< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 12 >
1 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର ନିମନ୍ତେ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭମାନଙ୍କର ଏହି ପୃଥିବୀରେ ଜୀବିତ ଥିବା ସମସ୍ତ ଦିନ ଯେଉଁ ସକଳ ବିଧି ଓ ଶାସନ ମାନ୍ୟ କରି ପାଳନ କରିବାକୁ ହେବ, ତାହା ଏହି।
Wọ̀nyí ni àwọn ìlànà àti òfin tí ẹ gbọdọ̀ ṣọ́ra láti máa tẹ̀lé, ní ilẹ̀ tí Olúwa Ọlọ́run àwọn baba yín, fi fún un yín láti gbà: ní gbogbo ìgbà tí ẹ bá fi wà lórí ilẹ̀ náà.
2 ତୁମ୍ଭେମାନେ ଯେଉଁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ, ସେମାନେ ଉଚ୍ଚ ପର୍ବତଗଣ ଉପରେ, ଉପପର୍ବତସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନରେ ଆପଣା ଆପଣା ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ।
Gbogbo ibi gíga àwọn òkè ńlá, àti òkè kéékèèké àti lábẹ́ gbogbo igi tí ń gbilẹ̀ níbi tí àwọn orílẹ̀-èdè tí ẹ ó lé jáde, tí ń sin òrìṣà wọn ní kí ẹ mú kúrò pátápátá.
3 ଆଉ, ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ, ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ଅଗ୍ନିରେ ଦଗ୍ଧ କରିବ; ପୁଣି ତୁମ୍ଭେମାନେ ସେମାନଙ୍କ ଖୋଦିତ ଦେବ ପ୍ରତିମାମାନଙ୍କୁ ହାଣି ପକାଇବ; ଆଉ ତୁମ୍ଭେମାନେ ସେହି ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।
Ẹ wó àwọn pẹpẹ wọn, ẹ bi òpó ìsìn wọn ṣubú, kí ẹ sì sun òpó Aṣerah wọn ní iná. Ẹ gé gbogbo ère òrìṣà wọn lulẹ̀, kí ẹ sì pa orúkọ wọn rẹ́ ní gbogbo ààyè wọn.
4 ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେରୂପ କରିବ ନାହିଁ।
Ẹ kò gbọdọ̀ sin Olúwa Ọlọ́run yín bí i tiwọn.
5 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ତୁମ୍ଭମାନଙ୍କ ସମସ୍ତ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ତାହାଙ୍କ ସେହି ନିବାସ ସ୍ଥାନ ତୁମ୍ଭେମାନେ ଅନ୍ୱେଷଣ କରିବ ଓ ସେହି ସ୍ଥାନକୁ ତୁମ୍ଭେ ଯିବ;
Ṣùgbọ́n ẹ wá ibi tí Olúwa Ọlọ́run yín yóò yàn láàrín àwọn ẹ̀yà yín, láti fi orúkọ rẹ̀ síbẹ̀ bí i ibùgbé rẹ̀. Ibẹ̀ ni kí ẹ lọ.
6 ପୁଣି ତୁମ୍ଭେମାନେ ସେହି ସ୍ଥାନକୁ ଆପଣା ଆପଣା ହୋମ-ନୈବେଦ୍ୟ, ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ଆପଣା ମାନତ ଦ୍ରବ୍ୟ, ଆପଣା ଆପଣା ସ୍ଵେଚ୍ଛାଦତ୍ତ ନୈବେଦ୍ୟ ଓ ଆପଣା ଆପଣା ଗୋମେଷଦି ପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ;
Níbẹ̀ ni kí ẹ mú ẹbọ sísun àti ẹbọ yín wá, ìdámẹ́wàá yín àti ọrẹ àkànṣe, àwọn ẹ̀jẹ́ yín, ọrẹ àtinúwá yín, àti àwọn àkọ́bí gbogbo màlúù yín àti ewúrẹ́ ẹ yín.
7 ପୁଣି ସେହି ସ୍ଥାନରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଯେଉଁ ବିଷୟରେ ତୁମ୍ଭକୁ ଆଶୀର୍ବାଦ କରିଅଛନ୍ତି, ଏପରି ଯେକୌଣସି ବିଷୟରେ ତୁମ୍ଭେମାନେ ହାତ ଦେବ, ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ପରିବାର ଆନନ୍ଦ କରିବ।
Níwájú Olúwa Ọlọ́run yín níbẹ̀, kí ẹ̀yin àti ìdílé yín jẹun kí ẹ sì yó, nínú gbogbo ìdáwọ́lé e yín, torí pé Olúwa Ọlọ́run yín ti bùkún un yín.
8 ଯାହାର ଦୃଷ୍ଟିରେ ଯାହା ଭଲ, ଏପରି କାର୍ଯ୍ୟ ଆମ୍ଭେମାନେ ପ୍ରତ୍ୟେକେ ଆଜି ଏ ସ୍ଥାନରେ କରୁଅଛୁ, ସେହିପରି ତୁମ୍ଭେମାନେ କରିବ ନାହିଁ।
Kí ẹ̀yin kí ó má ṣe ṣe gẹ́gẹ́ bí a tí ṣe níhìn-ín lónìí yìí, tí olúkúlùkù ń ṣe ohun tí ó tọ́ ní ojú ara rẹ̀.
9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ।
Níwọ́n ìgbà tí ẹ ti dé ibi ìsinmi, àti ibi ogún tí Olúwa Ọlọ́run yín fún un yín.
10 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ଅଧିକାର କରାଇବେ, ସେଠାକୁ ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ ଓ ତହିଁରେ ବାସ କରିବ, ଆଉ ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେଲେ ତୁମ୍ଭେମାନେ ଯେତେବେଳେ ନିର୍ଭୟରେ ବାସ କରିବ;
Ṣùgbọ́n ẹ ó la Jordani kọjá, ẹ ó sì máa gbé ní ilẹ̀ tí Olúwa Ọlọ́run yín fún un yín bí ìní, yóò sì fún un yín ní ìsinmi, kúrò láàrín àwọn ọ̀tá a yín, tí ó yí i yín ká, kí ẹ ba à lè máa gbé láìléwu.
11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ତୁମ୍ଭେମାନେ ମୋହର ଆଜ୍ଞାନୁସାରେ ଆପଣା ଆପଣା ହୋମ-ନୈବେଦ୍ୟ ଓ ଆପଣା ଆପଣା ବଳିଦାନ, ଆପଣା ଆପଣା ଦଶମାଂଶ, ଆପଣା ଆପଣା ହସ୍ତର ଉତ୍ତୋଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିବାର ତୁମ୍ଭମାନଙ୍କ ସକଳ ମନୋନୀତ ମାନତ ଆଣିବ।
Níbi tí Olúwa Ọlọ́run yín yóò yàn bí ibùgbé fún orúkọ rẹ̀. Níbẹ̀ ni kí ẹ mú gbogbo ohun tí mo pàṣẹ fún un yín wá: àwọn ọrẹ ẹ yín àti àwọn ẹbọ sísun, ìdámẹ́wàá yín àti ọrẹ àkànṣe, àti gbogbo ohun ìní yín tí ẹ ti yàn, èyí tí ẹ ti jẹ́ ẹ̀jẹ́ fún Olúwa.
12 ଆଉ ତୁମ୍ଭେମାନେ, ତୁମ୍ଭମାନଙ୍କ ପୁତ୍ରଗଣ, ତୁମ୍ଭମାନଙ୍କ କନ୍ୟାଗଣ, ତୁମ୍ଭମାନଙ୍କ ଦାସଗଣ ଓ ତୁମ୍ଭମାନଙ୍କ ଦାସୀଗଣ, ପୁଣି ତୁମ୍ଭମାନଙ୍କ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ସକାଶୁ ସେ ଏବଂ ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
Kí ẹ máa yọ̀ níwájú Olúwa Ọlọ́run yín níbẹ̀, ẹ̀yin, àwọn ọmọkùnrin yín, àwọn ọmọbìnrin yín, ìránṣẹ́bìnrin àti ìránṣẹ́kùnrin yín, àti àwọn Lefi láti ìlú u yín, tí wọn kò ní ìpín tàbí ogún tiwọn.
13 ଆପଣା ବିଷୟରେ ସାବଧାନ ହୁଅ, ଯେଉଁ ପ୍ରତ୍ୟେକ ସ୍ଥାନ ତୁମ୍ଭେ ଦେଖିବ, ଯେପରି ସେସବୁ ସ୍ଥାନରେ ଆପଣା ହୋମବଳି ଉତ୍ସର୍ଗ ନ କର।
Ẹ ṣọ́ra kí ẹ má ṣe rú ẹbọ sísun yín ní ibikíbi tí ẹ̀yin fẹ́.
14 ମାତ୍ର ସଦାପ୍ରଭୁ ତୁମ୍ଭ ବଂଶ ମଧ୍ୟରୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ହୋମବଳିଦାନାଦି ଉତ୍ସର୍ଗ କରିବ ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରୁଅଛୁ, ତାହାସବୁ ସେଠାରେ କରିବ।
Ibi tí Olúwa yóò yàn láàrín àwọn ẹ̀yà a yín nìkan ni kí ẹ ti máa rú ẹbọ sísun yín, kí ẹ sì máa kíyèsi ohun gbogbo tí mo pàṣẹ fún un yín níbẹ̀.
15 ତଥାପି ତୁମ୍ଭେ ଆପଣା ପ୍ରାଣର ବାଞ୍ଛାମତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଆପଣାର ସମସ୍ତ ନଗର-ଦ୍ୱାର ଭିତରେ ପଶୁ ବଧ କରି ମାଂସ ଭୋଜନ କରି ପାରିବ; ଶୁଚି ଓ ଅଶୁଚି ଲୋକ, କୃଷ୍ଣସାର ଓ ହରିଣର ମାଂସ ତୁଲ୍ୟ ତାହା ଭୋଜନ କରି ପାରିବେ।
Síbẹ̀síbẹ̀, ẹ lọ pa àwọn ẹran yín ní èyíkéyìí nínú àwọn ìlú u yín, kí ẹ sì jẹ ẹran náà tó bí ẹ ti fẹ́, bí ẹ ti ń ṣe sí àgbọ̀nrín àti èsúró, gẹ́gẹ́ bí ìbùkún Olúwa Ọlọ́run yín tí ó fi fún un yín, àti ẹni mímọ́ àti aláìmọ́ ni ó lè jẹ nínú àwọn ẹran náà.
16 କେବଳ ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ; ତୁମ୍ଭେ ଜଳ ତୁଲ୍ୟ ତାହା ଭୂମିରେ ଢାଳି ଦେବ।
Ṣùgbọ́n ẹ kò gbọdọ̀ jẹ ẹ̀jẹ̀ wọn, ẹ dà á sílẹ̀ bí omi.
17 ତୁମ୍ଭେ ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ, କି ଗୋମେଷାଦିର ପ୍ରଥମଜାତ, କିଅବା ତୁମ୍ଭ ମନାସିବାର ମାନତ ଦ୍ରବ୍ୟ କି ତୁମ୍ଭ ସ୍ଵେଚ୍ଛାଦତ୍ତ ନୈବେଦ୍ୟ କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର, ଆପଣା ନଗର-ଦ୍ୱାର ମଧ୍ୟରେ ଭୋଜନ କରି ପାରିବ ନାହିଁ।
Ẹ kò gbọdọ̀ jẹ ìdámẹ́wàá oúnjẹ yín, wáìnì tuntun, òróró, àkọ́bí àwọn màlúù yín, tàbí ti ewúrẹ́ ẹ yín, ohunkóhun tí ó jẹ́ ẹ̀jẹ́, ọrẹ àtinúwá, tàbí ẹ̀bùn pàtàkì ní ìlú ẹ̀yin tìkára yín.
18 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ତାହା ଭୋଜନ କରିବ, ତୁମ୍ଭେ, ତୁମ୍ଭ ପୁତ୍ର, ତୁମ୍ଭ କନ୍ୟା, ତୁମ୍ଭ ଦାସ, ତୁମ୍ଭ ଦାସୀ ଓ ତୁମ୍ଭ ନଗର-ଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ (ତାହା ଭୋଜନ କରିବ) ଯେସମସ୍ତ ବିଷୟରେ ତୁମ୍ଭେ ହାତ ଦେବ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।
Bí kò ṣe kí ẹ jẹ ẹ́ níwájú Olúwa Ọlọ́run yín, níbi tí Olúwa Ọlọ́run yín, yóò yàn: ìwọ, àwọn ọmọkùnrin rẹ, àwọn ọmọbìnrin rẹ, àwọn ìránṣẹ́kùnrin àti ìránṣẹ́bìnrin rẹ àti àwọn ọmọ Lefi láti ìlú u yín, kí ẹ sì máa yọ̀ níwájú Olúwa Ọlọ́run yín, nínú gbogbo ìdáwọ́lé e yín.
19 ତୁମ୍ଭେ ଆପଣା ବିଷୟରେ ସାବଧାନ ହୁଅ, ଯେପରି ତୁମ୍ଭେ ଆପଣା ଭୂମିରେ ବଞ୍ଚିଥିବା ଯାଏ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ।
Ẹ ṣọ́ra kí ẹ má ṣe gbàgbé àwọn Lefi, ní gbogbo ìgbà tí ẹ bá ń gbé ní ilẹ̀ ẹ yín.
20 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେରୂପ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସେ ଯେତେବେଳେ ତୁମ୍ଭ ସୀମା ବିସ୍ତାର କରିବେ, ପୁଣି ମାଂସ ଭୋଜନ କରିବାକୁ ତୁମ୍ଭର ବାଞ୍ଛା ହୁଅନ୍ତେ, ତୁମ୍ଭେ କହିବ, “ଆମ୍ଭେ ମାଂସ ଭୋଜନ କରିବା,” ସେତେବେଳେ ତୁମ୍ଭେ ଆପଣା ପ୍ରାଣର ବାଞ୍ଛାନୁସାରେ ମାଂସ ଭୋଜନ କରି ପାରିବ।
Bí Olúwa Ọlọ́run yín bá ti fẹ́ agbègbè e yín bí ó ti ṣe ìlérí, fún un yín, tí ẹ sì wí pé, àwa yóò jẹ ẹran, nítorí tí ọkàn wa fẹ́ jẹran. Ẹ jẹ ẹran náà bí ẹ tí fẹ́.
21 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ରଖିବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ଯଦି ତୁମ୍ଭ ନିକଟରୁ ବହୁତ ଦୂର ହୁଏ, ତେବେ ତୁମ୍ଭେ ସଦାପ୍ରଭୁଙ୍କ ଦତ୍ତ ଗୋମେଷାଦି ପଲରୁ ପଶୁ ନେଇ ଆମ୍ଭ ଆଜ୍ଞାମତେ ବଧ କରି ଆପଣା ପ୍ରାଣର ବାଞ୍ଛାନୁସାରେ ନଗର-ଦ୍ୱାର ଭିତରେ ଭୋଜନ କରି ପାରିବ।
Bí ibi tí Olúwa Ọlọ́run yín bá yàn fún orúkọ rẹ̀ bá jìnnà sí i yín, kí ẹ pa màlúù tàbí ewúrẹ́ tí Olúwa Ọlọ́run yín tí fún un yín, bí mo ti pàṣẹ fún un yín ní ìlú u yín, ẹ lè jẹ ẹ́ bí ẹ ti fẹ́.
22 ଯେପରି କୃଷ୍ଣସାର ମୃଗ ଓ ହରିଣ ଭୋଜନ କରାଯାଏ, ସେହିପରି ତାହା ଭୋଜନ କରିବ; ଶୁଚି ଓ ଅଶୁଚି ଲୋକ ସମାନ ରୂପେ ଭୋଜନ କରିବେ।
Ẹ jẹ wọ́n bí ẹ ó ti jẹ èsúró tàbí àgbọ̀nrín, ẹni tí a kà sí mímọ́ àti aláìmọ́ ni ó lè jẹ ẹ́.
23 କେବଳ ରକ୍ତ ଭୋଜନ ନ କରିବା ବିଷୟରେ ସତର୍କ ହୁଅ, କାରଣ ରକ୍ତ ହିଁ ପ୍ରାଣ ଅଟେ; ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ।
Ṣùgbọ́n ẹ rí i dájú pé ẹ kò jẹ ẹ̀jẹ̀ wọn, nítorí pé ẹ̀jẹ̀ ni ẹ̀mí, ẹ kò sì gbọdọ̀ jẹ ẹ̀mí pọ̀ mọ́ ẹran.
24 ତୁମ୍ଭେ ତାହା ଭୋଜନ କରିବ ନାହିଁ ତୁମ୍ଭେ ଜଳ ତୁଲ୍ୟ ଭୂମିରେ ତାହା ଢାଳି ଦେବ।
Ẹ kò gbọdọ̀ jẹ ẹ̀jẹ̀, ẹ dà á sílẹ̀ bí omi.
25 ତୁମ୍ଭେ ତାହା ଭୋଜନ କରିବ ନାହିଁ ତହିଁରେ ତୁମ୍ଭେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ମଙ୍ଗଳ ହେବ।
Ẹ má ṣe jẹ ẹ́, kí ó bá à lè dára fún ẹ̀yin àti àwọn ọmọ yín, tí ń bọ̀ lẹ́yìn in yín. Nígbà yí ní ẹ tó ń ṣe ohun tí ó tọ̀nà lójú Olúwa.
26 ମାତ୍ର ତୁମ୍ଭେ ଆପଣା ପବିତ୍ର ବସ୍ତୁ ଓ ମାନତ ବସ୍ତୁ ଘେନି ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଯିବ।
Ẹ mú àwọn ohun tí ẹ yà sọ́tọ̀ àti àwọn ẹ̀jẹ́ yín, kí ẹ sì lọ sí ibi tí Olúwa yóò yàn.
27 ପୁଣି ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ଆପଣା ହୋମବଳି ଉତ୍ସର୍ଗ କରିବ, ଆଉ ତୁମ୍ଭ ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ, ତହୁଁ ତୁମ୍ଭେ ସେହି ମାଂସ ଭୋଜନ କରିବ।
Ẹ fi ẹbọ sísun yín kalẹ̀ lórí i pẹpẹ Olúwa Ọlọ́run yín, àti ẹran àti ẹ̀jẹ̀ rẹ̀. Ẹ̀jẹ̀ ọrẹ yín ni ki ẹ dà sí pẹpẹ Olúwa Ọlọ́run yín, ṣùgbọ́n ẹ lè jẹ ẹran.
28 ମୁଁ ତୁମ୍ଭକୁ ଏହି ଯେଉଁ ସକଳ କଥା ଆଜ୍ଞା ଦେଉଅଛି, ତାହା ମନୋଯୋଗ କରି ଶୁଣ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ, ତାହା କଲେ ତୁମ୍ଭର ଓ ତୁମ୍ଭ ଉତ୍ତାରେ ତୁମ୍ଭ ସନ୍ତାନଗଣର ଯୁଗାନୁକ୍ରମେ ମଙ୍ଗଳ ହେବ।
Ẹ kíyèsára láti máa gbọ́rọ̀ sí gbogbo ìlànà tí mò ń fún un yín, kí o bá à dára fún ẹ̀yin àti àwọn ọmọ yín nígbà gbogbo, nítorí pé nígbà náà ní ẹ tó ń ṣe ohun tí ó dára tí ó sì tọ̀nà níwájú Olúwa Ọlọ́run yín.
29 ତୁମ୍ଭେ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବାକୁ ଯାଉଅଛ, ସେମାନଙ୍କୁ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କରିବେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ;
Olúwa Ọlọ́run yín yóò gé àwọn orílẹ̀-èdè tí ẹ fẹ́ lé kúrò tí ẹ sì fẹ́ gba ilẹ̀ wọn kúrò níwájú u yín. Ṣùgbọ́n nígbà tí ẹ bá ti lé wọn jáde tí ẹ sì ń gbé ilẹ̀ wọn.
30 ସେତେବେଳେ ସେମାନେ ତୁମ୍ଭ ସମ୍ମୁଖରେ ବିନଷ୍ଟ ହେଲା ଉତ୍ତାରେ ତୁମ୍ଭେ ଯେପରି ସେମାନଙ୍କ ପଶ୍ଚାଦ୍ଗାମୀ ହେବା ପାଇଁ ଫାନ୍ଦରେ ନ ପଡ଼; ପୁଣି “ଏହି ଗୋଷ୍ଠୀୟ ଲୋକମାନେ କିପରି ଆପଣା ଆପଣା ଦେବତାଗଣର ସେବା କରନ୍ତି? ଆମ୍ଭେ ମଧ୍ୟ ସେହିପରି କରିବା,” ଏହା କହି ଯେପରି ସେମାନଙ୍କ ଦେବତାଗଣର ଅନ୍ୱେଷଣ ନ କର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ।
Lẹ́yìn ìgbà tí a bá ti pa wọ́n run níwájú u yín, ẹ ṣọ́ra kí ẹ má ba à bọ́ sínú àdánwò nípa bíbéèrè nípa àwọn òrìṣà wọn wí pé, “Báwo ni àwọn orílẹ̀-èdè yìí ṣe ń sin àwọn òrìṣà wọn? Àwa náà yóò ṣe bẹ́ẹ̀”.
31 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ତଦ୍ରୂପ କରିବ ନାହିଁ; କାରଣ ସଦାପ୍ରଭୁ ଯାହା ଘୃଣା କରନ୍ତି; ଏପରି ସମଗ୍ର ଘୃଣ୍ୟ କର୍ମ ସେମାନେ ଆପଣା ଆପଣା ଦେବତାଗଣର ଉଦ୍ଦେଶ୍ୟରେ କରିଅଛନ୍ତି; ମଧ୍ୟ ସେମାନେ ଆପଣା ଆପଣା ଦେବତାଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର ଓ ଆପଣା ଆପଣା କନ୍ୟାଗଣକୁ ମଧ୍ୟ ଅଗ୍ନିରେ ଦଗ୍ଧ କରନ୍ତି।
Ẹ kò gbọdọ̀ sin Olúwa Ọlọ́run yín bí àwọn, torí pé, nípa sínsin ọlọ́run wọn, wọ́n ń ṣe ọ̀pọ̀lọpọ̀ ohun ìríra tí Ọlọ́run kórìíra. Wọ́n ń dáná sun àwọn ọmọkùnrin àti àwọn ọmọbìnrin wọn láti fi rú ẹbọ sí ère òrìṣà wọn.
32 ମୁଁ ଯାହା ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ; ତୁମ୍ଭେ ତହିଁରେ ଯୋଗ କରିବ ନାହିଁ କି ତହିଁରୁ ଊଣା କରିବ ନାହିଁ।
Ẹ rí i pé ẹ̀ ń ṣe gbogbo ohun tí mo ti pàṣẹ fún un yín. Ẹ má ṣe fi kún un, ẹ má sì ṣe yọ kúrò níbẹ̀.