< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 19 >

1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁମାନଙ୍କର ଦେଶ ଦେବେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶୀୟ ଲୋକମାନଙ୍କୁ ଉଚ୍ଛିନ୍ନ କଲେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ନଗରରେ ଓ ସେମାନଙ୍କ ଗୃହରେ ବାସ କଲେ,
כי יכרית יהוה אלהיך את הגוים אשר יהוה אלהיך נתן לך את ארצם וירשתם וישבת בעריהם ובבתיהם׃
2 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ଅଧିକାରାର୍ଥେ ଯେଉଁ ଦେଶ ଦିଅନ୍ତି, ତୁମ୍ଭର ସେହି ଦେଶ ମଧ୍ୟରେ ତୁମ୍ଭେ ଆପଣା ପାଇଁ ତିନୋଟି ନଗର ପୃଥକ କରିବ।
שלוש ערים תבדיל לך בתוך ארצך אשר יהוה אלהיך נתן לך לרשתה׃
3 ତୁମ୍ଭେ ଆପଣା ପାଇଁ ପଥ ପ୍ରସ୍ତୁତ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର କରାଇବେ, ତୁମ୍ଭେ ସେହି ଦେଶର ଭୂମି ତିନି ଭାଗ କରିବ, ତହିଁରେ ପ୍ରତ୍ୟେକ ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।
תכין לך הדרך ושלשת את גבול ארצך אשר ינחילך יהוה אלהיך והיה לנוס שמה כל רצח׃
4 ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ;
וזה דבר הרצח אשר ינוס שמה וחי אשר יכה את רעהו בבלי דעת והוא לא שנא לו מתמל שלשם׃
5 ଯଥା, କେହି ଆପଣା ପ୍ରତିବାସୀ ସଙ୍ଗରେ କାଠ ହାଣିବାକୁ ବନକୁ ଗଲା, ପୁଣି ଗଛ ହାଣିବା ପାଇଁ ତାହାର ହସ୍ତ କୁହ୍ରାଡ଼ି ଉଞ୍ଚାନ୍ତେ, କୁହ୍ରାଡ଼ି-ମୁଣ୍ଡ ବେଣ୍ଟରୁ ଖସି ପ୍ରତିବାସୀ ଉପରେ ପଡ଼ିଲା, ତହିଁରେ ସେ ମଲା; ଏପରି ଲୋକ ସେହି ନଗରମାନ ମଧ୍ୟରୁ ଏକ ନଗରକୁ ପଳାଇ ବଞ୍ଚିବ।
ואשר יבא את רעהו ביער לחטב עצים ונדחה ידו בגרזן לכרת העץ ונשל הברזל מן העץ ומצא את רעהו ומת הוא ינוס אל אחת הערים האלה וחי׃
6 ନୋହିଲେ ରକ୍ତର ପ୍ରତିହନ୍ତା ତପ୍ତଚିତ୍ତ ହୋଇ ନରହତ୍ୟାକାରୀର ପଛେ ଗୋଡ଼ାଇ ଦୂର ପଥ ସକାଶୁ ତାହାକୁ ଧରି ପ୍ରାଣରେ ମାରି ପକାଇବ; ମାତ୍ର ସେ ଲୋକ ପ୍ରାଣଦଣ୍ଡ ଯୋଗ୍ୟ ନୁହେଁ, କାରଣ ସେ ପୂର୍ବେ ତାହାକୁ ହିଂସା କରି ନ ଥିଲା।
פן ירדף גאל הדם אחרי הרצח כי יחם לבבו והשיגו כי ירבה הדרך והכהו נפש ולו אין משפט מות כי לא שנא הוא לו מתמול שלשום׃
7 ଏନିମନ୍ତେ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ନଗର ପୃଥକ କରିବାକୁ କହି ଆଜ୍ଞା ଦେଉଅଛି।
על כן אנכי מצוך לאמר שלש ערים תבדיל לך׃
8 ଆଉ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେ ତାହାସବୁ ପାଳନ କରି ଯାବଜ୍ଜୀବନ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କଲେ ଓ ତାହାଙ୍କ ପଥରେ ଚାଲିଲେ,
ואם ירחיב יהוה אלהיך את גבלך כאשר נשבע לאבתיך ונתן לך את כל הארץ אשר דבר לתת לאבתיך׃
9 ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଆପଣା ଶପଥ ଅନୁସାରେ ତୁମ୍ଭ ସୀମା ବୃଦ୍ଧି କରନ୍ତି ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ପ୍ରତିଜ୍ଞାତ ସମସ୍ତ ଦେଶ ତୁମ୍ଭକୁ ଦିଅନ୍ତି; ତେବେ ତୁମ୍ଭେ ସେହି ତିନି ନଗର ବ୍ୟତୀତ ତୁମ୍ଭ ପାଇଁ ଆଉ ତିନୋଟି ନଗର ନିରୂପଣ କରିବ;
כי תשמר את כל המצוה הזאת לעשתה אשר אנכי מצוך היום לאהבה את יהוה אלהיך וללכת בדרכיו כל הימים ויספת לך עוד שלש ערים על השלש האלה׃
10 ନୋହିଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାରାର୍ଥେ ଦିଅନ୍ତି, ତହିଁ ମଧ୍ୟରେ ନିର୍ଦ୍ଦୋଷର ରକ୍ତପାତ ହେବ, ତହୁଁ ତୁମ୍ଭ ଉପରେ ରକ୍ତପାତର ଅପରାଧ ବର୍ତ୍ତିବ।
ולא ישפך דם נקי בקרב ארצך אשר יהוה אלהיך נתן לך נחלה והיה עליך דמים׃
11 ମାତ୍ର କେହି ଯେବେ ଆପଣା ପ୍ରତିବାସୀକୁ ହିଂସା କରି ତାହା ପାଇଁ ଛକି ବସେ ଓ ତାହାର ପ୍ରତିକୂଳରେ ଉଠି ତାହାକୁ ପ୍ରାଣରେ ମାରେ ଓ ସେ ମରନ୍ତେ, ଏହି ନଗରମାନ ମଧ୍ୟରୁ କୌଣସି ଏକ ନଗରକୁ ପଳାଏ;
וכי יהיה איש שנא לרעהו וארב לו וקם עליו והכהו נפש ומת ונס אל אחת הערים האל׃
12 ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ଲୋକ ପଠାଇ ସେସ୍ଥାନରୁ ତାହାକୁ ଅଣାଇବେ ଓ ତାହାକୁ ବଧ କରିବା ପାଇଁ ରକ୍ତର ପ୍ରତିହନ୍ତା ହସ୍ତରେ ସମର୍ପଣ କରିବେ।
ושלחו זקני עירו ולקחו אתו משם ונתנו אתו ביד גאל הדם ומת׃
13 ତୁମ୍ଭର ଚକ୍ଷୁ ତାହାକୁ ଦୟା କରିବ ନାହିଁ, ମାତ୍ର ତୁମ୍ଭେ ଇସ୍ରାଏଲ ମଧ୍ୟରୁ ନିର୍ଦ୍ଦୋଷ ରକ୍ତପାତର ଅପରାଧ ଦୂର କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ।
לא תחוס עינך עליו ובערת דם הנקי מישראל וטוב לך׃
14 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭେ ଯାହା ଅଧିକାର କରିବ, ତୁମ୍ଭର ସେହି ଅଧିକାରରେ ପୂର୍ବକାଳର ଲୋକମାନଙ୍କ ଦ୍ୱାରା ସ୍ଥାପିତ ତୁମ୍ଭ ସୀମାର ଚିହ୍ନ ଘୁଞ୍ଚାଇବ ନାହିଁ।
לא תסיג גבול רעך אשר גבלו ראשנים בנחלתך אשר תנחל בארץ אשר יהוה אלהיך נתן לך לרשתה׃
15 ମନୁଷ୍ୟ କୌଣସି ଅପରାଧ କି କୌଣସି ପାପ କଲେ, ତାହାର କୃତ ସେହି ପାପ ଲାଗି ଏକ ସାକ୍ଷୀ ତାହାର ପ୍ରତିକୂଳରେ ଉଠିବ ନାହିଁ; ଦୁଇ ସାକ୍ଷୀଙ୍କ ମୁଖ ଦ୍ୱାରା କିଅବା ତିନି ସାକ୍ଷୀଙ୍କ ମୁଖ ଦ୍ୱାରା ବିଚାର ନିଷ୍ପନ୍ନ ହେବ।
לא יקום עד אחד באיש לכל עון ולכל חטאת בכל חטא אשר יחטא על פי שני עדים או על פי שלשה עדים יקום דבר׃
16 ଯେବେ ଅଧର୍ମୀ ସାକ୍ଷୀ କାହାରି ବିରୁଦ୍ଧରେ ଉଠି ଅବିଧି କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦିଏ,
כי יקום עד חמס באיש לענות בו סרה׃
17 ତେବେ ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମୟର ଯାଜକ ଓ ବିଚାରକର୍ତ୍ତାମାନଙ୍କ ଆଗରେ ଠିଆ ହେବେ।
ועמדו שני האנשים אשר להם הריב לפני יהוה לפני הכהנים והשפטים אשר יהיו בימים ההם׃
18 ତହୁଁ ବିଚାରକର୍ତ୍ତାମାନେ ଯତ୍ନପୂର୍ବକ ଅନୁସନ୍ଧାନ କରିବେ; ଆଉ ଦେଖ, ସେ ସାକ୍ଷୀ ଯେବେ ମିଥ୍ୟାସାକ୍ଷୀ ଓ ଆପଣା ଭାଇ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇଥାଏ;
ודרשו השפטים היטב והנה עד שקר העד שקר ענה באחיו׃
19 ତେବେ ସେ ଆପଣା ଭାଇ ପ୍ରତି ଯେପରି କରିବାକୁ କଳ୍ପନା କରିଥିଲା, ତାହା ପ୍ରତି ତୁମ୍ଭେମାନେ ସେହିପରି କରିବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।
ועשיתם לו כאשר זמם לעשות לאחיו ובערת הרע מקרבך׃
20 ପୁଣି ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ ଓ ସେହି ସମୟାବଧି ତୁମ୍ଭ ମଧ୍ୟରେ ଆଉ ସେରୂପ ମନ୍ଦ କର୍ମ କରିବେ ନାହିଁ।
והנשארים ישמעו ויראו ולא יספו לעשות עוד כדבר הרע הזה בקרבך׃
21 ତୁମ୍ଭର ଚକ୍ଷୁ ଦୟା କରିବ ନାହିଁ; ପ୍ରାଣ ପରିଶୋଧରେ ପ୍ରାଣ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ପାଦ ପରିଶୋଧରେ ପାଦ ନିଆଯିବ।
ולא תחוס עינך נפש בנפש עין בעין שן בשן יד ביד רגל ברגל׃

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 19 >