< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 18 >
1 ଯାଜକମାନେ, ଲେବୀୟମାନେ ଓ ଲେବୀର ସମସ୍ତ ବଂଶ ଇସ୍ରାଏଲ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇବେ ନାହିଁ; ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାହାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ।
Nebudou míti kněží Levítští a všecko pokolení Levítské dílu a dědictví s jiným lidem Izraelským, oběti ohnivé Hospodinovy a dědictví jeho jísti budou.
2 ପୁଣି ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ, ସଦାପ୍ରଭୁ ସେମାନଙ୍କ ପ୍ରତି ଉକ୍ତ ଆପଣା ବାକ୍ୟାନୁସାରେ ସେମାନଙ୍କର ଅଧିକାର ଅଟନ୍ତି।
Dědictví nebudou míti u prostřed bratří svých, Hospodin jest dědictví jejich, jakož jim mluvil.
3 ପୁଣି ଲୋକମାନଙ୍କଠାରୁ ଯାଜକମାନଙ୍କର ପ୍ରାପ୍ତବ୍ୟ ଏହି, ଯେଉଁମାନେ ଗୋରୁ କି ମେଷ ବଳିଦାନ କରିବେ, ସେମାନେ ଯାଜକକୁ ତହିଁର ଆଗ-ଚଟୁଆ ଓ ଦୁଇ ଗାଲ ଓ ପାକସ୍ଥଳୀ ଦେବେ।
Toto pak náležeti bude kněžím od lidu, od obětujících obět, buď vola neb dobytče: Dáno bude knězi plece, a líce a žaludek.
4 ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଓ ଆପଣା ତୈଳର ଓ ଆପଣା ମେଷଲୋମର ଅଗ୍ରିମାଂଶ ତାହାକୁ ଦେବ।
Prvotiny obilé svého, vína a oleje svého, i prvotiny vlny z ovec svých dáš jemu.
5 କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶ ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।
Nebo jej vyvolil Hospodin Bůh tvůj ze všech pokolení tvých, aby stál k službě ve jménu Hospodina, on i synové jeho po všecky dny.
6 ଆଉ ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗର-ଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯଦି ଆପଣା ପ୍ରାଣର ସମ୍ପୂର୍ଣ୍ଣ ବାଞ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ,
Když by pak přišel který Levíta z některého města tvého, ze všeho Izraele, kdež bydlil, a přišel by s velikou žádostí duše své na místo, kteréž by vyvolil Hospodin:
7 ତେବେ ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ।
Sloužiti bude ve jménu Hospodina Boha svého, jako i jiní bratří jeho Levítové, kteříž tu stojí před Hospodinem.
8 ସେ ଆପଣା ପୈତୃକ ଅଧିକାର ବିକ୍ରୟର ମୂଲ୍ୟ ଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବ।
Díl rovný jísti budou, (bez škody toho, což by každý z nich prodal, ) vedlé čeledi otců.
9 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ସେଠାରେ ଉପସ୍ଥିତ ହେଲେ ସେହି ସ୍ଥାନର ଗୋଷ୍ଠୀୟ ଲୋକମାନଙ୍କ ଘୃଣାଯୋଗ୍ୟ କ୍ରିୟାଗୁଡ଼ିକୁ ଅନୁକରଣ କରିବା ତୁମ୍ଭେ ଶିଖିବ ନାହିଁ।
Když vejdeš do země, kterouž Hospodin Bůh tvůj dává tobě, neuč se činiti podlé ohavností národů těch.
10 ସେଠାରେ ଆପଣା ପୁତ୍ରକୁ କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଲୋକ, ଅବା ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, କି ଗଣକ, କି ମାୟାବୀ,
Nebude nalezen v tobě, kdož by vedl syna svého aneb dceru svou skrz oheň, ani věštěc, ani planétník, ani čarodějník, ani kouzedlník.
11 କି ମୋହକ, କି ଭୂତୁଡ଼ିଆ, କି ଗୁଣିଆ, କି ପ୍ରେତପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ ଦେଖାଯିବ ନାହିଁ।
Ani losník, ani zaklinač, ani hadač, ani černokněžník.
12 ଯେହେତୁ ଯେକେହି ଏପରି କର୍ମ କରେ, ସେ ସଦାପ୍ରଭୁଙ୍କର ଘୃଣାପାତ୍ର ଅଟନ୍ତି; ପୁଣି ସେହି ଘୃଣ୍ୟ କର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଅଛନ୍ତି।
Nebo ohavnost jest Hospodinu, kdožkoli činí to, a pro takové ohavnosti Hospodin Bůh tvůj vymítá je od tváři tvé.
13 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।
Dokonalý budeš před Hospodinem Bohem svým.
14 କାରଣ ଏହି ଯେଉଁ ଦେଶୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଶୁଭାଶୁଭବାଦୀ ଓ ମନ୍ତ୍ରଜ୍ଞମାନଙ୍କ କଥା ଶୁଣନ୍ତି; ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେହିପରି କରିବାକୁ ଦେଇ ନାହାନ୍ତି।
Nebo národové ti, kterýmiž vládnouti budeš, planetářů a věšťců poslouchají, tobě pak toho nedopouští Hospodin Bůh tvůj.
15 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ନିମନ୍ତେ ତୁମ୍ଭ ଭିତରୁ, ତୁମ୍ଭ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବେ; ତୁମ୍ଭେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କରିବ।
Proroka z prostředku tvého, z bratří tvých, jako já jsem, vzbudí tobě Hospodin Bůh tvůj; jeho poslouchati budete,
16 କାରଣ ହୋରେବରେ ସମାଜ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ପ୍ରାର୍ଥନା କରି କହିଥିଲ, “ଆମ୍ଭେ ଯେପରି ନ ମରୁ, ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ରବ ପୁନର୍ବାର ନ ଶୁଣୁ, କିଅବା ଏହି ମହା-ଅଗ୍ନି ଆଉ ନ ଦେଖୁ।”
Podlé všeho toho, jakž jsi žádal od Hospodina Boha svého, na Orébě, v den shromáždění, řka: Ať více neslyším hlasu Hospodina Boha svého, ani více vidím ohně toho velikého, abych neumřel.
17 ତହିଁରେ ସଦାପ୍ରଭୁ ମୋତେ କହିଲେ, “ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।
Pročež mi řekl Hospodin: Dobře mluvili, což jsou mluvili.
18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭ୍ରାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ।
Proroka vzbudím jim z prostředku bratří jejich, jako jsi ty, a položím slova má v ústa jeho, a bude jim mluviti všecko, což mu přikáži.
19 ପୁଣି ଆମ୍ଭ ନାମରେ ସେ ଆମ୍ଭର ଯେଉଁ ଯେଉଁ ବାକ୍ୟ କହିବେ, ତାହା ଯିଏ ଶୁଣିବ ନାହିଁ, ତାହାଠାରୁ ଆମ୍ଭେ ତହିଁର ପରିଶୋଧ ନେବା।
I budeť, že kdo by koli neposlouchal slov mých, kteráž mluviti bude ve jménu mém, já vyhledávati budu na něm.
20 ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇ ନାହୁଁ, ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟଦ୍ବକ୍ତା ଦୁଃସାହସ କରିବ, ଅବା ଅନ୍ୟ ଦେବତାଗଣର ନାମରେ କହିବ, ସେହି ଭବିଷ୍ୟଦ୍ବକ୍ତା ମରିବ।
Prorok pak, kterýž by pyšně se vystavoval, mluvě slovo ve jménu mém, kteréhož jsem mluviti jemu nepřikázal, a kterýž by mluvil ve jménu bohů cizích, takový prorok ať umře.
21 ମାତ୍ର ଯେବେ ତୁମ୍ଭେ ଆପଣା ମନେ ମନେ କୁହ, ‘ସଦାପ୍ରଭୁ ଯେଉଁ କଥା କହି ନାହାନ୍ତି, ତାହା ଆମ୍ଭେମାନେ କିପରି ଜାଣିବା?’
Jestliže pak díš v srdci svém: Kterak poznáme slovo to, jehož by nemluvil Hospodin?
22 କୌଣସି ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ନାମରେ କଥା କହିଲେ, ଯେବେ ତାହା ନ ହୁଏ, ଅବା ନ ଘଟେ, ତେବେ ସେହି କଥା ସଦାପ୍ରଭୁ କହି ନାହାନ୍ତି; ସେ ଭବିଷ୍ୟଦ୍ବକ୍ତା ଦୁଃସାହସରେ ତାହା କହିଅଛି, ତୁମ୍ଭେ ତାହାକୁ ଭୟ କରିବ ନାହିଁ।”
Když by mluvil něco prorok ve jménu Hospodinovu, a však by se toho nestalo, aniž by přišlo, toť jest to slovo, jehož nemluvil Hospodin; z pychuť jest to mluvil prorok ten, nebojž se ho.