< ଦାନିୟେଲ 8 >

1 ବେଲ୍‍ଶତ୍ସର ରାଜାର ରାଜତ୍ଵର ତୃତୀୟ ବର୍ଷରେ ମୁଁ ଦାନିୟେଲ ପ୍ରଥମ ଦର୍ଶନର ଉତ୍ତାରେ ଆଉ ଏକ ଦର୍ଶନ ପାଇଲି।
Treće godine kralja Baltazara ukaza se meni, Danielu, viđenje poslije onoga koje mi se ukazalo prije.
2 ପୁଣି, ମୁଁ ଦର୍ଶନକ୍ରମେ ଦେଖିଲି; ମୁଁ ଦେଖୁ ଦେଖୁ ଦେଖିଲି ଯେ, ମୁଁ ଏଲମ୍‍ ପ୍ରଦେଶସ୍ଥ ଶୂଶନ୍‍ ରାଜଗୃହରେ ଅଛି; ଆଉ, ସେହି ଦର୍ଶନରେ ମୁଁ ଦେଖିଲି ଯେ, ମୁଁ ଉଳୟ ନଦୀ ନିକଟରେ ଅଛି।
Gledah viđenje, i dok gledah, nađoh se u Šušanu, čvrstu gradu u pokrajini Elamu; i u viđenju se vidjeh na rijeci Ulaju.
3 ତହିଁରେ ମୁଁ ଚକ୍ଷୁ ଖୋଲି ଦେଖିଲି ଯେ, ଦେଖ, ନଦୀ ସମ୍ମୁଖରେ ଏକ ମେଷ ଠିଆ ହୋଇଅଛି, ତାହାର ଦୁଇ ଶୃଙ୍ଗ ଓ ସେହି ଦୁଇ ଶୃଙ୍ଗ ଉଚ୍ଚ; ମାତ୍ର ଏକ ଶୃଙ୍ଗ ଅନ୍ୟ ଅପେକ୍ଷା ଉଚ୍ଚ ଓ ଯାହା ଉଚ୍ଚ, ତାହା ପଶ୍ଚାତ୍‍ ଉତ୍ପନ୍ନ ହେଲା।
Podigoh oči, i gle: ovan stajaše kraj rijeke. Imaše dva roga: oba roga visoka, no jedan viši nego drugi, a onaj viši narastao poslije.
4 ମୁଁ ସେହି ମେଷକୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ିବାର ଦେଖିଲି; ଆଉ, କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ, କିଅବା ତାହାର ହସ୍ତରୁ ଉଦ୍ଧାର କରିବାକୁ କେହି ନ ଥିଲା; ମାତ୍ର ସେ ସ୍ଵେଚ୍ଛାମତ କର୍ମ କରି ଆପଣାର ବଡ଼ାଇ ପ୍ରକାଶ କଲା।
Gledah kako ovan bode na zapad, na sjever i jug. Nijedna mu se životinja ne mogaše oprijeti, ništa mu ne mogaše izbjeći. Činio je što je htio, osilio se.
5 ପୁଣି, ମୁଁ ଏହି ବିଷୟ ବିବେଚନା କରୁ କରୁ ଦେଖିଲି ଯେ, ଦେଖ, ଏକ ଛାଗ ପଶ୍ଚିମ ଦିଗରୁ ସମୁଦାୟ ପୃଥିବୀ ପାର ହୋଇ ଆସିଲା ଓ ସେ ଭୂମି ସ୍ପର୍ଶ କଲା ନାହିଁ; ଆଉ, ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଗୋଟିଏ ବିଲକ୍ଷଣ ଶୃଙ୍ଗ ଥିଲା।
Dok sam promatrao, gle: jarac dolazi sa zapada povrh sve zemlje, ne dodirujući tla; jarac imaše silan rog među očima.
6 ଆଉ, ମୁଁ ଯେଉଁ ଦୁଇ ଶୃଙ୍ଗବିଶିଷ୍ଟ ମେଷକୁ ନଦୀ ସମ୍ମୁଖରେ ଠିଆ ହେବାର ଦେଖିଲି, ତାହା ଆଡ଼କୁ ସେ ଆସି ଆପଣା ବଳର ପ୍ରଚଣ୍ଡତାରେ ତାହା ଉପରକୁ ଧାଇଁଲା।
Približi se dvorogom ovnu kojega bijah vidio gdje stoji kraj rijeke i potrča na njega u svoj žestini svoje snage.
7 ପୁଣି, ମୁଁ ଦେଖିଲି ଯେ, ସେ ସେହି ମେଷ ନିକଟକୁ ଆସିଲା ଓ ତାହା ଉପରେ ପ୍ରଚଣ୍ଡ କ୍ରୋଧରେ ଉତ୍ତେଜିତ ହୋଇ ସେହି ମେଷକୁ ଆଘାତ କଲା ଓ ତାହାର ଦୁଇ ଶୃଙ୍ଗ ଭାଙ୍ଗି ପକାଇଲା ଓ ତାହା ସମ୍ମୁଖରେ ଠିଆ ହେବା ପାଇଁ ସେହି ମେଷର ଆଉ ଶକ୍ତି ରହିଲା ନାହିଁ; ମାତ୍ର ସେ ଛାଗ ତାହାକୁ ଭୂମିରେ ପକାଇ ପଦରେ ଦଳିଲା, ଆଉ ତାହାର ହସ୍ତରୁ ସେହି ମେଷକୁ ଉଦ୍ଧାର କରିବା ପାଇଁ କେହି ନ ଥିଲା।
Vidjeh kako se približi ovnu: bijesno udari na ovna i slomi mu oba roga, a ovan nije imao snage da mu se opre; obori ga jarac na zemlju i stade ga nogama gaziti; nikoga ne bijaše da spasi ovna.
8 ଏଉତ୍ତାରେ ସେ ଛାଗ ଆପଣାର ଅତିଶୟ ବଡ଼ାଇ ପ୍ରକାଶ କଲା ଓ ସେ ବଳବାନ ଥିଲା ବେଳେ ତାହାର ବୃହତ ଶୃଙ୍ଗ ଭଗ୍ନ ହେଲା; ଆଉ, ତହିଁର ପରିବର୍ତ୍ତରେ ଆକାଶର ଚତୁର୍ଦ୍ଦିଗ ଆଡ଼େ ଚାରି ବିଲକ୍ଷଣ ଶୃଙ୍ଗ ଉତ୍ପନ୍ନ ହେଲା।
Jarac osili veoma, ali kad osili, veliki se rog slomi, a na njegovu mjestu izrastoše četiri velika roga prema četiri vjetra nebeska.
9 ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା।
Iz jednoga od njih izbi malen rog, ali taj silno poraste prema jugu i istoku, prema Divoti.
10 ଆଉ, ତାହା ଆକାଶମଣ୍ଡଳର ବାହିନୀ ପର୍ଯ୍ୟନ୍ତ ହିଁ ବୃଦ୍ଧି ପାଇଲା ଓ ସେହି ବାହିନୀ ଓ ତାରାଗଣର କେତେକଙ୍କୁ ଭୂମିରେ ପକାଇ ସେମାନଙ୍କୁ ପଦ ତଳେ ଦଳିଲା।
On poraste sve do Nebeske vojske, obori na zemlju neke iz Vojske i od zvijezda pa ih zgazi nogama.
11 ହଁ, ସେହି ବାହିନୀଗଣର ଅଧିପତି ବିରୁଦ୍ଧରେ ଆପଣାର ବଡ଼ାଇ କରି ତାହାଙ୍କଠାରୁ ନିତ୍ୟ ହୋମାର୍ଥକ ବଳି ଅପହରଣ କଲା ଓ ତାହାଙ୍କ ଧର୍ମଧାମ ନିପାତିତ ହେଲା।
Poraste sve do Zapovjednika Vojske, oduze mu svagdašnju žrtvu i razori mu njegovo Sveto mjesto.
12 ପୁଣି, ଆଜ୍ଞାଲଙ୍ଘନ ସକାଶୁ ନିତ୍ୟ ହୋମବଳି ସହିତ ବାହିନୀ ତାହା ହସ୍ତରେ ସମର୍ପିତ ହେଲା ଓ ସେ ସତ୍ୟତାକୁ ଭୂମିରେ ନିପାତ କଲା, ଆଉ ସ୍ଵେଚ୍ଛାମତ କର୍ମ କରି ସଫଳତା ଲାଭ କଲା।
Vojska se digla na žrtvu svagdašnju zbog opačine, na zemlju oborila istinu i uspje u svemu što činjaše.
13 ଏଉତ୍ତାରେ ମୁଁ ଏକ ପବିତ୍ର ବ୍ୟକ୍ତି କଥା କହିବାର ଶୁଣିଲି; ଆଉ, ଯେ କଥା କହିଲେ, ତାଙ୍କୁ ଅନ୍ୟ ଏକ ପବିତ୍ର ବ୍ୟକ୍ତି ପଚାରିଲେ, “ନିତ୍ୟ ହୋମବଳି ଓ ଧ୍ୱଂସକାରୀ ଆଜ୍ଞାଲଙ୍ଘନ ଓ ଦଳିତ ହେବା ନିମନ୍ତେ ଧର୍ମଧାମର ଓ ବାହିନୀର ସମର୍ପଣ ହେବା ବିଷୟକ ଯେଉଁ ଦର୍ଶନ, ତାହା କେତେ କାଳ ପର୍ଯ୍ୟନ୍ତ ହେବ?”
Tada čuh gdje jedan Svetac govori, a drugi Svetac upita onoga koji govoraše: “Dokle će trajati ovo viđenje o svagdašnjoj žrtvi i o opačini što pustoši i gazi Svetište i Vojsku?”
14 ତହିଁରେ ସେ ମୋତେ କହିଲେ, “ଦୁଇ ହଜାର ତିନି ଶହ ସନ୍ଧ୍ୟା ଓ ପ୍ରାତଃକାଳ ପର୍ଯ୍ୟନ୍ତ; ତହିଁ ଉତ୍ତାରେ ଧର୍ମଧାମ ପରିଷ୍କୃତ ହେବ।”
Odgovori: “Još dvije tisuće i tri stotine večeri i jutara; tada će Svetište biti očišćeno.”
15 ଏଥିଉତ୍ତାରେ ମୁଁ ଦାନିୟେଲ ଏହି ଦର୍ଶନ ପାଇଲା ଉତ୍ତାରେ ତାହା ବୁଝିବା ପାଇଁ ଚେଷ୍ଟା କଲି; ଆଉ ଦେଖ, ମନୁଷ୍ୟାକୃତି ଏକ ବ୍ୟକ୍ତି ସମ୍ମୁଖରେ ଠିଆ ହେଲେ।
Kad sam ja, Daniel, gledajući ovo viđenje, tražio da ga razumijem, gle, preda me stade kao neki čovjek.
16 ପୁଣି, ଉଳୟ ନଦୀ ମଧ୍ୟରୁ ମୁଁ ମନୁଷ୍ୟର ରବ ଶୁଣିଲି, ସେ ଡାକି କହିଲେ, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।”
Začuh glas čovječji gdje viče preko Ulaja: “Gabriele, objasni mu to viđenje!”
17 ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେହି ସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ।”
On pođe onamo gdje stajah i kad mi se približi, strah me obuze i padoh na lice. On mi reče: “Sine čovječji, razumij: jer ovo je viđenje za vrijeme posljednje.”
18 ସେ ମୋତେ କଥା କହୁ କହୁ ମୁଁ ଭୂମି ଆଡ଼େ ମୁଖ କରି ଘୋର ନିଦ୍ରାଗ୍ରସ୍ତ ହେଲି; ମାତ୍ର ସେ ସ୍ପର୍ଶ କରି ମୋତେ ଠିଆ କରାଇଲେ।
On još govoraše, a ja se onesvijestih, padoh na zemlju. On me dotače i uspravi na mom mjestu.
19 ଆଉ, ସେ ମୋତେ କହିଲେ, “ଦେଖ, କ୍ରୋଧର ପରିଣାମ ସମୟରେ ଯାହା ଘଟିବ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; କାରଣ ଏହା ନିରୂପିତ ଶେଷ କାଳର କଥା।
I reče: “Evo, kazat ću ti što će doći na kraju gnjeva, najavljeni svršetak.
20 ତୁମ୍ଭେ ଯେଉଁ ମେଷ ଦେଖିଲ, ତାହାର ଦୁଇ ଶୃଙ୍ଗ ମାଦୀୟ ଓ ପାରସିକ ରାଜା।
Ovan što si ga vidio - njegova dva roga - to su kraljevi Medije i Perzije.
21 ପୁଣି, ସେ ଲୋମଶ ଛାଗ ଯବନ ଦେଶର ରାଜା ଓ ତାହାର ଦୁଇ ଚକ୍ଷୁର ମଧ୍ୟସ୍ଥାନରେ ଥିବାର ବୃହତ ଶୃଙ୍ଗ ପ୍ରଥମ ରାଜା।
Rutavi jarac jest kralj Grčke; veliki rog među njegovim očima jest prvi kralj;
22 ଆଉ, ଯେଉଁ ଶୃଙ୍ଗ ଭଗ୍ନ ହୋଇ ତହିଁର ସ୍ଥାନରେ ଯେ ଚାରି ଶୃଙ୍ଗ ଉତ୍ପନ୍ନ ହେଲା, ଏଥିରେ ସେହି ଦେଶୀୟମାନଙ୍କ ମଧ୍ୟରୁ ଚାରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ପରାକ୍ରମରେ ତାହାର ତୁଲ୍ୟ ନୋହିବ।
slomljeni rog i četiri roga što izbiše na njegovu mjestu, to su četiri kraljevstva što će izići iz njegova naroda, ali neće imati njegovu moć.
23 ପୁଣି, ସେମାନଙ୍କ ରାଜ୍ୟର ପରିଣାମ ସମୟରେ ଯେତେବେଳେ ଆଜ୍ଞା-ଲଙ୍ଘନକାରୀମାନଙ୍କର ଆଜ୍ଞାଲଙ୍ଘନ ସମ୍ପୂର୍ଣ୍ଣ ହେବ, ସେତେବେଳେ ଭୟଙ୍କର ବଦନ ଓ ନିଗୂଢ଼ ବାକ୍ୟ-ଜ୍ଞାନୀ ଏକ ରାଜା ଉତ୍ପନ୍ନ ହେବ।
I potkraj njihova kraljevanja, kad bezakonici navrše mjeru, ustat će kralj, drzak i lukav.
24 ସେ ବଳରେ ପରାକ୍ରାନ୍ତ ହେବ, ମାତ୍ର ତାହାର ନିଜ ବଳରେ ନୁହେଁ; ଆଉ, ସେ ଆଶ୍ଚର୍ଯ୍ୟ ରୂପେ ବିନାଶ କରିବ ଓ ସମୃଦ୍ଧ ହୋଇ ସ୍ଵେଚ୍ଛାମତ କାର୍ଯ୍ୟ କରିବ; ଆଉ, ସେ ପରାକ୍ରମୀଗଣକୁ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
Njegova će moć porasti, ali ne svojom snagom; nesmiljeno će pustošiti, uspijevat će u svojim pothvatima, zatirat' junake i narod Svetaca.
25 ପୁଣି, ଆପଣା କୌଶଳ ଦ୍ୱାରା ତାହାର ହସ୍ତରେ ଛଳ ସଫଳ ହେବ ଓ ସେ ଆପଣା ଅନ୍ତଃକରଣରେ ନିଜକୁ ବଡ଼ାଇ କରିବ ଓ ସେମାନଙ୍କ ନିରାପଦ କାଳରେ ଅନେକଙ୍କୁ ବିନାଶ କରିବ; ଆହୁରି, ସେ ଅଧିପତିଗଣର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ; ମାତ୍ର ସେ ବିନା ହସ୍ତରେ ଭଗ୍ନ ହେବ।
Zbog njegove lukavosti prijevara će uspijevati u njegovoj ruci. On će se uznijeti u svome srcu, iz čista mira upropastit će mnoge. Suprotstavit će se Knezu nad knezovima, ali će - ne rukom - biti skršen.
26 ଆଉ, ସନ୍ଧ୍ୟା ଓ ପ୍ରାତଃକାଳ ବିଷୟରେ କଥିତ ଦର୍ଶନ ସତ୍ୟ; ମାତ୍ର ତୁମ୍ଭେ ଏହି ଦର୍ଶନ ମୁଦ୍ରାଙ୍କିତ କର; କାରଣ ତାହା ଆଗାମୀ ଅନେକ ଦିନର କଥା।”
Viđenje o večerima i jutrima o kojem je bilo govora istinito je; no ti ga zapečati, jer je za daleke dane.”
27 ଏଥିଉତ୍ତାରେ ମୁଁ ଦାନିୟେଲ କ୍ଳାନ୍ତ ହେଲି ଓ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି; ତହିଁ ଉତ୍ତାରେ ମୁଁ ଉଠି ରାଜକାର୍ଯ୍ୟ କଲି; ଆଉ, ମୁଁ ସେହି ଦର୍ଶନରେ ଚମତ୍କୃତ ହେଲି, ମାତ୍ର କେହି ସେ ଦର୍ଶନ ବୁଝିଲେ ନାହିଁ।
Tada ja, Daniel, obnemogoh i bijah bolestan više dana. Zatim ustadoh da vršim kraljevske poslove. Bijah smeten zbog viđenja, no nitko to nije dokučio.

< ଦାନିୟେଲ 8 >