< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 14 >

1 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ ଅଟ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ।
Ọmọ Olúwa Ọlọ́run yín ni ẹ̀yin jẹ́: nítorí náà, ẹ má ṣe ya ara yín ní abẹ. Ẹ má ṣe gé irun iwájú orí yín nítorí òkú.
2 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।
Nítorí pé ènìyàn mímọ́ ní ẹ jẹ́ fún Olúwa Ọlọ́run yín, nínú gbogbo ènìyàn tí ó wà lórí ilẹ̀ ayé, Ọlọ́run ti yàn yín láti jẹ́ ìṣúra iyebíye rẹ̀.
3 ତୁମ୍ଭେ କୌଣସି ଘୃଣାଯୋଗ୍ୟ ଦ୍ରବ୍ୟ ଭୋଜନ କରିବ ନାହିଁ।
Ẹ má ṣe jẹ ohun ìríra kankan.
4 ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ ଯଥା,
Àwọn wọ̀nyí ni ẹranko tí ẹ lè máa jẹ: màlúù, àgùntàn àti ewúrẹ́,
5 ଗୋରୁ, ମେଷ, ଛେଳି, ହରିଣ, କୃଷ୍ଣସାର ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମୂରୁ,
àgbọ̀nrín, èsúró, etu, àgóró, ẹfọ̀n, ìgalà àti àgùntàn igbó.
6 ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା, ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।
Ẹ lè jẹ gbogbo ẹranko tí pátákò ẹsẹ̀ rẹ̀ kì í ṣe méjì tí ó sì tún jẹ àpọ̀jẹ.
7 ମାତ୍ର ଯେଉଁମାନେ ପାକୁଳି କରନ୍ତି, ଅବା ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହିସବୁ ଭୋଜନ କରିବ ନାହିଁ ଯଥା, ଓଟ, ଠେକୁଆ ଓ ଶାଫନ୍‍ ପଶୁ, କାରଣ ସେମାନେ ପାକୁଳି କରନ୍ତି, ମାତ୍ର ଦ୍ୱିଖଣ୍ଡ-ଖୁରାବିଶିଷ୍ଟ ନୁହନ୍ତି, ସେମାନେ ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟନ୍ତି;
Síbẹ̀síbẹ̀ nínú gbogbo ẹran tí ń jẹ àpọ̀jẹ tí ó sì tún ya pátákò ẹsẹ̀ tí ẹ kò gbọdọ̀ jẹ ni: ìbákasẹ, ehoro, àti ẹranko tí ó dàbí ehoro tí ń gbé inú àpáta. Bí ó tilẹ̀ jẹ́ pé wọ́n jẹ àpọ̀jẹ, ṣùgbọ́n wọn kò la pátákò ẹsẹ̀, a kà wọ́n sí àìmọ́ fún yín.
8 ପୁଣି ଶୂକର, ଯେହେତୁ ସେ ବିଭକ୍ତ ଖୁରାବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟେ; ତୁମ୍ଭେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କ ଶବ ସ୍ପର୍ଶ କରିବ ନାହିଁ।
Ẹlẹ́dẹ̀ jẹ́ àìmọ́; bí ó tilẹ̀ jẹ́ pé ó ya pátákò ẹsẹ̀, kì í jẹ àpọ̀jẹ, ẹ kò gbọdọ̀ jẹ ẹran rẹ̀, ẹ kò sì gbọdọ̀ fọwọ́ kan òkú rẹ̀.
9 ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ;
Nínú gbogbo ẹ̀dá alààyè tí ń gbé inú omi, ẹ lè jẹ èyíkéyìí tí ó ní lẹbẹ àti ìpẹ́.
10 ପୁଣି ଯାହାର ଡେଣା ଓ କାତି ନାହିଁ, ତାହା ତୁମ୍ଭେମାନେ ଭୋଜନ କରିବ ନାହିଁ; ତାହା ତୁମ୍ଭମାନଙ୍କ ନିମନ୍ତେ ଅଶୁଚି ଅଟେ।
Ṣùgbọ́n èyíkéyìí tí kò bá ní lẹbẹ àti ìpẹ́, ẹ má ṣe jẹ ẹ́, nítorí pé àìmọ́ ni wọ́n jẹ́ fún yín.
11 ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର,
Ẹ lè jẹ ẹyẹ tí ó bá mọ́.
12 ମାତ୍ର ଏହିସବୁ ଭୋଜନ କରିବ ନାହିଁ, ଯଥା, ଉତ୍କ୍ରୋଶ ଓ ଶାଗୁଣା ଓ ବାଜ ଜାତୀୟ ପକ୍ଷୀ;
Ṣùgbọ́n ìwọ̀nyí ní ẹ kò gbọdọ̀ jẹ: idì, igún, àkàlà,
13 ବାଜପକ୍ଷୀ ଓ ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ
onírúurú àṣá àti àṣá alátagbà,
14 ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ;
onírúurú ẹyẹ ìwò,
15 ପୁଣି ଉଷ୍ଟ୍ରପକ୍ଷୀ, ତାମସ ପକ୍ଷୀ (ପେଚା), ସମୁଦ୍ର ଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;
ògòǹgò, òwìwí, pẹ́pẹ́yẹdò àti onírúurú àwòdì,
16 ଆଉ କୋଷପକ୍ଷୀ ଓ ବଗ ଓ ଦୀର୍ଘ-ଗଳ ହଂସ;
onírúurú òwìwí,
17 ପାଣିଭେଳା ଓ ଶାଗୁଣା ଓ ପାଣିକୁଆ
òwìwí ọ̀dàn, àkàlà, ìgò,
18 ଓ ବଗ ଓ ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ବାଦୁଢ଼ି;
àkọ̀, òòdẹ̀, onírúurú ẹyẹ odò mìíràn, atọ́ka àti àdán.
19 ପୁଣି ଗମନକାରୀ ପକ୍ଷବାନ ଜନ୍ତୁସକଳ ତୁମ୍ଭମାନଙ୍କ ପ୍ରତି ଅଶୁଚି ଅଟନ୍ତି; ସେଗୁଡ଼ିକୁ ଭୋଜନ କରିବ ନାହିଁ।
Àti gbogbo kòkòrò tí ń fò tí wọ́n ń kọ́wọ̀ọ́ rìn jẹ́ aláìmọ́ fun un yín, ẹ má ṣe jẹ wọ́n.
20 ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକୁୁ ଭୋଜନ କରି ପାରିବ।
Ṣùgbọ́n ẹ lè jẹ èyíkéyìí ẹ̀dá abìyẹ́ tí ó bá mọ́.
21 ତୁମ୍ଭେମାନେ ସ୍ୱୟଂମୃତ କୌଣସି ପ୍ରାଣୀର ମାଂସ ଭୋଜନ କରିବ ନାହିଁ; ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ କୌଣସି ବିଦେଶୀକୁ ତାହା ଭୋଜନାର୍ଥେ ଦେଇ ପାର; ଅବା ତୁମ୍ଭେ କୌଣସି ବିଦେଶୀ ନିକଟରେ ତାହା ବିକ୍ରୟ କରିପାର; କାରଣ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ତୁମ୍ଭେ ଛାଗବତ୍ସକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।
Ẹ má ṣe jẹ ohun tí ó ti kú sílẹ̀. Ẹ lè fún àwọn àjèjì tí ń gbé ní èyíkéyìí nínú ìlú yín. Òun lè jẹ ẹ́ tàbí kí ẹ tà á fún àwọn àjèjì. Ṣùgbọ́n ènìyàn mímọ́ fún Olúwa Ọlọ́run yín ni ẹ̀yin jẹ́. Ìwọ kò gbọdọ̀ ṣe ewúrẹ́ nínú wàrà ìyá rẹ̀.
22 ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ।
Ẹ rí i dájú pé ẹ̀ ń fi ìdákan nínú mẹ́wàá nínú ìre oko yín lọ́dọọdún pamọ́ sí apá kan.
23 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା ପାଇବ।
Ẹ jẹ ìdámẹ́wàá oúnjẹ yín, wáìnì tuntun, òróró, àti àkọ́bí àwọn màlúù yín àti ewúrẹ́ ẹ yín, níwájú Olúwa Ọlọ́run yín, ní ibi tí yóò yàn bí ibùgbé orúkọ rẹ̀. Kí ẹ lè kọ́ bí a ṣé ń bu ọlá fún Olúwa Ọlọ́run yín nígbà gbogbo.
24 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବା ବେଳେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ତୁମ୍ଭଠାରୁ ଅତିରିକ୍ତ ଦୂର ହୁଏ, ତେଣୁ ସେହି ପଥ ତୁମ୍ଭ ପ୍ରତି ଅତିରିକ୍ତ ଦୀର୍ଘ ହେବା ସକାଶୁ ତୁମ୍ଭେ ସେହି ଦ୍ରବ୍ୟ ବୋହି ନେବା ପାଇଁ ଅସମର୍ଥ ହୁଅ;
Bí ibẹ̀ bá jì tí Olúwa Ọlọ́run rẹ sì ti bùkún fún ọ, tí o kò sì le ru àwọn ìdámẹ́wàá rẹ (nítorí pé ibi tí Olúwa yóò yàn láti fi orúkọ rẹ̀ sí jìnnà jù).
25 ତେବେ ତୁମ୍ଭେ ତାହା ଟଙ୍କା କରି ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ।
Ẹ pààrọ̀ àwọn ìdámẹ́wàá yín sí owó, ẹ mú owó náà lọ sí ibi tí Olúwa yóò yàn.
26 ପୁଣି ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ଗୋରୁ, କି ମେଷ, କି ଦ୍ରାକ୍ଷାରସ, କି ମଦ୍ୟ, କିଅବା ଯାହା କିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଚାହେଁ, ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ, ପୁଣି ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ;
Fi owó náà ra ohunkóhun tí o bá fẹ́, màlúù, àgùntàn, wáìnì, tàbí ọtí líle, tàbí ohunkóhun tí o bá fẹ́. Kí ìwọ àti ìdílé rẹ sì jẹ ẹ́ níwájú Olúwa níbẹ̀ kí ẹ sì máa yọ̀.
27 ଆଉ ତୁମ୍ଭେ ଆପଣା ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ; କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇ ନାହିଁ।
Ẹ má ṣe gbàgbé àwọn Lefi tí ó ń gbé nì ìlú yín, nítorí pé wọn kò ní ìpín kan tàbí ogún kan tí í ṣe tiwọn.
28 ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର-ଦ୍ୱାର ଭିତରେ ସଞ୍ଚୟ କରି ରଖିବ;
Ní òpin ọdún mẹ́ta mẹ́ta, ẹ̀yin yóò mú gbogbo ìdámẹ́wàá ìre oko àwọn ọdún náà, kí ẹ kó wọn jọ ní ìlú yín.
29 ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗର-ଦ୍ୱାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
Kí àwọn Lefi (tí kò ní ìpín tàbí ogún tiwọn) àti àwọn àjèjì, àwọn aláìní baba, àti àwọn opó tí ń gbé ìlú yín lè wá, kí wọn sì jẹ kí wọn sì yó, kí Olúwa Ọlọ́run rẹ le è bùkún fún ọ, nínú gbogbo iṣẹ́ ọwọ́ rẹ.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 14 >