< ଦାନିୟେଲ 4 >
1 ସମୁଦାୟ ପୃଥିବୀନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାର (ବିଜ୍ଞାପନ); “ତୁମ୍ଭମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ।
Nebúkadnecczár király mind a népekhez, nemzetekhez és nyelvekhez, a melyek az egész földön laknak Békétek nagy legyen!
2 ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ ବୋଧ ହେଲା।
A jeleket és csodákat, a melyeket mívelt velem a legfelsőbb Isten, jónak tetszik előttem közzé tenni.
3 ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।
Jelei mily nagyok s csodái mily hatalmasok; királysága örök királyság és uralma nemzedék meg nemzedéknél tart!
4 ମୁଁ ନବୂଖଦ୍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି।
Én Nebúkadnecczár boldog voltam házamban és viruló a palotámban.
5 ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍ବିଗ୍ନ କଲା।
Álmot láttam, az megfélemlített engem s gondolatok fekvőhelyemen, s fejem látomásai megrémítettek engem,
6 ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ୍ ଲୋକଙ୍କୁ ମୋʼ ନିକଟକୁ ଆଣିବା ପାଇଁ ଆଜ୍ଞା କଲି;
s kiadatott tőlem a rendelet, hogy bevezessék elém mind a Bábel bölcseit, hogy az álom megfejtését tudassák velem.
7 ତହିଁରେ ମନ୍ତ୍ରବେତ୍ତା, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନେ ମୋʼ ନିକଟକୁ ଆସିଲେ; ପୁଣି, ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି; ମାତ୍ର ସେମାନେ ତହିଁର ଅର୍ଥ ମୋତେ କହି ପାରିଲେ ନାହିଁ।
Ekkor bejöttek az irástudók, jósok, kaldeusok és csillagjóslók s az álmot előttük elmondtam, de a megfejtését nem tudatták velem.
8 ମାତ୍ର ଅବଶେଷରେ ମୋʼ ଦେବତାର ନାମାନୁସାରେ ବେଲ୍ଟଶତ୍ସର ନାମବିଶିଷ୍ଟ ଦାନିୟେଲ ମୋʼ ନିକଟକୁ ଆସିଲେ, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି,
Utolsónak aztán bejött elém Dániél, kinek neve Béltsacczár – istenem neve szerint – s a kiben a szent istenek szelleme van; s az álmot elmondottam előtte:
9 ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ୱପ୍ନରେ ଯେଉଁ ଯେଉଁ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।
Béltsacczár, az irástudók feje, kiről tudom, hogy benned a szent istenek szelleme van, s hogy semmi titok nem zavar téged, álmom látomásait, a melyeket láttam s a megfejtését mondd meg!
10 ଶଯ୍ୟା ଉପରେ ମୋʼ ମନର ଦର୍ଶନ ଏହି ପ୍ରକାର ଥିଲା; ମୁଁ ଅନାଇଲି, ଆଉ ଦେଖ, ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ।
Fejem látomásai pedig a fekvőhelyemen ezek: Láttam s íme egy fa a föld közepén és magassága nagy.
11 ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା, ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା।
Nőtt a fa s erősödött, s magassága fölért az égig s ellátszott az egész föld végéig.
12 ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ।
Lombozata szép s gyümölcse sok s táplálék rajta mindnek; alatta hűsel a mező vadja s ágaiban lakoznak az ég madarai s belőle táplálkozik minden halandó.
13 ମୁଁ ଶଯ୍ୟା ଉପରେ ମୋʼ ମନର ଦର୍ଶନକ୍ରମେ ଦେଖିଲି, ଆଉ ଦେଖ, ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ।
Láttam fejem látomásaiban fekvőhelyemen, s íme egy őr meg szent alászáll az égből;
14 ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ‘ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖାସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ପକାଅ ଓ ଫଳସବୁ ବିଞ୍ଚି ଦିଅ; ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଉନ୍ତୁ।
kiált erővel s így szól: Vágjátok ki a fát s messétek le ágait, hullassátok le lombozatát és szórjátok szét gyümölcsét; költözzék el alóla vad s a madarak az ágaiból.
15 ତଥାପି ଭୂମିରେ ତାହାର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ;
Ámde gyökereinek tőkéjét hagyjátok a földben, és pedig vas- és rézbilincsben a mező füve között, s az ég harmatjával áztassák s a vaddal együtt legyen osztályrésze a föld füvében.
16 ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ ଆଉ, ତାହା ଉପରେ ସାତ କାଳ ବହିଯାଉ।
Szivét az embertől elváltoztassák s állatnak szive adasaék neki s hét időszak haladjon el fölötte.
17 ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବୀ ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି।’
Az őrök végzéséből van e szó s a szentek parancsából a kijelentés annak okából, hogy tudják meg az élők, hogy uralkodik a Legfelső az emberi királyságon s a kinek akarja, adja azt s az emberek legalacsonyabbját állítja föléje.
18 ମୁଁ ରାଜା ନବୂଖଦ୍ନିତ୍ସର ଏହି ସ୍ୱପ୍ନ ଦେଖିଅଛି; ଏବେ ହେ ବେଲ୍ଟଶତ୍ସର, ତୁମ୍ଭେ ଅର୍ଥ ଜଣାଅ, କାରଣ ମୋʼ ରାଜ୍ୟସ୍ଥ ସମସ୍ତ ବିଦ୍ୱାନ୍ ଲୋକ ତହିଁର ଅର୍ଥ ମୋତେ ଜଣାଇବାକୁ ଅକ୍ଷମ ଅଟନ୍ତି; ମାତ୍ର ତୁମ୍ଭେ ସକ୍ଷମ ଅଟ, କାରଣ ତୁମ୍ଭ ଅନ୍ତରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି।”
Ezt az álmot láttam én, Nebúkadnecczár király; to pedig Béltsacczár, mondjad el megfejtését, mivelhogy mind a királyságom bölcsei nem birják velem tudatni a megfejtést, de te birod, mert szent istenek szelleme van benned.
19 ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ।” ବେଲ୍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ।
Ekkor Dániél, kinek neve Béltsacczár, elámúlt egy bizonyos ideig és gondolatai megrémítették. Megszólalt a király és mondta: Béltsacczár, az álom és megfejtése ne rémítsen meg téged! Felelt Béltsacczár és mondta: Uram! Az álom a te gyűlölőidnek és megfejtése ellenségeidnek!
20 ଆପଣ ଯେଉଁ ବୃକ୍ଷ ଦେଖିଲେ, ଯାହା ବଢ଼ି ବଳବାନ ହେଲା, ଯହିଁର ଉଚ୍ଚତା ଗଗନସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା;
A fa, melyet láttál, a mely nőtt és erősödött s magassága fölért az égig és ellátszott az egész földön,
21 ଯାହାର ପତ୍ରସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ଯହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା; ଯହିଁର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ, ଯହିଁର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା;
s lombozata szép s gyümölcse sok és táplálék rajta mindnek, alatta lakozik a mező vadja s ágaiban laknak az ég madarai:
22 ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି, ଆପଣ ବୃଦ୍ଧି ପାଇ ବଳବାନ ହୋଇଅଛନ୍ତି; କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
te vagy az, oh király, a ki nőttél és megerősödtél s nagyságod nőtt, fölért az égig s uralmad a föld végéig.
23 ପୁଣି, ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର; ତଥାପି ଭୂମିରେ ତହିଁର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ; ଆଉ, ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ କାଳ ବହିଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ।
Hogy pedig a király látott egy őrt és szentet, a mint alászállt az égből és mondta: vágjátok ki a fát és rontsátok meg, ámde gyökereinek tőkéjét a földben hagyjátok és pedig vas- és rézbilincs közben a mező füve között s az ég harmatától áztassák s a mező vadjával legyen osztályrésze, míg hét időszak el nem halad felette:
24 ହେ ମହାରାଜ, ଏହାର ଅର୍ଥ ଏହି, ଆଉ ମୋର ପ୍ରଭୁ ମହାରାଜାଙ୍କ ବିଷୟରେ ସର୍ବୋପରିସ୍ଥଙ୍କର ନିରୂପଣ ଏହି।
ez a megfejtés, oh király, s a Legfelsőnek végzése az, a mely érte uramat, a királyt.
25 ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ, ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜୀ କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତିବ, ଏହିରୂପେ ଆପଣଙ୍କ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହା ଦେବାକୁ ଇଚ୍ଛା କରିବେ, ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ।
Téged ugyanis kiűznek az emberek közül s a mező vadjával lesz lakásod, s füvet, mint ökrökkel fognak etetni veled s az ég harmatjából áztatnak s hét időszak fog elhaladni fölötted, mig meg nem tudod, hogy uralkodó a Legfelső az emberi királyságon, és a kinek akarja, adja azt.
26 ଆହୁରି, ବୃକ୍ଷର ମୂଳ-ଗଣ୍ଡି ଛାଡ଼ିବା ପାଇଁ ଆଜ୍ଞା ଦିଆ ଯିବାର ଅର୍ଥ ଏହି; ସ୍ୱର୍ଗ ହିଁ କର୍ତ୍ତୃତ୍ୱ କରଇ, ଏହା ଆପଣ ଜାଣିଲା ଉତ୍ତାରେ ଆପଣଙ୍କ ରାଜ୍ୟ ଆପଣଙ୍କ ପ୍ରତି ନିଶ୍ଚିତ ହେବ।
S hogy azt mondták, hogy hagyják meg a fa gyökereinek tőkéjét: királyságod neked megmarad, mihelyt megtudod, hogy az Ég uralkodik.
27 ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।”
Azért, oh király, tanácsom jónak tessék neked, vétkeidet igazság által váltsd meg és bűneidet szegényeken való könyörülés által, hátha lesz tartama a te boldogságodnak.
28 ରାଜା ନବୂଖଦ୍ନିତ୍ସର ପ୍ରତି ଏହିସବୁ ଘଟିଲା।
Mindez elérte Nebúkadnecczár királyt.
29 ବାର ମାସର ଶେଷରେ ସେ ବାବିଲର ରାଜପ୍ରାସାଦରେ ବୁଲୁଥିଲା।
Tizenkét hónap multán járt vala Bábel királyi palotáján.
30 “ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ?”
Megszólalt a király és mondta: Nemde, ez az a nagy Bábel, melyet én építettem királyi székvárosomnak erőm hatalmával s díszem dicsőségére!
31 ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, “ହେ ରାଜନ୍ ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା।
Még a király szájában volt a szó és hang szállt le az égből: Neked mondják, oh Nebúkadnecczár király, uralmad eltávozott tőled.
32 ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”
S az emberek közül kiűznek téged, s a mező vadjával lesz lakásod, fűvel mint az ökröket fognak etetni téged; s hét időszak fog elhaladni fölötted, a míg meg nem tudod, hogy uralkodó a Legfelső az emberi királyságon s a kinek akarja adja azt.
33 ସେହି ଦଣ୍ଡରେ ନବୂଖଦ୍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
Abban az órában beteljesedett a szó Nebúkadnecczáron; s az emberek közül kiüzetett, s füvet evett, mint az ökrök s az ég harmatjából áztatták a testét, míg a haja meg nem nőtt, mint a sasoké és körmei, mint a madaraké.
34 ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍ନିତ୍ସର ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋʼ କତିକି ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
Napok múltán én Nebúkadnecczár az ég felé emeltem szemeimet s eszem hozzám visszatért s a Legfelsőt áldottam s az örökké élőt dicsértem s magasztaltam, a kinek uralma örök uralom és királysága nemzedéknél meg nemzedéknél tart,
35 ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ “ତୁମ୍ଭେ କʼଣ କରୁଅଛ” ଏହା ତାହାଙ୍କୁ କହି ନ ପାରେ।
s mind a földnek lakói mint a semmi tekintetnek, s az ő akarata szerint cselekszik az ég seregével s a föld lakóival s nincsen, a ki kezeit megakadályozná s azt mondaná neki: mit cselekedtél?
36 ସେହି ସମୟରେ ମୋʼ ବୁଦ୍ଧି ମୋʼ କତିକି ଫେରି ଆସିଲା ଓ ମୋʼ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋʼ କତିକି ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା।
Abban az időben visszatért hozzám eszem és királyságom dicsőségére díszem és fényem visszatért hozzám, és tanácsosaim s nagyjaim engem fölkerestek, királyságom fölé helyeztettem és kiváló nagyság hozzáadatott nekem.
37 ଏଣୁ ମୁଁ ନବୂଖଦ୍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।
Most tehát én Nebúkadnecczár dicsérem, dicsőitem és magasztalom az egek királyát, kinek mind a cselekedetei igazság s útjai jog s a kik a gőgösségben járnak, azokat lealacsonyíthatja.