< ପ୍ରେରିତ 5 >

1 ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା, ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ।
But a certain man, named Ananias, with Sapphira, his wife, sold an estate,
2 ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା।
and secreted a part of the price, his wife also, being privy to it: and bringing a certain part, he laid it down at the feet of the Apostles.
3 ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛି?
But Peter said, Ananias, why has Satan filled your heart, that you should attempt to impose on the Holy Spirit, and to secrete a part of the price of the land?
4 ବିକ୍ରୟ ହେବା ପୂର୍ବେ ତାହା କଅଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ନିକଟରେ ମିଥ୍ୟା କହିଲ।
While it remained, did it not continue yours? and when it was sold, was it not at your own disposal? Why have you admitted this thing into your heart? You have not lied to men, but to God.
5 ଏହିସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ।
And Ananias, hearing these words, fell down and expired: and great fear fell on all that heard these things.
6 ଆଉ, ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ।
Then the young men arose, and bound him up, and carrying him out, they buried him.
7 ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କଅଣ ଘଟିଅଛି, ତାହା ସେ ଜାଣି ନ ଥିଲା।
After the interval of about three hours, his wife, also, not knowing what was done, came in.
8 ଆଉ, ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ।
And Peter said to her, Tell me whether you sold the land for so much. And she said, Yes, for so much.
9 ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଅଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ।
Then Peter said to her, How is it that you have conspired together to tempt the Spirit of the Lord? Behold the feet of those who have been burying your husband are at the door, and they shall carry you out.
10 ସେହିକ୍ଷଣି ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ।
And immediately she fell down at his feet, and expired: and the young men coming in, found her dead, and carried her out, and buried her by her husband.
11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ।
And great fear came on all the assembly, and on all that heard these things.
12 ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ,
And many signs and wonders were done among the people by the hands of the Apostles, (and they were all unanimously in Solomon's portico;
13 କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହିହେଲେ ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ,
and not one of the rest presumed to join himself to them, but the people magnified them:
14 ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ,
and believers were more and more added to the Lord, multitudes both of men and women: )
15 ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ, ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ।
insomuch that along the streets they brought out the sick, and laid them on beds, and couches, that even the shadow of Peter, coming by, might overshadow some of them.
16 ଯିରୂଶାଲମ ସହରର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ।
And multitudes also, out of the cities round about, came together to Jerusalem, bringing the sick, and those that were troubled with unclean spirits, who were all healed.
17 ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍‍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ୱଳିତ ହୋଇ ଉଠିଲେ
But the high priest arising, and all they that were him, being the sect of the Sadducees, were filled with zeal,
18 ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ।
and laid their hands on the Apostles, and put them into the common prison.
19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,
But a messenger of the Lord, by night, opened the doors of the prison, and bringing them out, said,
20 ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ।
Go, and presenting yourselves in the temple, speak to the people all the words of this life.
21 ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ।
And hearing this, they went very early into the temple, and taught. But the high priest being come, and they that were with him, they called together the Sanhedrim, even the whole Senate of the children of Israel, and sent to the prison to have them brought.
22 କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ,
But when the officers came, they found them not in the prison. Returning, therefore, they made their report,
23 ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ।
saying, We found, indeed, the prison shut with all safety, and the keepers standing before the doors; but, having opened them, we found no one within.
24 ଏହିସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କଅଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ।
Now, when the high priest, and the captain of the temple guard, and the chief priests heard these words, they doubted concerning them, what this could be.
25 ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି।
But one came, and told them, Behold, the men whom you put in prison, are standing in the temple, and teaching the people.
26 ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ, ଏହା ଭୟ କରୁଥିଲେ।
Then the captain went, with the officers, and brought them, (not by violence, for they feared the people, lest they should be stoned: )
27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ। ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ,
and when they had brought them, they set them before the Sanhedrim. And the high priest asked them,
28 ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ସମସ୍ତ ଯିରୂଶାଲମ ସହରରେ ଆପଣା ଶିକ୍ଷାରେ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ।
saying, Did we not strictly charge you, that you should not teach in this name? and behold, you have filled Jerusalem with your doctrine, and would bring this man's blood upon us.
29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ।
But Peter and the other Apostles answered, and said, It is necessary to obey God rather than men.
30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର ତାହାଙ୍କୁ ଉଠାଇଅଛନ୍ତି।
The God of our fathers has raised up Jesus, whom you slew, hanging him on a tree:
31 ପୁଣି, ସେ ଯେପରି ଇସ୍ରାଏଲକୁ ମନ-ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂପେ ଉନ୍ନତ କରିଅଛନ୍ତି।
HIM has God exalted at his right hand, a Prince and Saviour, to give reformation to Israel, and remission of sins.
32 ପୁଣି, ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ବର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ।
And we are witnesses of these things, and the Holy Spirit also, whom God has given to them who submit to his government.
33 ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ।
And when they heard this, they were enraged, and consulted to put them to death.
34 କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ, ଯେ କି ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ,
But a certain Pharisee in the Sanhedrim, whose name was Gamaliel, a doctor of law, in great esteem among all the people, rose up, and commanded the Apostles to be taken out for a little while;
35 ପୁଣି, ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କଅଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେହି ବିଷୟରେ ସାବଧାନ ହେଉନ୍ତୁ।
and he said to them, Men of Israel, take heed to yourselves what you are about to do to these men.
36 କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ।
Some time ago Theudas arose, pretending himself to be a person of note: to whom a number of men, about four hundred, adhered, who was slain; and all who hearkened to him were scattered, and came to nothing.
37 ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ।
After him, Judas, the Galilean, arose, in the days of the enrollment, and drew a multitude of people after him, and he was destroyed; and all who hearkened to him were dispersed.
38 ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ;
And now, in the present case, I say to you, Refrain from these men, and let them alone: for if this design and work be of men, it will be defeated;
39 କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ।
but if it be of God, you can not defeat them: lest, perhaps, you be found fighters against God.
40 ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ।
And they yielded to him; and having called in the Apostles, and scourged them, they charged them not to speak in the name of Jesus, and dismissed them.
41 ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;
And they departed from the presence of the Sanhedrim. rejoicing that they were counted worthy to be exposed to infamy for the sake of his name.
42 ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାକୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପ୍ରଚାର କରିବାକୁ ବନ୍ଦ କଲେ ନାହିଁ।
And, daily, in the temple, and from house to house, they ceased not to teach and declare the good news, that Jesus is the Messiah.

< ପ୍ରେରିତ 5 >