< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 11 >

1 ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।
Therefore thou shalt love the LORD thy God, and keep His charge, and His statutes, and His ordinances, and His commandments, alway.
2 ପୁଣି ଆଜିଠାରୁ ଜ୍ଞାନବାନ ହୁଅ କାରଣ ମୁଁ ତୁମ୍ଭମାନଙ୍କ ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ କୃତ ଶାସ୍ତି ଜାଣି ନାହାନ୍ତି, ତାହାଙ୍କ ମହିମା, ତାହାଙ୍କ ବଳବାନ ହସ୍ତ ଓ ବିସ୍ତାରିତ ବାହୁ,
And know ye this day; for I speak not with your children that have not known, and that have not seen the chastisement of the LORD your God, His greatness, His mighty hand, and His outstretched arm,
3 ପୁଣି ତାହାଙ୍କ ଚିହ୍ନସକଳ, ମିସର ମଧ୍ୟରେ ମିସରର ରାଜା ଫାରୋଙ୍କ ପ୍ରତି ଓ ତାଙ୍କର ସମୁଦାୟ ଦେଶ ପ୍ରତି କୃତ ତାହାଙ୍କର କର୍ମ;
and His signs, and His works, which He did in the midst of Egypt unto Pharaoh the king of Egypt, and unto all his land;
4 ପୁଣି ମିସରୀୟ ସୈନ୍ୟ, ସେମାନଙ୍କ ଅଶ୍ୱ ଓ ସେମାନଙ୍କ ରଥ ପ୍ରତି ଯାହା ସେ କଲେ; ସେମାନେ ତୁମ୍ଭମାନଙ୍କୁ ଗୋଡ଼ାଇବା ବେଳେ ସେ ଯେଉଁ ପ୍ରକାରେ ସୂଫ ସାଗରର ଜଳ ସେମାନଙ୍କ ଉପରେ ବୁହାଇଲେ ଓ ସଦାପ୍ରଭୁ ଯେରୂପେ ସେମାନଙ୍କୁ ଆଜିଯାଏ ନଷ୍ଟ କରିଅଛନ୍ତି;
and what He did unto the army of Egypt, unto their horses, and to their chariots; how He made the water of the Red Sea to overflow them as they pursued after you, and how the LORD hath destroyed them unto this day;
5 ପୁଣି ଏହି ସ୍ଥାନରେ ତୁମ୍ଭମାନଙ୍କ ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ପ୍ରାନ୍ତରରେ ସେ ଯାହା ଯାହା କରିଅଛନ୍ତି;
and what He did unto you in the wilderness, until ye came unto this place;
6 ଆଉ ରୁବେନ୍‍ର ପୁତ୍ର ଇଲୀୟାବ୍‍ର ସନ୍ତାନ ଦାଥନ ଓ ଅବୀରାମ ପ୍ରତି ଯାହା ସେ କରିଅଛନ୍ତି; ପୃଥିବୀ ଯେରୂପେ ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ, ସେମାନଙ୍କ ପରିଜନବର୍ଗଙ୍କୁ, ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚାଦ୍‍ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏହି ସମସ୍ତ ସେମାନେ ଦେଖି ନାହାନ୍ତି;
and what He did unto Dathan and Abiram, the sons of Eliab, the son of Reuben; how the earth opened her mouth, and swallowed them up, and their households, and their tents, and every living substance that followed them, in the midst of all Israel;
7 ମାତ୍ର ତୁମ୍ଭମାନଙ୍କର ଚକ୍ଷୁ ସଦାପ୍ରଭୁଙ୍କ କୃତ ସକଳ ମହାକର୍ମ ଦେଖିଅଛି।
but your eyes have seen all the great work of the LORD which He did.
8 ଏଥିପାଇଁ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ଆଜ୍ଞା ପାଳନ କରିବ; ତହିଁରେ ତୁମ୍ଭେମାନେ ବଳବାନ ହେବ, ପୁଣି ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତହିଁରେ ପ୍ରବେଶ କରି ଅଧିକାର କରିବ;
Therefore shall ye keep all the commandment which I command thee this day, that ye may be strong, and go in and possess the land, whither ye go over to possess it;
9 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଓ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇ ପାରିବ।
and that ye may prolong your days upon the land, which the LORD swore unto your fathers to give unto them and to their seed, a land flowing with milk and honey.
10 ତୁମ୍ଭେମାନେ ଯେଉଁ ମିସର ଦେଶରୁ ବାହାର ହୋଇ ଆସିଲ, ସେଠାରେ ବୀଜ ବୁଣି ଶାକ-ଉଦ୍ୟାନ ତୁଲ୍ୟ ପାଦ ଦ୍ୱାରା ଜଳ ସେଚନ କରୁଥିଲ; ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ସେପରି ନୁହେଁ।
For the land, whither thou goest in to possess it, is not as the land of Egypt, from whence ye came out, where thou didst sow thy seed, and didst water it with thy foot, as a garden of herbs;
11 ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ, ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ;
but the land, whither ye go over to possess it, is a land of hills and valleys, and drinketh water as the rain of heaven cometh down;
12 ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି; ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
a land which the LORD thy God careth for; the eyes of the LORD thy God are always upon it, from the beginning of the year even unto the end of the year.
13 ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯଦି ଯତ୍ନପୂର୍ବକ ଶୁଣିବ;
And it shall come to pass, if ye shall hearken diligently unto My commandments which I command you this day, to love the LORD your God, and to serve Him with all your heart and with all your soul,
14 ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି, ଅର୍ଥାତ୍‍, ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଦାନ କରିବା, ତହିଁରେ ତୁମ୍ଭେ ଆପଣା ଶସ୍ୟ, ଆପଣା ଦ୍ରାକ୍ଷାରସ ଓ ଆପଣା ତୈଳ ସଂଗ୍ରହ କରି ପାରିବ।
that I will give the rain of your land in its season, the former rain and the latter rain, that thou mayest gather in thy corn, and thy wine, and thine oil.
15 ପୁଣି ଆମ୍ଭେ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭ କ୍ଷେତ୍ରରେ ତୃଣ ଦେବା, ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ।
And I will give grass in thy fields for thy cattle, and thou shalt eat and be satisfied.
16 ଆପଣା ଆପଣା ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ଅନ୍ତଃକରଣ ଭ୍ରାନ୍ତ ହେବ, ପୁଣି ତୁମ୍ଭେମାନେ ବିମୁଖ ହୋଇ ଅନ୍ୟ ଦେବତାମାନଙ୍କର ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
Take heed to yourselves, lest your heart be deceived, and ye turn aside, and serve other gods, and worship them;
17 ତାହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ, ପୁଣି ସେ ଆକାଶ ରୁଦ୍ଧ କଲେ ବୃଷ୍ଟି ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।
and the anger of the LORD be kindled against you, and He shut up the heaven, so that there shall be no rain, and the ground shall not yield her fruit; and ye perish quickly from off the good land which the LORD giveth you.
18 ଏହେତୁ ତୁମ୍ଭେମାନେ ମୋହର ଏହି ସକଳ ବାକ୍ୟ ଆପଣା ଆପଣା ହୃଦୟରେ ଓ ଆପଣା ଆପଣା ପ୍ରାଣରେ ରଖିବ; ପୁଣି ତୁମ୍ଭେମାନେ ଚିହ୍ନ ସ୍ୱରୂପେ ଆପଣା ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭମାନଙ୍କ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
Therefore shall ye lay up these My words in your heart and in your soul; and ye shall bind them for a sign upon your hand, and they shall be for frontlets between your eyes.
19 ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ।
And ye shall teach them your children, talking of them, when thou sittest in thy house, and when thou walkest by the way, and when thou liest down, and when thou risest up.
20 ଆଉ ତୁମ୍ଭେ ଆପଣା ଗୃହ ଦ୍ୱାରର ଚଉକାଠରେ ଓ ଆପଣା ବାହାର ଦ୍ୱାରରେ ତାହା ଲେଖି ରଖିବ।
And thou shalt write them upon the door-posts of thy house, and upon thy gates;
21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତି କାଳ ଭୂମଣ୍ଡଳ ଉପରେ ଆକାଶମଣ୍ଡଳର ଅବସ୍ଥିତି କାଳ ତୁଲ୍ୟ ହେବ।
that your days may be multiplied, and the days of your children, upon the land which the LORD swore unto your fathers to give them, as the days of the heavens above the earth.
22 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ସମସ୍ତ ପଥରେ ଚାଲିବାକୁ ଓ ତାହାଙ୍କଠାରେ ଦୃଢ଼ ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହାସବୁ ଯଦି ତୁମ୍ଭେମାନେ ଯତ୍ନପୂର୍ବକ ମାନ୍ୟ କରିବ;
For if ye shall diligently keep all this commandment which I command you, to do it, to love the LORD your God, to walk in all His ways, and to cleave unto Him,
23 ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ; ପୁଣି ତୁମ୍ଭେମାନେ ଆପଣାମାନଙ୍କଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ।
then will the LORD drive out all these nations from before you, and ye shall dispossess nations greater and mightier than yourselves.
24 ଯେଉଁ ଯେଉଁଠାରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ପ୍ରତ୍ୟେକ ସ୍ଥାନ ତୁମ୍ଭମାନଙ୍କର ହେବ; ପ୍ରାନ୍ତର ଓ ଲିବାନୋନଠାରୁ ନଦୀ, ଅର୍ଥାତ୍‍, ଫରାତ୍‍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।
Every place whereon the sole of your foot shall tread shall be yours: from the wilderness, and Lebanon, from the river, the river Euphrates, even unto the hinder sea shall be your border.
25 ତୁମ୍ଭମାନଙ୍କ ସମ୍ମୁଖରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସମର୍ଥ ହେବ ନାହିଁ; ତୁମ୍ଭେମାନେ ଯେଉଁ ଯେଉଁ ଦେଶରେ ପାଦ ପକାଇବ, ସେହି ସମସ୍ତ ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ବାକ୍ୟାନୁସାରେ ତୁମ୍ଭମାନଙ୍କ ବିଷୟକ ଆଶଙ୍କା ଓ ତୁମ୍ଭମାନଙ୍କ ବିଷୟକ ଭୟ ଉପସ୍ଥିତ କରାଇବେ।
There shall no man be able to stand against you: the LORD your God shall lay the fear of you and the dread of you upon all the land that ye shall tread upon, as He hath spoken unto you.
26 ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି।
Behold, I set before you this day a blessing and a curse:
27 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯଦି ଶୁଣିବ, ତେବେ ଆଶୀର୍ବାଦ।
the blessing, if ye shall hearken unto the commandments of the LORD your God, which I command you this day;
28 ମାତ୍ର ଯଦି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗମନ କରିବ, ତେବେ ଅଭିଶାପ।
and the curse, if ye shall not hearken unto the commandments of the LORD your God, but turn aside out of the way which I command you this day, to go after other gods, which ye have not known.
29 ଆଉ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସମୟରେ ତୁମ୍ଭକୁ ପ୍ରବେଶ କରାଇବେ, ସେହି ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ ପର୍ବତରେ ସେହି ଅଭିଶାପ ରଖିବ।
And it shall come to pass, when the LORD thy God shall bring thee into the land whither thou goest to possess it, that thou shalt set the blessing upon mount Gerizim, and the curse upon mount Ebal.
30 ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗିଲ୍‍ଗଲ୍‍ ସମ୍ମୁଖସ୍ଥ ପଦା ନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋନ ତୋଟା ନିକଟରେ ନାହିଁ?
Are they not beyond the Jordan, behind the way of the going down of the sun, in the land of the Canaanites that dwell in the Arabah, over against Gilgal, beside the terebinths of Moreh?
31 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ, ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।
For ye are to pass over the Jordan to go in to possess the land which the LORD your God giveth you, and ye shall possess it, and dwell therein.
32 ଏନିମନ୍ତେ ମୁଁ ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ଯେଉଁ ବିଧି ଓ ଶାସନ ରଖିଲି, ସେସବୁ ମାନ୍ୟ କରି ପାଳନ କରିବ।
And ye shall observe to do all the statutes and the ordinances which I set before you this day.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 11 >