< ଆମୋଷ 3 >
1 ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ଏହା ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ, ଅର୍ଥାତ୍, ଯେଉଁ ସମୁଦାୟ ଗୋଷ୍ଠୀକୁ ଆମ୍ଭେ ମିସର ଦେଶରୁ ବାହାର କରି ଆଣିଲୁ, ସେମାନଙ୍କ ବିରୁଦ୍ଧରେ କହିଅଛନ୍ତି,
Ey İsrailliler, kulak verin RAB'bin size, Mısır'dan çıkardığı halka söylediği şu sözlere:
2 “ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ କେବଳ ତୁମ୍ଭମାନଙ୍କର ପରିଚୟ ଆମ୍ଭେ ନେଇଅଛୁ; ଏଥିପାଇଁ ତୁମ୍ଭମାନଙ୍କର ସକଳ ଅଧର୍ମର ପ୍ରତିଫଳ ଆମ୍ଭେ ତୁମ୍ଭମାନଙ୍କୁ ଦେବା।
“Yeryüzündeki bütün halklar arasından yalnız sizi tanıdım, Bu yüzden suçlarınızı karşılıksız bırakmayacağım.”
3 ଏକ ପରାମର୍ଶ ନ ହେଲେ କି ଦୁଇ ଜଣ ଏକତ୍ର ଗମନ କରିବେ?
İki kişi anlaşmadan birlikte yürür mü?
4 ଶିକାର ନ ପାଇଲେ କି ସିଂହ ବନ ମଧ୍ୟରେ ଗର୍ଜ୍ଜନ କରିବ? କୌଣସି ପଶୁ ନ ଧରିଲେ କି ଯୁବା ସିଂହ ଆପଣା ଗର୍ତ୍ତରେ ହୁଙ୍କାର କରିବ?
Avı olmayan aslan ormanda kükrer mi? Bir şey yakalamadıkça genç aslan ininde homurdanır mı?
5 ଫାନ୍ଦ ନ ପାତିଲେ କି ପକ୍ଷୀ ଜାଲରେ ଧରାଯାଇ ଭୂମିରେ ପଡ଼ିବ? କିଛି ନ ଧରିଲେ ଜାଲ କି ଭୂମିରୁ ଛିଟିକି ଉଠିବ?
Tuzak kurulmamışsa, Yerdeki kapana kuş düşer mi? İçine bir şey düşmedikçe Kapan yerden fırlar mı?
6 ନଗର ମଧ୍ୟରେ ତୂରୀ ବଜାଗଲେ ଲୋକମାନେ କି ଭୀତ ହେବେ ନାହିଁ? ସଦାପ୍ରଭୁ ନ ଘଟାଇଲେ ନଗର ମଧ୍ୟରେ କି ଅମଙ୍ଗଳ ଘଟିବ?
Kentte boru çalınır da halk korkmaz mı? RAB'bin onayı olmadan bir kentin başına felaket gelir mi?
7 ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ପ୍ରକାଶ ନ କରି କିଛି କରନ୍ତି ନାହିଁ।
Gerçek şu ki, Egemen RAB kulu peygamberlere Sırrını açmadıkça bir şey yapmaz.
8 ସିଂହ ଗର୍ଜ୍ଜନ କରିଅଛି, କିଏ ଭୟ ନ କରିବ? ପ୍ରଭୁ ସଦାପ୍ରଭୁ କଥା କହିଅଛନ୍ତି, କିଏ ଭବିଷ୍ୟଦ୍ବାକ୍ୟ ପ୍ରଚାର ନ କରିବ?”
Aslan kükrer de kim korkmaz? Egemen RAB söyler de kim peygamberlik etmez?
9 ତୁମ୍ଭେମାନେ ଅସ୍ଦୋଦସ୍ଥ ସକଳ ଅଟ୍ଟାଳିକାରେ ଓ ମିସର ଦେଶସ୍ଥ ସକଳ ଅଟ୍ଟାଳିକାରେ ଘୋଷଣା କରି କୁହ, “ତୁମ୍ଭେମାନେ ଶମରୀୟାର ପର୍ବତଗଣ ଉପରେ ଏକତ୍ର ହୁଅ, ଆଉ ତହିଁ ମଧ୍ୟରେ କି ମହା କୋଳାହଳ ଓ କି ଉପଦ୍ରବମାନ ହେଉଅଛି, ଏହା ଦେଖ।”
Aşdot ve Mısır saraylarına duyurun: “Samiriye dağlarında toplanın” deyin, “Kentin ortasındaki büyük kargaşayı, İçindeki baskıyı görün.”
10 କାରଣ ସଦାପ୍ରଭୁ କହନ୍ତି, “ଯେଉଁମାନେ ଆପଣା ଆପଣା ଅଟ୍ଟାଳିକାରେ ଦୌରାତ୍ମ୍ୟ ଓ ଲୁଟିତ ଦ୍ରବ୍ୟ ସଞ୍ଚୟ କରନ୍ତି, ସେମାନେ ନ୍ୟାୟ କରିବାକୁ ଜାଣନ୍ତି ନାହିଁ।”
RAB, “Onlar doğruluk nedir bilmiyorlar” diyor, “Saraylarına zorbalık ve çapul yığmışlar.”
11 ଏନିମନ୍ତେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଏକ ଜଣ ବିପକ୍ଷ ଦେଶର ଚତୁର୍ଦ୍ଦିଗରେ (ଉଠିବ); ଆଉ, ସେ ତୁମ୍ଭଠାରୁ ତୁମ୍ଭର ବଳ ନତ କରିବ ଓ ତୁମ୍ଭର ଅଟ୍ଟାଳିକାସବୁ ଲୁଟିତ ହେବ।”
Bu yüzden Egemen RAB diyor ki, “Düşman kuşatmakta ülkenizi, Saraylarınızı yağmalayacak, güçsüz kılacak sizi.”
12 ସଦାପ୍ରଭୁ ଏହି କଥା କହନ୍ତି, “ମେଷପାଳକ ଯେପରି ସିଂହ ମୁଖରୁ ଦୁଇ ଗୋଡ଼ ଅବା କାନରୁ ଖଣ୍ଡେ ରକ୍ଷା କରେ, ସେପରି ଇସ୍ରାଏଲର ଯେଉଁ ସନ୍ତାନଗଣ ଶମରୀୟାରେ ଖଟର କୋଣରେ ଓ ଶଯ୍ୟାର ପାଟଗଦି ଉପରେ ବସନ୍ତି, ସେମାନେ ରକ୍ଷା କରାଯିବେ।”
RAB şöyle diyor: “Bir çoban aslanın ağzındaki hayvanın iki bacağını Ya da kulağının parçasını nasıl kaparsa, Samiriye'de sedir köşelerine, Divan yastıklarına Kurulan İsrailliler de öyle kurtarılacak.
13 “ତୁମ୍ଭେମାନେ ଏହା ଶୁଣ ଓ ଯାକୁବ ବଂଶ ବିରୁଦ୍ଧରେ ସାକ୍ଷ୍ୟ ଦିଅ, ଏହା ପ୍ରଭୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର କହନ୍ତି।
Dinleyin ve Yakup soyunu uyarın.” Egemen RAB, Her Şeye Egemen Tanrı konuşuyor:
14 କାରଣ ଆମ୍ଭେ ଯେଉଁ ଦିନ ଇସ୍ରାଏଲକୁ ତାହାର ସମସ୍ତ ଅପରାଧର ପ୍ରତିଫଳ ଦେବା, ସେହି ଦିନ ଆମ୍ଭେ ବେଥେଲ୍ସ୍ଥ ଯଜ୍ଞବେଦିସକଳକୁ ହିଁ ପ୍ରତିଫଳ ଦେବା, ତହିଁରେ ଯଜ୍ଞବେଦିର ଶୃଙ୍ଗସକଳ କଟାଯାଇ ଭୂମିରେ ପଡ଼ିବ।
“İsyanlarından ötürü İsrail'i cezalandırdığım gün, Beytel'in sunaklarını da yok edeceğim. Kesilip yere düşecek sunağın boynuzları.
15 ପୁଣି, ଆମ୍ଭେ ଶୀତକାଳର ଗୃହକୁ ଓ ଗ୍ରୀଷ୍ମକାଳର ଗୃହକୁ ଆଘାତ କରିବା; ଆଉ, ହସ୍ତୀଦନ୍ତର ଗୃହସକଳ ନଷ୍ଟ ହେବ ଓ ବଡ଼ ବଡ଼ ଗୃହ ଲୁପ୍ତ ହେବ।” ଏହା ସଦାପ୍ରଭୁ କହନ୍ତି।
Hem kışlık hem yazlık evi vuracağım, Yok olacak fildişi evler, Sonu gelecek büyük evlerin.” RAB böyle diyor.