< ପ୍ରେରିତ 3 >

1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍‍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ।
ⲁ̅ⲠⲈⲦⲢⲞⲤ ⲆⲈ ⲚⲈⲘ ⲒⲰⲀⲚⲚⲎⲤ ⲚⲀⲨⲚⲀ ⲈϨⲢⲎⲒ ⲈⲠⲒⲈⲢⲪⲈⲒ ⲘⲪⲚⲀⲨ ⲚϮⲠⲢⲞⲤⲈⲨⲬⲎ ⲚⲦⲈⲀϪⲠⲐϮ.
2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା। ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ।
ⲃ̅ⲚⲈ ⲞⲨⲞⲚ ⲞⲨⲢⲰⲘⲒ ⲆⲈ ⲈϤⲞⲒ ⲚϬⲀⲖⲈ ⲒⲤϪⲈⲚ ⲈϤϦⲈⲚ ⲐⲚⲈϪⲒ ⲚⲦⲈⲦⲈϤⲘⲀⲨ ⲪⲀⲒ ⲚⲈϢⲀⲨⲦⲰⲞⲨⲚ ⲘⲘⲞϤ ⲘⲘⲎⲚⲒ ⲚⲤⲈⲬⲀϤ ϦⲀⲦⲈⲚ ⲪⲢⲞ ⲚϮⲠⲨⲖⲎ ⲚⲦⲈⲠⲒⲈⲢⲪⲈⲒ ⲐⲎ ⲈϢⲀⲨⲘⲞⲨϮ ⲈⲢⲞⲤ ϪⲈ ⲦⲤⲀⲒⲎ ⲈⲐⲢⲈϤϬⲒ ⲚⲞⲨⲘⲈⲐⲚⲀⲎⲦ ⲚⲦⲈⲚ ⲚⲎ ⲈⲐⲚⲀ ⲈϦⲞⲨⲚ ⲈⲠⲒⲈⲢⲪⲈⲒ.
3 ସେ ପିତର ଓ ଯୋହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଥିବା ଦେଖି ଭିକ୍ଷା ମାଗିବାକୁ ଲାଗିଲା
ⲅ̅ⲪⲀⲒ ⲈⲦⲀϤⲚⲀⲨ ⲈⲠⲈⲦⲢⲞⲤ ⲚⲈⲘ ⲒⲰⲀⲚⲚⲎⲤ ⲈⲨⲚⲀ ⲈϦⲞⲨⲚ ⲈⲠⲒⲈⲢⲪⲈⲒ ⲚⲀϤⲦⲰⲂϨ ⲘⲘⲰⲞⲨ ⲈϤⲞⲨⲰϢ ⲈϬⲒ ⲚⲞⲨⲘⲈⲐⲚⲀⲎⲦ ⲚⲦⲞⲦⲞⲨ.
4 ପିତର ଓ ଯୋହନ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ପୁଣି, ପିତର କହିଲେ, “ଆମ୍ଭମାନଙ୍କ ଆଡ଼କୁ ଚାହଁ।”
ⲇ̅ⲠⲈⲦⲢⲞⲤ ⲆⲈ ⲀϤⲤⲞⲘⲤ ⲈⲢⲞϤ ⲚⲈⲘ ⲒⲰⲀⲚⲚⲎⲤ ⲠⲈϪⲀϤ ϪⲈ ⲤⲞⲘⲤ ⲈⲢⲞⲚ.
5 ସେଥିରେ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା।
ⲉ̅ⲚⲐⲞϤ ⲆⲈ ⲚⲀϤⲘⲈⲨⲒ ϪⲈ ⲀϤⲚⲀϬⲒ ⲚⲞⲨⲘⲈⲐⲚⲀⲎⲦ ⲚⲦⲞⲦⲞⲨ.
6 କିନ୍ତୁ ପିତର କହିଲେ, ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ।
ⲋ̅ⲠⲈⲦⲢⲞⲤ ⲆⲈ ⲠⲈϪⲀϤ ⲚⲀϤ ϪⲈ ⲞⲨϨⲀⲦ ⲚⲈⲘ ⲞⲨⲚⲞⲨⲂ ⲚϤϢⲞⲠ ⲚⲎⲒ ⲀⲚ ⲠⲈⲦⲈⲚⲦⲎⲒ ⲆⲈ ϮϮ ⲘⲘⲞϤ ⲚⲀⲔ ϦⲈⲚⲪⲢⲀⲚ ⲚⲒⲎⲤⲞⲨⲤ ⲠⲬⲢⲒⲤⲦⲞⲤ ⲠⲒⲚⲀⲌⲰⲢⲈⲞⲤ ⲦⲰⲚⲔ ⲘⲞϢⲒ.
7 ପୁଣି, ସେ ତାହାର ଡାହାଣ ହାତ ଧରି ତାହାକୁ ଉଠାଇଲେ; ସେଥିରେ ସେହିକ୍ଷଣି ତାହାର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା,
ⲍ̅ⲀϤⲀⲘⲀϨⲒ ⲆⲈ ⲚⲦⲈϤϪⲒϪ ⲀϤⲦⲞⲨⲚⲞⲤϤ ⲚϮⲞⲨⲚⲞⲨ ⲆⲈ ⲀⲨⲦⲀϪⲢⲞ ⲚϪⲈⲚⲈϤⲂⲀⲤⲒⲤ ⲚⲈⲘ ⲚⲒϬⲞⲠ ⲚⲦⲈⲢⲀⲦϤ.
8 ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ବରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା।
ⲏ̅ⲀϤϬⲒⲪⲈⲒ ⲀϤⲞϨⲒ ⲈⲢⲀⲦϤ ⲀϤⲘⲞϢⲒ ⲞⲨⲞϨ ⲀϤϢⲈ ⲈϦⲞⲨⲚ ⲈⲠⲒⲈⲢⲪⲈⲒ ⲚⲈⲘⲰⲞⲨ ⲈϤⲘⲞϢⲒ ⲈϤϬⲒⲪⲈⲒ ⲈϤⲤⲘⲞⲨ ⲈⲪⲚⲞⲨϮ.
9 ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ବରଙ୍କ ପ୍ରଶଂସା କରିବା ଦେଖିଲେ,
ⲑ̅ⲞⲨⲞϨ ⲀϤⲚⲀⲨ ⲈⲢⲞϤ ⲚϪⲈⲠⲒⲖⲀⲞⲤ ⲦⲎⲢϤ ⲈϤⲘⲞϢⲒ ⲈϤⲤⲘⲞⲨ ⲈⲪⲚⲞⲨϮ.
10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତାʼ ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ଭିତ ହେଲେ।
ⲓ̅ⲚⲀⲨⲤⲰⲞⲨⲚ ⲆⲈ ⲘⲘⲞϤ ⲠⲈ ϪⲈ ⲪⲀⲒ ⲠⲈ ⲪⲎ ⲈⲚⲀϤϨⲈⲘⲤⲒ ⲈϤϢⲀⲦ ⲘⲈⲐⲚⲀⲒ ϦⲀⲦⲈⲚ ϮⲤⲀⲒⲎ ⲘⲠⲨⲖⲎ ⲚⲦⲈⲠⲒⲈⲢⲪⲈⲒ ⲀⲨⲘⲞϨ ⲦⲎⲢⲞⲨ ⲈⲂⲞⲖ ϦⲈⲚⲞⲨϨⲞϮ ⲚⲈⲘ ⲞⲨⲘⲈⲦⲈⲂⲎ ⲚϦⲢⲎⲒ ⲈϪⲈⲚ ⲪⲀⲒ ⲈⲦⲀϤϢⲰⲠⲒ.
11 ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ।
ⲓ̅ⲁ̅ⲀϤⲀⲘⲀϨⲒ ⲆⲈ ⲘⲠⲈⲦⲢⲞⲤ ⲚⲈⲘ ⲒⲰⲀⲚⲚⲎ ⲤⲀϤⲪⲰⲦ ϨⲀⲢⲰⲞⲨ ⲚϪⲈⲠⲒⲖⲀⲞⲤ ⲦⲎⲢϤ ϦⲀⲦⲈⲚ ϮⲤⲦⲞⲀ ⲐⲎ ⲈϢⲀⲨⲘⲞⲨϮ ⲈⲢⲞⲤ ϪⲈ ⲐⲀ ⲤⲞⲖⲞⲘⲰⲚ ⲈⲨⲚϦⲢⲎⲒ ϦⲈⲚⲞⲨϨⲞϮ.
12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି?
ⲓ̅ⲃ̅ⲈⲦⲀϤⲚⲀⲨ ⲆⲈ ⲚϪⲈⲠⲈⲦⲢⲞⲤ ⲀϤⲈⲢⲞⲨⲰ ⲘⲠⲒⲖⲀⲞⲤ ⲚⲒⲢⲰⲘⲒ ⲚⲒⲒⲤⲢⲀⲎⲖⲒⲦⲎⲤ ⲈⲐⲂⲈⲞⲨ ⲦⲈⲦⲈⲚⲈⲢϢⲪⲎⲢⲒ ⲈϪⲈⲚ ⲪⲀⲒ ⲒⲈ ⲀϦⲰⲦⲈⲚ ⲦⲈⲦⲈⲚⲤⲞⲘⲤ ⲈⲢⲞⲚ ϨⲰⲤ ϪⲈ ⲚϦⲢⲎⲒ ϦⲈⲚⲦⲈⲚϪⲞⲘ ⲒⲈ ⲦⲈⲚⲘⲈⲦⲈⲨⲤⲈⲂⲎⲤ ⲀⲚⲒⲢⲒ ⲘⲪⲀⲒ ⲈⲐⲢⲈ ⲪⲀⲒ ⲘⲞϢⲒ.
13 ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ଈଶ୍ବର, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ।
ⲓ̅ⲅ̅ⲪⲚⲞⲨϮ ⲚⲀⲂⲢⲀⲀⲘ ⲚⲈⲘ ⲪⲚⲞⲨϮ ⲚⲒⲤⲀⲀⲔ ⲚⲈⲘ ⲪⲚⲞⲨϮ ⲚⲒⲀⲔⲰⲂ ⲪⲚⲞⲨϮ ⲚⲦⲈⲚⲈⲚⲒⲞϮ ⲀϤϮⲰⲞⲨ ⲘⲠⲈϤⲀⲖⲞⲨ ⲒⲎⲤⲞⲨⲤ ⲪⲀⲒ ⲚⲐⲰⲦⲈⲚ ⲈⲦⲀⲢⲈⲦⲈⲚⲦⲎ ⲒϤ ⲀⲦⲈⲦⲈⲚϪⲞⲖϤ ⲈⲂⲞⲖ ⲘⲠⲈⲘⲐⲞ ⲘⲠⲒⲖⲀⲦⲞⲤ ⲈⲀ ⲪⲎ ⲘⲈⲚ ϮϨⲀⲠ ⲈⲬⲀϤ ⲈⲂⲞⲖ.
14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ଆପଣ ପୀଲାତଙ୍କ ନିକଟରେ ପ୍ରାର୍ଥନା କଲେ,
ⲓ̅ⲇ̅ⲚⲐⲰⲦⲈⲚ ⲆⲈ ⲠⲈⲐⲞⲨⲀⲂ ⲠⲒⲐⲘⲎⲒ ⲀⲦⲈⲦⲈⲚϪⲞⲖϤ ⲈⲂⲞⲖ ⲀⲢⲈⲦⲈⲚⲈⲢⲈⲦⲒⲚ ⲈⲐⲢⲞⲨⲬⲀ ⲞⲨⲢⲰⲘⲒ ⲚⲰⲦⲈⲚ ⲈⲂⲞⲖ ⲚⲢⲈϤϦⲰⲦⲈⲂ.
15 କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ।
ⲓ̅ⲉ̅ⲠⲀⲢⲬⲎⲄⲞⲤ ⲆⲈ ⲚⲦⲈⲠⲰⲚϦ ⲀⲢⲈⲦⲈⲚϦⲞⲐⲂⲈϤ ⲪⲀⲒ ⲈⲦⲀ ⲪⲚⲞⲨϮ ⲦⲞⲨⲚⲞⲤϤ ⲈⲂⲞⲖ ϦⲈⲚⲚⲎ ⲈⲐⲘⲰⲞⲨⲦ ⲪⲀⲒ ⲀⲚⲞⲚ ⲦⲈⲚⲞⲒ ⲘⲘⲈⲐⲢⲈ ⲚⲀϤ.
16 ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି।
ⲓ̅ⲋ̅ⲞⲨⲞϨ ⲚϦⲢⲎⲒ ϦⲈⲚⲪⲚⲀϨϮ ⲚⲦⲈⲠⲈϤⲢⲀⲚ ⲪⲀⲒ ⲈⲦⲈⲦⲈⲚⲚⲀⲨ ⲈⲢⲞϤ ⲞⲨⲞϨ ⲦⲈⲦⲈⲚⲤⲰⲞⲨⲚ ⲘⲘⲞϤ ⲠⲈϤⲢⲀⲚ ⲠⲈ ⲈⲦⲀϤⲦⲀⲖϬ ⲞϤ ⲞⲨⲞϨ ⲠⲒⲚⲀϨϮ ⲞⲨⲈⲂⲞⲖ ϨⲒⲦⲞⲦϤ ⲠⲈ ⲀϤϮ ⲚⲀϤ ⲘⲠⲒⲞⲨϪⲀⲒ ⲘⲠⲈⲦⲈⲚⲘⲐⲞ ⲈⲂⲞⲖ ⲦⲎⲢⲞⲨ.
17 ଆଉ ଏବେ, ହେ ଭାଇମାନେ, ଆପଣମାନଙ୍କ ଅଧ୍ୟକ୍ଷମାନେ ଯେପରି, ଆପଣମାନେ ମଧ୍ୟ ସେପରି ଅଜ୍ଞାନତା ହେତୁ ଏହା କରିଅଛନ୍ତି ବୋଲି ମୁଁ ଜାଣେ।
ⲓ̅ⲍ̅ϮⲚⲞⲨ ⲆⲈ ⲚⲀⲤⲚⲎⲞⲨ ϮⲤⲰⲞⲨⲚ ϪⲈ ⲈⲦⲀⲢⲈⲦⲈⲚⲀⲒⲤ ϦⲈⲚⲞⲨⲘⲈⲦⲀⲦⲈⲘⲒ ⲘⲪⲢⲎϮ ⲚⲚⲈⲦⲈⲚⲔⲈⲀⲢⲬⲰⲚ.
18 କିନ୍ତୁ ଈଶ୍ବର ଆପଣା ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ସମସ୍ତ ଭାବବାଦୀଙ୍କ ମୁଖ ଦ୍ୱାରା ଯାହା ଯାହା ପୂର୍ବରୁ ପ୍ରଚାର କରିଥିଲେ, ସେହିସବୁ ସେ ଏହି ପ୍ରକାରେ ସଫଳ କରିଅଛନ୍ତି।
ⲓ̅ⲏ̅ⲪⲚⲞⲨϮ ⲆⲈ ⲚⲎ ⲈⲦⲀϤϪⲞⲦⲞⲨ ⲒⲤϪⲈⲚ ϢⲞⲢⲠ ⲈⲂⲞⲖ ϦⲈⲚⲢⲰⲞⲨ ⲚⲚⲈϤⲠⲢⲞⲪⲎⲦⲎⲤ ⲦⲎⲢⲞⲨ ⲈⲐⲢⲈ ⲠⲈϤⲬⲢⲤ ϢⲈⲠⲘⲔⲀϨ ⲀϤϪⲞⲔⲞⲨ ⲈⲂⲞⲖ ⲘⲠⲀⲒⲢⲎϮ.
19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇପାରେ, ଏଥିନିମନ୍ତେ ମନ-ପରିବର୍ତ୍ତନ କରି ଫେରି ଆସନ୍ତୁ,
ⲓ̅ⲑ̅ⲀⲢⲒⲘⲈⲦⲀⲚⲞⲒⲚ ⲞⲨⲚ ⲞⲨⲞϨ ⲔⲈⲦ ⲐⲎⲚⲞⲨ ⲈⲐⲢⲞⲨϤⲰϮ ⲈⲂⲞⲖ ⲚⲚⲈⲦⲈⲚⲚⲞⲂⲒ ϨⲞⲠⲰⲤ ⲚⲤⲈⲒ ⲚⲰⲦⲈⲚ ⲚϪⲈϨⲀⲚⲤⲎⲞⲨ ⲚⲬⲂⲞⲂ ⲈⲂⲞⲖ ϦⲀⲦϨⲎ ⲘⲠϨⲞ ⲘⲠϬⲞⲒⲤ.
20 ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ; ପୁଣି, ଆପଣମାନଙ୍କ ନିମନ୍ତେ ପୂର୍ବନିରୂପିତ ଖ୍ରୀଷ୍ଟଙ୍କୁ ଅର୍ଥାତ୍‍ ଯୀଶୁଙ୍କୁ ସେ ପ୍ରେରଣ କରିବେ।
ⲕ̅ⲞⲨⲞϨ ⲈϤⲈⲦⲀⲞⲨⲞ ⲚⲰⲦⲈⲚ ⲘⲪⲎ ⲈⲦⲀϤⲈⲢϢⲞⲢⲠ ⲚⲐⲀϢϤ ⲒⲎⲤⲞⲨⲤ ⲠⲬⲢⲒⲤⲦⲞⲤ.
21 ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ବର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ। (aiōn g165)
ⲕ̅ⲁ̅ⲪⲀⲒ ⲈⲦⲈ ϨⲰϮ ⲠⲈ ⲚⲦⲈⲚⲒⲪⲎⲞⲨⲒ ϢⲞⲠϤ ⲈⲢⲰⲞⲨ ϢⲀ ⲠⲤⲎⲞⲨ ⲚⲦⲀⲪⲈ ⲚϨⲰⲂ ⲚⲒⲂⲈⲚ ⲈⲦⲀϤⲤⲀϪⲒ ⲘⲘⲰⲞⲨ ⲚϪⲈⲪⲚⲞⲨϮ ⲈⲂⲞⲖ ϦⲈⲚⲢⲰⲞⲨ ⲚⲚⲈϤⲠⲢⲞⲪⲎⲦⲎⲤ ⲒⲤϪⲈⲚ ⲠⲈⲚⲈϨ. (aiōn g165)
22 ମୋଶା ତ କହିଥିଲେ, ପ୍ରଭୁ ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ; ଯେଉଁ ଯେଉଁ ବିଷୟରେ ସେ ତୁମ୍ଭମାନଙ୍କୁ କହିବେ, ସେହିସବୁ ବିଷୟରେ ତୁମ୍ଭେମାନେ ତାହାଙ୍କ କଥା ଶୁଣିବ।
ⲕ̅ⲃ̅ⲘⲰⲨⲤⲎⲤ ⲘⲈⲚ ⲀϤϪⲞⲤ ϪⲈ ⲈⲢⲈ ⲠϬⲞⲒⲤ ⲪⲚⲞⲨϮ ⲈϤⲈⲦⲞⲨⲚⲞⲤ ⲞⲨⲠⲢⲞⲪⲎⲦⲎⲤ ⲚⲰⲦⲈⲚ ⲈⲂⲞⲖ ϦⲈⲚⲚⲈⲦⲈⲚⲤⲚⲎⲞⲨ ⲚⲀⲠⲀⲢⲎϮ ⲤⲰⲦⲈⲘ ⲚⲤⲰϤ ⲔⲀⲦⲀ ϨⲰⲂ ⲚⲒⲂⲈⲚ ⲈⲦⲈϤⲚⲀϪⲞⲦⲞⲨ ⲚⲰⲦⲈⲚ.
23 କିନ୍ତୁ ଏପରି ଘଟିବ ଯେ, ଯେଉଁ ପ୍ରାଣୀ ସେହି ଭାବବାଦୀଙ୍କର କଥା ଶୁଣିବ ନାହିଁ, ସେ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ।
ⲕ̅ⲅ̅ⲈⲤⲈϢⲰⲠⲒ ⲆⲈ ⲘⲮⲨⲬⲎ ⲚⲒⲂⲈⲚ ⲈⲦⲈⲚⲤⲚⲀⲤⲰⲦⲈⲘ ⲀⲚ ⲚⲤⲀⲠⲒⲠⲢⲞⲪⲎⲦⲎⲤ ⲈⲦⲈⲘⲘⲀⲨ ⲈⲨⲈϤⲰϮ ⲚϮⲮⲨⲬⲎ ⲈⲦⲈⲘⲘⲀⲨ ⲈⲂⲞⲖ ϦⲈⲚⲠⲈⲤⲖⲀⲞⲤ.
24 ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି
ⲕ̅ⲇ̅ⲞⲨⲞϨ ⲚⲒⲠⲢⲞⲪⲎⲦⲎⲤ ⲦⲎⲢⲞⲨ ⲒⲤϪⲈⲚ ⲤⲀⲘⲞⲨⲎⲖ ⲚⲈⲘ ⲚⲎ ⲈⲦⲀⲨⲒ ⲘⲈⲚⲈⲚⲤⲰϤ ⲀⲨⲤⲀϪⲒ ⲞⲨⲞϨ ⲀⲨϨⲒⲰⲒϢ ⲈⲐⲂⲈ ⲚⲀⲒⲈϨⲞⲞⲨ.
25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ବର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃ-ପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି।
ⲕ̅ⲉ̅ⲚⲐⲰⲦⲈⲚ ⲆⲈ ⲚⲈⲚϢⲎⲢⲒ ⲚⲚⲒⲠⲢⲞⲪⲎⲦⲎⲤ ⲚⲈⲘ ϮⲆⲒⲀⲐⲎⲔⲎ ⲈⲦⲀ ⲪⲚⲞⲨϮ ⲤⲈⲘⲚⲎⲦⲤ ⲚⲈⲘ ⲚⲈⲚⲒⲞϮ ⲈϤϪⲰ ⲘⲘⲞⲤ ⲚⲀⲂⲢⲀⲀⲘ ϪⲈ ⲈⲨⲈϢⲰⲠⲒ ⲈⲨⲤⲘⲀⲢⲰⲞⲨⲦ ϦⲈⲚⲠⲈⲔϪⲢⲞϪ ⲚϪⲈⲚⲒⲠⲀⲦⲢⲒⲀ ⲦⲎⲢⲞⲨ ⲚⲦⲈⲠⲔⲀϨⲒ.
26 ଈଶ୍ବର ପ୍ରଥମେ ଆପଣମାନଙ୍କ ନିମନ୍ତେ ଆପଣାର ସେହି ଦାସଙ୍କୁ ଉତ୍ପନ୍ନ କରି ପ୍ରେରଣ କଲେ, ଯେପରି ସେ ଆପଣମାନଙ୍କର ପ୍ରତ୍ୟେକ ଜଣଙ୍କୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି।
ⲕ̅ⲋ̅ⲚϢⲞⲢⲠ ⲘⲈⲚ ⲀⲪⲚⲞⲨϮ ⲦⲞⲨⲚⲞⲤ ⲠⲈϤⲀⲖⲞⲨ ⲚⲰⲦⲈⲚ ⲀϤⲦⲀⲞⲨⲞϤ ⲈⲤⲘⲞⲨ ⲈⲢⲰⲦⲈⲚ ϪⲈⲬⲀⲤ ⲚⲦⲈⲠⲒⲞⲨⲀⲒ ⲠⲒⲞⲨⲀⲒ ⲘⲘⲰⲦⲈⲚ ϨⲈⲚϤ ⲤⲀⲂⲞⲖ ⲚⲚⲈϤⲠⲈⲦϨⲰⲞⲨ.

< ପ୍ରେରିତ 3 >