< ପ୍ରେରିତ 3 >
1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ।
ⲁ̅ⲡⲉⲧⲣⲟⲥ ⲇⲉ ⲙⲛ̅ⲓ̈ⲱϩⲁⲛⲛⲏⲥ ⲛⲉⲩⲛⲁⲃⲱⲕ ⲉϩⲣⲁⲓ̈ ⲉⲡⲉⲣⲡⲉ ⲛ̅ϫⲡ̅ⲯⲓⲧⲉ ⲙ̅ⲡⲛⲁⲩ ⲙ̅ⲡⲉϣⲗⲏⲗ.
2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା। ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ।
ⲃ̅ⲁⲩⲱ ⲛⲉⲩⲛ̅ⲟⲩⲣⲱⲙⲉ ⲛ̅ϭⲁⲗⲉ ϫⲓⲛⲉϥⲛ̅ϩⲏⲧⲥ̅ ⲛ̅ⲧⲉϥⲙⲁⲁⲩ ⲉϣⲁⲩϥⲓⲧϥ̅. ⲡⲁⲓ̈ ⲉⲛⲉⲩⲕⲱ ⲙ̅ⲙⲟϥ ϩⲓⲣⲙ̅ⲡⲣⲟ ⲉⲧⲟⲩⲙⲟⲩⲧⲉ ⲉⲣⲟϥ ϫⲉ ⲡⲉⲧⲛⲉⲥⲱϥ ⲛ̅ⲧⲉⲡⲣ̅ⲡⲉ. ⲉⲧⲣⲉϥϣⲉⲧⲙⲛ̅ⲧⲛⲁ ⲉⲃⲟⲗ ϩⲓⲧⲛ̅ⲛⲉⲧⲃⲏⲕ ⲉϩⲟⲩⲛ ⲉⲡⲉⲣⲡⲉ.
3 ସେ ପିତର ଓ ଯୋହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଥିବା ଦେଖି ଭିକ୍ଷା ମାଗିବାକୁ ଲାଗିଲା
ⲅ̅ⲡⲁⲓ̈ ⲛ̅ⲧⲉⲣⲉϥⲛⲁⲩ ⲉⲡⲉⲧⲣⲟⲥ ⲙⲛ̅ⲓ̈ⲱϩⲁⲛⲛⲏⲥ ⲉⲩⲛⲁⲃⲱⲕ ⲉϩⲟⲩⲛ ⲉⲡⲉⲣⲡⲉ. ⲁϥⲥⲉⲡⲥⲱⲡⲟⲩ ⲉϯ ⲛⲁϥ ⲛ̅ⲟⲩⲙⲛ̅ⲧⲛⲁ.
4 ପିତର ଓ ଯୋହନ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ପୁଣି, ପିତର କହିଲେ, “ଆମ୍ଭମାନଙ୍କ ଆଡ଼କୁ ଚାହଁ।”
ⲇ̅ⲡⲉⲧⲣⲟⲥ ⲇⲉ ⲁϥⲉⲓⲱⲣⲙ̅ ⲉϩⲟⲩⲛ ⲉϩⲣⲁϥ ⲙⲛ̅ⲓ̈ⲱϩⲁⲛⲛⲏⲥ ⲡⲉϫⲁⲩ ⲛⲁϥ ϫⲉ ϭⲱϣⲧ̅ ⲉⲣⲟⲛ.
5 ସେଥିରେ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା।
ⲉ̅ⲛ̅ⲧⲟϥ ⲇⲉ ⲁϥϭⲱϣⲧ̅ ⲉⲣⲟⲟⲩ ⲉϥⲙⲉⲉⲩⲉ ϫⲉ ⲉϥⲛⲁϫⲓⲟⲩⲗⲁⲁⲩ ⲛ̅ⲧⲟⲟⲧⲟⲩ.
6 କିନ୍ତୁ ପିତର କହିଲେ, ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ।
ⲋ̅ⲡⲉⲧⲣⲟⲥ ⲇⲉ ⲡⲉϫⲁϥ ⲛⲁϥ ϫⲉ ⲙⲛ̅ϩⲁⲧ ⲟⲩⲇⲉ ⲙⲛ̅ⲛⲟⲩⲃ ϣⲟⲟⲡ ⲛⲁⲓ̈. ⲡⲉⲧⲉⲟⲩⲛ̅ⲧⲁⲓ̈ϥ ⲇⲉ ϯⲛⲁⲧⲁⲁϥ ⲛⲁⲕ ϩⲙ̅ⲡⲣⲁⲛ ⲛ̅ⲓ̅ⲥ̅ ⲡⲉⲭ̅ⲥ̅ ⲡⲛⲁⲍⲱⲣⲁⲓⲟⲥ ⲙⲟⲟϣⲉ.
7 ପୁଣି, ସେ ତାହାର ଡାହାଣ ହାତ ଧରି ତାହାକୁ ଉଠାଇଲେ; ସେଥିରେ ସେହିକ୍ଷଣି ତାହାର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା,
ⲍ̅ⲁⲩⲱ ⲁϥⲁⲙⲁϩⲧⲉ ⲛ̅ⲧⲉϥϭⲓϫ ⲛ̅ⲟⲩⲛⲁⲙ ⲁϥⲧⲟⲩⲛⲟⲥϥ̅. ⲛ̅ⲧⲉⲩⲛⲟⲩ ⲇⲉ ⲁⲩⲧⲁϫⲣⲟ ⲛ̅ϭⲓⲛⲉϥϭⲟⲡ ⲁⲩⲱ ⲛⲉϥϯⲃⲥ̅.
8 ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ବରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା।
ⲏ̅ⲁⲩⲱ ⲁϥϥⲟϭϥ ⲁϥⲁϩⲉⲣⲁⲧϥ̅ ⲁϥⲙⲟⲟϣⲉ. ⲁⲩⲱ ⲁϥⲃⲱⲕ ⲛⲙ̅ⲙⲁⲩ ⲉϩⲟⲩⲛ ⲉⲡⲉⲣⲡⲉ. ⲉϥⲙⲟⲟϣⲉ ⲁⲩⲱ ⲉϥϫⲓϥⲟϭⲥ̅ ⲉϥⲥⲙⲟⲩ ⲉⲡⲛⲟⲩⲧⲉ.
9 ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ବରଙ୍କ ପ୍ରଶଂସା କରିବା ଦେଖିଲେ,
ⲑ̅ⲁⲡⲗⲁⲟⲥ ⲧⲏⲣϥ̅ ⲛⲁⲩ ⲉⲣⲟϥ ⲉϥⲙⲟⲟϣⲉ ⲁⲩⲱ ⲉϥⲥⲙⲟⲩ ⲉⲡⲛⲟⲩⲧⲉ.
10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତାʼ ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ଭିତ ହେଲେ।
ⲓ̅ⲁⲩⲥⲟⲩⲱⲛϥ̅ ϫⲉ ⲡⲁⲓ̈ ⲡⲉⲛⲉϥϩⲙⲟⲟⲥ ⲁⲩⲱ ⲉϥϣⲉⲧⲙⲛ̅ⲧⲛⲁ ϩⲓⲣⲛ̅ⲧⲡⲩⲗⲏ ⲉⲧⲛⲉⲥⲱⲥ ⲛ̅ⲧⲉⲡⲣ̅ⲡⲉ. ⲁⲩⲙⲟⲩϩ ⲛ̅ϩⲟⲧⲉ ⲁⲩⲱ ⲁⲩⲡⲱϣⲥ̅ ⲉϩⲣⲁⲓ̈ ⲉϫⲙ̅ⲫⲱⲃ ⲛ̅ⲧⲁϥϣⲱⲡⲉ ⲙ̅ⲙⲟϥ.
11 ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ।
ⲓ̅ⲁ̅ⲉϥⲁⲙⲁϩⲧⲉ ⲇⲉ ⲙ̅ⲡⲉⲧⲣⲟⲥ ⲙⲛ̅ⲓ̈ⲱϩⲁⲛⲛⲏⲥ. ⲁⲡⲗⲁⲟⲥ ⲧⲏⲣϥ̅ ⲥⲱⲟⲩϩ ⲉϩⲟⲩⲛ ⲉⲣⲟⲟⲩ. ϩⲁⲧⲉⲥⲧⲟⲁ ⲉⲧⲟⲩⲙⲟⲩⲧⲉ ⲉⲣⲟⲥ ϫⲉ ⲧⲁⲥⲟⲗⲟⲙⲱⲛ ⲉⲩϣⲧⲣ̅ⲧⲱⲣ.
12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି?
ⲓ̅ⲃ̅ⲛ̅ⲧⲉⲣⲉϥⲛⲁⲩ ⲇⲉ ⲛ̅ϭⲓⲡⲉⲧⲣⲟⲥ ⲡⲉϫⲁϥ ⲛⲁⲩ ϫⲉ ⲛ̅ⲣⲱⲙⲉ ⲛ̅ⲧⲉⲡⲓ̅ⲏ̅ⲗ. ⲁϩⲣⲱⲧⲛ̅ ⲧⲉⲧⲛ̅ⲣ̅ϣⲡⲏⲣⲉ ⲉϫⲙ̅ⲡⲁⲓ̈. ⲏ̅ ⲉⲧⲃⲉⲟⲩ ⲧⲉⲧⲛ̅ⲉⲓⲟⲣⲙ̅ ⲛ̅ⲥⲱⲛ. ϩⲱⲥⲛ̅ⲧⲁⲛⲣ̅ⲡⲁⲓ̈ ϩⲛ̅ⲧⲉⲛϭⲟⲙ ⲏ̅ ⲧⲉⲛⲙⲛ̅ⲧⲉⲩⲥⲉⲃⲏⲥ.
13 ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ବର, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ।
ⲓ̅ⲅ̅ⲡⲛⲟⲩⲧⲉ ⲛ̅ⲁⲃⲣⲁϩⲁⲙ ⲙⲛ̅ⲓ̈ⲥⲁⲁⲕ ⲙⲛ̅ⲓ̈ⲁⲕⲱⲃ. ⲡⲛⲟⲩⲧⲉ ⲛ̅ⲛⲉⲛⲉⲓⲟⲧⲉ. ⲁϥϯⲉⲟⲟⲩ ⲙ̅ⲡⲉϥϣⲏⲣⲉ ⲓ̅ⲥ̅. ⲡⲁⲓ̈ ⲛ̅ⲧⲱⲧⲛ̅ ⲛ̅ⲧⲁⲧⲉⲧⲛ̅ⲧⲁⲁϥ. ⲁⲩⲱ ⲁⲧⲉⲧⲛ̅ⲁⲣⲛⲁ ⲙ̅ⲙⲟϥ ⲙ̅ⲡⲉⲙⲧⲟ ⲉⲃⲟⲗ ⲙ̅ⲡⲓⲗⲁⲧⲟⲥ. ⲉⲁⲡⲉⲧⲙ̅ⲙⲁⲩ ⲕⲣⲓⲛⲉ ⲉⲕⲁⲁϥ ⲉⲃⲟⲗ.
14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ଆପଣ ପୀଲାତଙ୍କ ନିକଟରେ ପ୍ରାର୍ଥନା କଲେ,
ⲓ̅ⲇ̅ⲛ̅ⲧⲱⲧⲛ̅ ⲇⲉ ⲡⲉⲧⲟⲩⲁⲁⲃ ⲁⲩⲱ ⲡⲇⲓⲕⲁⲓⲟⲥ ⲁⲧⲉⲧⲛ̅ⲁⲣⲛⲁ ⲙ̅ⲙⲟϥ. ⲁⲧⲉⲧⲛ̅ⲁⲓⲧⲓ ⲉⲕⲱ ⲛⲏⲧⲛ̅ ⲉⲃⲟⲗ ⲛ̅ⲟⲩⲣⲱⲙⲉ ⲛ̅ⲣⲉϥϩⲱⲧⲃ̅.
15 କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ।
ⲓ̅ⲉ̅ⲡⲁⲣⲭⲓⲅⲟⲥ ⲇⲉ ⲙ̅ⲡⲱⲛϩ̅ ⲁⲧⲉⲧⲛ̅ⲙⲟⲩⲟⲩⲧ ⲙ̅ⲙⲟϥ. ⲡⲁⲓ̈ ⲛ̅ⲧⲁⲡⲛⲟⲩⲧⲉ ⲧⲟⲩⲛⲟⲥϥ̅ ⲉⲃⲟⲗ ϩⲛ̅ⲛⲉⲧⲙⲟⲟⲩⲧ. ⲡⲁⲓ̈ ⲁⲛⲟⲛ ⲉⲛϣⲟⲟⲡ ⲛⲁϥ ⲙ̅ⲙⲛ̅ⲧⲣⲉ.
16 ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି।
ⲓ̅ⲋ̅ⲁⲩⲱ ϩⲣⲁⲓ̈ ϩⲛ̅ⲧⲡⲓⲥⲧⲓⲥ ⲙ̅ⲡⲉϥⲣⲁⲛ. ⲡⲁⲓ̈ ⲉⲧⲉⲧⲛ̅ⲛⲁⲩ ⲉⲣⲟϥ. ⲁⲩⲱ ⲉⲧⲉⲧⲛ̅ⲥⲟⲟⲩⲛ ⲙ̅ⲙⲟϥ. ⲁϥⲧⲁϫⲣⲟϥ ⲛ̅ϭⲓⲡⲉϥⲣⲁⲛ ⲁⲩⲱ ⲧⲡⲓⲥⲧⲓⲥ ⲧⲉⲃⲟⲗ ϩⲓⲧⲟⲟⲧϥ̅ ⲁⲥϯ ⲛⲁϥ ⲙ̅ⲡⲉⲓ̈ⲟⲩϫⲁⲓ̈ ⲙ̅ⲡⲉⲧⲛ̅ⲙ̅ⲧⲟ ⲉⲃⲟⲗ ⲧⲏⲣⲧⲛ̅.
17 ଆଉ ଏବେ, ହେ ଭାଇମାନେ, ଆପଣମାନଙ୍କ ଅଧ୍ୟକ୍ଷମାନେ ଯେପରି, ଆପଣମାନେ ମଧ୍ୟ ସେପରି ଅଜ୍ଞାନତା ହେତୁ ଏହା କରିଅଛନ୍ତି ବୋଲି ମୁଁ ଜାଣେ।
ⲓ̅ⲍ̅ⲧⲉⲛⲟⲩ ϭⲉ ⲛⲁⲥⲛⲏⲩ. ϯⲉⲓⲙⲉ ϫⲉ ⲛ̅ⲧⲁ(ⲧⲉ)ⲧⲛ̅ⲁⲁⲥ ϩⲛ̅ⲟⲩⲙⲛ̅ⲧⲁⲧⲥⲟⲟⲩⲛ ⲛ̅ⲑⲉ ⲛ̅ⲛⲉⲧⲛ̅ⲕⲉⲁⲣⲭⲱⲛ.
18 କିନ୍ତୁ ଈଶ୍ବର ଆପଣା ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ସମସ୍ତ ଭାବବାଦୀଙ୍କ ମୁଖ ଦ୍ୱାରା ଯାହା ଯାହା ପୂର୍ବରୁ ପ୍ରଚାର କରିଥିଲେ, ସେହିସବୁ ସେ ଏହି ପ୍ରକାରେ ସଫଳ କରିଅଛନ୍ତି।
ⲓ̅ⲏ̅ⲡⲛⲟⲩⲧⲉ ⲇⲉ ⲛ̅ⲛⲉⲛⲧⲁϥϫⲟⲟⲩ ϫⲓⲛⲛ̅ϣⲟⲣⲡ̅ ⲉⲃⲟⲗ ϩⲓⲧⲛ̅ⲧⲧ̅ⲁⲡⲣⲟ ⲛ̅ⲛⲉⲡⲣⲟⲫⲏⲧⲏⲥ ⲧⲏⲣⲟⲩ ⲉⲧⲣⲉⲡⲉϥⲭⲣⲏⲥⲧⲟⲥ ϣⲟⲡⲟⲩ. ⲁϥϫⲟⲕⲟⲩ ⲉⲃⲟⲗ ⲛ̅ⲧⲉⲓϩⲉ.
19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇପାରେ, ଏଥିନିମନ୍ତେ ମନ-ପରିବର୍ତ୍ତନ କରି ଫେରି ଆସନ୍ତୁ,
ⲓ̅ⲑ̅ⲙⲉⲧⲁⲛⲟⲓ̈ ϭⲉ ⲁⲩⲱ ⲛ̅ⲧⲉⲧⲛ̅ⲕⲉⲧⲧⲏⲩⲧⲛ̅ ⲉⲧⲣⲉⲩϥⲱⲧⲉ ⲉⲃⲟⲗ ⲛ̅ⲛⲉⲧⲛ̅ⲛⲟⲃⲉ. ϫⲉⲕⲁⲥ ⲉⲩϣⲁⲛⲉⲓ ⲛ̅ϭⲓⲛⲉⲟⲩⲟⲉⲓϣ ⲛ̅ⲙ̅ⲧⲟⲛ ⲙ̅ⲡⲉⲙⲧⲟ ⲉⲃⲟⲗ ⲙ̅ⲡϫⲟⲉⲓⲥ.
20 ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ; ପୁଣି, ଆପଣମାନଙ୍କ ନିମନ୍ତେ ପୂର୍ବନିରୂପିତ ଖ୍ରୀଷ୍ଟଙ୍କୁ ଅର୍ଥାତ୍ ଯୀଶୁଙ୍କୁ ସେ ପ୍ରେରଣ କରିବେ।
ⲕ̅ⲉϥⲉⲧⲛ̅ⲛⲟⲟⲩ ⲙ̅ⲡⲉⲛⲧⲁⲩⲧⲟϣϥ̅ ⲛⲁⲛ ⲡⲉⲭ̅ⲥ̅ ⲓ̅ⲥ̅.
21 ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ବର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ। (aiōn )
ⲕ̅ⲁ̅ⲡⲁⲓ̈ ϩⲁⲡⲥ̅ ⲉⲧⲣⲉϥϣⲱⲡⲉ ϩⲛ̅ⲧⲡⲉ. ϣⲁϩⲣⲁⲓ̈ ⲉⲛⲉⲟⲩⲟⲉⲓϣ ⲙ̅ⲡϫⲱⲕ ⲉⲃⲟⲗ ⲛ̅ϩⲱⲃ ⲛⲓⲙ ⲛ̅ⲧⲁⲡⲛⲟⲩⲧⲉ ϫⲟⲟⲩ ϫⲓⲛⲉⲛⲉϩ ⲉⲃⲟⲗ ϩⲓⲧⲛ̅ⲧⲧ̅ⲁⲡⲣⲟ ⲛ̅ⲛⲉϥⲡⲣⲟⲫⲏⲧⲏⲥ ⲉⲧⲟⲩⲁⲁⲃ. (aiōn )
22 ମୋଶା ତ କହିଥିଲେ, ପ୍ରଭୁ ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ; ଯେଉଁ ଯେଉଁ ବିଷୟରେ ସେ ତୁମ୍ଭମାନଙ୍କୁ କହିବେ, ସେହିସବୁ ବିଷୟରେ ତୁମ୍ଭେମାନେ ତାହାଙ୍କ କଥା ଶୁଣିବ।
ⲕ̅ⲃ̅ⲙⲱⲩ̈ⲥⲏⲥ ⲙⲉⲛ ⲁϥϫⲟⲟⲥ ⲛ̅ⲛⲁϩⲣⲛ̅ⲛⲉⲛⲉⲓⲟⲧⲉ. ϫⲉ ⲡϫⲟⲉⲓⲥ ⲡⲉⲛⲛⲟⲩⲧⲉ ⲛⲁⲧⲟⲩⲛⲉⲥⲟⲩⲡⲣⲟⲫⲏⲧⲏⲥ ⲛⲏⲧⲛ̅ ⲉⲃⲟⲗ ϩⲛ̅ⲛⲉⲧⲛ̅ⲥⲛⲏⲩ ⲛ̅ⲧⲁϩⲉ. ⲥⲱⲧⲙ̅ ⲛ̅ⲥⲱϥ ⲛ̅ϣⲁϫⲉ ⲛⲓⲙ ⲉⲧϥ̅ⲛⲁϫⲟⲟⲩ ⲛⲏⲧⲛ̅.
23 କିନ୍ତୁ ଏପରି ଘଟିବ ଯେ, ଯେଉଁ ପ୍ରାଣୀ ସେହି ଭାବବାଦୀଙ୍କର କଥା ଶୁଣିବ ନାହିଁ, ସେ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ।
ⲕ̅ⲅ̅ⲉⲥⲉϣⲱⲡⲉ ⲇⲉ ⲯⲩⲭⲏ ⲛⲓⲙ ⲉⲧⲉⲛ̅ⲥⲛⲁⲥⲱⲧⲙ̅ ⲁⲛ ⲛ̅ⲥⲁⲡⲉⲡⲣⲟⲫⲏⲧⲏⲥ ⲉⲧⲙ̅ⲙⲁⲩ ⲥⲉⲛⲁϥⲟⲧⲥ̅ ⲉⲃⲟⲗ ϩⲙ̅ⲡⲗⲁⲟⲥ.
24 ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି
ⲕ̅ⲇ̅ⲛⲉⲡⲣⲟⲫⲏⲧⲏⲥ ⲇⲉ ⲟⲛ ⲧⲏⲣⲟⲩ ϫⲓⲛⲥⲁⲙⲟⲩⲏⲗ. ⲁⲩⲱ ⲛⲉⲧⲙⲛ̅ⲛ̅ⲥⲱϥ. ⲁⲩϣⲁϫⲉ ⲁⲩⲱ ⲁⲩⲧⲁϣⲉⲟⲉⲓϣ ⲛ̅ⲛⲉⲓ̈ϩⲟⲟⲩ.
25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ବର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃ-ପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି।
ⲕ̅ⲉ̅ⲛ̅ⲧⲱⲧⲛ̅ ⲇⲉ ⲛⲉ ⲛ̅ϣⲏⲣⲉ ⲛ̅ⲛⲉⲡⲣⲟⲫⲏⲧⲏⲥ. ⲙⲛ̅ⲧⲇⲓⲁⲑⲏⲕⲏ ⲧⲁⲓ̈ ⲛ̅ⲧⲁⲡⲛⲟⲩⲧⲉ ⲥⲙⲛ̅ⲧⲥ̅ ⲙⲛ̅ⲛⲉⲧⲛ̅ⲉⲓⲟⲧⲉ. ⲉϥϫⲱ ⲙ̅ⲙⲟⲥ ⲛ̅ⲁⲃⲣⲁϩⲁⲙ ϫⲉ ϩⲣⲁⲓ̈ ϩⲙ̅ⲡⲉⲕⲥⲡⲉⲣⲙⲁ ⲥⲉⲛⲁϫⲓⲥⲙⲟⲩ ⲛ̅ϭⲓⲙ̅ⲡⲁⲧⲣⲓⲁ ⲧⲏⲣⲟⲩ ⲙ̅ⲡⲕⲁϩ.
26 ଈଶ୍ବର ପ୍ରଥମେ ଆପଣମାନଙ୍କ ନିମନ୍ତେ ଆପଣାର ସେହି ଦାସଙ୍କୁ ଉତ୍ପନ୍ନ କରି ପ୍ରେରଣ କଲେ, ଯେପରି ସେ ଆପଣମାନଙ୍କର ପ୍ରତ୍ୟେକ ଜଣଙ୍କୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି।
ⲕ̅ⲋ̅ⲛ̅ⲧⲱⲧⲛ̅ ⲛⲉ ⲛ̅ϣⲟⲣⲡ̅ ⲁⲡⲛⲟⲩⲧⲉ ⲧⲟⲩⲛⲉⲥⲡⲉϥϣⲏⲣⲉ ⲛⲏⲧⲛ̅. ⲁϥⲧⲛ̅ⲛⲟⲟⲩϥ ⲉϥⲥⲙⲟⲩ ⲉⲣⲱⲧⲛ̅. ϩⲙ̅ⲡⲧⲣⲉⲡⲟⲩⲁ ⲡⲟⲩⲁ ⲕⲧⲟϥ ⲉⲃⲟⲗ ϩⲛ̅ⲛⲉϥⲡⲟⲛⲏⲣⲓⲁ.