< ଆମୋଷ 4 >
1 “ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦୀନହୀନମାନଙ୍କୁ ଦଳି ପକାଉଅଛ, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, ‘ଆଣ, ଆମ୍ଭେମାନେ ପାନ କରିବା।’
Ẹ gbọ́ ọ̀rọ̀ yìí, ẹ̀yin màlúù Baṣani lórí òkè Samaria, ẹ̀yin obìnrin tí ó ń ni tálákà lára, tí ó ń tẹ aláìní mọ́lẹ̀, tí ó wí fún ọkọ rẹ̀, “Gbé wá kí a sì mu!”
2 ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି, ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେ ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବନଶୀ କଣ୍ଟାରେ ଟାଣି ନେବେ, ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ।
Olúwa Olódùmarè ti fi ìwà mímọ́ rẹ̀ búra: “Àkókò náà yóò dé nítòótọ́ nígbà tí a ó fi ìwọ̀ mú un yín lọ, ẹni tí ó kẹ́yìn pẹ̀lú ìwọ̀ ẹja.
3 ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ସମ୍ମୁଖସ୍ଥ ଭଗ୍ନ ସ୍ଥାନ ଦେଇ ବାହାରି ଯିବ ଓ ହର୍ମ୍ମୋଣରେ ଆପଣାମାନଙ୍କୁ ନିକ୍ଷେପ କରିବ।” ଏହା ସଦାପ୍ରଭୁ କହନ୍ତି।
Ẹni kọ̀ọ̀kan yín yóò jáde lọ gba àárín odi yíya a ó sì lé e yín sí Harmoni,” ni Olúwa wí.
4 “ତୁମ୍ଭେମାନେ ବେଥେଲ୍କୁ ଯାଇ ଅପରାଧ କର; ଗିଲ୍ଗଲ୍କୁ ଯାଇ ଅପରାଧ ବୃଦ୍ଧି କର; ଆଉ, ପ୍ରତି ପ୍ରଭାତରେ ଆପଣା ଆପଣା ବଳି ଓ ପ୍ରତି ତିନି ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର;
“Ẹ lọ sí Beteli láti dẹ́ṣẹ̀; ẹ lọ sí Gilgali kí ẹ sì dẹ́ṣẹ̀ sí i. Ẹ mú ẹbọ sísun yín láràárọ̀ wá, ìdámẹ́wàá yín ní ọdọọdún mẹ́ta.
5 ପୁଣି, ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ି ମିଶ୍ରିତ ଦ୍ରବ୍ୟ ଉତ୍ସର୍ଗ କର ଓ ସ୍ଵେଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର; କାରଣ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏପରି କରିବାକୁ ଭଲ ପାଅ।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
Kí ẹ mú ọ̀rẹ́ ìdúpẹ́ ìyẹ̀fun ìwúkàrà ti a sun kí ẹ sì mú ọrẹ àtinúwá lọ fi wọ́n yangàn, ẹ̀yin ènìyàn Israẹli, nítorí èyí ni ẹ fẹ́ láti ṣe,” ni Olúwa Olódùmarè wí.
6 “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତା ଓ ତୁମ୍ଭମାନଙ୍କର ସମୁଦାୟ ବାସ ସ୍ଥାନରେ ଅନ୍ନ-ଅଭାବ ତୁମ୍ଭମାନଙ୍କୁ ଦେଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
“Èmi fún un yín ní mímọ́ eyín ní gbogbo ìlú yín, àti àìní oúnjẹ ní gbogbo ibùgbé yín, síbẹ̀, ẹ̀yin kò yípadà sọ́dọ̀ mi,” ni Olúwa wí.
7 “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଏକ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା।
“Àti pẹ̀lú mo mú òjò dúró nígbà tí ìkórè ku oṣù mẹ́ta. Mo rán òjò sí ibùgbé kan ṣùgbọ́n kò rọ̀ sí ìlú mìíràn. Oko kan ní òjò; àwọn mìíràn kò ní ó sì gbẹ.
8 ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ହେଲେ ନାହିଁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
Àwọn ènìyàn ń rìn láti ìlú kan sí ìlú mìíràn fún omi wọn kò rí mu tẹ́ wọn lọ́rùn, síbẹ̀ ẹ̀yin kò padà sí ọ̀dọ̀ mi,” ni Olúwa wí.
9 “ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭମାନଙ୍କୁ ଆଘାତ କରିଅଛୁ; ଶୂକ କୀଟ ତୁମ୍ଭମାନଙ୍କର ବହୁସଂଖ୍ୟକ ଉଦ୍ୟାନ, ଦ୍ରାକ୍ଷାକ୍ଷେତ୍ର, ଡିମ୍ବିରିବୃକ୍ଷ ଓ ଜୀତବୃକ୍ଷ ଗ୍ରାସ କରିଅଛି; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
“Lọ́pọ̀ ìgbà ni mo kọlu ọgbà àti ọgbà àjàrà yín mo fi ìrẹ̀dànù àti ìmúwòdù lù wọ́n. Eṣú sì jẹ igi ọ̀pọ̀tọ́ àti igi olifi yín, síbẹ̀ ẹ̀yin kò yípadà sí mi,” ni Olúwa wí.
10 “ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିସର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ; ତୁମ୍ଭମାନଙ୍କର ଯୁବାଗଣକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁ ଓ ତୁମ୍ଭମାନଙ୍କର ଅଶ୍ୱଗଣକୁ ନେଇ ଯାଇଅଛୁ; ପୁଣି, ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧ ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
“Mo rán àjàkálẹ̀-ààrùn sí i yín bí mo ti ṣe sí Ejibiti. Mo fi idà pa àwọn ọ̀dọ́mọkùnrin yín. Pẹ̀lú àwọn ẹṣin tí a kó ní ìgbèkùn. Mo kún imú yín fún òórùn ibùdó yín, síbẹ̀ ẹ̀yin kò yípadà sí mi,” ni Olúwa wí.
11 “ପରମେଶ୍ୱର ସଦୋମ ଓ ହମୋରାକୁ ଯେପରି ଉତ୍ପାଟନ କରିଥିଲେ, ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ (ସ୍ଥାନ) ଉତ୍ପାଟନ କରିଅଛୁ, ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟ ପରି ଅଗ୍ନିରୁ କଢ଼ାଗଲ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
“Mo ti bì ṣubú nínú yín, bí Ọlọ́run ti bi Sodomu àti Gomorra ṣubú ẹ̀yin sì dàbí ògúnná tí a fa yọ kúrò nínú iná, síbẹ̀ ẹ̀yin kò yípadà sí mi,” ni Olúwa wí.
12 “ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା; ଆଉ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା, ଏଥିସକାଶୁ ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ।”
“Nítorí náà, èyí ni ohun tí èmi yóò ṣe sí i yín, Israẹli, àti nítorí tí èmi ó ṣe èyí sí i yín, ẹ múra láti pàdé Ọlọ́run yín, ẹ̀yin Israẹli.”
13 କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି, ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି, ଯେ ଅରୁଣକୁ ଅନ୍ଧକାରମୟ କରନ୍ତି ଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି। ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।
Ẹni tí ó dá àwọn òkè tí ó dá afẹ́fẹ́ tí ó sì fi èrò rẹ̀ hàn sí ènìyàn, ẹni tí ó yípadà sí òkùnkùn tí ó sì tẹ ibi gíga ayé. Olúwa Ọlọ́run àwọn ọmọ-ogun ni orúkọ rẹ̀.