< ପ୍ରେରିତ 5 >

1 ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା, ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ।
ହନନିଅ ନାଉଁଆର୍‌ ଗଟେକ୍‌ ଲକ୍‌ ତାର୍‌ ମାୟ୍‌ଜି ସପିରାର୍‌ ସଃଙ୍ଗ୍ କଃତାଅୟ୍‌ କଃଣ୍ଡେକ୍‌ ବୁୟ୍‌ଁ ବିକ୍‌ଲାୟ୍‌ ।
2 ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା।
ମଃତର୍‌ ହନନିଅ ତାର୍‌ ମାୟ୍‌ଜି ସଃଙ୍ଗ୍ କଃତାଅୟ୍‌, ବିକ୍‌ଲା ଟଃକାର୍‌ କଃତେକ୍‌ ଲୁକାୟ୍‌ ବାକି ଟଃକା ଆଣି ପେରିତ୍‌ମଃନ୍‌କ୍‌ ଦିଲାୟ୍‌ ।
3 ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛି?
ସେତାକ୍‌ ପିତର୍‌ କୟ୍‌ଲା, “ଏ ହନନିଅ ପବିତ୍ର ଆତ୍ମା ଚଃମେ ମିଚ୍ କଃଉଁକେ ଆର୍‌ ବୁୟ୍‌ଁ ବିକ୍‌ଲା ଟଃକାର୍‌ କଃତେକ୍‌ ଲୁକାୟ୍‌ ସଃଙ୍ଗାଉଁକ୍‌ ସୟ୍‌ତାନ୍‌ ତର୍‌ ମଃନ୍‌କେ କାୟ୍‌ତାକ୍‌ ଅଃଦିକାର୍‌ କଃରି ଆଚେ ।”
4 ବିକ୍ରୟ ହେବା ପୂର୍ବେ ତାହା କଅଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ନିକଟରେ ମିଥ୍ୟା କହିଲ।
ନଃବିକ୍‌ତା ହୁର୍ବେ ସେରି କାୟ୍‌ ତର୍‌ ନିଜାର୍‌ ଅୟ୍‌ନଃରିଲି? ଆର୍‌ ବିକ୍‌ଲା ହଃଚେ ସେତିର୍‌ ଟଃକା କାୟ୍‌ ତୁମାର୍‌ ଅଃଦିକାରେ ନଃରିଲି? ତଃବେ ତୁୟ୍‌ କାୟ୍‌ତାକ୍‌ ଇ ହର୍‌ ମଃନେ ବାବ୍‌ଲିସ୍‌? ତୁୟ୍‌ ମାନାୟ୍‌ର୍‌ ଚଃମେ ମିଚ୍ କୟ୍‌ଲିସ୍‌, ସେରି ନାୟ୍‌ ମଃତର୍‌ ଇସ୍ୱର୍‌ ଚଃମେ ମିଚ୍ କୟ୍‌ଲିସ୍‌ ।
5 ଏହିସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ।
ଇ ସଃବୁ କଃତା ସୁଣ୍‌ଲା ଦାହ୍ରେ ହନନିଅ କଚାଳି ଅୟ୍‌ ତଃଳେ ଅଦ୍ରି ମଃଲା । ସେତାକ୍‌ ସେମଃନ୍ ଇ କଃତା ଜଃତେକ୍‌ ଲକ୍‌ ସୁଣ୍‌ଲାୟ୍‌ ସଃବୁ ଲକ୍‌ ବଃଡେ ଡିର୍‌ଲାୟ୍‌ ।
6 ଆଉ, ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ।
ଆର୍‌ ବେଣ୍ଡ୍ୟା ହିଲାମଃନ୍ ଆସି ତାକେ ହଃଚ୍ୟା ଗୁଳ୍ୟାୟ୍‌ଲାୟ୍‌, ଆର୍‌ ତାକେ ହଃଦାୟ୍‌ ବୟ୍‌ ନଃୟ୍‌ ମଃସ୍‌ଣେ ତହ୍‌ଲାୟ୍‌ ।
7 ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କଅଣ ଘଟିଅଛି, ତାହା ସେ ଜାଣି ନ ଥିଲା।
ହାକାହାକି ତିନି ଗଃଟା ହଃଚେ ତାର୍‌ ଡକୁର୍ସି ଆୟ୍‌ଲି, ମଃତର୍‌ କାୟ୍‌ରି ଅୟ୍‌ଆଚେ ସେରି ଜାଣି ନଃରିଲି ।
8 ଆଉ, ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ।
ପିତର୍‌ ତାକେ ହଃଚାର୍ଲା, “କଃଉ ତ, ତୁମିମଃନ୍ କାୟ୍‌ ଅଃତେକ୍‌ ଟଃକାୟ୍‌ ଇ ବୁୟ୍‌ଁ ବିକି ରିଲାସ୍‌?” ସେ କୟ୍‌ଲି, “ସଃତେକ୍‌ ସେ ।”
9 ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଅଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ।
ସେତାକ୍‌ ପିତର୍‌ ତାକେ କୟ୍‌ଲା, “ମାପ୍ରୁର୍‌ ଆତ୍ମାକେ କଃଟ୍‌ହାଳ୍‌ ବୁଜୁକ୍‌ ତୁମିମଃନ୍ କାୟ୍‌ତାକ୍‌ ଗଟିକଃତା ଅୟ୍‌ଲାସ୍‌, ଦଃକ୍‌ ସେମଃନ୍ ତର୍‌ ଡକ୍ରାଦିକ୍‌ ମଃସ୍‌ଣେ ତହି ଆଚ୍‌ତି, ସେମଃନ୍ ଦୁଆର୍‌ଲଃଗେ ହଃଚ୍‌ଲାୟ୍‌ବେ । ଆର୍‌ ସେମଃନ୍ ତକ୍‌ ହେଁ ହଃଦାୟ୍‌ ବୟ୍‌ ନେତି ।”
10 ସେହିକ୍ଷଣି ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ।
ତଃତ୍‌କାଣ୍ ସେ ପିତରାର୍‌ ହାଦ୍‌ ତଳେ ଅଦୁର୍ଲି ଆର୍‌ ମଃଲି, ଆର୍‌ ବେଣ୍ଡ୍ୟାହିଲାମଃନ୍ ଗଃର୍‌ ବିତ୍ରେ ହୁରି ତାକେ ମଃଲାର୍‌ ଦଃକି ହଃଦାୟ୍‌ ବୟ୍‌ ନିଲାୟ୍‌ ଆର୍‌ ତାର୍‌ ଡକ୍ରାସିର୍‌ ଚଃମେ ତହ୍‌ଲାୟ୍‌ ।
11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ।
ସେତାକ୍‌ ସଃବୁ ମଣ୍ଡ୍‌ଳି ଆର୍‌ ଜଃତେକ୍‌ ଲକ୍‌ ଇ ସଃବୁ କାବାଅଃଉତା କାମ୍‌ ଆର୍‌ ସଃକ୍ତି ଜାଣ୍‌ଲାୟ୍‌, ସେମଃନ୍ ସଃବୁ ବଃଡେ ଡିରି ଗଃଲାୟ୍‌ ।
12 ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ,
ପେରିତ୍‌ମଃନାର୍‌ ଆତେ ଲକ୍‌ମଃନାର୍‌ ବିତ୍ରେ ଗାଦେକ୍‌ ଚିନ୍ ଆର୍‌ କାବାଅଉତା କାମ୍‌ କଃରାଗଃଲି, ଆର୍‌ ସଃବୁ ବିସ୍ୱାସି ଦଃଳ୍‌ ସଲ୍‌ମନାର୍‌ ମଣ୍ଡପେ ଗଟେତଃୟ୍‌ ରୁଣ୍ଡ୍‌ଲାୟ୍‌ ।
13 କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହିହେଲେ ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ,
ମଃତର୍‌ ବିନ୍ ଲକ୍‌ମଃନାର୍‌ ବିତ୍ରେ କେ ସେମଃନାର୍‌ ସଃଙ୍ଗ୍ ସେତି ଜଃଉଁକେ ସାସ୍‌ ନଃକେଲାୟ୍‌, ଅୟ୍‌ଲେକ୍‌ ହେଁ ସେମଃନାର୍‌ ଜଃଜ୍‌ମାନ୍ କଃର୍ତି ରିଲାୟ୍‌ ।
14 ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ,
ମଃତର୍‌ ଆରେକ୍‌ ଅଃଦିକ୍‌ ଅଃଣ୍ଡ୍ରା ଆର୍‌ ମାୟ୍‌ଜିମଃନ୍‌ ଇସ୍ୱର୍‌ ତଃୟ୍‌ ବିସ୍ୱାସ୍‌କଃରି ମାପ୍ରୁର୍‌ ବିସ୍ୱାସି ଦଃଳେ ମିସୁକ୍‌ ଦଃର୍ଲାୟ୍‌ ।
15 ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ, ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ।
ଅଃନ୍‌କାର୍‌ ଅୟ୍‌ଲି ଜେ ପିତର୍‌ ଆସ୍ତା ବଃଳ୍‌ ତାର୍‌ ତଃୟ୍‌ ଜଃନ୍‌କଃରି ରଗିମଃନାର୍‌ ବିତ୍ରେ କାର୍‌ କାର୍‌ ଉହ୍ରେ ତାର୍‌ ସାୟ୍‌ ହଃଳେଦ୍‌ ଇତାର୍‌ ଗିନେ ଲକ୍‌ମଃନ୍ ରଗିମ୍‌ନଃକେ ହଃଦାୟ୍‌ ବୟ୍‌ ଆଣି ଟାଟାୟ୍‌ ଆର୍‌ କଃଟେ ସଳାଉତି ରିଲାୟ୍‌ ।
16 ଯିରୂଶାଲମ ସହରର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ।
ଜିରୁସାଲମାର୍‌ ଚାରିହାକାର୍‌ ଗଃଳେ ହୁଣି ଲକ୍‌ମଃନ୍ ରଗି ମଃନ୍‌କେ ଆର୍‌ ବିଟାଳ୍‌ ଆତ୍ମା ଦଃର୍ଲା ଲକ୍‌ମଃନ୍ ଗଟ୍‌ତଃୟ୍‌ ରୁଣ୍ଡ୍‌ତି ରିଲାୟ୍‌ ଆର୍‌ ସେମଃନ୍ ଉଜ୍‌ ଅଃଉତିରିଲାୟ୍‌ ।
17 ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍‍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ୱଳିତ ହୋଇ ଉଠିଲେ
ହଃଚେ ମୁଳ୍‌ ଜାଜକ୍‌ ଆର୍‌ ତାର୍‌ ସଃଙ୍ଗୁଆଳିମଃନ୍, ବଃଲେକ୍‌ ସାଦୁକି ଦଃଳ୍‌, ପେରିତ୍‌ମଃନ୍‌କ୍‌ ଅଃକାର୍‌ ଅୟ୍‌ ଜଃବର୍‌ ରିସା ଅୟ୍‌ଲାୟ୍‌ ।
18 ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ।
ଆର୍‌ ପେରିତ୍‌ମଃନ୍‌କ୍‌ ବାନ୍ଦି ନଃୟ୍‌ ଜଃଇଲେ ହୁରାୟ୍‌ଲାୟ୍‌ ।
19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,
ମଃତର୍‌ ମାପ୍ରୁର୍‌ ଗଟେକ୍‌ ଦୁତ୍‌ ରାତି ବଃଳ୍‌ ଜଃଇଲାର୍‌ ଦୁଆର୍‌ ସଃବୁ ମେଲା କଃଲା, ଆର୍‌ ସେମ୍‌ନଃକେ ହଃଦାୟ୍‌ ବାର୍‌କଃରି କୟ୍‌ଲା,
20 ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ।
“ଜାହା ଆର୍‌ ମନ୍ଦିରେ ଟିଆ ଅୟ୍‌ ଲକ୍‌ମଃନ୍‌କେ ଇ ନଃଉଆଁ ଜିବନାର୍‌ କଃତା କଃଉଆ ।”
21 ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ।
ସେମଃନ୍ କଃତା ମାନି ସେମଃନ୍ ସଃକାଳ୍ୟା ମନ୍ଦିର୍‌ ବିତ୍ରେ ଜାୟ୍‌, ଲକ୍‌ମଃନ୍‌କେ ସିକ୍ୟା ଦେଉଁକ୍‌ ଦଃର୍ଲାୟ୍‌ । ଇ ବିତ୍ରେ ମୁଳ୍‌ ଜାଜକ୍‌ ଆର୍‌ ତାର୍‌ ସଃଙ୍ଗୁଆଳିମଃନ୍ ଆସି ଜିଉଦିମଃନାର୍‌ ବେରାଣେ ଆର୍‌ ଇସ୍ରାଏଲ୍‌ମଃନାର୍‌ ପାରାଚିନ୍ ମଃନ୍‌କେ କୁଦି ଗଟ୍‌ ଟାଣେ ରୁଣ୍ଡ୍‌ଲାୟ୍‌, ଆରେକ୍‌ ପେରିତ୍‌ମଃନ୍‌କ୍‌ ଜଃଇଲେ ଆଣୁକେ ଲକ୍‌ ହଃଟାୟ୍‌ଲାୟ୍‌ ।
22 କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ,
ମଃତର୍‌ ଜାଗୁଆଳିମଃନ୍ ଜଃଇଲେ ସେମଃନ୍‌କେ ନଃମିଳାୟ୍‌ ବାଉଳି ଆସି ଜିଉଦି ବେରାଣେ କୟ୍‌ଲାୟ୍‌,
23 ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ।
“ଅଃମିମଃନ୍‌ ଦଃକ୍‌ଲୁ ଜଃଇଲ୍‌ ଗଃର୍‌ ନିକକଃରି ଡାହି ଅୟ୍‌ଆଚେ, ଆର୍‌ ଦୁଆର୍‌ମଃନ୍‌କେ ଜାଗୁଆଳିମଃନ୍ ଟିଆ ଅୟ୍‌ ଆଚ୍‌ତି, ମଃତର୍‌ ଦୁଆର୍‌ ମେଲା କଃଲାକ୍‌ ବିତ୍ରେ ଅଃମିମଃନ୍‌ କାକେ ହେଁ ନଃହାୟ୍‌ଲୁ ।”
24 ଏହିସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କଅଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ।
ଇ ସଃବୁ କଃତା ସୁଣି ମନ୍ଦିରାର୍‌ ଜାଗୁଆଳିମଃନାର୍‌ ଅଃଦିକାରି ଆର୍‌ ବଃଡ୍ ଜାଜକ୍‌ମଃନ୍ ପେରିତ୍‌ମଃନ୍‌କ୍‌ କାୟ୍‌ରି ଅୟ୍‌ଆଚେ ବଃଲି ତାକାର୍‌ ବୁଦି ବାଣା ଅୟ୍‌ଲି ।
25 ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି।
ଅଃଡେବଃଳ୍‌ ଗଟ୍‌ ଲକ୍‌ ଆସି ସେମଃନ୍‌କେ କୟ୍‌ଲା, “ଦଃକା ଜୁୟ୍‌ ଲକ୍‌ମଃନ୍‌କେ ତୁମିମଃନ୍ ଜଃଇଲେ ହୁରାୟ୍‌ ରିଲାସ୍‌, ସେମଃନ୍ ମନ୍ଦିରେ ଟିଆ ଅୟ୍‌ ଲକ୍‌ମଃନ୍‌କେ ସିକ୍ୟା ଦେଉଁଲାୟ୍‌ ।
26 ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ, ଏହା ଭୟ କରୁଥିଲେ।
ସଃଡେବଃଳ୍‌ ମନ୍ଦିର୍‌ ଜାଗୁଆଳିମଃନାର୍‌ ମୁଳ୍‌ ସଃୟ୍‌ନ୍‌ ତାର୍‌ ଜାଗୁଆଳିମଃନାର୍‌ ସଃଙ୍ଗ୍ ଜାୟ୍‌ ପେରିତ୍‌ମଃନ୍‌କ୍‌ ଆରେକ୍‌ ଆଣ୍‌ଲାୟ୍‌, ମଃତର୍‌ ବଃଳ୍‌ମାଡ୍‌କଃରି ନାୟ୍‌, କାୟ୍‌ତାକ୍‌ବଃଲେକ୍‌ ଅଃଉଁ ହାରେ ଲକ୍‌ମଃନ୍ ତାକାର୍‌ ଉହ୍ରେ ଟେଳା ମାର୍ତି, ସେତାକ୍‌ ଡିର୍ତି ରିଲାୟ୍‌ ।”
27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ। ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ,
ସେମଃନ୍ ପେରିତ୍‌ମଃନ୍‌କ୍‌ ଆଣି ବେରାଣ୍ ମଃଣ୍ଡାୟ୍‌ ଟିଆ କଃଲାୟ୍‌, ସେତାକ୍‌ ମୁଳ୍‌ ଜାଜକ୍‌ ସେମଃନ୍‌କେ ହଃଚାର୍ଲା ।
28 ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ସମସ୍ତ ଯିରୂଶାଲମ ସହରରେ ଆପଣା ଶିକ୍ଷାରେ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ।
“ଆମିମଃନ୍ ତୁମିମଃନ୍‌କେ ଜିସୁର୍‌ ନାଉଁଏ ସିକ୍ୟା ଦେଉଁକ୍‌ କଃତେକ୍‌ ମଃନା କଃରି ରିଲୁ, ମଃତର୍‌ ଦଃକା ତୁମିମଃନ୍ କାୟ୍‌ କଃରିଆଚାସ୍‌, ତୁମିମଃନ୍ ତୁମାର୍‌ ସିକ୍ୟା ଜିରୁସାଲମାର୍‌ ଚାରିହାକ୍‌ ଉର୍ଜି କଃଲାସ୍‌, ଆର୍‌ ସେ ଲକାର୍‌ ମଃର୍ନ୍‌ ଦଃସ୍‌ ଅଃମାର୍‌ ଉହ୍ରେ ଲାଦୁକ୍‌ ମଃନ୍‌କଃରୁଲାସ୍‌ ।”
29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ।
ମଃତର୍‌ ପିତର୍‌ ଆର୍‌ ବିନ୍ ପେରିତ୍‌ମଃନ୍‌ କୟ୍‌ଲାୟ୍‌, ଅଃମି ବାୟ୍‌ଦ୍‌ରେ ମାନାୟ୍‌ମଃନାର୍‌ କଃତା ନଃମାନୁ, ଇସ୍ୱରାର୍‌ କଃତା ମାନୁନ୍ଦ୍‌ ।
30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର ତାହାଙ୍କୁ ଉଠାଇଅଛନ୍ତି।
ଜୁୟ୍‌ ଜିସୁକ୍‌ ତୁମିମଃନ୍ କ୍ରୁସେ ମଃର୍ନେ ମାର୍ଲାସ୍‌, ଅଃମାର୍‌ ଦାଦିବାବୁର୍‌ ଇସ୍ୱର୍‌ ତାକେ ମଃର୍ନେ ହୁଣି ଉଟାୟ୍‌ ଆଚେ ।
31 ପୁଣି, ସେ ଯେପରି ଇସ୍ରାଏଲକୁ ମନ-ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂପେ ଉନ୍ନତ କରିଅଛନ୍ତି।
ଆରେକ୍‌ ସେ ଜଃନ୍‌କଃରି ଇସ୍ରାଏଲ୍‌କେ ମଃନ୍‌ ବାଦ୍‌ଲାୟ୍‌ ଆର୍‌ ହାହ୍‌ କେମା ଦଃୟ୍‌ଦ୍‌, ଇତାର୍‌ ଗିନେ ଇସ୍ୱର୍‌ ଅଃହ୍‌ଣାର୍‌ କାତା ଆତେ ତାକେ ଅଃଦିକାରି ଆର୍‌ ମୁକ୍ଳାଉତା ଲକ୍‌କଃରି ବଃଡ୍ କଃରି ଆଚେ ।
32 ପୁଣି, ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ବର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ।
ଆର୍‌ ଆମିମଃନ୍ ଇ ସଃବୁ ବିସୟାର୍‌ ସାକି, ଆର୍‌ ଜୁୟ୍‌ ପବିତ୍ର ଆତ୍ମାକେ ଇସ୍ୱର୍‌ ଅଃହ୍‌ଣାର୍‌ କଃତା ମାନ୍‌ତା ଲକ୍‌ମଃନ୍‌କେ ଦଃୟ୍‌ଆଚେ, ସେ ହେଁ ସାକି ।
33 ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ।
ଇ କଃତା ଜିଉଦି ବେରାଣାର୍‌ ଲକ୍‌ମଃନ୍ ସୁଣି ରିସା ଅୟ୍‌ଲାୟ୍‌ ଆର୍‌ ସେମଃନ୍‌କେ ମଃର୍ନେ ମାରୁକ୍‌ କୁଟ୍‌ ହାଚ୍‌ଲାୟ୍‌ ।
34 କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ, ଯେ କି ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ,
ମଃତର୍‌ ଗମଲିଏଲ୍‌ ନାଉଁଆର୍‌ ଗଟେକ୍‌ ପାରୁସି, ସେ ଗଟେକ୍‌ ମସାର୍‌ ସାସ୍ତରାର୍‌ ଦଃର୍ମ୍‌ ଗୁରୁ ଆର୍‌ ସଃବ୍‌କାର୍‌ ମାନ୍‌ତି ହାଉତା ଲକ୍‌, ସେ ବେରାଣେ ଟିଆଅୟ୍‌ ପେରିତ୍‌ମଃନ୍‌କ୍‌ ହଃଦାୟ୍‌ ବାର୍‌କଃରୁକେ କୟ୍‌ଲା ।
35 ପୁଣି, ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କଅଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେହି ବିଷୟରେ ସାବଧାନ ହେଉନ୍ତୁ।
ଆର୍‌ ସେ ସେମଃନ୍‌କେ କୟ୍‌ଲା, “ଏ ଇସ୍ରାଏଲ୍‌ ଲକ୍‌ମଃନ୍ କାୟ୍‌ରି କଃରୁକେ ମଃନ୍‌ କଃରୁଲାସ୍‌ ସେ କଃତାୟ୍‌ ଜାଗ୍ରତ୍‌ ଅଃଉଆ ।
36 କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ।
କାୟ୍‌ତାକ୍‌ବଃଲେକ୍‌ ଇତାର୍‌ ହୁର୍ବେ ତିଉଦା ଅଃହ୍‌ଣାକ୍‌ ଗଟେକ୍‌ ବଃଡ୍‌ ଲକ୍‌ ବଃଲି କୟ୍‌ଲା, ଆର୍‌ ହାକାହାକି ଚାଲିସ୍‌ ଲକ୍‌ ତାର୍‌ ଦଃଳେ ରିଲାୟ୍‌, ମଃତର୍‌ ତାକେ ମାରା ଅୟ୍‌ଲି ଆର୍‌ ସେ ଚାଲିସ୍‌ ଲକ୍‌ ଜଃତ୍‌କଃତ୍‌ ଅୟ୍‌ଲାୟ୍‌, ଆର୍‌ ତାର୍‌ କାମ୍‌ ହୁରୁଣ୍ ନୟ୍‌ଲି ।
37 ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ।
ତାର୍‌ହଃଚେ, ଲକ୍‌ଗଃଣ୍‌ତି କଃର୍ତା ବଃଳ୍‌ ଗାଲିଲିର୍‌ ଜିଉଦା ଲକ୍‌ମଃନ୍‌କେ ତାର୍‌ ଦଃଳେ ନିଲା, ଆର୍‌ ଗଃଣ୍ଡ୍‌ଗଳ୍‌ କଃରାୟ୍‌ଲା । ତାକେ ହେଁ ମାରା ଅୟ୍‌ଲି । ଜଃତେକ୍‌ ଲକ୍‌ ତାର୍‌ ଦଃଳେ ରିଲାୟ୍‌ ସେମଃନ୍ ହେଁ ଜଃତ୍‌କଃତ୍‌ ଅୟ୍‌ଲାୟ୍‌ ।
38 ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ;
ଅଃବେ ତୁମିମଃନ୍‌କେ କଃଉଁଲେ ଇ ପେରିତ୍‌ମଃନ୍‌କ୍‌ କାୟ୍‌ ନଃକେରି ଚାଡିଦିଆସ୍‌, କାୟ୍‌ତାକ୍‌ବଃଲେକ୍‌ ଇ ଜଃଜ୍‌ନା ଆର୍‌ କାମ୍‌ ଜଦି ମାନାୟ୍‌ ମଃନାର୍‌ ତଃୟ୍‌ହୁଣି ଅୟ୍‌ ରଃୟ୍‌ଦ୍‌ ତଃବେ ସେରି ନଃସ୍ଟ୍‌ ଅୟ୍‌ଦ୍‌ ।
39 କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ।
ମଃତର୍‌ ଜଦି ସେରି ଇସ୍ୱର୍‌ ତଃୟ୍‌ହୁଣି ଅୟ୍‌ ରଃୟ୍‌ଦ୍‌, ତଃବେ ସେମଃନ୍‌କେ କାୟ୍‌ରି କଃରୁକେ ନଃହାରାସ୍‌, କେଜାଣ୍ ଇସ୍ୱର୍‌ ବିରଦେ ଜୁଜ୍‌ କଃରୁଲାସ୍‌ ବଃଲି ଜାଣା ହଃଳେଦ୍‌ । ଜିଉଦି ବେରାଣାର୍‌ ଲକ୍‌ମଃନ୍ ଗମଲିଆର୍‌ କଃତା ମାନ୍‌ଲାୟ୍‌ ।
40 ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ।
ସେମଃନ୍ ପେରିତ୍‌ମଃନ୍‌କ୍‌ କୁଦି କର୍ଡା ସଃଙ୍ଗ୍ ମାଡ୍ ମାର୍ଲାୟ୍‌ ଆର୍‌ ଜିସୁର୍‌ ନାଉଁଏ କଃତା ନଃକଉଁକ୍‌ କୟ୍‌କଃରି ଚାଡି ଦିଲାୟ୍‌ ।
41 ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ;
ସେତାକ୍‌ ଜିସୁର୍‌ ନାଉଁ ଗିନେ ଲିନ୍ଦା ହାଉଁକ୍‌ ଜୟ୍‌ଗ୍‌ ବଃଲି ଗଃଣା ଅୟ୍‌ଲାୟ୍‌, ସେତାକ୍‌ ସେମଃନ୍ ସଃର୍ଦା କଃରିକଃରି ବେରାଣ୍ ମଃଣ୍ଡାୟ୍‌ ହୁଣି ବାରାୟ୍‌ ଗଃଳାୟ୍‌ ।
42 ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାକୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପ୍ରଚାର କରିବାକୁ ବନ୍ଦ କଲେ ନାହିଁ।
ଆର୍‌ ସେମଃନ୍ ହଃତି ଦିନ୍ ମନ୍ଦିରେ ଆର୍‌ ଗଃରେ ସିକ୍ୟା ଦେଉଁକ୍‌ ଆର୍‌ ଜିସୁ ଜେ କ୍ରିସ୍ଟ, ବଃଲେକ୍‌ ମୁକ୍ଳାଉତା ଲକ୍‌, ଇ ନିକ କବୁର୍‌ ପର୍ଚାର୍‌ କଃରୁକେ ଦଃର୍ଲାୟ୍‌ ।”

< ପ୍ରେରିତ 5 >