< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 16 >

1 ଆବୀବ୍‍ ମାସକୁ ମାନ୍ୟ କର ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର; କାରଣ ଆବୀବ୍‍ ମାସରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ରାତ୍ରିକାଳରେ ମିସରରୁ ବାହାର କରି ଆଣିଲେ।
Ẹ kíyèsi oṣù Abibu, kí ẹ sì máa ṣe àjọ̀dún ìrékọjá ti Olúwa Ọlọ́run yín, nítorí pé ní oṣù Abibu yìí ni ó mú un yín jáde ní Ejibiti lóru.
2 ପୁଣି ସଦାପ୍ରଭୁ ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାରପର୍ବୀୟ ବଳିଦାନ କରିବ।
Ẹ fi ẹran kan rú ẹbọ bí ìrékọjá sí Olúwa Ọlọ́run yín láti inú ọ̀wọ́ ẹran tàbí agbo màlúù yín ní ibi tí Olúwa Ọlọ́run yín yóò yàn bí ibùgbé fún orúkọ rẹ̀.
3 ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍‍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ।
Ẹ má ṣe jẹ ẹ́ pẹ̀lú u àkàrà tí a fi ìwúkàrà ṣe, ṣùgbọ́n ọjọ́ méje ni kí ẹ fi jẹ àkàrà tí kò ní ìwúkàrà, àkàrà ìpọ́njú, nítorí pé pẹ̀lú ìkánjú ni ẹ kúrò ní Ejibiti: kí ẹ bá à lè rántí ìgbà tí ẹ kúrò ní Ejibiti ní gbogbo ọjọ́ ayé yín.
4 ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
Kí a má sì ṣe rí àkàrà wíwú ní ọ̀dọ̀ rẹ nínú ilẹ̀ rẹ ní ijọ́ méje. Kí ìwọ má ṣe jẹ́ kí nǹkan kan ṣẹ́kù nínú ẹran tí ìwọ ó fi rú ẹbọ ní ìrọ̀lẹ́ ọjọ́ kìn-ín-ní di àárọ̀ ọjọ́ kejì.
5 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗର-ଦ୍ୱାର ଦେବେ, ତହିଁର କୌଣସି ଦ୍ୱାର ମଧ୍ୟରେ ତୁମ୍ଭେ ନିସ୍ତାରପର୍ବୀୟ ବଳିଦାନ କରି ପାରିବ ନାହିଁ।
Ẹ kò gbọdọ̀ ṣe ìrékọjá náà ní ìlúkílùú kankan, tí Olúwa Ọlọ́run yín fi fún un yín
6 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସନ୍ଧ୍ୟା ସମୟରେ, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ମିସରରୁ ବାହାରିବା ଋତୁରେ ନିସ୍ତାରପର୍ବୀୟ ବଳିଦାନ କରିବ।
bí kò ṣe ibi tí yóò yàn gẹ́gẹ́ bí ibùgbé fún orúkọ rẹ̀, níbẹ̀ ni ki ẹ ti ṣe ìrúbọ ìrékọjá náà ní ìrọ̀lẹ́ nígbà tí oòrùn bá ń wọ̀ gẹ́gẹ́ bí ìrántí ìgbà tí ẹ kúrò ní ilẹ̀ Ejibiti.
7 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ପାକ କରି ଭୋଜନ କରିବ; ତହୁଁ ତୁମ୍ଭେ ପ୍ରାତଃକାଳରେ ଆପଣା ତମ୍ବୁକୁ ଫେରିଯିବ।
Ẹ sun ún kí ẹ sì jẹ ẹ́ ní ibi tí Olúwa Ọlọ́run yín yóò yàn. Ní àárọ̀, kí ẹ padà sí àgọ́ ọ yín.
8 ତୁମ୍ଭେ ଛଅ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ; ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
Ọjọ́ mẹ́fà ní kí ẹ fi jẹ àkàrà aláìwú, ní ọjọ́ keje, ẹ pe àjọ kan fún Olúwa Ọlọ́run yín, kí ẹ má sì ṣe iṣẹ́ kankan.
9 ତୁମ୍ଭେ ଆପଣା ପାଇଁ ସାତ ସପ୍ତାହ ଗଣନା କରିବ; ତୁମ୍ଭେ କ୍ଷେତ୍ରସ୍ଥିତ ଶସ୍ୟରେ ଦାଆ ଲଗାଇବାକୁ ଆରମ୍ଭ କରିବା ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ।
Ka ọ̀sẹ̀ méje láti ìgbà tí ẹ bá ti bẹ̀rẹ̀ sí fi dòjé ṣe ìkórè ọkà.
10 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ଵେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ;
Nígbà náà ni kí ẹ ṣe àjọ ọ̀sẹ̀ sí Olúwa Ọlọ́run yín, nípa pípèsè ọrẹ àtinúwá, gẹ́gẹ́ bí ìbùkún tí Olúwa Ọlọ́run yín fún un yín.
11 ଆଉ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ; ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ ଓ ପିତୃହୀନ ଓ ବିଧବା (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
Kí ẹ sì máa yọ̀ níwájú Olúwa Ọlọ́run yín ní ibi tí yóò yàn ní ibùgbé fún orúkọ rẹ̀: ẹ̀yin, àwọn ọmọ yín ọkùnrin àti àwọn ọmọ yín obìnrin, àwọn ẹrú yín ọkùnrin àti àwọn ẹrú yín obìnrin, àwọn Lefi tí ó wà ní ìlú yín, àti àwọn àjèjì, àwọn aláìní baba, àti àwọn opó tí ń gbé àárín yín.
12 ପୁଣି ତୁମ୍ଭେ ଯେ ମିସରରେ ବନ୍ଧାଦାସ ହୋଇଥିଲ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
Ẹ rántí pé, ẹ ti jẹ́ ẹrú ní Ejibiti rí, nítorí náà ẹ tẹ̀lé àwọn ìlànà wọ̀nyí dáradára.
13 ତୁମ୍ଭେ ଆପଣା ଶସ୍ୟମର୍ଦ୍ଦନ ସ୍ଥାନରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ସଂଗ୍ରହ କଲା ଉତ୍ତାରେ ସାତ ଦିନ ପତ୍ରକୁଟୀର ପର୍ବ ପାଳନ କରିବ;
Ẹ ṣe ayẹyẹ àgọ́ ìpàdé fún ọjọ́ méje lẹ́yìn ìgbà tí ẹ bá ti kórè oko yín tí ẹ ti pakà tí ẹ sì ti fún ọtí tán.
14 ଆଉ ଆପଣା ଉତ୍ସବ ସମୟରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ, ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ, ବିଦେଶୀ, ପିତୃହୀନ ଓ ବିଧବା, (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
Ẹ máa yọ̀ ní àkókò àjọ̀dún un yín, ẹ̀yin, àwọn ọmọ yín ọkùnrin àti obìnrin, àwọn ẹrúkùnrin àti ẹrúbìnrin yín, àti àwọn Lefi, àwọn àjèjì, àwọn aláìní baba àti àwọn opó tí ń gbé ní àwọn ìlú u yín.
15 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତ ଦିନ ଉତ୍ସବ ପାଳନ କରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ; ପୁଣି ତୁମ୍ଭେ ସର୍ବତୋଭାବେ ଆନନ୍ଦିତ ହେବ।
Ọjọ́ méje ni kí ẹ̀yin kí ó fi ṣe ayẹyẹ fún Olúwa Ọlọ́run yín ní ibi tí Olúwa yóò yàn. Nítorí pé Olúwa Ọlọ́run yín yóò bùkún un yín ní gbogbo ìkórè e yín, àti ní gbogbo iṣẹ́ ọwọ́ yín, ayọ̀ ọ yín yóò sì kún.
16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତାହାଙ୍କ ସମ୍ମୁଖରେ ବର୍ଷକେ ତିନି ଥର ତୁମ୍ଭର ପୁରୁଷ ସମସ୍ତେ ତାଡ଼ିଶୂନ୍ୟ ରୁଟିର ପର୍ବ ସମୟରେ, ସପ୍ତାହ ସମୂହର ପର୍ବ ସମୟରେ ଓ ପତ୍ରକୁଟୀର ପର୍ବ ସମୟରେ ଦେଖା ଦେବେ; ମାତ୍ର ସେମାନେ ଖାଲି ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେଖା ଦେବେ ନାହିଁ।
Ní ẹ̀ẹ̀mẹ́ta lọ́dún ni kí gbogbo àwọn ọkùnrin rẹ kí ó farahàn níwájú Olúwa Ọlọ́run rẹ̀, ní ibi tí yóò yàn. Níbi àjọ àkàrà àìwú, níbi àjọ ọ̀sẹ̀, àti àjọ àgọ́ ìpàdé. Ẹnikẹ́ni kò gbọdọ̀ wá sí iwájú Olúwa ní ọwọ́ òfo.
17 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।
Kí olúkúlùkù ó mú ọrẹ wá bí agbára rẹ̀ ti tó, gẹ́gẹ́ bí ìbùkún Olúwa Ọlọ́run rẹ tí ó fi fún un ọ̀.
18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶାନୁସାରେ ତୁମ୍ଭକୁ ଯେଉଁ ସମସ୍ତ ନଗର ଦେବେ, ତହିଁର ଦ୍ୱାର ମଧ୍ୟରେ ତୁମ୍ଭେ ଆପଣା ପାଇଁ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବ; ପୁଣି ସେମାନେ ନ୍ୟାୟ-ବିଚାରରେ ଲୋକମାନଙ୍କର ବିଚାର କରିବେ।
Ẹ yan àwọn adájọ́ àti àwọn olóyè fún ẹ̀yà a yín kọ̀ọ̀kan, ní gbogbo ìlú tí Olúwa Ọlọ́run yín yóò fún un yín, wọ́n sì gbọdọ̀ máa fi òtítọ́ ṣe ìdájọ́ àwọn ènìyàn.
19 ତୁମ୍ଭେ ଅନ୍ୟାୟ ବିଚାର କରିବ ନାହିଁ; ତୁମ୍ଭେ ମନୁଷ୍ୟର ମୁଖାପେକ୍ଷା କରିବ ନାହିଁ; କିଅବା ତୁମ୍ଭେ ଲାଞ୍ଚ ନେବ ନାହିଁ; କାରଣ ଲାଞ୍ଚ ଜ୍ଞାନୀମାନଙ୍କର ଚକ୍ଷୁ ଅନ୍ଧ କରେ ଓ ଧାର୍ମିକମାନଙ୍କ ବାକ୍ୟ ଅନ୍ୟଥା କରେ।
Ìwọ kò gbọdọ̀ yí ìdájọ́ po, ìwọ kò gbọdọ̀ ṣe ojúsàájú ènìyàn. Ìwọ kò gbọdọ̀ gba àbẹ̀tẹ́lẹ̀ nítorí pé àbẹ̀tẹ́lẹ̀ ń fọ́ ojú ọlọ́gbọ́n, ó sì ń ba ọ̀rọ̀ olódodo jẹ́.
20 ଯାହା ସର୍ବତୋଭାବେ ଯଥାର୍ଥ, ତୁମ୍ଭେ ତହିଁର ଅନୁଗାମୀ ହୁଅ, ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
Ẹ tẹ̀lé ìdájọ́ òtítọ́ àní ìdájọ́ òtítọ́ nìkan, kí ẹ bá à lè gbé kí ẹ sì gba ilẹ̀ tí Olúwa Ọlọ́run yín ń fún un yín.
21 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଷ୍ଠ ସ୍ଥାପନ କରିବ ନାହିଁ।
Ẹ má ṣe ri ère òrìṣà Aṣerah sí ẹ̀gbẹ́ pẹpẹ tí ẹ ti mọ fún Olúwa Ọlọ́run yín.
22 କିଅବା ତୁମ୍ଭେ ଆପଣା ପାଇଁ କୌଣସି ସ୍ତମ୍ଭ ଉତ୍ଥାପନ କରିବ ନାହିଁ; ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଘୃଣା କରନ୍ତି।
Ẹ kò gbọdọ̀ gbé òkúta òrìṣà gbígbẹ́ kan kalẹ̀ fún ara yín, nítorí èyí ni Olúwa Ọlọ́run yín kórìíra.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 16 >