< ଆମୋଷ 7 >
1 ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ବିଳମ୍ବରେ ଉତ୍ପନ୍ନ ତୃଣ ଅଙ୍କୁରିବା ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ବିଳମ୍ବରେ ଉତ୍ପନ୍ନ ତୃଣ ବଢ଼ୁଥିଲା।
Èyí ni ohun tí Olúwa Olódùmarè fihàn mí: Ó pèsè ọwọ́ eṣú lẹ́yìn ìgbà tí a kórè ìpín ọba, ní ìgbà ti èso ẹ̀ẹ̀kejì ń jáde bọ̀.
2 ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର! ଯାକୁବ କିପରି ଠିଆ ହେବ? କାରଣ ସେ ସାନ।”
Nígbà tí wọ́n jẹ koríko ilẹ̀ náà mọ́ féfé nígbà náà ni mo gbé ohùn mi sókè pé, “Olúwa Olódùmarè, mo bẹ̀ ọ́, dáríjì! Báwo ni Jakọbu yóò ha ṣe lè dìde? Òun kéré jọjọ!”
3 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ଏହା ହେବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
Olúwa ronúpìwàdà nípa èyí. “Èyí kò ni ṣẹlẹ̀,” ni Olúwa wí.
4 ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପେ ଦେଖାଇଲେ; ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ୱାରା ବିବାଦ କରିବା ପାଇଁ ଆହ୍ୱାନ କଲେ; ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥାʼନ୍ତା।
Èyí ni ohun ti Olúwa Olódùmarè fihàn mí: Olúwa Olódùmarè ń pè fún ìdájọ́ pẹ̀lú iná; ó jó ọ̀gbun ńlá rún, ó sì jẹ ilẹ̀ run.
5 ଏପରି ସମୟରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷାନ୍ତ ହୁଅ; ଯାକୁବ କିପରି ଠିଆ ହେବ? କାରଣ ସେ ସାନ।”
Nígbà náà ni mo gbé ohùn mi sókè pé, “Olúwa Olódùmarè jọ̀wọ́ má ṣe ṣe é! Báwo ni Jakọbu yóò ha ṣe lè dìde? Òun kéré jọjọ!”
6 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ତାହା ମଧ୍ୟ ହେବ ନାହିଁ,” ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
Olúwa ronúpìwàdà nípa èyí. “Èyí náà kò ní ṣẹlẹ̀,” ni Olúwa Olódùmarè wí.
7 ସେ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ୱାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ।
Èyí ni ohun tí ó fihàn mí: Olúwa dúró ní ẹ̀gbẹ́ odi ti a fi okùn ìwọ̀n mọ́, ti òun ti okùn ìwọ̀n tí ó rún ni ọwọ́ rẹ̀.
8 ପୁଣି, ସଦାପ୍ରଭୁ ମୋତେ ପଚାରିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ଗୋଟିଏ ଓଳମ।” ତେବେ ପ୍ରଭୁ କହିଲେ, “ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲ ମଧ୍ୟରେ ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ;
Olúwa sì bi mi pé, “Amosi, kí ni ìwọ rí?” Mo dáhùn pé, “Okùn ìwọ̀n.” Nígbà náà ni Olúwa wí pé, “Wò ó, Èmí ń gbé okùn ìwọ̀n kalẹ̀ láàrín àwọn Israẹli ènìyàn mi; Èmi kì yóò sì tún kọjá lọ́dọ̀ wọn mọ́.
9 ପୁଣି, ଇସ୍ହାକର ଉଚ୍ଚସ୍ଥଳୀସକଳ ଧ୍ୱଂସିତ ହେବ ଓ ଇସ୍ରାଏଲର ଧର୍ମଧାମସକଳ ବିନଷ୍ଟ ହେବ; ଆଉ ଆମ୍ଭେ ଖଡ୍ଗ ଘେନି ଯାରବୀୟାମର ବଂଶ ବିରୁଦ୍ଧରେ ଉଠିବା।”
“Ibi gíga Isaaki wọ̀n-ọn-nì yóò sì di ahoro àti ibi mímọ Israẹli wọ̀n-ọn-nì yóò di ahoro. Èmi yóò sì fi idà dìde sí ilé Jeroboamu.”
10 ଯେତେବେଳେ ବେଥେଲ୍ର ଯାଜକ ଅମତ୍ସୀୟ ଇସ୍ରାଏଲର ରାଜା ଯାରବୀୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, “ଇସ୍ରାଏଲ ବଂଶ ମଧ୍ୟରେ ଆମୋଷ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଅଛନ୍ତି; ଦେଶ ତାଙ୍କର ବାକ୍ୟସବୁ ସହି ପାରୁ ନାହିଁ।
Nígbà náà Amasiah àlùfáà Beteli ránṣẹ́ sí Jeroboamu ọba Israẹli, wí pé: “Amosi ti dìde láti dìtẹ̀ sí ọ ni àárín gbùngbùn Israẹli. Ilẹ̀ kò sì le gba gbogbo ọ̀rọ̀ rẹ̀.
11 କାରଣ ଆମୋଷ ଏରୂପ କହୁଅଛନ୍ତି, ‘ଯାରବୀୟାମ ଖଡ୍ଗରେ ହତ ହେବ ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ।’”
Nítorí èyí ni ohun ti Amosi ń sọ: “‘Jeroboamu yóò ti ipa idà kú, lóòtítọ́ Israẹli yóò lọ sí ìgbèkùn, jìnnà kúrò ní ilẹ̀ ìní wọn.’”
12 ଆହୁରି, ଅମତ୍ସୀୟ ଆମୋଷଙ୍କୁ କହିଲା, “ହେ ଦର୍ଶକ, ତୁମ୍ଭେ ଯାଅ, ଯିହୁଦା ଦେଶକୁ ପଳାଅ, ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
Nígbà náà ni Amasiah sọ fún Amosi pé, “Lọ jáde, ìwọ aríran! Padà sí ilẹ̀ àwọn Juda. Kí o máa jẹun rẹ níbẹ̀, kí o sì máa sọtẹ́lẹ̀ rẹ̀ níbẹ̀.
13 ମାତ୍ର ବେଥେଲ୍ରେ ପୁନର୍ବାର ଆଉ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ; କାରଣ ତାହା ରାଜାଙ୍କର ପବିତ୍ର ସ୍ଥାନ ଓ ତାହା ରାଜକୀୟ ଗୃହ ଅଟେ।”
Má ṣe sọtẹ́lẹ̀ mọ ni Beteli nítorí ibi mímọ́ ọba ni àti ibi tẹmpili ìjọba rẹ̀.”
14 ତହିଁରେ ଆମୋଷ ଉତ୍ତର କରି ଅମତ୍ସୀୟଙ୍କୁ କହିଲେ, “ମୁଁ ଭବିଷ୍ୟଦ୍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍ବକ୍ତାଙ୍କ ପୁତ୍ର ନ ଥିଲି; ମାତ୍ର ମୁଁ ଗୋପାଳକ ଓ ଡିମ୍ବିରି ବୃକ୍ଷର କୃଷକ ଥିଲି;
Amosi dá Amasiah lóhùn pé, “Èmi kì í ṣe wòlíì tàbí àwọn ọmọ wòlíì, ṣùgbọ́n mo jẹ́ olùṣọ́-àgùntàn, mo sì ń ṣe ìtọ́jú igi ọ̀pọ̀tọ́ sikamore.
15 ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ‘ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର।’
Ṣùgbọ́n Olúwa mu mi bí mo ti ń tọ́ agbo ẹran lẹ́yìn, ó sì wí fun mi pé, ‘Lọ sọtẹ́lẹ̀ fun àwọn Israẹli ènìyàn mi.’
16 ଏଥିପାଇଁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ତୁମ୍ଭେ କହୁଅଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ ଓ ଇସ୍ହାକ ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ।’
Nítorí náà nísinsin yìí, gbọ́ ọ̀rọ̀ Olúwa. Ìwọ wí pé, “‘Má ṣe sọ àsọtẹ́lẹ̀ sí Israẹli, má sì ṣe wàásù sí ilé Isaaki.’
17 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ‘ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ ଓ ତୁମ୍ଭର ପୁତ୍ରକନ୍ୟାଗଣ ଖଡ୍ଗରେ ପତିତ ହେବେ, ଆଉ ତୁମ୍ଭର ଭୂମି ପରିମାପକ ଦଉଡ଼ି ଦ୍ୱାରା ବିଭାଗ କରାଯିବ; ପୁଣି, ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ, ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ।’”
“Nítorí náà, èyí ni ohun ti Olúwa wí: “‘Ìyàwó rẹ yóò di panṣágà ni ìlú, àwọn ọmọ ọkùnrin àti obìnrin rẹ yóò ti ipa idà ṣubú. A ó fi okùn wọn ilẹ̀ rẹ, a ó sì pín in àti ìwọ pẹ̀lú yóò kú ni ilẹ̀ àìmọ́. Israẹli yóò sì lọ sí ìgbèkùn, kúrò ní ilẹ̀ ìní wọn.’”