୋନ-ଗେବର ପଦାଭୂମିର ପଥଠାରୁ ଯାତ୍ରା କଲୁ। ତହୁଁ ଆମ୍ଭେମାନେ ଫେରି ମୋୟାବ-ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ।
Bẹ́ẹ̀ ni a kọjá ọ̀dọ̀ àwọn arákùnrin wa, àwọn ọmọ Esau tí ń gbé ní Seiri. A yà kúrò ní ọ̀nà Arabah èyí tí ó wá láti Elati àti Esioni-Geberi, a sì rìn gba ọ̀nà aginjù Moabu.
9 ତହିଁରେ ସଦାପ୍ରଭୁ ମୋତେ କହିଲେ, “ମୋୟାବକୁ କ୍ଳେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ।”
Olúwa sì sọ fún mi pé, “Ẹ má ṣe dẹ́rùba àwọn ará Moabu bẹ́ẹ̀ ni kí ẹ má ṣe bá wọn jagun torí pé n kò ní fi èyíkéyìí nínú ilẹ̀ wọn fún un yín. Mo ti fi Ari fún àwọn ọmọ Lọti bí i ìní.”
10 (ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କରୁଥିଲେ, ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଥିଲେ।
(Àwọn Emimu ti gbé ibẹ̀ rí, àwọn ènìyàn tó síngbọnlẹ̀ tó sì pọ̀, wọ́n ga bí àwọn Anaki.
11 ଅନାକୀୟମାନଙ୍କ ତୁଲ୍ୟ ସେମାନେ ମଧ୍ୟ ରଫାୟୀୟମାନଙ୍କ ମଧ୍ୟରେ ଗଣିତ ଥିଲେ, ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ।
Gẹ́gẹ́ bí Anaki àwọn ènìyàn náà pè wọ́n ní ará Refaimu ṣùgbọ́n àwọn ará Moabu pè wọ́n ní Emimu.
12 ପୁଣି ପୂର୍ବେ ହୋରୀୟ ଲୋକମାନେ ସେୟୀରରେ ବାସ କଲେ, ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କଲେ ଓ ଆପଣାମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ; ଯେରୂପେ ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର-ଭୂମିରେ କଲେ)।
Àwọn ará Hori gbé ní Seiri, kí àwọn ọmọ Esau tó lé wọn kúrò níwájú wọn. Wọ́n sì gba ilẹ̀ wọn, wọ́n tẹ̀dó sí ààyè wọn gẹ́gẹ́ bí àwọn ọmọ Israẹli tí ṣe ní ilẹ̀ tí Olúwa yóò fún wọn ní ìní wọn.)
13 “ଏବେ ତୁମ୍ଭେମାନେ ଉଠ ଓ ସେରଦ୍‍ ନଦୀ ପାର ହୁଅ।” ତହିଁରେ ଆମ୍ଭେମାନେ ସେରଦ୍‍ ନଦୀ ପାର ହେଲୁ।
Olúwa sì wí pé, “Ẹ dìde, kí ẹ sì la àfonífojì Seredi kọjá.” Bẹ́ẹ̀ ni a la àfonífojì náà kọjá.
14 କାଦେଶ-ବର୍ଣ୍ଣେୟଠାରୁ ସେରଦ୍‍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅଠତିରିଶି ବର୍ଷ ଲାଗିଲା, ସେହି ସମୟରେ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ଉଚ୍ଛିନ୍ନ ହୋଇଥିଲେ।
Ó gbà wá ní ọdún méjìdínlógójì kí ó tó di wí pé a la àfonífojì Seredi kọjá láti ìgbà tí a ti kúrò ní Kadeṣi-Barnea. Nígbà náà gbogbo ìran àwọn tí ó jẹ́ jagunjagun láàrín àwọn ènìyàn náà ti ṣègbé kúrò láàrín àwọn ènìyàn náà ní àsìkò yìí bí Olúwa ti búra fún wọn.
15 କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା।
Ọwọ́ Olúwa sì wà lòdì sí wọn nítòótọ́, láti run wọn kúrò nínú ibùdó, títí gbogbo wọn fi run tan.
16 ଏହିରୂପେ ସେହି ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ
Lẹ́yìn tí ẹni tí ó gbẹ̀yìn pátápátá nínú àwọn jagunjagun àwọn ènìyàn wọ̀nyí ti kú,
17 ସଦାପ୍ରଭୁ ମୋତେ କହିଲେ,
Olúwa sọ fún mi pé,
18 “ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
“Lónìí ni ẹ̀yin yóò la agbègbè Moabu kọjá ní Ari.
19 ପୁଣି ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଳେଶ ଦିଅ ନାହିଁ, କି ସେମାନଙ୍କ ସଙ୍ଗେ ଯୁଦ୍ଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ।”
Bí ẹ bá dé ọ̀dọ̀ àwọn ará Ammoni, ẹ má ṣe halẹ̀ mọ́ wọn, ẹ kò sì gbọdọ̀ bá wọn jagun, torí pé èmi kì yóò fi àwọn ilẹ̀ tí ó jẹ́ ti àwọn ará Ammoni fún un yín ní ìní. Mo ti fi fún àwọn ọmọ Lọti ní ìní.”
20 (ସେହି ଦେଶ ମଧ୍ୟ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କରୁଥିଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି କହିଲେ;
(A ka ilẹ̀ yìí sí ilẹ̀ àwọn Refaimu, tí wọ́n ti gbé níbẹ̀ rí, ṣùgbọ́n àwọn ará Ammoni ń pè wọ́n ní ará Samsummimu.
21 ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଲୋକ ଥିଲେ; ମାତ୍ର ସଦାପ୍ରଭୁ ଅମ୍ମୋନୀୟମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ; ପୁଣି ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ।
Wọ́n jẹ́ àwọn ènìyàn tó lágbára, wọ́n sì pọ̀, wọ́n sì ga gogoro bí àwọn ará Anaki. Olúwa run wọn kúrò níwájú àwọn ará Ammoni, tí wọ́n lé wọn jáde tí wọ́n sì gba ilẹ̀ wọn.
22 ସେ ସେୟୀର ନିବାସୀ ଏଷୌ-ସନ୍ତାନଗଣ ନିମନ୍ତେ ସେହିରୂପ କର୍ମ କରିଥିଲେ, ଅର୍ଥାତ୍‍, ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ, ତହିଁରେ ଏଷୌ-ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି।
Bákan náà ni Olúwa ṣe fún àwọn ọmọ Esau, tí wọ́n ń gbé ní Seiri, nígbà tí ó pa àwọn ará Hori run níwájú wọn. Wọ́n lé wọn jáde wọ́n sì ń gbé ní ilẹ̀ wọn títí di òní.
23 ପୁଣି କପ୍ତୋରରୁ ଆଗତ କପ୍ତୋରୀୟ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅବ୍ବୀୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ)।
Nípa ti àwọn ará Affimu, tí wọ́n ń gbé ní àwọn ìlú kéékèèké dé Gasa, àwọn ará Kaftorimu, tí wọ́n jáde láti Krete wá ni ó pa wọ́n run, wọ́n sì gba ilẹ̀ wọn.)
24 “ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ-ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍‍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ କର।
“Ẹ gbáradì, kí ẹ sì kọjá odò Arnoni. Kíyèsi, Mo ti fi Sihoni ará Amori, ọba Heṣboni àti ilẹ̀ rẹ̀ lé ọ lọ́wọ́. Ẹ bá ilẹ̀ náà jagun kí ẹ sì gbà á.
25 ଆଜି ଆମ୍ଭେ ସମସ୍ତ ଆକାଶମଣ୍ଡଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ବାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ।”
Èmi bẹ̀rẹ̀ sí ní fi ìbẹ̀rù àti ìfòyà yín sára gbogbo orílẹ̀-èdè lábẹ́ ọ̀run láti òní lọ. Wọn yóò gbọ́ ìròyìn in yín, wọn yóò sì wárìrì, wọn yóò sì wà nínú ìdààmú ọkàn torí i tiyín.”
26 ଆଉ ମୁଁ କଦେମୋତ୍‍ ପ୍ରାନ୍ତରରୁ ହିଷ୍‍ବୋନର ରାଜା ସୀହୋନ ନିକଟକୁ ବାର୍ତ୍ତାବହମାନଙ୍କ ଦ୍ୱାରା ଏହି ଶାନ୍ତି ସୂଚକ ବାକ୍ୟ କହି ପଠାଇଲି,
Mo rán àwọn ìránṣẹ́ láti aginjù Kedemoti lọ́ sọ́dọ̀ Sihoni ọba Heṣboni pẹ̀lú ọ̀rọ̀ àlàáfíà wí pé,
27 “ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ।
“Jẹ́ kí a la ilẹ̀ ẹ yín kọjá. Àwa yóò gba ti òpópónà nìkan. A kò ní yà sọ́tùn tàbí sósì.
28 ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋʼ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର;
Ẹ ta oúnjẹ tí a ó jẹ àti omi tí a ó mu fún wa ní iye owó wọn. Kìkì kí ẹ sá à jẹ́ kí a rìn kọjá:
29 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି।”
gẹ́gẹ́ bí àwọn ọmọ Esau tí ó ń gbé ní Seiri àti àwọn ará Moabu tí ó ń gbé ní Ari, ti gbà wá láààyè títí a fi la Jordani já dé ilẹ̀ tí Olúwa Ọlọ́run wa yóò fún wa.”
30 ମାତ୍ର ହିଷ୍‍ବୋନର ରାଜା ସୀହୋନ ଆପଣା ଦେଶ ମଧ୍ୟଦେଇ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତରେ ଆଜିର ନ୍ୟାୟ ତାହାକୁ ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ।
Ṣùgbọ́n Sihoni ọba Heṣboni kò gbà fún wa láti kọjá. Torí pé Olúwa Ọlọ́run yín ti mú ọkàn rẹ̀ yigbì, àyà rẹ̀ sì kún fún agídí kí ó ba à le fi lé e yín lọ́wọ́, bí ó ti ṣe báyìí.
31 ପୁଣି ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି ତୁମ୍ଭେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ।”
Olúwa sì bá mi sọ̀rọ̀ pé, “Kíyèsi i, mo ti bẹ̀rẹ̀ sí ní fi Sihoni àti ilẹ̀ rẹ̀ lé e yín lọ́wọ́. Báyìí, ẹ máa ṣẹ́gun rẹ̀, kí ẹ sì gba ilẹ̀ rẹ̀.”
32 ସେତେବେଳେ ସୀହୋନ, ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ବାହାରି ଯହସରେ ଯୁଦ୍ଧ କରିବାକୁ ଆସିଲେ।
Nígbà tí Sihoni àti gbogbo àwọn jagunjagun rẹ̀ jáde wá láti bá wa jagun ní Jahasi,
33 ତେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ତାହାକୁ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ବଧ କଲୁ।
Olúwa Ọlọ́run wa fi lé wa lọ́wọ́ bẹ́ẹ̀ ni a ṣẹ́gun rẹ̀ pẹ̀lú àwọn ọmọ rẹ̀ àti gbogbo ológun rẹ̀.
34 ଆଉ ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ; ଆମ୍ଭେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ।
Nígbà náà, gbogbo ìlú wọn ni a kó tí a sì pa wọ́n run pátápátá tọkùnrin, tobìnrin àti gbogbo ọmọ wọn. A kò sì dá ẹnikẹ́ni sí.
35 କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ।
Ṣùgbọ́n a kó gbogbo ohun ọ̀sìn àti ìkógun àwọn ìlú tí a ṣẹ́gun fún ara wa.
36 ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ ଏକ ନଗର ହିଁ ଆମ୍ଭମାନଙ୍କ ଶକ୍ତିର ଅତିରିକ୍ତ ନ ଥିଲା; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ।
Láti Aroeri, létí odò Arnoni àti láti àwọn ìlú tí ó wà lẹ́bàá odò náà títí ó fi dé Gileadi, kò sí ìlú tí ó lágbára jù fún wa, Olúwa Ọlọ́run wa fi gbogbo wọn fún wa.
37 କେବଳ ଅମ୍ମୋନ-ସନ୍ତାନମାନଙ୍କ ଦେଶ, ଅର୍ଥାତ୍‍, ଯବ୍ବୋକ୍‍ ନଦୀର ପାର୍ଶ୍ୱସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ; ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ।
Ní ìbámu pẹ̀lú òfin Olúwa Ọlọ́run wa, ẹ kò súnmọ́ ọ̀kan nínú ilẹ̀ àwọn ará Ammoni, bẹ́ẹ̀ ni ẹ kò dé ilẹ̀ tí ó lọ sí Jabbok, tàbí ilẹ̀ tí ó yí àwọn ìlú òkè e nì ká.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 2 >