< ଆମୋଷ 9 >

1 ମୁଁ ଯଜ୍ଞବେଦି ନିକଟରେ ପ୍ରଭୁଙ୍କୁ ଠିଆ ହେବାର ଦେଖିଲି; ଆଉ, ସେ କହିଲେ, “ଦ୍ୱାରର ସମ୍ମୁଖ ସ୍ଥାନ ଯେପରି ହଲିବ, ଏଥିପାଇଁ ସ୍ତମ୍ଭର ମୁଣ୍ଡାଳିରେ ଆଘାତ କର ଓ ସମସ୍ତଙ୍କର ମସ୍ତକ ଉପରେ ତାହା ଖଣ୍ଡ ଖଣ୍ଡ କରି ପକାଅ; ପୁଣି, ଆମ୍ଭେ ସେମାନଙ୍କ ଶେଷାଂଶକୁ ଖଡ୍ଗରେ ବଧ କରିବା; ସେମାନଙ୍କ ମଧ୍ୟରୁ ଏକ ଜଣ ହିଁ ପଳାଇ ପାରିବ ନାହିଁ ଓ ସେମାନଙ୍କର ଏକ ଜଣ ହିଁ ରକ୍ଷା ପାଇବ ନାହିଁ।
[神視五:號上主消滅惡人無一倖免]我看見吾主站在祭壇旁,擊打柱帽,門限震動。衪說:「我要砍下他們眾人的頭,剩下的要用刀殺盡;他們中一個也逃不了,一個也不能幸免生存。
2 ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା। (Sheol h7585)
既使鑽入陰府,我的手必從那裏將他們揪出;既使飛上高天,我也必從那裏將他們拉下; (Sheol h7585)
3 ପୁଣି, ସେମାନେ କର୍ମିଲର ଶୃଙ୍ଗରେ ଆପଣାମାନଙ୍କୁ ଲୁଚାଇଲେ ହେଁ ଆମ୍ଭେ ସେସ୍ଥାନରୁ ଅନୁସନ୍ଧାନ କରି ସେମାନଙ୍କୁ ଧରି ଆଣିବା ଓ ସେମାନେ ଆମ୍ଭ ଦୃଷ୍ଟିରୁ ସମୁଦ୍ରର ତଳେ ଲୁଚିଲେ ହେଁ ଆମ୍ଭେ ସେସ୍ଥାନରେ ସର୍ପକୁ ଆଜ୍ଞା କରିବା, ତହିଁରେ ସେ ସେମାନଙ୍କୁ ଦଂଶନ କରିବ।
既使藏在加爾默耳山頂,我必去搜尋,從那裏逮回;既使避開我的眼目逃入海底,我也必令蛟龍將他們咬死;
4 ପୁଣି, ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ୱ ସ୍ଥାନକୁ ଗଲେ ହେଁ ଆମ୍ଭେ ସେସ୍ଥାନରେ ଖଡ୍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ ଓ ଆମ୍ଭେ ମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ସେମାନଙ୍କ ଉପରେ ଆପଣା ଦୃଷ୍ଟି ରଖିବା।”
既使在敵人面前被擄去充軍,我必命刀劍殺死他們;我的眼注視他們,是為加害,不是為祝福。」
5 କାରଣ ଯେ ପୃଥିବୀକୁ ସ୍ପର୍ଶ କରନ୍ତେ, ତାହା ତରଳି ଯାଏ, ଆଉ ତନ୍ନିବାସୀ ସମସ୍ତେ ଶୋକ କରନ୍ତି; ସେ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଅଟନ୍ତି; ପୁଣି, ତାହା ସମ୍ପୂର୍ଣ୍ଣ ରୂପେ ନଦୀ ପରି ବଢ଼ି ଉଠିବ ଓ ମିସରର ନୀଳ ନଦୀ ତୁଲ୍ୟ ପୁନର୍ବାର ହ୍ରାସ ହେବ।
吾主上主一觸摸大地,大地就溶化,地上所有的居民便都哀號,全地泛濫有如尼羅,退落有如埃及大河。
6 ଯେ ଆକାଶରେ ଆପଣା କୋଠରି ଶ୍ରେଣୀ ନିର୍ମାଣ କରନ୍ତି ଓ ପୃଥିବୀ ଉପରେ ଆପଣା ଚନ୍ଦ୍ରାତପ ସ୍ଥାପନ କରିଅଛନ୍ତି; ଯେ ସମୁଦ୍ରର ଜଳସମୂହକୁ ଡାକି ପୃଥିବୀ ଉପରେ ଢାଳନ୍ତି; ତାହାଙ୍କର ନାମ ସଦାପ୍ରଭୁ।
衪在高天建造了樓閣,在地上奠定了穹蒼,召海水傾流於地面,衪名叫「雅威」。
7 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ-ସନ୍ତାନଗଣ,” “ତୁମ୍ଭେମାନେ ଆମ୍ଭ ନିକଟରେ କି କୂଶୀୟ ସନ୍ତାନଗଣର ତୁଲ୍ୟ ନୁହଁ? ଆମ୍ଭେ କି ଇସ୍ରାଏଲକୁ ମିସର ଦେଶରୁ ଓ ପଲେଷ୍ଟୀୟମାନଙ୍କୁ କପ୍ତୋର ଦେଶରୁ ଓ ଅରାମୀୟମାନଙ୍କୁ କୀର୍‍ ଦେଶରୁ ଆଣି ନାହୁଁ?
以色列子民! 你們對我豈不是像雇士子民﹖──上主的斷語──豈不是我由埃及領出了以色列,由加非托爾領出了培肋舍特人,由克爾領出了阿蘭人﹖
8 ଦେଖ, ପ୍ରଭୁ ସଦାପ୍ରଭୁଙ୍କର ଚକ୍ଷୁ ଏହି ପାପିଷ୍ଠ ରାଜ୍ୟ ଉପରେ ଅଛି ଓ ଆମ୍ଭେ ପୃଥିବୀରୁ ତାହା ଉଚ୍ଛିନ୍ନ କରିବା; କେବଳ ଯାକୁବ ବଂଶକୁ ଆମ୍ଭେ ନିଃଶେଷ ରୂପେ ଉଚ୍ଛିନ୍ନ କରିବା ନାହିଁ,” ଏହା ସଦାପ୍ରଭୁ କହନ୍ତି।
看,吾主上主的眼注視這犯罪的國家,我必由此地面上將她消滅。然而我不全然消滅雅各伯家──上主的斷語──
9 “କାରଣ ଦେଖ, ଆମ୍ଭେ ଆଜ୍ଞା କରିବା ଓ ଆମ୍ଭେ ଯାବତୀୟ ଗୋଷ୍ଠୀ ମଧ୍ୟରେ ଇସ୍ରାଏଲ ବଂଶକୁ ଚାଲୁଣୀର ଶସ୍ୟକୁ ଚଲାଇବା ପରି ଚଲାଇବା, ତଥାପି ଏକ କଣିକା ଭୂମିରେ ପଡ଼ିବ ନାହିଁ।
看,我必下令,要在萬民中如人用篩子篩以色列,不讓一粒落在地上。
10 ଆମ୍ଭ ଲୋକମାନଙ୍କ ମଧ୍ୟରୁ ଯେଉଁ ପାପୀମାନେ କୁହନ୍ତି, ‘ଅମଙ୍ଗଳ ଦୌଡ଼ି ଆମ୍ଭମାନଙ୍କୁ ଧରିବ ନାହିଁ; କିଅବା ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେବ ନାହିଁ,’ ସେସମସ୍ତେ ଖଡ୍ଗ ଦ୍ୱାରା ହତ ହେବେ।
我百姓中那些人說:「災禍不會臨近,不會來到我們身上」的一罪人,都要死在刀下。
11 ସେଦିନ ଆମ୍ଭେ ଦାଉଦର ପତିତ ତମ୍ବୁ ପୁନର୍ବାର ଉତ୍ଥାପନ କରିବା ଓ ତହିଁର ଫଟା ସ୍ଥାନସବୁ ବନ୍ଦ କରିବା; ପୁଣି, ତାହାର ଉଜାଡ଼ ସ୍ଥାନସବୁ ପୁନର୍ବାର ଉଠାଇବା ଓ ପୂର୍ବକାଳର ନ୍ୟାୟ ତାହା ନିର୍ମାଣ କରିବା;
在那一天,我必樹起達味已塌蹋的帳幕,修補它的缺口,重建它的廢壚:使它重建有如往日,
12 ତହିଁରେ ସେମାନେ ଆମ୍ଭ ନାମରେ ଖ୍ୟାତ ଇଦୋମର ଅବଶିଷ୍ଟାଂଶକୁ ଓ ଯାବତୀୟ ଗୋଷ୍ଠୀକୁ ଅଧିକାର କରିବେ।” ଏହି କର୍ମର ସାଧନକର୍ତ୍ତା ସଦାପ୍ରଭୁ ଏହା କହନ୍ତି।
使他們征服厄木田的遣民和屬於我名下的萬民──行這事的上主的斷語──
13 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ହଳବାହକ ଶସ୍ୟ କଟାଳିର ପଛେ ଓ ଦ୍ରାକ୍ଷାପେଷକ ବୀଜବୁଣାଳୀର ପଛେ ଲାଗି ରହିବ, ଏପରି ସମୟ ଆସୁଅଛି ଓ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ ଝରାଇବ, ଆଉ ଉପପର୍ବତସକଳ ତରଳି ଯିବେ।
看,時日將到,──上主的斷語──那時耕田的人要緊靠著收割的人,榨洒的人要緊靠著播種的人;山嶺要滴下新酒,丘陵都要溶化奔流。
14 ପୁଣି, ଆମ୍ଭେ ଆପଣା ଲୋକ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ତହିଁରେ ସେମାନେ ଧ୍ୱଂସିତ ନଗରସବୁ ପୁନଃନିର୍ମାଣ କରି ତହିଁ ମଧ୍ୟରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁରୁ ଦ୍ରାକ୍ଷାରସ ପାନ କରିବେ; ଆହୁରି, ସେମାନେ ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।
我必要轉變我民以色列的命運,他們必要重建已荒廢的城市,再住在其中;栽植葡萄園,飲其中的美酒;耕種田園,吃其中出產。
15 ପୁଣି, ଆମ୍ଭେ ସେମାନଙ୍କୁ ସେମାନଙ୍କ ଦେଶରେ ରୋପଣ କରିବା, ତହିଁରେ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତହିଁରୁ ସେମାନେ ଆଉ ଉତ୍ପାଟିତ ହେବେ ନାହିଁ।” ଏହା ସଦାପ୍ରଭୁ ତୁମ୍ଭ ପରମେଶ୍ୱର କହନ୍ତି।
我要將他們栽植在自己的地內,他們不會再從我賜與他們的地上被拔除──上主你的天主說。

< ଆମୋଷ 9 >