< ପ୍ରେରିତ 5 >
1 ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା, ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ।
୧ସେ ଦଲର୍ ଅନନିୟ ନାଉଁର୍ ଗଟେକ୍ ଲକ୍ ଆରି ତାର୍ ମାଇଜି ସପିରା ସେମନର୍ କେତେକ୍ ଜମି ବିକ୍ଲାଇ ।
2 ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା।
୨ମାତର୍ ମାଇଜିମୁନୁସ୍ ରାଜିଅଇକରି ବିକିକରି ପାଇଲା କେତେକ୍ ଡାବୁ ଅନନିୟ ନିଜର୍ ପାଇ ସଙ୍ଗଇଲା । ଅଗଲ୍ଲାଟା ସେ ପେରିତ୍ ସିସ୍ମନ୍କେ ଦେଲା ।
3 ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛି?
୩ପିତର୍ ତାକେ କଇଲା, “ଅନନିୟ ତୁଇ କେନ୍ତି ସଇତାନର୍ ପାନ୍ଦେପଡି ଜମି ବିକି ଆନିରଇବା ଡାବୁ କେତେକ୍ ନିଜର୍ ପାଇ ସଙ୍ଗଇକରି ସୁକଲ୍ ଆତ୍ମାର୍ ମୁଆଟେ ମିଚ୍ କଇଲୁସ୍?
4 ବିକ୍ରୟ ହେବା ପୂର୍ବେ ତାହା କଅଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ନିକଟରେ ମିଥ୍ୟା କହିଲ।
୪ବିକ୍ବା ଆଗ୍ତୁ ସେ ଜମି ତମର୍ ରଇଲା । ବିକ୍ଲା ପଚେ ମିସା ସେ ଡାବୁ ତମର୍ଟାସେ । ଏନ୍ତି କାମ୍ କର୍ବାକେ କାଇକେ ମନ୍ କଲୁସ୍? ତୁଇ ଲକ୍ମନ୍କେ ନାଡାଉସ୍ ନାଇ ମାତର୍ ପର୍ମେସର୍କେ ନାଡାଇଆଚୁସ୍ ।”
5 ଏହିସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ।
୫ଅନନିୟ ଏ କାତା ସୁନ୍ଲା ଦାପ୍ରେ ତଲେ ଆପ୍ଟି ଅଇ ଅଦ୍ରି ମରିଗାଲା । ଜନ୍ ଲକ୍ମନ୍ ଏ କାତା ସୁନ୍ଲାଇ ସେମନ୍ ସବୁଲକ୍ ବେସି ଡରିଗାଲାଇ ।
6 ଆଉ, ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ।
୬ଦଲର୍ ଦାଙ୍ଗ୍ଡାମନ୍ ଅନନିୟର୍ ମଲା ଗାଗଡ୍ ଲୁଗାଇ ଗୁଡିଆଇକରି ବାଇରେ ବଇକରି ଦାରିଗାଲାଇ ଆରି ତପିଦେଲାଇ ।
7 ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କଅଣ ଘଟିଅଛି, ତାହା ସେ ଜାଣି ନ ଥିଲା।
୭ପାକାପାକି ତିନ୍ଗଁଟା ପଚେ ଅନନିୟର୍ ମାଇଜି ତେଇ ଆସି କେଟ୍ଲା । ସେ, ଏ ଗଟ୍ନା ନାଜାନି ରଇଲା ।
8 ଆଉ, ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ।
୮ପିତର୍ ତାକେ ପାଚାର୍ଲା “ମକେ କ ପନି, ତୁଇ ଆରି ତର୍ ମୁନୁସ୍ ଜେତ୍କି ଜମି ବିକ୍ଲାସ୍, ଏଟା କାଇ ତାର୍ ପୁରାଦାମ୍ କି?” ସେ କଇଲା, “ଉଁ ଏତ୍କିସେ ।”
9 ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଅଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ।
୯ପିତର୍ ତାକେ କଇଲା, “ମାପ୍ରୁର୍ ଆତ୍ମାକେ ପରିକା କର୍ବାକେ ତୁଇ ଆରି ତର୍ ମୁନୁସ୍ କାଇକେ ରାଜିଅଇଲାସ୍? ଜନ୍ ଲକ୍ମନ୍ ତର୍ ମୁନୁସ୍କେ ସମାଦି ଦେଲାଇ ଆଚତ୍, ବାଟ୍ ଡିଆଗଡି କେଟ୍ଲାଇବେ, ସେମନ୍ ତକେ ମିସା ବଇ ଦାରିଜିବାଇବେ ।”
10 ସେହିକ୍ଷଣି ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ।
୧୦ସେ ଦାପ୍ରେ ସେ ମିସା ପିତରର୍ ପାଦ୍ତଲେ ଅଦ୍ରି ମରିଗାଲା । ଦାଙ୍ଗ୍ଡାମନ୍ ବିତ୍ରେ ଆସି ତାର୍ ମଲା ଗାଗଡ୍ ବଇନେଲାଇ ଆରି ତାର୍ ମୁନୁସର୍ ଲଗେ ତାକେ ମିସା ସମାଦି ଦେଲାଇ ।
11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ।
୧୧ଜିରୁସାଲେମର୍ ଗୁଲାଇ ମଣ୍ଡଲିର୍ ଲକ୍ମନ୍ ଆରି ଜେତ୍କି ଲକ୍ ଏ କାତା ସୁନ୍ଲାଇ, ସବୁଲକ୍ ଡରିଗାଲାଇ ।
12 ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ,
୧୨ପେରିତ୍ ସିସ୍ମନର୍ ଟାନେଅନି ଲକ୍ମନର୍ ବିତ୍ରେ ବେସି କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ସାଦନ୍ ଅଇତେ ରଇଲା । ସବୁ ବିସ୍ବାସିମନ୍ ସଲ୍ମନର୍ ମଣ୍ଡପେ ରୁଣ୍ଡ୍ତେ ରଇଲାଇ ।
13 କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହିହେଲେ ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ,
୧୩ସେମନର୍ ବିସଇ ବିନ୍ଲକ୍ମନ୍ ନିମାନ୍ କାତା କଇତେ ରଇଲାଇ । ମାତର୍ ଦଲ୍ ବାଇରେ ରଇଲା ଲକ୍ମନ୍ କେ ମିସା ଦଲେ ମିସ୍ବାକେ ସାଆସ୍ ନ କର୍ତେ ରଇଲାଇ ।
14 ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ,
୧୪ଏଲେ ମିସା ପର୍ମେସର୍କେ ବିସ୍ବାସ୍ କରି ଅଦିକ୍ ଅଦିକ୍ ମାଇଜିଟକି ଆରି ମୁନୁସ୍ ପିଲାମନ୍ ଏ ଦଲେ ମିସ୍ଲାଇ । ଆରି ସେ ଦଲ୍ ଦିନ୍କେ ଦିନ୍ ଅଦିକ୍ ଅଦିକ୍ ବଡ୍ତେ ଗାଲା ।
15 ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ, ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ।
୧୫ପେରିତ୍ ସିସ୍ମନର୍ କାମ୍ ଅଦିକ୍ ବଡି ବଡି ଗାଲା । ଏନ୍ତିକି ପିତର୍ ଇଣ୍ଡିଗାଲାବେଲେ ତାର୍ ଚାଇଆଲେ ଅଲପ୍ ପଡବଲି ଲକ୍ମନ୍ ରଗିମନ୍କେ ବଇଆନି ବାଟ୍ପାଲି କଟେ ଆରି ଟାଟିମନ୍ ଅଚାଇକରି ସୁଆଇ ଦେଇତେ ରଇଲାଇ ।
16 ଯିରୂଶାଲମ ସହରର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ।
୧୬ଜିରୁସାଲମର୍ ଚାରିବେଟ୍ତି ରଇବା ଗଡର୍ ରଗି ଆରି ଡୁମାଦାର୍ଲା ଲକ୍ମନ୍କେ ପେରିତ୍ମନର୍ ଲଗେ ଆନ୍ତେ ରଇଲାଇ । ଆରି ସେମନ୍ ସବୁ ଲକ୍ ନିମାନ୍ ଅଇତେ ରଇଲାଇ ।
17 ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ୱଳିତ ହୋଇ ଉଠିଲେ
୧୭ତାର୍ ପଚେ ବଡ୍ ପୁଜାରି, ତାର୍ସଙ୍ଗ୍ ରଇବା ଲକ୍ମନ୍ ଆରି ସାଦୁକି ଦଲର୍ ଲକ୍ମନ୍, ସିସ୍ମନ୍କେ ଇଁସା ଅଇଗାଲାଇ । ଆରି ସେମନର୍ ବିରୁଦେ କାଇଟାଆଲେ କରୁ ବଲି ଜଜ୍ନା କଲାଇ ।
18 ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ।
୧୮ସେମନ୍ ପେରିତ୍ ସିସ୍ମନ୍କେ ଦାରି ବାନ୍ଦିକରି ବନ୍ଦିଗରେ ସଙ୍ଗଇଲାଇ ।
19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,
୧୯ମାତର୍ ସେ ରାତି ମାପ୍ରୁର୍ ଗଟେକ୍ ଦୁତ୍ ବନ୍ଦିଗରର୍ କାପାଟ୍ ଉଗାଡିଦେଲା ଆରି ସେମନ୍କେ ମୁକ୍ଲାଇ ଆନି କଇଲା,
20 ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ।
୨୦“ଜା ଆରି ମନ୍ଦିରେ ଟିଆଅଇକରି ଲକ୍ମନ୍କେ ଏ ନୁଆ ଜିବନ୍ ବିସଇ ସବୁ କାତା କୁଆ ।”
21 ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ।
୨୧ସିସ୍ମନ୍ ସେ ଦୁତର୍ କାତା ମାନି ସାକାଲ୍ ସାକାଲ୍ ମନ୍ଦିରେ ପୁରି ସିକିଆ ଦେବାର୍ ଦାର୍ଲାଇ । ବଡ୍ ପୁଜାରି, ତାକର୍ ସଙ୍ଗାରିମନ୍ ଆରି ଇସ୍ରାଏଲର୍ ପାର୍ଚିନ୍ମନ୍ ଗଟେକ୍ ପୁରା ସବା ପାଇ ଡାକାଇ ପାଟାଇଲାଇ । ତାର୍ ପଚେ ପେରିତ୍ ସିସ୍ମନ୍କେ ବନ୍ଦିଗରେ ଅନି ସବାଇ ଆନ୍ବାକେ ବନ୍ଦିଗରର୍ ଜାଗୁଆଲ୍ମନର୍ ମୁକିଆମନ୍କେ ଆଦେସ୍ ଦେଲାଇ ।
22 କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ,
୨୨ମାତର୍ ସେ ମୁକିଆମନ୍ ବନ୍ଦିଗରେ କେଟ୍ଲାକେ ପେରିତ୍ମନ୍କେ ତେଇ ଦେକତ୍ନାଇ । ସେଟାର୍ପାଇ ସେମନ୍ ବଡ୍ସବାଇ ବାଉଡି ଆଇଲାଇ । ଆରି ଲକ୍ମନ୍କେ କଇଲାଇ,
23 ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ।
୨୩“ଆମେ ବନ୍ଦି ଗରେ କେଟି ଦେକ୍ଲୁ ଜେ ଦୁଆର୍ ନିକସଙ୍ଗ୍ ଡାବି ଅଇରଇଲା । ଆରି ଜାଗୁଆଲ୍ମନ୍ ମିସା ଜାଗିରଇଲାଇ । ମାତର୍ କାପାଟ୍ ଉଗାଡ୍ଲା ପଚେ ଆମେ ବିତ୍ରେ କାକେ ମିସା ଦେକୁ ନାଇ ।”
24 ଏହିସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କଅଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ।
୨୪ଏ କାତା ସୁନି ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନର୍ ଦାଇତେ ରଇଲା ଲକ୍ମନ୍ କାବାଅଇଗାଲାଇ । ପେରିତ୍ ସିସ୍ମନ୍କେ କାଇଟା ଅଇଲାଆଚେ ବଲି ସେମନ୍ ବୁଜି ନାପାର୍ଲାଇ ।
25 ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି।
୨୫ସେଡ୍କିବେଲେ ଗଟେକ୍ ଲକ୍ ଆସି କଇଲା “ସୁନା! ଜନ୍ ଲକ୍ମନ୍କେ ବନ୍ଦି ଗରେ ରକିରଇଲାସ୍, ସେମନ୍ ଏବେ ମନ୍ଦିରେ ଲକ୍ମନ୍କେ ସିକିଆ ଦେଲାଇନି ।”
26 ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ, ଏହା ଭୟ କରୁଥିଲେ।
୨୬ମନ୍ଦିରର୍ କାମ୍କରୁମନ୍ ଜାଗୁଆଲ୍ମନର୍ ସଙ୍ଗ୍ ଜାଇ ପେରିତ୍ ସିସ୍ମନ୍କେ ସୁତ୍ରାଇକରି ଆରିତରେକ୍ ଡାକିଆନ୍ଲାଇ । ସେମନ୍ ଡରାବିଡ୍ରା କରତ୍ ନାଇ । କାଇକେବଇଲେ ସେମନ୍କେ ଲକ୍ମନ୍ ପାକ୍ନାପୁକ୍ନି ମାର୍ବାଇ ବଲି ଡରିଜାଇତେରଇଲାଇ ।
27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ। ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ,
୨୭ପେରିତ୍ ସିସ୍ମନ୍କେ ବିତ୍ରେ ଡାକିଆନି ବଡ୍ସବାର୍ ମୁଆଟେ ଟିଆ କରାଇଲାଇ, ଆରି ବଡ୍ ପୁଜାରି ସେମନ୍କେ ପାଚାର୍ଲା ।
28 ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ସମସ୍ତ ଯିରୂଶାଲମ ସହରରେ ଆପଣା ଶିକ୍ଷାରେ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ।
୨୮“ଏ ଜିସୁର୍ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇରଇଲୁ, ମାତର୍ ଦେକା, ତମେ କାଇଟା କରିଆଚାସ୍! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍ମନର୍ଟାନେ କେଟ୍ଲା ଆଚେ । ଆରି ତାର୍ ମରନ୍ ପାଇ ଆମ୍କେ ଦାଇ କର୍ବାକେ ଚେସ୍ଟା କଲାସ୍ନି!”
29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ।
୨୯ପିତର୍ ଆରି ବିନ୍ ସିସ୍ମନ୍ କଇଲାଇ, “ଆମେ ତମର୍ ଆଦେସ୍ ମାନ୍ବା ବାଦୁଲେ ପର୍ମେସରର୍ ଆଦେସ୍ ମାନ୍ବୁ ।
30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର ତାହାଙ୍କୁ ଉଠାଇଅଛନ୍ତି।
୩୦ତମେ ଜିସୁକେ କୁର୍ସେ ଚଗାଇ ମରାଇଲାପଚେ, ଆମର୍ ଆନିଦାଦିମନର୍ ପର୍ମେସର୍ ତାକେ ମଲାଟାନେଅନି ଉଟାଇଲାଆଚେ ।
31 ପୁଣି, ସେ ଯେପରି ଇସ୍ରାଏଲକୁ ମନ-ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂପେ ଉନ୍ନତ କରିଅଛନ୍ତି।
୩୧ଇସ୍ରାଏଲର୍ ଲକ୍ମନ୍ ତାକର୍ ପାପେଅନି ବାଅଡତ୍ ଆରି ପାପ୍ କେମା ଅଅତ୍ ବଲି ପର୍ମେସର୍ ତାକେ ତାର୍ ଉଜା ବାଟେ ବସାଇଆଚେ । ଜେନ୍ତିକି ସେ ଆମର୍ ସାସନ୍କାରିଆ ଆରି ରକିଆକର୍ବା ଲକ୍ ଅଇସି ।
32 ପୁଣି, ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ବର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ।
୩୨ଆମେ ଏ ସବୁ ବିସଇର୍ ସାକି ଆଚୁ । ଆରି ଜନ୍ ସୁକଲ୍ ଆତ୍ମାକେ ପର୍ମେସର୍ ତାକର୍ ଆଗିଆଁକାରିମନ୍କେ ଦାନ୍କଲାଆଚେ, ସେ ମିସା ଏଟାର୍ ସାକି ।”
33 ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ।
୩୩ବଡ୍ସବାର୍ ଲକ୍ମନ୍ ଏ କାତା ସୁନି ଏତେକ୍ ରିସାଅଇଗାଲାଇ ଜେ, ପେରିତ୍ମନ୍କେ ମରାଇବାକେ ମନ୍ କଲାଇ ।
34 କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ, ଯେ କି ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ,
୩୪ମାତର୍ ସେମନର୍ ବିତ୍ରେଅନି ଗମଲିଏଲ୍ ନାଉଁର୍ ଗଟେକ୍ ପାରୁସି ଲକ୍ ରଇଲା । ସେ ନିୟମ୍ ସିକାଇତେ ରଇଲା । ତାକେ ଲକ୍ମନ୍ ମାନିଅ କର୍ତେରଇଲାଇ । ସେ ବଡ୍ ସବାଇ ଟିଆଅଇ ପେରିତ୍ମନ୍କେ ଚନେକର୍ ପାଇ ବାଇରେ ନେବାକେ ଆଦେସ୍ ଦେଲା ।
35 ପୁଣି, ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କଅଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେହି ବିଷୟରେ ସାବଧାନ ହେଉନ୍ତୁ।
୩୫ଆରି ବଡ୍ ସବାର୍ ଲକ୍ମନ୍କେ କଇଲା, “ଏ ଇସ୍ରାଏଲିୟ ବାଇମନ୍, ଏ ଲକ୍ମନ୍କେ ଜାଇଟା କର୍ବାକେ ଗାଲାସ୍ନି ଅଲପ୍ ବାବିଚିନ୍ତି କରି କରା ।
36 କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ।
୩୬ତମର୍ ମନେରଇସି, ଅଲପ୍ ଆଗ୍ତୁ ତିଉଦା ନାଉଁର୍ ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ସେ ନିଜେ ବଡ୍ଲକ୍ ବଲି ଲକ୍ମନ୍କେ କଇଲାକେ ତାର୍ ସଙ୍ଗ୍ ଚାରିସଅ ଲକ୍ ମିସି ରଇଲାଇ । ମାତର୍ ତାକେ ମରାଇଲାଇ, ତାର୍ପଚେ ତାର୍ସଙ୍ଗର୍ ଲକ୍ମନ୍ ଚିନ୍ବିନ୍ ଅଇଗାଲାଇ ଆରି ତାର୍ ଦଲ୍ ବୁଡିଗାଲା ।
37 ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ।
୩୭ତାର୍ପଚେ ଗାଲିଲି ଅନି ଜିଉଦା ନାଉଁର୍ ଆରି ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ରମିୟ ସର୍କାର ଲକ୍ମନର୍ ନାଉଁ ଲେକାଇବା ବେଲେ ଏଟା ଅଇଲା । ବେସି ଲକ୍କେ ତାର୍ ଦଲେ ମିସାଇବାକେ ସୁତ୍ରାଇଲା । ମାତର୍ ତାକେ ମିସା ମରାଇଲାଇ । ଆରି ତାର୍ ସବୁ ସିସ୍ମନ୍ ଚିନ୍ବିନ୍ ଅଇଗାଲାଇ ।
38 ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ;
୩୮ସେଟାର୍ ପାଇ ଜିସୁର୍ ସିସ୍ମନର୍ ବିସଇ ମୁଇ ତମ୍କେ କଇଲିନି, ସେମନ୍ କର୍ବା କାମ୍ ତେବାଆ ନାଇ, ଚାଡିଦିଆସ୍ । ସେମନ୍ କର୍ବା କାମ୍ ଆରି ଜଜନା ଜଦି ଲକ୍ମନର୍ଟାନେଅନି ଆସିରଇସି, ତେବେ ସେମନ୍ ମିସା ଆରିଜିବାଇ ।
39 କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ।
୩୯ମାତର୍ ସେଟା ଜଦି ପର୍ମେସରର୍ଟାନେ ଆସିରଇସି ବଇଲେ, ତାକେ ତମେ ଦବାଇନାପାରାସ୍ । ସେତ୍କିଅନି ଡିସ୍ସି ଜେ ତମେ ପର୍ମେସରର୍ ବିରଦେ ଜୁଜ୍ଲାସ୍ନି ।” ବଡ୍ସବାର୍ ଲକ୍ମନ୍ ଗମଲିଏଲ୍ କଇଲା କାତା ମାନ୍ଲାଇ ।
40 ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ।
୪୦ସେମନ୍ ପେରିତ୍ ସିସ୍ମନ୍କେ ବଡ୍ସବାର୍ ବିତ୍ରେ ଆନ୍ବାକେ ଆଦେସ୍ ଦେଲାଇ । ଡାକିଆନିକରି ସେମନ୍କେ କର୍ଡା ସଙ୍ଗ୍ ମାରାଇଲାଇ । ଆରି ଜିସୁର୍ ନାଉଁଦାରି କାଇମିସା କାତା ନ କଇବାକେ ଆଦେସ୍ ଦେଇ ଚାଡିଦେଲାଇ ।
41 ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;
୪୧ପେରିତ୍ ସିସ୍ମନ୍ ସାର୍ଦାସଙ୍ଗ୍ ବଡ୍ସବାଇଅନି ବାରଇଲାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ଜିସୁର୍ ସିସ୍ ଅଇକରି ଅପ୍ମାନ୍ ପାଇବାକେ ଅଦିକାର୍ ପାଇରଇଲାଇ ।
42 ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାକୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପ୍ରଚାର କରିବାକୁ ବନ୍ଦ କଲେ ନାହିଁ।
୪୨ଆରି ସେମନ୍ ସବୁ ଦିନ୍ ମନ୍ଦିରେ ଆରି ଲକ୍ମନର୍ ଗରେ ଗରେ ମସିଅ ଜିସୁର୍ ବିସଇର୍ ସୁବ୍କବର୍ ଜାନାଇଲାଇ ଆରି ସିକିଆ ଦେବାର୍ ଦାର୍ଲାଇ ।