< ଦାନିୟେଲ 1 >

1 ଯିହୁଦାର ରାଜା ଯିହୋୟାକୀମ୍‍ର ଶାସନ କାଳର ତୃତୀୟ ବର୍ଷରେ ବାବିଲର ରାଜା ନବୂଖଦ୍‍ନିତ୍ସର ଯିରୂଶାଲମକୁ ଆସି ତାହା ଅବରୋଧ କଲା।
لە ساڵی سێیەمی پاشایەتی یەهۆیاقیمی پاشای یەهودا، نەبوخودنەسری پاشای بابل هاتە ئۆرشەلیم و گەمارۆی دا.
2 ପୁଣି, ପ୍ରଭୁ ଯିହୁଦାର ରାଜା ଯିହୋୟାକୀମ୍‍କୁ ଓ ପରମେଶ୍ୱରଙ୍କ ଗୃହର କେତେକ ପାତ୍ର ତାହାର ହସ୍ତରେ ସମର୍ପି ଦେଲେ; ତହିଁରେ ସେ ଶିନୀୟର ଦେଶରେ ଥିବା ଆପଣା ଦେବ ମନ୍ଦିରକୁ ସେହି ସବୁ ନେଇଗଲା ଓ ପାତ୍ରସକଳ ସେ ଆପଣା ଦେବତାର ଭଣ୍ଡାର ଗୃହରେ ରଖିଲା।
پەروەردگاریش یەهۆیاقیمی پاشای یەهودای دایە دەستی، لەگەڵ هەندێک لە قاپوقاچاغەکانی پەرستگای خودا. ئیتر یەهۆیاقیم و پیاوە گەورەکانی بۆ خاکی بابل ڕاپێچ کران، نەبوخودنەسریش قاپوقاچاغەکانی لە گەنجینەی پەرستگای خوداوەندی خۆی دانا.
3 ପୁଣି, ରାଜା ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ, ଅର୍ଥାତ୍‍, ରାଜକୀୟ ଓ କୁଳୀନ ବଂଶରୁ
پاشا فەرمانی بە ئەشپەنەزی سەرۆکی دیوان کرد کە لە نەوەی ئیسرائیل لە توخمی پاشا و پیاوماقوڵەکان
4 ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରାସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣିବାକୁ ଓ କଲ୍‍ଦୀୟ ବିଦ୍ୟା ଓ ଭାଷା ଶିଖାଇବାକୁ ଆପଣାର ନପୁଂସକାଧିପତି ଅସ୍ପନସ୍‍କୁ କହିଲା।
چەند گەنجێک بهێنێت کە تەندروستییان باش بێت، ڕوخساریان جوان بێت، لە هەموو بوارەکانی زانیاری کارامە بن، ئامادەییان تێدابێت بۆ فێربوونی هەموو شتێک، زوو تێبگەن، شایانی ئیشکردن بن لە کۆشکی پاشا، بۆ ئەوەی فێری زمان و ڕۆشنبیری بابلییەکان بکرێن.
5 ଆଉ, ସେମାନେ ଯେପରି ତିନି ବର୍ଷର ଶେଷରେ ରାଜାଙ୍କ ନିକଟରେ ଠିଆ ହେବେ, ଏଥିପାଇଁ ରାଜା ସେମାନଙ୍କ ନିମନ୍ତେ ରାଜାର ଆହାରୀୟ ଦ୍ରବ୍ୟରୁ ଓ ପାନୀୟ ଦ୍ରାକ୍ଷାରସରୁ ଦୈନିକ ଅଂଶ ଦେବା ପାଇଁ ଓ ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପ୍ରତିପୋଷଣ କରିବା ପାଇଁ ନିରୂପଣ କଲା।
پاشا لە خوانی خۆیەوە بەشی ڕۆژانەی خواردن و شەرابی بۆ دابین کردن، فەرمانی کرد بۆ ماوەی سێ ساڵ مەشقیان پێ بکرێت، دوای ئەوە خزمەتی پاشا دەکەن.
6 ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ଥିଲେ।
لەنێو ئەوانەدا هەندێکیان لە نەوەی یەهودا بوون: دانیال و حەنەنیا و میشائیل و عەزەریا.
7 ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍‍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍‍, ମୀଶାୟେଲଙ୍କୁ ମୈଶକ୍‍ ଓ ଅସରୀୟକୁ ଅବେଦ୍‍ନଗୋ ନାମ ଦେଲା।
سەرۆکی کاربەدەستانیش ناوی نوێی لێنان، بۆ دانیال، بێلتەشەسر؛ بۆ حەنەنیا، شەدرەخ؛ بۆ میشائیل، مێشەخ؛ بۆ عەزەریاش، عەبێدنەگۆ.
8 ମାତ୍ର ରାଜାର ଆହାରୀୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ଦାନିୟେଲ ନିଜ ମନରେ ସ୍ଥିର କଲେ; ଏହେତୁ ସେ ଯେପରି ଆପଣାକୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତିଙ୍କୁ ନିବେଦନ କଲେ।
بەڵام دانیال لە دڵی خۆیدا بڕیاری دابوو کە خۆی بە خواردن و شەرابی پاشایەتییەوە گڵاو نەکات، جا داوای لە سەرۆکی کاربەدەستان کرد کە دەرفەتی پێبدات بۆ ئەوەی خۆی گڵاو نەکات.
9 ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।
خوداش وای لە سەرۆکی کاربەدەستان کرد کە چاکە و میهرەبانی بە دانیال ببەخشێت.
10 ତହିଁରେ ନପୁଂସକାଧିପତି ଦାନିୟେଲଙ୍କୁ କହିଲା, ଯେ ତୁମ୍ଭମାନଙ୍କର ଭକ୍ଷ୍ୟ ଓ ପାନୀୟ ଦ୍ରବ୍ୟ ନିରୂପଣ କରିଅଛନ୍ତି, “ମୁଁ ଆପଣାର ପ୍ରଭୁ ସେହି ମହାରାଜାଙ୍କୁ ଭୟ କରେ; କାରଣ ସେ ତୁମ୍ଭମାନଙ୍କର ସମବୟସ୍କ ଯୁବାମାନଙ୍କର ମୁଖ ଅପେକ୍ଷା ତୁମ୍ଭମାନଙ୍କ ମୁଖ କାହିଁକି ମଳିନ ଦେଖିବେ? ତାହାହେଲେ, ତୁମ୍ଭେମାନେ ରାଜାଙ୍କ ନିକଟରେ ମୋର ମସ୍ତକକୁ ସଂଶୟାପନ୍ନ କରିବ।”
بەڵام سەرۆکی کاربەدەستان بە دانیالی گوت: «من لە پاشای گەورەم دەترسم، ئەوەی خواردن و خواردنەوەی ئێوەی دیاری کردووە. ئەگەر ببینێ ڕوخسارتان لە ڕوخساری گەنجە هاوتەمەنەکانتان لاوازترە، پاشا بەهۆی ئێوەوە سەرم دەبڕێت.»
11 ତହିଁରେ ନପୁଂସକାଧିପତି ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟଙ୍କ ଉପରେ ଯେଉଁ ଗୃହାଧ୍ୟକ୍ଷକୁ ନିଯୁକ୍ତ କରିଥିଲା, ତାହାକୁ ଦାନିୟେଲ କହିଲେ;
دانیالیش بەو سەرپەرشتیارەی گوت کە سەرۆکی کاربەدەستان بەسەر دانیال و حەنەنیا و میشائیل و عەزەریاوە داینابوو:
12 “ଅନୁଗ୍ରହ କରି ଆପଣା ଦାସମାନଙ୍କୁ ଦଶ ଦିନ ପରୀକ୍ଷା କରନ୍ତୁ; ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ଶସ୍ୟ ଓ ପାନ ନିମନ୍ତେ ଜଳ ଦିଆଯାଉ।
«تکایە بۆ دە ڕۆژ خزمەتکارەکانت تاقی بکەوە: تەنها ڕووەکمان بدەرێ بیخۆین و ئاومان بدەرێ بیخۆینەوە.
13 ତହିଁ ଉତ୍ତାରେ ଆପଣଙ୍କ ସମ୍ମୁଖରେ ଆମ୍ଭମାନଙ୍କର ମୁଖ ଓ ରାଜକୀୟ ଭକ୍ଷ୍ୟ ଭୋଜନକାରୀ ଯୁବାମାନଙ୍କର ମୁଖ ଦେଖାଯାଉ; ତହିଁରେ ଆପଣ ଯେପରି ଦେଖନ୍ତି, ତଦନୁସାରେ ଆପଣ ଦାସମାନଙ୍କ ପ୍ରତି ବ୍ୟବହାର କରନ୍ତୁ।”
پاشان ڕوخساری ئێمە لەگەڵ ڕوخساری ئەو گەنجانە بەراورد بکە کە خواردنی پاشایەتی دەخۆن، ئینجا بەگوێرەی ئەوەی دەیبینی ئاوامان لەگەڵ بکە.»
14 ତହିଁରେ ସେ ଏହି ବିଷୟରେ ସେମାନଙ୍କ କଥା ଗ୍ରାହ୍ୟ କରି ଦଶ ଦିନ ପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା କଲା।
ئەویش بەمە ڕازی بوو و دە ڕۆژ تاقی کردنەوە.
15 ପୁଣି, ଦଶ ଦିନର ଶେଷରେ ରାଜକୀୟ ଆହାର ଭୋଜନକାରୀ ସକଳ ଯୁବାଙ୍କ ମୁଖ ଅପେକ୍ଷା ସେମାନଙ୍କ ମୁଖ ସୁନ୍ଦର ଦେଖାଗଲା ଓ ସେମାନେ ଅଧିକ ହୃଷ୍ଟପୃଷ୍ଟ ଦେଖାଗଲେ।
لە کۆتایی دە ڕۆژەکەدا دەرکەوت ڕوخساریان باشتر و تەندروستترە لە هەموو ئەو گەنجانەی لە خواردنەکانی پاشایەتییان دەخوارد.
16 ଏଥିରେ ଗୃହାଧ୍ୟକ୍ଷ ସେମାନଙ୍କର ସେହି ଭକ୍ଷ୍ୟ ଓ ପାନୀୟ ଦ୍ରାକ୍ଷାରସ ବନ୍ଦ କରି ସେମାନଙ୍କୁ ଶସ୍ୟ ଦେଲା।
ئینجا سەرپەرشتیارەکەیان خواردنە تایبەت و شەرابەکەی هەڵدەگرت و لە جیاتی ئەوە ڕووەکی دەدانێ.
17 ଆଉ, ପରମେଶ୍ୱର ସେହି ଚାରି ଯୁବାଙ୍କୁ ସମସ୍ତ ବିଦ୍ୟା ଓ ଜ୍ଞାନରେ, ବୁଦ୍ଧି ଓ ନିପୁଣତା ଦେଲେ ପୁଣି, ଦାନିୟେଲ ଯାବତୀୟ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।
بەڵام ئەو چوار گەنجە، خودا زانین و تێگەیشتنی دانێ لە هەموو جۆرە ڕۆشنبیری و زانیارییەک، دانیالیش لە هەموو بینین و خەونێک تێدەگەیشت.
18 ଆଉ, ରାଜା ସେମାନଙ୍କୁ ନିକଟକୁ ଆଣିବା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲେ, ତାହା ଶେଷ ହୁଅନ୍ତେ, ନପୁଂସକାଧିପତି ସେମାନଙ୍କୁ ନବୂଖଦ୍‍ନିତ୍ସରର ଛାମୁକୁ ଆଣିଲା।
لە کۆتایی ئەو ماوەیەی کە پاشا دیاری کردبوو بیانهێننە بەردەمی، سەرۆکی کاربەدەستان ئەوانی هێنایە بەردەم نەبوخودنەسر.
19 ପୁଣି, ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ; ଆଉ, ସେହି ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ସମାନ କେହି ଦେଖାଗଲେ ନାହିଁ; ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ।
پاشا قسەی لەگەڵدا کردن، لەنێو هەموویاندا کەس نەبوو وەک دانیال و حەنەنیا و میشائیل و عەزەریا. لەبەر ئەوە چوونە ڕیزی خزمەتکارانی پاشا.
20 ଆଉ, ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା ଦଶଗୁଣ ଅଧିକ ଦେଖିଲା।
پاشا لە هەموو بابەتێکی دانایی و تێگەیشتن پرسیاری لێکردن، بینی ئەوان دە هێندە لە سەرووی هەموو جادووگەر و ئەفسونگەرانی هەموو پاشایەتییەکەی ئەون.
21 ପୁଣି, ଦାନିୟେଲ କୋରସ୍‍ ରାଜାର ପ୍ରଥମ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଲେ।
دانیالیش هەتا ساڵی یەکەمی کۆرشی پاشا لەوێ مایەوە.

< ଦାନିୟେଲ 1 >