< ଆମୋଷ 5 >
1 ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି ଯେଉଁ ବିଳାପର ବାକ୍ୟ କହୁଅଛୁ, ତାହା ଶୁଣ।
Sikilizeni hili neno ambalo nisemalo kama maombelezo juu yenu, nyumba ya Israeli.
2 “ଇସ୍ରାଏଲର କୁମାରୀ ପତିତ ହୋଇଅଛି, ସେ ଆଉ ଉଠିବ ନାହିଁ; ସେ ଆପଣା ଭୂମିରେ ଫିଙ୍ଗା ଯାଇଅଛି; ତାହାକୁ ଉଠାଇବାକୁ କେହି ନାହିଁ।”
Bikira wa Israeli ameanguka; hatoinuka tena; ametoroka kwenye nchi yake, hakuna mtu wa kumwinua.
3 କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁ ନଗରରୁ ସହସ୍ର ହୋଇ ବାହାରିଲେ, ତହିଁରେ ଇସ୍ରାଏଲ ବଂଶର ଏକ ଶହ ଅବଶିଷ୍ଟ ରହିବେ, ଆଉ ଯେଉଁ ସ୍ଥାନରୁ ଏକ ଶହ ବାହାରିଲେ, ତହିଁରେ ଦଶ ଅବଶିଷ୍ଟ ରହିବେ।”
Kwa kuwa hivi ndivyo Yahwe asemavyo: “Mji ambao umetoka nje kwa elfu watabaki mia, na walioenda nje mia watabaki kumi wa mali ya nyumba ya Israeli.”
4 କାରଣ ଇସ୍ରାଏଲ ବଂଶକୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ।
Kwa kuwa hivi ndivyo Yahwe asemavyo kwa nyumba ya Israeli: “Nitafuteni na mtaishi!
5 ମାତ୍ର ବେଥେଲ୍ର ଅନ୍ଵେଷଣ କର ନାହିଁ, କିଅବା ଗିଲ୍ଗଲ୍ରେ ପ୍ରବେଶ କର ନାହିଁ ଓ ବେର୍ଶେବାକୁ ଯାଅ ନାହିଁ; କାରଣ ଗିଲ୍ଗଲ୍ ନିଶ୍ଚୟ ନିର୍ବାସିତ ହେବ ଓ ବେଥେଲ୍ ବିନଷ୍ଟ ହେବ।
Msimtafute Betheli; wala kuingia Gilgali; msisafiri kwenda Bersheba. Kwa kuwa Gilgali watakwenda utumwani hakika, na Betheli haitakuwa kitu.
6 ସଦାପ୍ରଭୁଙ୍କର ଅନ୍ଵେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ; ନୋହିଲେ ସେ ଯୋଷେଫ ବଂଶରେ ଅଗ୍ନି ପରି ଜ୍ୱଳି ଉଠିବେ, ତାହା ଗ୍ରାସ କରିବ ଓ ତାହା ଲିଭାଇବା ପାଇଁ ବେଥେଲ୍ରେ କେହି ନ ଥିବ।
Mtafuteni Yahwe mtaishi, au atawaka kama moto kwenye nyumba ya Yusufu. Utateketeza, na hakutakuwa na mtu hata mmoja kuuzima katika Betheli.
7 ବିଚାରକୁ ତିକ୍ତ ଫଳରେ ପରିଣତକାରୀ ଓ ନ୍ୟାୟକୁ ଭୂମିସାତ୍କାରୀମାନେ;
Wale watu wageuzao haki kuwa jambo chungu na kuiangusha haki chini!”
8 ଯେ କୃତ୍ତିକାର ଓ ମୃଗଶୀର୍ଷର ସୃଷ୍ଟି କରିଅଛନ୍ତି, ଯେ ମୃତ୍ୟୁୁରୂପ ଛାୟାକୁ ପ୍ରଭାତରେ ପରିଣତ କରନ୍ତି, ଯେ ଦିବସକୁ ରାତ୍ରି ତୁଲ୍ୟ ଅନ୍ଧକାରମୟ କରନ୍ତି; ଯେ ସମୁଦ୍ରର ଜଳସମୂହକୁ ଆହ୍ୱାନ କରି ପୃଥିବୀ ଉପରେ ଢାଳନ୍ତି; ତୁମ୍ଭେମାନେ ତାହାଙ୍କର ଅନ୍ଵେଷଣ କର। ସଦାପ୍ରଭୁ ତାହାଙ୍କର ନାମ।
Mungu aliiumba Pleidezi na Orioni; amebadilisha giza kuwa asubuhu; hufanya siku kuwa giza na usiku na kuita maji ya bahari; yeye huyamwaga juu ya uso wa dunia. Yahwe ndilo jina lake!
9 ସେ ବଳବାନ ଉପରେ ହଠାତ୍ ସର୍ବନାଶ ଉପସ୍ଥିତ କରାନ୍ତି, ତହିଁରେ ଦୁର୍ଗ ଉପରେ ସର୍ବନାଶ ଉପସ୍ଥିତ ହୁଏ।
Yeye huleta uharibifu wa ghafla juu ya waliohodari ili kwamba uharibifu uje juu ya ngome.
10 ଯେ ନଗର-ଦ୍ୱାରରେ ଅନୁଯୋଗ କରେ, ଲୋକମାନେ ତାହାକୁ ହିଂସା କରନ୍ତି ଓ ଯେ ଯଥାର୍ଥ କଥା କହେ, ସେମାନେ ତାହାକୁ ଘୃଣା କରନ୍ତି।
Wanamchukia kila awasahihishaye katika lango la mji, nao humchukia sana yeyote asemaye ukweli.
11 ତୁମ୍ଭେମାନେ ଦରିଦ୍ରକୁ ପଦ ତଳେ ଦଳୁଅଛ ଓ ବଳପୂର୍ବକ ତାହାଠାରୁ ଗହମ ନେଉଅଛ; ଏଥିପାଇଁ ତୁମ୍ଭେମାନେ କଟା ପଥରର ଗୃହ ନିର୍ମାଣ କରିଅଛ ସତ୍ୟ, ମାତ୍ର ତୁମ୍ଭେମାନେ ତହିଁରେ ବାସ କରିବ ନାହିଁ; ତୁମ୍ଭେମାନେ ରମ୍ୟ ଦ୍ରାକ୍ଷାକ୍ଷେତ୍ର ରୋପଣ କରିଅଛ, ମାତ୍ର ତୁମ୍ଭେମାନେ ତହିଁର ଦ୍ରାକ୍ଷାରସ ପାନ କରିବ ନାହିଁ;
Kwa sababu mnamkanyaga chini maskini na kuchukua sehemu ya ngano kutoka kwake- ingawa mmejenga nyumba za mawe yaliyochongwa, hamtaishi kwenye nyumba hizo. Mmependezwa na mashamba ya mizabibu, lakini hamtakunywa mvinyo wake.
12 କାରଣ ତୁମ୍ଭମାନଙ୍କର ଅପରାଧ କିପରି ବହୁବିଧ ଓ ତୁମ୍ଭମାନଙ୍କର ପାପସକଳ କିପରି ପ୍ରବଳ, ଏହା ଆମ୍ଭେ ଜାଣୁ; ତୁମ୍ଭେମାନେ ଧାର୍ମିକକୁ କ୍ଲେଶ ଦେଉଅଛ, ଲାଞ୍ଚ ନେଉଅଛ ଓ ନଗର-ଦ୍ୱାରରେ ଦୀନହୀନମାନଙ୍କ ପ୍ରତି ଅନ୍ୟାୟ କରୁଅଛ।
Kwa kuwa najua ni jinsi gani mlivyo na makosa mengi na jinsi dhambi zenu zilivyo kubwa- ninyi mnaowaonea wenye haki, chukueni rushwa, na kuwageuza wahitaji kwenye lango la mji.
13 ଏଥିପାଇଁ ଯେଉଁ ଜନ ବୁଦ୍ଧିମାନ, ସେ ଏପରି ସମୟରେ ନୀରବ ହୋଇ ରହିବ; କାରଣ ସମୟ ମନ୍ଦ ଅଟେ।
Kwa hiyo kila mtu mwenye busara atanyamaza kimya kwenye wakati kama huo, kwa kuwa ni wakati wa uovu.
14 ତୁମ୍ଭେମାନେ ଯେପରି ବଞ୍ଚିବ, ଏଥିପାଇଁ ମନ୍ଦ ଚେଷ୍ଟା ନ କର, ଭଲ ଚେଷ୍ଟା କର; ତହିଁରେ ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
Tafuteni mazuri na sio mabaya, ili kwamba mpate kuishi. Hivyo Yahwe, Mungu wa majeshi, atakuwa na ninyi tayari, kama msemavyo yeye ndiye.
15 ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ଓ ନଗର-ଦ୍ୱାରରେ ନ୍ୟାୟବିଚାର କର; ହୋଇପାରେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଯୋଷେଫର ଅବଶିଷ୍ଟାଂଶ ପ୍ରତି କୃପାମୟ ହେବେ।
Chukieni uovu, imarisheni haki katika lango la mji. Huenda Yahwe, Mungu wa majeshi, atawafadhili mabaki ya Yusufu.
16 ଏଥିପାଇଁ ପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର ସଦାପ୍ରଭୁ ଏହି କଥା କହନ୍ତି, “ଛକସ୍ଥାନ ସକଳରେ ହାହାକାର ଶବ୍ଦ ହେବ ଓ ରାଜଦାଣ୍ଡସକଳରେ ଲୋକମାନେ ହାୟ! ହାୟ! କହିବେ; ଆଉ, ସେମାନେ କୃଷକକୁ ଶୋକ କରିବାକୁ ଓ ବିଳାପ ନିପୁଣ ଲୋକମାନଙ୍କୁ ହାହାକାର କରିବାକୁ ଡାକିବେ।
Kwa hiyo, hivi ndivyo Yahwe asemavyo, Mungu wa majeshi, Bwana, “Kutakuwa na maombolezo kwenye miraba yote, na watasema kwenye mitaa yote, 'Ole! Ole!' Watawaita wakulima kuomboleza na walio hodari wa kulia na kuomboleza.
17 ପୁଣି, ଦ୍ରାକ୍ଷାକ୍ଷେତ୍ର ସକଳରେ ହାହାକାର ଶବ୍ଦ ହେବ;” “କାରଣ ଆମ୍ଭେ ତୁମ୍ଭର ମଧ୍ୟଦେଇ ଗମନ କରିବା।” ଏହା ସଦାପ୍ରଭୁ କହନ୍ତି।
Katika mashamba yote ya mizabibu kutakuwa na kilio, kwa kuwa nitapita katikati yako,” asema Yahwe.
18 ହାୟ, ହାୟ, ସଦାପ୍ରଭୁଙ୍କର ଦିନ ବାଞ୍ଛାକାରୀମାନେ! ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ଦିନ ବାଞ୍ଛା କରୁଅଛ? ତାହା ଅନ୍ଧକାରମୟ, ଦୀପ୍ତିମୟ ନୁହେଁ।
Ole wenu ninyi mnaoitamani siku ya Yahwe! Kwa nini mnaitamani? Itakuwa giza na sio nuru,
19 କୌଣସି ମନୁଷ୍ୟ ସିଂହଠାରୁ ପଳାଇ ଯେପରି ଭଲ୍ଲୁକର ହାବୁଡ଼ରେ ପଡ଼ିଲା, ଅଥବା ଗୃହ ମଧ୍ୟରେ ପ୍ରବେଶ କରି କାନ୍ଥ ଉପରେ ହସ୍ତ ଦିଅନ୍ତେ, ସର୍ପ ତାହାକୁ ଦଂଶନ କଲା, (ସେହି ଦିନ ସଦୃଶ୍ୟ)
kama wakati mtu anamkimbia simba na kukutana na dubu, au aliingia katika nyumba na kuweka mkono wake kwenye ukuta na kung'atwa na nyoka.
20 ସଦାପ୍ରଭୁଙ୍କର ଦିନ ଦୀପ୍ତିମୟ ନ ହୋଇ କି ଅନ୍ଧକାରମୟ ହେବ ନାହିଁ? ତହିଁରେ କିଛି ଆଲୁଅ ନ ଥାଇ କି ଘୋର ଅନ୍ଧକାରମୟ ହେବ ନାହିଁ?
Je siku ya Yahwe itakuwa giza na sio nuru? Huzuni na sio furaha?
21 “ଆମ୍ଭେ ତୁମ୍ଭମାନଙ୍କର ପର୍ବସବୁ ଘୃଣା କରୁ, ଆମ୍ଭେ ତାହା ତୁଚ୍ଛଜ୍ଞାନ କରୁ, ଆମ୍ଭେ ତୁମ୍ଭମାନଙ୍କର ମହାସଭାରେ କିଛି ସନ୍ତୁଷ୍ଟ ହେବା ନାହିଁ।
“Nachukia, nazidharau sikukuu zenu, naichukia mikutano yenu ya dini.
22 ହଁ, ତୁମ୍ଭେମାନେ ଆମ୍ଭ ନିକଟରେ ତୁମ୍ଭମାନଙ୍କର ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କଲେ ମଧ୍ୟ ଆମ୍ଭେ ତାହା ଗ୍ରାହ୍ୟ କରିବା ନାହିଁ; କିଅବା ମଙ୍ଗଳାର୍ଥକ ବଳିରୂପ ତୁମ୍ଭମାନଙ୍କର ପୁଷ୍ଟ ପଶୁଗଣ ପ୍ରତି ଦୃଷ୍ଟି କରିବା ନାହିଁ।
Hata kama mnanitolea sadaka ya kuteketeza na sadaka za unga, sintozipokea, wala kuzitazama kwenye sadaka za ushirika wa wanyama walionona.
23 ତୁମ୍ଭେମାନେ ଆମ୍ଭ ନିକଟରୁ ତୁମ୍ଭମାନଙ୍କ ଗାୟନର କୋଳାହଳ ଦୂର କର; କାରଣ ଆମ୍ଭେ ତୁମ୍ଭମାନଙ୍କ ନେବଲ ଯନ୍ତ୍ରର ବାଦ୍ୟ ଶୁଣିବା ନାହିଁ।
Niondoleeni kelele za nyimbo zenu; sintosikiliza sauti za vinubi vyenu.
24 ମାତ୍ର ନ୍ୟାୟବିଚାର ଜଳରାଶି ତୁଲ୍ୟ ଓ ଧାର୍ମିକତା ପ୍ରବଳ ସ୍ରୋତ ତୁଲ୍ୟ ବହିଯାଉ।
Badala yake, acheni haki itiririke kama maji, na haki kama mkondo utiririkao siku zote.
25 ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କି ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭ ନିକଟକୁ ବଳିଦାନ ଓ ନୈବେଦ୍ୟ ଆଣିଲ?
Je mmeniletea dhambihu na sadaka za kuteketeza jangwani kwa mda wa miaka arobaini?
26 ହଁ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଯାହା ନିର୍ମାଣ କର, ଏପରି ରାଜା ସିକୂତକୁ ଓ କୀୟନ ନାମକ ତୁମ୍ଭମାନଙ୍କର ପ୍ରତିମାଗଣକୁ, ତୁମ୍ଭମାନଙ୍କର ଦେବତାର ତାରାକୁ ବହନ କରିଅଛ।
Mtamwinua Sikuthi kama mfalme wenu, na Kiuni, nyota yenu ya miungu-ambayo mmeifanya kwa ajili yenu wenyewe.
27 ଏଥିନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ବାସାର୍ଥେ ଦମ୍ମେଶକର ଅପର ପାରିକୁ ଗମନ କରାଇବା। ଏହା ସଦାପ୍ରଭୁ କହନ୍ତି, ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।
Kwa hiyo nitawahamisha upande wa pili wa Damaskasi,” asema Yahwe, ambaye jina lake ni Mungu wa majeshi.