< ପ୍ରେରିତ 9 >
1 କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ,
ମାତର୍ ସାଉଲ୍ ଇ ପାତେକ୍ ପା ମାପ୍ରୁତି ଚେଲାର୍ ବିରୁଦ୍ତ ପାଣ୍ଡ୍ରୁ ଆରି ପାରାଣ୍ନାସ୍ କାତା ଇଞ୍ଜି ମୁଡ଼୍ ମାପ୍ରୁହେବାକିନାକାନ୍ ଲାଗେ ହାଚାନ୍,
2 ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମ ସହରକୁ ଆଣି ପାରନ୍ତି, ଏଥିସକାଶେ ଦମ୍ମେଶକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ।
ଆରେ, ଇ ହାଜ଼ିନି ଇମ୍ଣି ଆଣ୍ଡ୍ରେନ୍ କି କଗ୍ଲେକ୍ ଚଞ୍ଜ୍ୟା ଆତିସ୍, ହେୱାରିଂ ଇନେସ୍ ଗାଚ୍ଚି ଜିରୁସାଲମ୍ତ ତାତେଙ୍ଗ୍ ଆଡ୍ନାନ୍, ଇଦାଂ କାଜିଂ ଦମ୍ମେସକ୍ନି ୱିଜ଼ୁ ପାର୍ତାନା ଇଲ୍ ଲାଗେ ହେୱାନ୍ତାଂ ଆକି ଏନ୍ତାର୍ ।
3 ପରେ ସେ ଯାଉ ଯାଉ ଦମ୍ମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା।
ପାଚେ ହେୱାନ୍ ହାଲୁ ହାଲୁ ଦମ୍ମେସକ୍ନି ଲାଗାୟ୍ ଆତିଲେ, ହାଚାଟ୍ରେ ବାଦାଡ଼୍ତାଂ ଅଜଡ଼୍ ହେୱାନ୍ ଚାରିବେଣ୍ତିଂ ତ୍ରିପ୍କି ନିଂତାତ୍ ।
4 ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, “ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?”
ହେବେ ହେୱାନ୍ ମେଦ୍ନିତ ଗୁର୍ଜି ହେୱାନ୍ କାଜିଂ ଇ କାଟ୍ ୱେଚାନ୍, “ଏ ସାଉଲ୍, ଏ ସାଉଲ୍, ଇନାକିଦେଂ ନାଙ୍ଗ୍ ନିନ୍ଦା କିଦ୍ନାୟା?”
5 ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, “ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ।”
ହେୱାନ୍ ଇଚାନ୍, “ଏ ମାପ୍ରୁ, ଏନ୍ ଇମ୍ଣାକାୟ୍?” ଆରେ ହେୱାନ୍ ଇଚାନ୍, ଇନେରିଂ ଏନ୍ ନିନ୍ଦା କିଦ୍ନାୟା ହେୱାନ୍ ଆନ୍ ହେ ଜିସୁ?
6 “କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କଅଣ କରିବାକୁ ହେବ, ତାହା କୁହାଯିବ।”
“ମାତର୍ ନିଙ୍ଗା, ଗାଡ଼୍ଦ ହଣ୍ଗା, ଆରେ ନିଂ ଇନାକା କିଦେଙ୍ଗ୍ ଆନାତ୍, ହେଦାଂ ୱେଚ୍ୟାନାତ୍ ।”
7 ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକୁ ନ ଦେଖିବାରୁ ଅବାକ୍ ହୋଇ ରହିଲେ।
ଇମ୍ଣି ଲକୁ ହେୱାନ୍ ହୁକେ ହାଲ୍ଜି ମାଚାର୍, ହେୱାର୍ ହେ ଗାର୍ଜାନ୍ ଆନାକା ୱେନ୍ଞ୍ଜି ଇନେରିଂ ହୁଡ଼୍ୱିତିଲେ କାବା ଆଜ଼ି ନିଲ୍ଚି ମାଚାର୍ ।
8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ।
ଆରେ, ସାଉଲ୍ ମେଦ୍ନିତାଂ ନିଙ୍ଗ୍ଜି ଏଚେକାଡ଼୍ଦ ଜାର୍ କାଣ୍କୁ ମେସ୍ତାନ୍, ହେ ଏଚେକାଡ଼୍ଦ ହେୱାନ୍ ମୁଡ଼େ ହୁଡ଼୍ଦେଂ ଆଡ୍ୱାତାନ୍ । ଲାଗିଂ ହେୱାର୍ ସାଉଲ୍ତି କେଇ ଆଜ଼ି ହେୱାନିଂ ଦମ୍ମେସକ୍ତ ଅତାର୍ ।
9 ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ।
ଆରେ, ହେୱାନ୍ ତିନି ଦିନ୍ ପାତେକ୍ କାଣା ଆଜ଼ି ମାଚାନ୍, ଆରେ ହେ ସମୁତ ହେୱାନ୍ ମୁଡ଼େ ତିନ୍ୱାତାନ୍ କି ଉଣ୍ୱାତାନ୍ ।
10 ଦମ୍ମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନୀୟ।” ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ।
ଦମ୍ମେସକ୍ତ ହନନିୟ ତର୍ନି କ୍ରିସ୍ଟତି ଚେଲା ମାଚାନ୍, ମାପ୍ରୁ ହେୱାନିଂ ଚଞ୍ଜ୍ୟା ଆଜ଼ି ଇଚାନ୍, “ହନନିୟ ।” “ହେୱାନ୍ ଇଚାନ୍, ଏ ମାପ୍ରୁ, ଇଚାନ୍ ।”
11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ସହରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;
ହେବେଣ୍ଡାଂ ମାପ୍ରୁ ହେୱାନିଂ ଇଚାନ୍, “ନିଙ୍ଗା, ହାଣ୍କୁ ତର୍ନି ହାଜ଼ିତ ହାଲ୍ଜି ଜିହୁଦା ଇଞ୍ଜ ତାର୍ସ ଗାଡ଼୍ନି ସାଉଲ୍ ତର୍ନି ରୱାନ୍ ମୁଣିକାତିଂ ଆନ୍ମାନ୍ କିୟା; ହେୱାନ୍ ପାର୍ତାନା କିନାନା;
12 ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥିନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି।”
ଆରେ, ହେୱାନ୍ ଇନେସ୍ ନଂଜର୍ ଗାଟାନାନ୍, ଇଦାଂ କାଜିଂ ହନନିୟ ତର୍ନି ରୱାନ୍ ମାନାୟ୍ ୱାଜ଼ି ହେୱାନ୍ ଜପି କେଇ ହିତ୍ତାନ୍ ଇଞ୍ଜି କେଚ୍କଣ୍ ହୁଡ଼୍ତାନ୍ନ୍ନା ।”
13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୁ, ଯିରୂଶାଲମ ସହରରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି।
ମାତର୍ ହନନିୟ ଉତର୍ ହିତାନ୍, “ମାପ୍ରୁ ଜିରୁସାଲମ୍ତ ମି ପୁଇପୁୟାର୍ କାଜିଂ ଇ ମାନାୟ୍ ଜେ ଏଚେକ୍ ବିଦ୍ବାଦ୍ କିତାନ୍ନ୍ନା, ହେଦାଂ ଆନ୍ ଆଦେକ୍ତାଂ ଇ ମାନାୟ୍ ବିସ୍ରେ ୱେଚାଙ୍ଗ୍ନା ।
14 ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି।
ଆରେ, ଇ ବାହାତ ଏଚେକ୍ ଲଗୁ ନି ତର୍ଦ ପାର୍ତାନା କିନାରା, ହେୱାରିଂ ଗାଚ୍ନି କାଜିଂ ହେୱାନ୍ ମୁଡ଼୍ ମାପ୍ରୁହେବାକିନାକାନ୍ ତାରେନ୍ତାଂ ଆଦିକାର୍ ଗାଟାତାନ୍ନା ।”
15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ଯାଅ; କାରଣ ସେ ଅଣଯିହୁଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ;
ମାତର୍ ମାପ୍ରୁ ହେୱାନିଂ ଇଚାନ୍, “ହାଲା, ଇନାକିଦେଂକି ହେୱାନ୍ ପାର୍ତିକିୱି ଜିହୁଦି, ରାଜା ଆରି ୱିଜ଼ାର୍ ଇସ୍ରାଏଲ୍ନି ହିମ୍ଣାଂ ମୁମ୍ଦ ମା ତର୍ ପିଣ୍ତିନି କାଜିଂ ମା ରୱାନ୍ ବାଚିକିତି ଲଗୁ;
16 ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା।”
ଲାଗିଂ ନା ତର୍ କାଜିଂ ହେୱାନିଂ ଜେ ବେସି ଦୁକ୍ ବଗ୍ କିଦେଙ୍ଗ୍ ଆନାତ୍, ହେଦାଂ ଆନ୍ ନିଜେ ତାଙ୍ଗ୍ ୱେଚ୍ନାଙ୍ଗ୍ ।”
17 ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି।
ହେବେଣ୍ଡାଂ ହନନିୟ ହାଲ୍ଜି ହେ ଇଞ୍ଜ ହଣ୍ଗାତାନ୍, ଆରେ ହେୱାନ୍ତି ଜପି କେଇ ହିଜ଼ି ଇଚାନ୍, “ସାଉଲ୍ ଟଣ୍ଡେନ୍,” ମାପ୍ରୁ, ଇଚିସ୍ ଇମ୍ଣି ଜିସୁ ନି ୱାନି ହାସ୍ଦ ନିଂ ଚଞ୍ଜ୍ୟାତାନ୍, ଏନ୍ ଇନେସ୍ ହୁଡ଼୍ଦେଂ ଆଡ୍ନାୟ୍ ଆରି ପୁଇପୁୟା ଜିବୁନ୍ତ ପୁରା ଆ, ଇଦାଂ କାଜିଂ ହେୱାନ୍ ନାଙ୍ଗ୍ ପକ୍ତାତାନ୍ନା ।
18 ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କଅଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ,
ହେ ଦାପ୍ରେ ସାଉଲ୍ତି କାଣ୍ଗାତାଂ ମିନ୍ ପାଡ଼ିଂ ଲାକେ ଇନାକା ହତ୍ତାତ୍ ଆରି ହେୱାନ୍ ହୁଡ଼୍ତାନ୍; ଆରେ, ହେୱାନ୍ ନିଙ୍ଗ୍ଜି ବାପ୍ତିସିମ୍ ଅତାନ୍,
19 ଆଉ ସେ ଭୋଜନ କରି ବଳ ପାଇଲେ। ଏଥିଉତ୍ତାରେ ସେ ଦମ୍ମେଶକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;
ଆରେ ହେୱାନ୍ ତିନ୍ଞ୍ଜି ବାଡ଼୍କାସ୍ ଆତାନ୍ । ଇଦାଂ ପାଚେ ହେୱାନ୍ ଦମ୍ମେସକ୍ତ ମାନି ଚେଲାର୍ ହୁକେ କେତେକ୍ ଦିନ୍ ମାଚାନ୍ ।
20 ପୁଣି, ଯୀଶୁ ଯେ ଈଶ୍ବରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ।
ଆରେ, ଜିସୁ ଜେ ଇସ୍ୱର୍ତି ମାଜ଼ି, ଇଦାଂ ହେୱାନ୍ ମାଲାୱାଦାଂ କୁଟୁମ୍ ଇଞ୍ଜ ଲାଗାଂ ସୁଣାୟ୍ କିଦେଙ୍ଗ୍ ଲାଗାତାନ୍ ।
21 ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ଭିତ ହୋଇ କହିବାକୁ ଲାଗିଲେ, ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମ ସହରରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା, ଏ କି ସେହି ନୁହେଁ?
ଆରେ, ଇମ୍ଣାକାର୍ ହେୱାନ୍ତି କାତା ୱେଚାର୍, ହେୱାର୍ ୱିଜ଼ାକାର୍ କାବା ଆଜ଼ି ଇଞ୍ଜେଙ୍ଗ୍ ଲାଗାତାର୍, ଇ ତର୍ ଆଜ଼ି ପାର୍ତାନା କିନି ମାନାୟାର୍ତିଂ ଜେ “ଜିରୁସାଲମ୍ତ ଦାଣ୍ଡ୍ ହିଜ଼ି ମାଚାନ୍, ଆରେ ଇନେସ୍ ହେୱାରିଂ ଗାଚ୍ଚି ମୁଡ଼୍ ମାପ୍ରୁହେବାକିନାକାନ୍ ଲାଗେ ଅଦେଂ ଆଡ୍ନାନ୍, ହେ କାମାୟ୍ତିଂ ଇ ବାହାତ ୱାଜ଼ି ମାଚାନ୍, ଇୱାନ୍ କି ହେୱାନ୍ ଆକାୟ୍?”
22 କିନ୍ତୁ, ଶାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦମ୍ମେଶକନିବାସୀ ଯିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ।
ମାତର୍ ସାଉଲ୍ ବେସି ହଟ୍ ସାକ୍ତିତାଂ ନିଙ୍ଗ୍ତାନ୍, ଆରେ ଇୱାନ୍ ଜେ କ୍ରିସ୍ଟ, ଇଦାଂ ପାର୍ମାଣ୍ କିଜ଼ି ଦମ୍ମେସକ୍ ନିକାରିଂ ଜିହୁଦିରିଂ ଉତର୍ ହିଦେଂ ଆଡ୍ୱାତାର୍ ।
23 ଅନେକ ଦିନ ଗତ ହେଲା ଉତ୍ତାରେ ଯିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
ବେସି ଦିନ୍ ହାଚି ପାଚେ ଜିହୁଦିର୍ ସାଉଲ୍ତିଂ ଅହ୍ନି କାଜିଂ ହୁତୁର୍ କିତାର୍;
24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ,
ଆତାର୍ ହେୱାର୍ତି ଗାଣ୍ଜୁ ସାଉଲ୍ତି କିତୁଲ୍ତ ୱାତାତ୍ । ଆରେ, ହେୱାର୍ ଇନେସ୍ ତାଙ୍ଗ୍ ଅସ୍ତେଙ୍ଗ୍ ଆଡ୍ନାର୍, ଇଦାଂ କାଜିଂ ୱେଡ଼ାନାଣା ପା ଗାଡ଼୍ନି ଦୁୱେର୍ତ ସବୁ କାସି ମାନ୍ବାତାର୍,
25 କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ।
ମାତର୍ ହେୱାନ୍ତି ଚେଲାର୍ ନାଣାଲିଂ ତାଙ୍ଗ୍ ଅଜ଼ି ର ଟପାତ କୁୱାଡ଼୍ ହିଜ଼ି ତାରେନ୍ ଜୁତ୍ତାର୍ ।
26 ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ।
ପାଚେ ହେୱାନ୍ ଜିରୁସାଲମ୍ତ ହାଲ୍ଜି ଚେଲାର୍ ହୁକେ ମିହାଦେଂ ସେସ୍ଟା କିଜ଼ି ମାଚାନ୍; ମତର୍ ହେୱାନ୍ ଜେ ରୱାନ୍ ଚେଲା, ଇଦାଂ ପାର୍ତି କିୱାଦାଂ ୱିଜ଼ାକାର୍ ତାଙ୍ଗ୍ ପାଣ୍ଡ୍ରାଜ଼ି ମାଚାର୍ ।
27 କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
ମାତର୍ ବର୍ଣ୍ଣବା ତାଙ୍ଗ୍ ରଚେ ଅଜ଼ି ପକ୍ୟାତାକାର୍ତି ଲାଗେ ତାହିୱାତାନ୍, ଆରେ ହାସ୍ଦ ହେୱାନ୍ ଇନେସ୍ ମାପ୍ରୁତି ଚଞ୍ଜ୍ୟାତାକା ଆରି ହେୱାନ୍ ଜେ ହେୱାନ୍ ହୁକେ କାତାବାର୍ତା କିଜ଼ି ମାଚାନ୍, ଆରେ ଇନେସ୍ବାନି ହେୱାନ୍ ଦମ୍ମେସକ୍ତ ଜିସୁତି ତର୍ଦ ସାସ୍ତାଂ ପର୍ଚାର୍ କିଜ଼ି ମାଚାନ୍, ଇ ସବୁ ହେୱାନ୍ ହେୱାର୍ତି ଲାଗେ ବାକ୍ଣାୟ୍ କିତାନ୍ ।
28 ଆଉ, ସେ ସେମାନଙ୍କ ସହିତ ଯିରୂଶାଲମ ସହରରେ ଗମନାଗମନ କରି,
ଆରେ, ସାଉଲ୍ ପକ୍ୟାତାକାର୍ ଲାହାଂ ମାଚାନ୍ ଆରି ୱିଜ଼ୁ ଜିରୁସାଲମ୍ତ ଚାର୍ବେଣ୍ତାଂ ହାଲ୍ଜି ସାସ୍ ଲାହାଂ ମାପ୍ରୁତି ତର୍ ବିସ୍ରେ ପର୍ଚାର୍ କିତାର୍
29 ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ।
ମାପ୍ରୁତି ତର୍ ସାସ୍ ହୁକେ ପର୍ଚାର୍ କିଦେଙ୍ଗ୍ ଲାଗାତାନ୍, ଆରେ ହେୱାନ୍ ଗ୍ରିକ୍ ବେଣ୍ନିକାର୍ ଜିହୁଦିର୍ ହୁକେ କାତାବାର୍ତା ଆରି ବେଣ୍ବାଟ୍ କିଜ଼ି ମାଚାନ୍, ମତର୍ ହେୱାର୍ ତାଙ୍ଗ୍ ଅସ୍ତେଙ୍ଗ୍ କାଜିଂ ସେସ୍ଟା କିଦେଙ୍ଗ୍ ଲାଗାତାର୍ ।
30 ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ।
ହେଦାଂ ପୁଞ୍ଜେଙ୍ଗ୍ ଆଡ଼୍ତିଲେ ପାର୍ତି କିନି ଟଣ୍ଡାର୍ ତାଙ୍ଗ୍ କାଇସରିୟାତ ଅଜ଼ି ହାଲ୍ଜି ତାର୍ସତ ପକ୍ଚିତୁହିତାର୍ ।
31 ଏହି ପ୍ରକାରେ ସମୁଦାୟ ଯିହୂଦିୟା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।
ଇ ବାନି ସାର୍ତେ ଜିହୁଦା ରାଜିତ, ଗାଲିଲି ଆରି ସମିରଣ୍ତ ମଣ୍ଡ୍ଲି ସାସ୍ନି ବାଲ୍ବଲାୟ୍ ପାୟାଜ଼ି ଆରି ମାପ୍ରୁତି ପାଣ୍ଡ୍ରୁତ ବେବାର୍ କିଜ଼ି ସୁସ୍ତା ବଗି କିତାର୍, ଆରେ ପୁଇପୁୟା ଜିବୁନ୍ ଉପ୍କାର୍ତାଂ ବାଡାଦେଂ ଲାଗାତାର୍ ।
32 ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦ ନଗରବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ।
ନଙ୍ଗ୍ ପିତର୍ ସବୁ ନିପ ବୁଲାଆଜ଼ି ଲୁଦନିକାର୍ ପୁଇପୁୟାର୍ ଲାଗେ ପା ୱାତାର୍ ।
33 ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା।
ହେ ବାହାତ ହେୱାନ୍ ଏନିୟ ତର୍ନି ରୱାନିଂ ହୁଡ଼୍ତାନ୍, ହେୱାନ୍ ଆଟ୍ ବାର୍ହୁ ପାତେକ୍ କାଟେଲ୍ତ ହୁଞ୍ଜି ମାଚାନ୍; ତାଙ୍ଗ୍ ହିର୍କଲ୍ ଆଜ଼ି ମାଚାତ୍ ।
34 ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼। ସେଥିରେ ସେ ସେହିକ୍ଷଣି ଉଠିଲେ।
ପିତର୍ ହେୱାନିଂ ଇଚାନ୍, “ଏନିୟ, ଜିସୁ କ୍ରିସ୍ଟ ନିଂ ଉଜ୍ କିତ୍ତାନ୍ନା; ନିଙ୍ଗା, ନି ଟାଟି ଜାଲ୍ଦି କିୟା । ହେବେ ହେୱାନ୍ ଦାପ୍ରେ ନିଙ୍ଗ୍ତାନ୍ ।”
35 ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ।
ଆରେ, ଲୁଦ ଆରି ସାରଣନିକାର୍ ୱିଜ଼ାର୍ ତାଙ୍ଗ୍ ହୁଡ଼୍ଜି ମାପ୍ରୁନିପ ଲେଉଟାତାର୍ ।
36 ଯାଫୋ ସହରରେ ଟାବୀଥା ନାମକ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା। ସେ ନାନା ସତ୍କର୍ମ ଓ ଦାନ-କ୍ରିୟାରେ ପୂର୍ଣ୍ଣ ଥିଲେ।
ଜାପତ ଟାବିତା ତର୍ନି ରଞ୍ଜେଲ୍ ଆଡ଼୍ୟାଣି ମାଚାତ୍, ତାଦାଂ ଗ୍ରିକ୍ ତର୍ ଅରତ୍ ଦର୍କା । ଇଚିସ୍ “ହରିଣି” ମାଚାତ୍, ହେଦେଲ୍ ତା ସବୁ ସମୁ ହାର୍ଦି କାମାୟ୍ତ ଆରି ହିଲ୍ୱାକାରିଂ ହେବା କିଜ଼ି ମାଚାତ୍ ।
37 ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ।
ହେୱେଡ଼ାଲିଂ ହେଦେଲ୍ ବେମାର୍ ଆଜ଼ି ପାରାଣ୍ ପିସ୍ତାତ୍, ହେବେ ହେୱାର୍ ତାଙ୍ଗ୍ ଇତ୍ପିସ୍ ଜପ୍ଣି ବାକ୍ରାତ ହୁଚ୍ପାତାର୍ ।
38 ପୁଣି, ଲୂଦ ଯାଫୋ ସହରର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ।
ଆରେ, ଲୁଦ ଜାପନି ଲାଗେ ମାଚିଲେ ଚେଲାର୍ ପିତର୍ ଲୁଦତ ମାନାନ୍ ଇଞ୍ଜି ୱେନ୍ଞ୍ଜି, “ରିୟାର୍ ମାନାୟ୍ତିଂ ହେୱାନ୍ ଲାଗେ ପକ୍ଚି ଇଦାଂ ଗୱାରି କିତାର୍, ମା ଲାଗେ ବେଗି ୱା ।”
39 ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ।
ଲାଗିଂ ପିତର୍ ନିଙ୍ଗ୍ଜି ହେୱାର୍ ହୁକେ ହାଚାନ୍ । ହେୱାନ୍ ୱାତିଲେ, ହେୱାର୍ ହେଦେଲିଂ ହେ ଜପ୍ଣି ବାକ୍ରାତ ଅଜ଼ି ହାଚାର୍, ଆରେ ରାଣ୍ଡିକ୍ ୱିଜ଼େକିକ୍ ତାଙ୍ଗ୍ ହେଦେଲିଂ ବେଡ଼ି କିଜ଼ି ଆଡ଼୍ବିସ୍ ଆଡ଼୍ବିସ୍ ଦର୍କା ହେୱାର୍ ହୁକେ ମାନି ୱେଡ଼ାଲିଂ ଇମ୍ଣି ସବୁ ଆଙ୍ଗି ଆରି ହେନ୍ଦ୍ରାଙ୍ଗ୍ ରଚ୍ଚି ମାଚାର୍, ହେ ସବୁ ଚଚ୍ଚେଂ ଲାଗିତିକ୍ ।
40 କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ। ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ।
ମାତର୍, ପିତର୍ ୱିଜ଼ାରିଂ ହପ୍ଚି ମେଣ୍ଡାଙ୍ଗ୍ କୁନ୍ଦିକିଜ଼ି ପାର୍ତାନା କିତାନ୍, ଆରେ ହାତି ଗାଗାଡ଼୍ ନିପ ମାସ୍ଦି ଇଚାନ୍, “ଟାବିତା, ନିଙ୍ଗା ।” ହେବେ ହେଦେଲ୍ କାଣ୍କୁ ମେଲା କିତାତ୍, ଆରେ ପିତର୍ତିଂ ହୁଡ଼୍ଜି ନିଂଜି କୁଚ୍ଚାତ୍ ।
41 ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ।
ଆରେ, ହେୱାନ୍ କେଇ ଲାମାୟ୍ କିଜ଼ି ହେଦେଲିଂ ନିକ୍ତାନ୍ ଆରି ସାଦୁରିଂ ଆରି ରାଣ୍ଡିକାଂ କୁକ୍ଚି ହେଦେଲିଂ ଜିଜ଼ି ମାନାକା ଚଚ୍ଚାନ୍
42 ଏହି କଥା ଯାଫୋ ସହରର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
ଇ କାତା ଜାପତ ସବୁନିପ ଜାଣାତାତ୍ ଆରି ଆଦେକ୍ ମାପ୍ରୁ ତାକେ ପାର୍ତି କିତାର୍ ।
43 ପୁଣି, ପିତର ଅନେକ ଦିନ ଯାଫୋ ସହରରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ।
ଆରେ, ପିତର୍ ବେସି ଦିନ୍ ଜାପତ ସିମନ୍ ତର୍ନି ରୱାନ୍ ତଲ୍ ରଚ୍ନାକାନ୍ ଇଞ୍ଜ ବାହା କିତାନ୍ ।