< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 16 >

1 ଆବୀବ୍‍ ମାସକୁ ମାନ୍ୟ କର ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର; କାରଣ ଆବୀବ୍‍ ମାସରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ରାତ୍ରିକାଳରେ ମିସରରୁ ବାହାର କରି ଆଣିଲେ।
"Prends garde au mois de la germination, pour célébrer la Pâque en l’honneur de l’Éternel, ton Dieu; car c’est dans le mois de la germination que l’Éternel, ton Dieu, t’a fait sortir d’Egypte, la nuit.
2 ପୁଣି ସଦାପ୍ରଭୁ ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାରପର୍ବୀୟ ବଳିଦାନ କରିବ।
Tu immoleras le sacrifice pascal à l’Éternel, ton Dieu, parmi le menu et le gros bétail, dans le lieu que l’Éternel aura choisi pour y fixer son nom.
3 ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍‍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ।
Tu ne dois pas manger de pain levé avec ce sacrifice; durant sept jours tu mangeras en outre des azymes, pain de misère, car c’est avec précipitation que tu as quitté le pays d’Egypte, et il faut que tu te souviennes, tous les jours de ta vie, du jour où tu as quitté le pays d’Egypte.
4 ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
Qu’on ne voie pas de levain chez toi, dans tout ton territoire, durant sept jours, et qu’il ne reste rien, le lendemain, de la chair du sacrifice offert le soir du premier jour.
5 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗର-ଦ୍ୱାର ଦେବେ, ତହିଁର କୌଣସି ଦ୍ୱାର ମଧ୍ୟରେ ତୁମ୍ଭେ ନିସ୍ତାରପର୍ବୀୟ ବଳିଦାନ କରି ପାରିବ ନାହିଁ।
Tu ne pourras pas immoler l’agneau pascal dans quelqu’une des villes que l’Éternel, ton Dieu, te donnera;
6 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସନ୍ଧ୍ୟା ସମୟରେ, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ମିସରରୁ ବାହାରିବା ଋତୁରେ ନିସ୍ତାରପର୍ବୀୟ ବଳିଦାନ କରିବ।
mais uniquement au lieu que l’Éternel, ton Dieu, aura choisi pour y faire résider son nom, là tu immoleras le sacrifice pascal sur le soir, au coucher du soleil, à l’anniversaire de ta sortie d’Egypte.
7 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ପାକ କରି ଭୋଜନ କରିବ; ତହୁଁ ତୁମ୍ଭେ ପ୍ରାତଃକାଳରେ ଆପଣା ତମ୍ବୁକୁ ଫେରିଯିବ।
Tu le feras cuire et le mangeras en ce même lieu que l’Éternel, ton Dieu, aura choisi; puis, le lendemain, tu pourras t’en retourner dans tes demeures.
8 ତୁମ୍ଭେ ଛଅ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ; ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
Six jours tu mangeras des azymes; de plus, le septième jour, il y aura une fête solennelle pour l’Éternel, ton Dieu: tu ne feras aucun travail.
9 ତୁମ୍ଭେ ଆପଣା ପାଇଁ ସାତ ସପ୍ତାହ ଗଣନା କରିବ; ତୁମ୍ଭେ କ୍ଷେତ୍ରସ୍ଥିତ ଶସ୍ୟରେ ଦାଆ ଲଗାଇବାକୁ ଆରମ୍ଭ କରିବା ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ।
Puis tu compteras sept semaines: aussitôt qu’on mettra la faucille aux blés, tu commenceras à compter ces sept semaines.
10 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ଵେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ;
Et tu célébreras une fête des semaines en l’honneur de l’Éternel, ton Dieu, à proportion des dons que ta main pourra offrir, selon que l’Éternel, ton Dieu, t’aura béni.
11 ଆଉ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ; ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ ଓ ପିତୃହୀନ ଓ ବିଧବା (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
Et tu te réjouiras en présence de l’Éternel, ton Dieu, toi, ton fils et ta fille, ton esclave et ta servante, le Lévite qui sera dans tes murs, l’étranger, l’orphelin et la veuve qui seront près de toi, dans l’enceinte que l’Éternel, ton Dieu, aura choisie pour y faire habiter son nom.
12 ପୁଣି ତୁମ୍ଭେ ଯେ ମିସରରେ ବନ୍ଧାଦାସ ହୋଇଥିଲ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
Tu te souviendras que tu as été esclave en Egypte, et tu observeras fidèlement ces lois.
13 ତୁମ୍ଭେ ଆପଣା ଶସ୍ୟମର୍ଦ୍ଦନ ସ୍ଥାନରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ସଂଗ୍ରହ କଲା ଉତ୍ତାରେ ସାତ ଦିନ ପତ୍ରକୁଟୀର ପର୍ବ ପାଳନ କରିବ;
Tu célébreras la fête des tentes durant sept jours, quand tu rentreras les produits de ton aire et de ton pressoir;
14 ଆଉ ଆପଣା ଉତ୍ସବ ସମୟରେ ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ, ତୁମ୍ଭ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ, ବିଦେଶୀ, ପିତୃହୀନ ଓ ବିଧବା, (ତୁମ୍ଭେ) ସମସ୍ତେ ଆନନ୍ଦ କରିବ।
et tu te réjouiras pendant la fête et, avec toi, ton fils et ta fille, ton serviteur et ta servante, et le Lévite, l’étranger, l’orphelin, la veuve qui seront dans tes murs.
15 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତ ଦିନ ଉତ୍ସବ ପାଳନ କରିବ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ; ପୁଣି ତୁମ୍ଭେ ସର୍ବତୋଭାବେ ଆନନ୍ଦିତ ହେବ।
Tu fêteras ces sept jours en l’honneur de l’Éternel, ton Dieu, dans le lieu qu’il aura choisi; car il te bénira, l’Éternel, ton Dieu, dans tous tes revenus, dans tout le labeur de tes mains, et tu pourras t’abandonner à la joie.
16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତାହାଙ୍କ ସମ୍ମୁଖରେ ବର୍ଷକେ ତିନି ଥର ତୁମ୍ଭର ପୁରୁଷ ସମସ୍ତେ ତାଡ଼ିଶୂନ୍ୟ ରୁଟିର ପର୍ବ ସମୟରେ, ସପ୍ତାହ ସମୂହର ପର୍ବ ସମୟରେ ଓ ପତ୍ରକୁଟୀର ପର୍ବ ସମୟରେ ଦେଖା ଦେବେ; ମାତ୍ର ସେମାନେ ଖାଲି ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେଖା ଦେବେ ନାହିଁ।
Trois fois l’an, tous tes mâles paraîtront en présence du Seigneur, ton Dieu, dans l’endroit qu’il aura élu: à la fête des azymes, à celle des semaines et à celle des tentes. Et que l’on ne paraisse pas les mains vides en présence du Seigneur.
17 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।
Mais chacun donnera selon ses moyens, selon les bénédictions que l’Éternel, ton Dieu, t’aura dispensées.
18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶାନୁସାରେ ତୁମ୍ଭକୁ ଯେଉଁ ସମସ୍ତ ନଗର ଦେବେ, ତହିଁର ଦ୍ୱାର ମଧ୍ୟରେ ତୁମ୍ଭେ ଆପଣା ପାଇଁ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବ; ପୁଣି ସେମାନେ ନ୍ୟାୟ-ବିଚାରରେ ଲୋକମାନଙ୍କର ବିଚାର କରିବେ।
Tu institueras des juges et des magistrats dans toutes les villes que l’Éternel, ton Dieu, te donnera, dans chacune de tes tribus; et ils devront juger le peuple selon la justice.
19 ତୁମ୍ଭେ ଅନ୍ୟାୟ ବିଚାର କରିବ ନାହିଁ; ତୁମ୍ଭେ ମନୁଷ୍ୟର ମୁଖାପେକ୍ଷା କରିବ ନାହିଁ; କିଅବା ତୁମ୍ଭେ ଲାଞ୍ଚ ନେବ ନାହିଁ; କାରଣ ଲାଞ୍ଚ ଜ୍ଞାନୀମାନଙ୍କର ଚକ୍ଷୁ ଅନ୍ଧ କରେ ଓ ଧାର୍ମିକମାନଙ୍କ ବାକ୍ୟ ଅନ୍ୟଥା କରେ।
Ne fais pas fléchir le droit, n’aie pas égard à la personne, et n’accepte point de présent corrupteur, car la corruption aveugle les yeux des sages et fausse la parole des justes.
20 ଯାହା ସର୍ବତୋଭାବେ ଯଥାର୍ଥ, ତୁମ୍ଭେ ତହିଁର ଅନୁଗାମୀ ହୁଅ, ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
C’Est la justice, la justice seule que tu dois rechercher, si tu veux te maintenir en possession du pays que l’Éternel, ton Dieu, te destine.
21 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଷ୍ଠ ସ୍ଥାପନ କରିବ ନାହିଁ।
Ne plante chez toi ni bosquet ni arbre quelconque auprès de l’autel que tu devras ériger à l’Éternel, ton Dieu;
22 କିଅବା ତୁମ୍ଭେ ଆପଣା ପାଇଁ କୌଣସି ସ୍ତମ୍ଭ ଉତ୍ଥାପନ କରିବ ନାହିଁ; ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଘୃଣା କରନ୍ତି।
et n’érige pas de statue chez toi, chose odieuse à l’Éternel, ton Dieu.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 16 >