< ପ୍ରେରିତ 7 >
1 ସେଥିରେ ମହାଯାଜକ ପଚାରିଲେ, ଏହି ସମସ୍ତ ଅଭିଯୋଗ କି ସତ୍ୟ?
୧ବଡ୍ ପୁଜାରି ତିପାନ୍କେ ପାଚାର୍ଲା, “ତର୍ ବିରୁଦେ କଇବା ଏ ସବୁ କାତା ସତ୍ କି?”
2 ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ। ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣ ନଗରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆ ଦେଶରେ ଥିଲେ, ସେତେବେଳେ ଗୌରବମୟ ଈଶ୍ବର ତାହାଙ୍କୁ ଦର୍ଶନ ଦେଇ କହିଲେ,
୨ତିପାନ୍ କଇଲା, “ଇତି ରଇବା ମର୍ ବାଇମନ୍ ଆରି ବାବାମନ୍ ଅଲପ୍ ସୁନା, ଆମର୍ ଆନିଦାଦି ଅବ୍ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍ତୁ ମଇମା କର୍ବା ପର୍ମେସର୍ ମେସପଟାମିଆଇ ଦେକାଇଅଇଲା ।”
3 ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ।
୩ଆରି ତାକେ କଇଲା, 'ତମର୍ ଦେସ୍ ଆରି ତମର୍ କୁଟୁମ୍କେ ଚାଡିକରି ମୁଇ ଜନ୍ ଦେସ୍ ଦେକାଇବି, ସେ ଦେସେ ଜା ।
4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ବର ତାହାଙ୍କୁ ନେଇ ଆସିଲେ,
୪ତେବର୍ପାଇ ସେ ତାର୍ ଦେସ୍ ଚାଡିକରି ଆରାନ୍ ନାଉଁର୍ ଗଟେକ୍ ଦେସେ ବାସା ଅଇବାକେ ଗାଲା । ଅବ୍ରାଆମର୍ ବାବା ମଲା ପଚେ, ପର୍ମେସର୍ ତାକେ, ତମେ ରଇବା ଏ ଦେସେ ଆନ୍ଲା ।
5 ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ।
୫ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏ ଦେସେ କାଇ ଅଦିକାର୍ କି ପାଦେକ୍ ଜମି ମିସା ଦେଇ ନ ରଇଲା । ମାତର୍ ତାକେ ଏ ଦେସ୍ ପଚେ ଦେବାକେ ପର୍ମେସର୍ କାତାଦେଇରଇଲା । ଆରି ସେଟା ତାର୍ ନାତିତିତି ମନର୍ ପାଇ ଅଇସି ବଲି ସପତ୍ କଲା । ପର୍ମେସର୍ ଏ କାତା ଦେଇରଇଲା ବେଲେ ଅବ୍ରାଆମ୍କେ ପିଲାଟକି ନ ଅଇରଇଲା ।
6 ଈଶ୍ବର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ।
୬ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏନ୍ତିବଲି କଇରଇଲା, “ତମର୍ ନାତିତିତିମନ୍ ବିନ୍ ଦେସେ ଚାଲିସ୍ ବରସ୍ ଜାକ ଗତି ଅଇକରି ରଇବାଇ । ସେ ଦେସର୍ ଲକ୍ ସେମନ୍କେ କରାପ୍ ଚଲାଚଲ୍ତି ଦେକାଇବାଇ ।
7 ପୁଣି, ଈଶ୍ବର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ।
୭ମାତର୍ ସେମନ୍ ଜନ୍ ଲକ୍ମନର୍ ସେବା କର୍ବାଇ, ମୁଇ ସେ ଲକ୍ମନ୍କେ ବିଚାର୍ କର୍ବି । ପଚେ ତମର୍ ନାତିତିତିମନ୍ ସେ ଦେସେଅନି ବାରଇ ଆଇବାଇ ଆରି ଏ ଜାଗାଇ ମର୍ ଉପାସନା କର୍ବାଇ ।”
8 ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ।
୮ତାର୍ପଚେ ପର୍ମେସର୍ ଅବ୍ରାଆମର୍ ସଙ୍ଗ୍ କାତାଦେଇ ରଇବା ରାଜିନାମାର୍ ଚିନ୍ ଇସାବେ ସୁନତ୍ କର୍ବା ବିଦି ତିଆର୍ କଲା । ଇସାକ୍ ଜନମ୍ ଅଇ ଆଟ୍ଦିନ୍ ପଚେ ଅବ୍ରାଆମ୍ ତାକେ ସୁନତ୍ କଲା । ପଚେ ଇସାକ୍ ତାର୍ ପଅ ଜାକୁବ୍କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍ ତାର୍ ବାର୍ଟା ପଅମନ୍କେ ସୁନତ୍ କଲା, ଜନ୍ ଲକ୍ମନ୍ କି ଆମର୍ ଡାକ୍ପୁଟା ସଙ୍ଗ୍ ରଇବା ଆନିଦାଦିମନ୍ ।
9 ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାହାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ବର ତାହାଙ୍କ ସହିତ ଥିଲେ,
୯“ଜାକୁବର୍ ପଅମନ୍ ତାକର୍ ସାନ୍ ବାଇ ଜସେପ୍କେ ଇଁସା ଅଇକରି, ମିସର୍ ଦେସର୍ ବେବାରିମନ୍କେ ବିକିଦେଲାଇ । ମାତର୍ ପର୍ମେସର୍ ଜସେପର୍ ସଙ୍ଗ୍ ରଇଲା ।
10 ପୁଣି, ତାହାଙ୍କ ସମସ୍ତ କ୍ଲେଶରୁ ତାହାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ।
୧୦ଆରି ସବୁ ଦୁକ୍ କସ୍ଟତେଇଅନି ତାକେ ରକିଆ କଲା । ଜେଡେବେଲେ ଜସେପ୍ ମିସର୍ ରାଜାର୍ ମୁଆଟେ ଟିଆଅଇଲା, ପର୍ମେସର୍ ତାକେ ଗିଆନ୍ ଦେଲା । ଆରି ସବୁଲକ୍ ମନ୍କଲାପାରା ଚଲାଚଲ୍ତି ଦେଲା । ପାର ରାଜା ଜସେପ୍କେ ସେ ଦେସର୍ ସାସନ୍କାରିଆ ଆରି ତାର୍ କୁଟୁମର୍ ସବୁ ଦେକାରକା କର୍ବା ଦାଇତ୍ ସର୍ପି ଦେଲା ।
11 ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି, ମହାକ୍ଲେଶ ଘଟିଲା, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଖାଦ୍ୟ ପାଇ ପାରିଲେ ନାହିଁ।
୧୧ଜସେପ୍ ସାସନ୍କାରିଆ ରଇଲାବେଲେ ମିସର୍ ଆରି କିଣାନ୍ ଦେସେ ମର୍ଡି ଅଇଲା ଜେ ଲକ୍ମନ୍ ବେସି ଅଇରାନ୍ ଅଇଗାଲାଇ । ସେବେଲେ ଆମର୍ ଆନିଦାଦିମନ୍କେ କାଇଟା ମିସା କାଇବାଟା ମିଲେନାଇ ।
12 କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ।
୧୨ମିସର୍ ଦେସେ ଦାନ୍ ମିଲ୍ସି, ବଲି ସୁନି ଜାକୁବ୍ ପର୍ତୁମ୍ତର୍ ତାର୍ ପିଲାମନ୍କେ କାଦି ଗେନ୍ବାକେ ପାଟାଇଲା । ଜେକି ଆମର୍ ଆନିଦାଦିମନ୍ ଅଇବାଇ ।
13 ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ।
୧୩ତେଇ ସେମନ୍ ପଚର୍ ପାଲି ଗାଲାବେଲେ ଜସେପ୍ ତାର୍ ନିଜର୍ ବାଇମନ୍କେ ଚିନାଇ ଅଇଲା ଆରି ମିସରର୍ ରାଜା ପାର ଜସେପର୍ କୁଟୁମ୍କେ ଜାନ୍ଲା ।
14 ତାହାପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇ ପଠାଇଲେ। ସେଥିରେ ଯାକୁବ ମିସରକୁ ଗଲେ,
୧୪ତାର୍ ପଚେ ଜସେପ୍ ତାର୍ ବାବା ଜାକୁବ୍ ଆରି ତାର୍ କୁଟୁମର୍ ସବୁକେ ମିସାଇ ସତୁରି ପାଁଚ୍ ଲକ୍କେ ମିସରେ ଆଇବାକେ କବର୍ ପାଟାଇଲା ।
15 ପୁଣି, ସେ ଓ ଆମ୍ଭମାନଙ୍କର ପିତୃ-ପୁରୁଷମାନେ ପ୍ରାଣତ୍ୟାଗ କଲେ,
୧୫ଜାକୁବ୍ ମିସର୍ ଦେସେ ଗାଲା, ତେଇ ସେ, ତାର୍ ପଅମନର୍ ମରନ୍ ଅଇଲା ।
16 ଆଉ ସେମାନଙ୍କ ମୃତ ଶରୀର, ଶିଖିମକୁ ନିଆଯାଇ, ଅବ୍ରହାମ ସେଠାକାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି-ସ୍ଥାନକୁ ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ।
୧୬ସେମନର୍ ମଲା ଗାଗଡ୍ ସେକିମେ ନେଲାଇ । ଆରି ଅବ୍ରାଆମ୍ କେତେକ୍ ଡାବୁଦେଇ ଆମ୍ ନାଉଁର୍ ଗଟେକ୍ କୁଟୁମେ ଅନି ଗେନ୍ଲା ମସ୍ନେ ନେଇ ସେମନ୍କେ ସଙ୍ଗଇଲାଇ ।”
17 କିନ୍ତୁ ଈଶ୍ବର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ।
୧୭ପର୍ମେସର୍ ଅବ୍ରାଆମ୍ ଜନ୍ ସପତ୍ ଦେଇ ରଇଲା ସେଟା ସିଦ୍ଅଇଲା । ମିସର୍ଦେସେ ଆମର୍ ଜାତିର୍ ଲକ୍ମନ୍ ବେସି ବଡି ଗାଲାଇ ।
18 ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ।
୧୮ସାରାସାରି, ଜସେପର୍ ବିସଇ ଜାନି ନ ରଇବା ଗଟେକ୍ ରାଜା, ମିସର୍ ଦେସ୍ ସାସନ୍ କଲା ।
19 ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥିନିମନ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର କଲେ।
୧୯ସେ ଆମର୍ ଆନିଦାଦିମନ୍କେ ବେସି ନାଡାଇଲା । ଆରି ବେସି ଅଇରାନ୍ କଲା । ସେମନର୍ କଅଁଲା ପିଲାମନ୍କେ ନିପାତ୍ କରି ବାଇରେ ପିଙ୍ଗି ଦେବାକେ ଆଦେସ୍ ଦେଲା ।
20 ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ବରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ।
୨୦ସେ ବେଲାଇ ମସା ଜନମ୍ ଅଇଲା । ସେ ଗଟେକ୍ ବେସି ସୁନ୍ଦର୍ ପିଲା ରଇଲା । ତାକେ ତିନ୍ ମାସ୍ ଜାକ ଗରେସେ ପସ୍ଲାଇ ।
21 ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇ ନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ।
୨୧ଆରି ଜେଡେବେଲେ ବାଇରେ ଲୁଚାଇଦେଲାଇ, ପାର ରାଜାର୍ କନିଆ ତାକେ ମିଲାଇକରି ନିଜର୍ ପିଲାପାରା ପସ୍ପାଲ୍ କଲା ।
22 ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ।
୨୨ମିସର୍ ଦେସେ ଜେତ୍କି ଗିଆନ୍ ରଇଲା, ସେ ସବୁ ଗିଆନ୍ ମସାକେ ସିକାଇଲାଇ । ସେ ବଡିକରି ତାର୍ କାତାବାର୍ତା ଆରି କାମର୍ ଲାଗି ଗଟେକ୍ ଡାକ୍ପୁଟା ଲକ୍ ବଲାଇଅଇଲା ।
23 ତାହାଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଇସ୍ରାଏଲ ସନ୍ତାନମାନଙ୍କୁ, ସାକ୍ଷାତ କରିବା ନିମନ୍ତେ ତାହାଙ୍କ ମନରେ ଇଚ୍ଛା ଜାତ ହେଲା।
୨୩ଜେଡେବେଲେ ମସାକେ ଚାଲିସ୍ ବରସ୍ ଅଇଲା, ସେ ତାର୍ ଇସ୍ରାଏଲର୍ ବାଇମନ୍ କାମ୍ କର୍ବା ଜାଗା ଦେକ୍ବାକେ ମନ୍କଲା ।
24 ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସରୀୟ ଲୋକକୁ ବଧ କରି ଅତ୍ୟାଚାରିତ ହେଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ।
୨୪ଇସ୍ରାଏଲିଅ ମନର୍ ବିତ୍ରେଅନି ଗଟେକ୍କେ ମିସରିୟର୍ ଗଟେକ୍ ଲକ୍ ସାଦ୍ବାନ୍ଦ୍ କର୍ବାଟା ଦେକି ମସା ତାକେ ରକିଆ କଲା । ଆରି ସେ କର୍ବାଟା ସୁଜାଇବି ବଲି ମିସରିଅକେ ସେ ମରାଇଲା ।
25 ତାହାଙ୍କ ହସ୍ତ ଦ୍ୱାରା ଈଶ୍ବର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି, ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ।
୨୫ମସା ବାବିରଇଲା, ସେମନ୍କେ ମୁକ୍ଲାଇବାକେ ପର୍ମେସର୍ ତାକେ ବାଚ୍ଲାଆଚେ ବଲି ତାର୍ ନିଜର୍ ବାଇମନ୍ ଏତାଇବାଇ । ମାତର୍ ସେମନ୍ ସେଟା ବୁଜତ୍ନାଇ ।
26 ପରଦିନ ସେମାନେ ପରସ୍ପର ମଧ୍ୟରେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ-ଆରେକ ପ୍ରତି ଅନ୍ୟାୟ କରୁଅଛ?
୨୬ତାର୍ ଆର୍କର୍ ଦିନେ ଦୁଇଟା ଇସ୍ରାଏଲିଅ ମନ୍ ମାରାମାରି ଅଇତେରଇବାଟା ଦେକ୍ଲା । ଆରି ସେମନ୍ ମିସତ୍ ବଲି ବୁଜାଇବାକେ ଚେସ୍ଟା କଲା । ସେ କଇଲା, “ସୁନା ତମେ ଦୁଇ ଲକ୍ତା ଇସ୍ରାଏଲର୍ ବାଇବାଇ ଅଇସା । କାଇକେ ଏନ୍ତାରି ମାରାମାରି ଅଇଲାସ୍ନି?”
27 କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାହାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା?
୨୭ମାତର୍ ଜନ୍ ଲକ୍ ଆରିଗଟେକ୍ ଲକ୍କେ କାରାପ୍ କାତା କଇ ଲାଗ୍ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବା ଅଦିକାର୍, କେ ତକେ ଦେଇଆଚେ?
28 କାଲି ଯେପରି ସେହି ମିସରୀୟ ବ୍ୟକ୍ତିକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ?
୨୮କାଲି ଜେନ୍ତି ଗଟେକ୍ ମିସରିୟକେ ମରାଇଲୁସ୍, ସେନ୍ତି ମକେ ମିସା ମରାଇବାକେ ମନ୍ କଲୁସ୍ନି କି?”
29 ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ।
୨୯ଏଟା ସୁନିକରି ମସା ମିସର୍ଦେସେଅନି ଉଟିପାଲାଇଲା ଆରି ମିଦିଅନ୍ ଦେସେ ଜାଇ ବାସାକଲା । ତେଇ କେତେ ବରସ୍ ରଇକରି ଆରି ତାର୍ ଦୁଇଟା ପିଲା ଜନମ୍ ଅଇଲାଇ ।
30 ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ।
୩୦“ଚାଲିସ୍ ବରସ୍ ରଇଲା ପଚେ, ମରୁବାଲି ରଇବା ଜାଗାର୍ ସିନୟ ନାଉଁର୍ ପର୍ବତେ ଗଟେକ୍ ଜଇ ଲାଗ୍ବା ବୁଟାର୍ ମଜାଇ ପର୍ମେସରର୍ ଗଟେକ୍ ଦୁତ୍, ମସାକେ ଦେକାଇ ଅଇଲା ।”
31 ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲ ରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
୩୧ମସା ଏଟା ଦେକି ବେସି କାବା ଅଇଗାଲା, ଆରି କଣ୍ଡେକ୍ ନିକକରି ଦେକ୍ବି ବଲି ବୁଟା ଲଗେ ଗାଲା । ମାତର୍ ତେଇ ସେ ମାପ୍ରୁର୍ କାତା ସୁନ୍ଲା ।
32 ଆମ୍ଭେ ତୁମ୍ଭ ପିତୃ-ପୁରୁଷମାନଙ୍କ ଈଶ୍ବର, ଅବ୍ରହାମ, ଇସ୍ହାକ ଓ ଯାକୁବର ଈଶ୍ବର। ସେଥିରେ ମୋଶା କମ୍ପି ଉଠି, ଭଲ ରୂପେ ଦେଖିବାକୁ ସାହସ କଲେ ନାହିଁ।
୩୨“ମୁଇ ତମର୍ ଆନିଦାଦି ଅବ୍ରାଆମ୍, ଇସାକ୍ ଆରି ଜାକୁବର୍ ପର୍ମେସର୍ ।” ମସା ଡରିକରି ତର୍ତର୍ ଗଜ୍ଗଜ୍ ଅଇ ଦେକ୍ବାର୍ ନାପାର୍ଲା ।
33 ତାହାପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି।
୩୩ମାପ୍ରୁ ତାକେ କଇଲା, “ତୁଇ ପିନ୍ଦିରଇବା ପାଣ୍ଡଇ ବେଟ୍ । କାଇକେବଇଲେ ତୁଇ ଜନ୍ ଜାଗାଇ ଟିଆଅଇଆଚୁସ୍, ସେଟା ସୁକ୍ଲା ଜାଗା ।
34 ମିସରରେ ମୋହର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି।
୩୪ମିସର୍ ଦେସେ ମର୍ ଲକ୍ମନ୍ କସ୍ଟ ଅଇବାଟା ଦେକିଆଚି । ମୁଇ ସେମନର୍ କାନ୍ଦାବୁବା ସୁନିଆଚି ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ଉତ୍ରି ଆଇଲିଆଚି । ଏବେ ଆଉ, ମୁଇ ତକେ ମିସର୍ ଦେସେ ପାଟାଇବି ।”
35 କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ବର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ।
୩୫ମସାକେ ଇସ୍ରାଏଲର୍ ଲକ୍ମନ୍ ନିଚ୍ତେରଇଲାଇ । ସେମନ୍ ପାଚାରି ରଇଲାଇ, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବାକେ କେ ଅଦିକାର୍ ଦେଇଆଚେ?” ମାତର୍ ପର୍ମେସର୍ ଆକା ନିଜେ ମସାକେ ସେ ଲକ୍ମନର୍ ଉପ୍ରେ ସାସନ୍ କର୍ବାକେ ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ପାଟାଇରଇଲା । ଜଇଲାଗ୍ବା ବୁଟାଇ ଦର୍ସନ୍ ଇସାବେ ଦେକାଇଅଇଲା ।
36 ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ।
୩୬ମିସର୍ ଦେସେ, ଲଇତ୍ ସାଗରେ ଆରି ଚାଲିସ୍ ବରସ୍ ମରୁବାଲି ବୁଏଁ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ କଲା ।
37 ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ।
୩୭ମସା ନିଜେ ଇସ୍ରାଏଲର୍ ଲକ୍ମନ୍କେ କଇରଇଲା, “ମକେ ଜେନ୍ତି ପର୍ମେସର୍ ପାଟାଇଲା । ସେନ୍ତାରିସେ ତମର୍ ବାଇମନର୍ ଲଗେ ଗଟେକ୍ ବବିସତ୍ବକ୍ତାକେ ପାଟାଇସି, ସେ ତମର୍ ନିଜର୍ ଲକ୍ମନର୍ ଟାନେଅନିସେ ଅଇସି ।”
38 ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃ-ପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ।
୩୮“ଇସ୍ରାଏଲିଅ ଲକ୍ମନ୍ ମରୁବାଲି ବୁଏଁ ରଇଲାବେଲେ ସେ ସେମନର୍ ସଙ୍ଗ୍ ରଇଲା । ସିନୟ ପର୍ବତେ ଆମର୍ ଆନିଦାଦିମନର୍ ସଙ୍ଗ୍ ଦୁତ୍ କାତା ଅଇଲାବେଲେ ସେ ରଇଲା । ଆରି ସେ ପର୍ମେସର୍ଟାନେଅନି ଜିବନ୍ ଦେବା ବାକିଅ ମିଲାଇକରି ଆମ୍କେ ଜାନାଇଲା ।”
39 ଆମ୍ଭମାନଙ୍କର ପିତୃ-ପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,
୩୯“ମାତର୍ ଆମର୍ ପୁର୍ବର୍ ଆନିଦାଦିମନ୍ ମସାର୍ କାତା ସୁନତ୍ ନାଇ । ମିସର୍ ଦେସେ ବାଉଡି ଜୁ ବଲି ମନ୍କଲାଇ ।”
40 ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।
୪୦ସେଟାର୍ପାଇ ସେମନ୍ ଆରଣ୍କେ କଇଲାଇ, “ଆମ୍କେ ମିସର୍ ଦେସେଅନି ବାର୍କରାଇ ଆନ୍ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍କେ ବାଟ୍ ଦେକାଇ ନେବାକେ କେତେଟା ପୁତ୍ଲା ବନାଇ ଦେ । ସେମନ୍ ଆମର୍ ଦେବ୍ତା ଅଇ ବାଟ୍ଦେକାଇବାଇ ।”
41 ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।
୪୧ସେବେଲେ ସେମନ୍ ତେଇ ଗଟେକ୍ ବାଚାପିଲା ପାରା ଡିସ୍ବା ପୁତ୍ଲା ତିଆର୍କଲାଇ । ଆରି ତାର୍ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍ କରିରଇବା ସେ ମୁର୍ତିକେ ସନ୍ମାନ୍ ଦେବାକେ ଗଟେକ୍ ବଜି କଲାଇ ।
42 କିନ୍ତୁ ଈଶ୍ବର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖାଅଛି, “‘ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
୪୨ସେଟାର୍ପାଇ ପର୍ମେସର୍ ସେମନ୍କେ ଦେକେନାଇ ଆରି ସେମନ୍କେ, ଆକାସର୍ ତାରାମନ୍ ପୁଜା କରତ୍ ବଲି ଚାଡିଦେଲା । ଏ ବିସଇ ବବିସତ୍ବକ୍ତାର୍ ବଇଟାନେ ଲେକା ଆଚେ, “ଏ ଇସ୍ରାଏଲ୍ ବଁସର୍ ଲକ୍ମନ୍, ମରୁବାଲି ବୁଏଁ ଚାଲିସ୍ବରସ୍ ଜାକ ତମେ ପସୁମନ୍କେ ମରାଇକରି ବଲି ଇସାବେ ଦେଲାସ୍ । ମାତର୍ ସେଟା ମର୍ପାଇ ଦେଇ ନ ରଇଲାସ୍ ।
43 ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ। ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି।’
୪୩ମଲେକ୍ ପୁତ୍ଲାକେ ପର୍ମେସର୍ ବଲି ତାର୍ ତମୁ ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ । ରେପାନ୍ ତାରାର୍ ପୁତ୍ଲା ମିସା ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ । ଏ ସବୁଜାକ ପୁତ୍ଲାମନ୍କେ ତମେ ପୁଜାବିଦି କର୍ବାକେ ବନାଇରଇଲାସ୍ । ସେଟାର୍ପାଇ ମୁଇ ତମ୍କେ ତମର୍ ନିଜର୍ ଦେସେଅନି ବାବିଲନ୍ ଦେସର୍ ତେନ୍କେ ନେବାକେ ଜଜ୍ନା କର୍ବି ।”
44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ।
୪୪ତିପାନ୍ ଆରି କଇଲା, “ମରୁବାଲିବୁଏଁ ଆମର୍ ଆନିଦାଦିମନ୍ ରଇଲାବେଲେ ପର୍ମେସର୍ ସେମନ୍କେ ଲେକି ଦେଇରଇବା ନିୟମ୍ ମନ୍ ବିତ୍ରେ ରଇଲା । ସେଟା ପର୍ମେସର୍ ମସାକେ ଜେନ୍ତି ତମୁ ତିଆର୍ କର୍ବାକେ କଇରଇଲା, ଆରି ତାକେ ଜନ୍ କାମ୍ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍ ଅଇରଇଲା ।”
45 ଆଉ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ବର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ।
୪୫“ପଚେ ଆମର୍ ଆନିଦାଦିମନ୍ ସେମନର୍ ଆନିଦାଦିମନର୍ ଟାନେଅନି ମିଲାଇକରି ସେ ତୁମ୍ ଜିଅସୁଅ ସଙ୍ଗ୍ ବଇ ଦାରିଗାଲାଇ । ଆରି ପର୍ମେସର୍ ବାର୍କରାଇ କେଦି ରଇବା ବିନ୍ ଜାତିମନର୍ ଦେସ୍, ସେମନ୍ ଅଦିକାର୍ କଲାଇ । ଦାଉଦର୍ ସାସନ୍ ବେଲେ ଜାକ ସେ ତମୁ ତେଇସେ ରଇଲା ।
46 ଦାଉଦ ଈଶ୍ବରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ବରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ।
୪୬ଦାଉଦ୍ ପର୍ମେସରର୍ ମନ୍କେ ଜାଇରଇଲାଜେ ଜାକୁବର୍ ପର୍ମେସରର୍ ପାଇ ଗଟେକ୍ ମନ୍ଦିର୍ ତିଆର୍ କର୍ବି ବଲି ତାର୍ ଆଦେସ୍ ପାଇବାକେ ମନ୍ କର୍ତେ ରଇଲା ।
47 କିନ୍ତୁ ଶଲୋମନ ଈଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ।
୪୭ପଚେ ସେ ମନ୍ଦିର୍ ଦାଉଦର୍ ପଅ ସଲ୍ମନ୍ ତିଆର୍ କର ବଲି ମନ୍କଲା ।”
48 ତଥାପି ଯେ ମହାନ ଈଶ୍ବର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,
୪୮ଅଇଲେ ମିସା ସବୁର୍ ଉପ୍ରର୍ ପର୍ମେସର୍ ଲକ୍ମନ୍ ତିଆର୍ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍ବକ୍ତା ଲେକ୍ଲା ଆଚେ,
49 ‘ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?
୪୯ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା ଦର୍ତନି ଅଇଲାନି ମର୍ ପାଦର୍ ପିଡା । ତମେ ମର୍ପାଇ କେନ୍ତାରି ଗର୍ ତିଆର୍ କର୍ସା? ମୁଇ ପୁଣ୍ଡ୍ବାକେ କନ୍ତି ଜାଗା ଆଚେ କି?
50 ଆମ୍ଭର ହସ୍ତ କଅଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ?’
୫୦“ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍ କରି ନାଇ କି?”
51 ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃ-ପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି।
୫୧ତିପାନ୍ ଆରି କଇଲା, “ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।” ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
52 ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;
୫୨ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
53 ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ।”
୫୩ତମେ ସରଗର୍ ଦୁତ୍ମନ୍ ଜାନାଇରଇବା ରିତିନିତି ଦାରିଆଚାସ୍ । ମାତର୍ ସେଟା ମାନାସ୍ ନାଇ ।
54 ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ।
୫୪ବଡ୍ ସବାର୍ ଲକ୍ମନ୍ ତିପାନ୍ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍ ମାଡେ ଦାତ୍ କାତ୍ରି ଅଇଲାଇ ।
55 କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ବରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ,
୫୫ମାତର୍ ତିପାନ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ସରଗ୍ ବାଟେ ମୁ କଲା । ଆରି ପର୍ମେସରର୍ ମଇମା ଆରି ଜିସୁ ତାର୍ ଉଜାବାଟେ ଟିଆଅଇରଇବାଟା ଦେକ୍ଲା ।
56 “ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି।”
୫୬ତିପାନ୍ କଇଲା, “ଏଦେ ଦେକା! ସରଗ୍ ଉଗାଡି ଅଇବାଟା ଆରି ନର୍ପିଲା ପର୍ମେସରର୍ ଉଜାବାଟେ ଟିଆ ଅଇରଇବାଟା ଦେକ୍ଲିନି ।”
57 କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ,
୫୭ବଡ୍ ସବାର୍ ଲକ୍ମନ୍ ସେ କାତା ସୁନିକରି ଆତ୍ ସଙ୍ଗ୍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍ପଚେ ସବୁଲକ୍ ଗଟେକ୍ ଅଇକରି ତିପାନର୍ ବାଟେ ଉଦ୍ଲି ଆଇଲାଇ ।
58 ପୁଣି, ସେମାନେ ତାହାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ।
୫୮ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
59 ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର।”
୫୯ସେମନ୍ ତିପାନର୍ ଉପ୍ରେ ପାକ୍ନା ମାର୍ବା ବେଲେ ସେ ମାପ୍ରୁକେ ପାର୍ତନା କରି କଇଲା, “ମାପ୍ରୁ ଜିସୁ, ମର୍ ଆତ୍ମାକେ ସଙ୍ଗୁଆ!”
60 ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ।
୬୦ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।