< ପ୍ରେରିତ 27 >

1 ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ଆଗସ୍ତିୟ ରାଜକୀୟ ସୈନ୍ୟଦଳର ଯୂଲିଅସ୍ ନାମକ ଜଣେ ଶତ-ସେନାପତିଙ୍କ ହସ୍ତରେ ସମର୍ପିତ ହେଲେ।
ଜଲପଥେନାସ୍ମାକମ୍ ଇତୋଲିଯାଦେଶଂ ପ୍ରତି ଯାତ୍ରାଯାଂ ନିଶ୍ଚିତାଯାଂ ସତ୍ୟାଂ ତେ ଯୂଲିଯନାମ୍ନୋ ମହାରାଜସ୍ୟ ସଂଘାତାନ୍ତର୍ଗତସ୍ୟ ସେନାପତେଃ ସମୀପେ ପୌଲଂ ତଦନ୍ୟାନ୍ କତିନଯଜନାଂଶ୍ଚ ସମାର୍ପଯନ୍|
2 ସେଥିରେ ଏସିଆ ପ୍ରଦେଶର ଉପକୂଳରେ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଉଦ୍ୟତ ଗୋଟିଏ ଆଦ୍ରାମୁତ୍ତୀୟ ଜାହାଜରେ ଆମ୍ଭେମାନେ ଚଢ଼ି ଜାହାଜ ଫିଟାଇଦେଲୁ; ଆଉ ଥେସଲନୀକୀ ସହରରେ ମାକିଦନିଆ ନଗରରୁ ଆରିସ୍ତାର୍ଖ ନାମକ ଜଣେ ବ୍ୟକ୍ତି ଆମ୍ଭମାନଙ୍କ ସାଙ୍ଗରେ ଥିଲେ।
ୱଯମ୍ ଆଦ୍ରାମୁତ୍ତୀଯଂ ପୋତମେକମ୍ ଆରୁହ୍ୟ ଆଶିଯାଦେଶସ୍ୟ ତଟସମୀପେନ ଯାତୁଂ ମତିଂ କୃତ୍ୱା ଲଙ୍ଗରମ୍ ଉତ୍ଥାପ୍ୟ ପୋତମ୍ ଅମୋଚଯାମ; ମାକିଦନିଯାଦେଶସ୍ଥଥିଷଲନୀକୀନିୱାସ୍ୟାରିସ୍ତାର୍ଖନାମା କଶ୍ଚିଦ୍ ଜନୋଽସ୍ମାଭିଃ ସାର୍ଦ୍ଧମ୍ ଆସୀତ୍|
3 ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅସ୍ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ।
ପରସ୍ମିନ୍ ଦିୱସେ ଽସ୍ମାଭିଃ ସୀଦୋନ୍ନଗରେ ପୋତେ ଲାଗିତେ ତତ୍ର ଯୂଲିଯଃ ସେନାପତିଃ ପୌଲଂ ପ୍ରତି ସୌଜନ୍ୟଂ ପ୍ରଦର୍ଥ୍ୟ ସାନ୍ତ୍ୱନାର୍ଥଂ ବନ୍ଧୁବାନ୍ଧୱାନ୍ ଉପଯାତୁମ୍ ଅନୁଜଜ୍ଞୌ|
4 ସେହି ସ୍ଥାନରୁ ଜାହାଜ ଫିଟାଇ ପ୍ରତିକୂଳ ପବନ ହେତୁ ଆମ୍ଭେମାନେ ସାଇପ୍ରସ୍ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କରି,
ତସ୍ମାତ୍ ପୋତେ ମୋଚିତେ ସତି ସମ୍ମୁଖୱାଯୋଃ ସମ୍ଭୱାଦ୍ ୱଯଂ କୁପ୍ରୋପଦ୍ୱୀପସ୍ୟ ତୀରସମୀପେନ ଗତୱନ୍ତଃ|
5 କିଲିକିୟା ଓ ପଂଫୂଲିଆ ଅଞ୍ଚଳ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆ ପ୍ରଦେଶର ମୁରା ସହରକୁ ଆସିଲୁ।
କିଲିକିଯାଯାଃ ପାମ୍ଫୂଲିଯାଯାଶ୍ଚ ସମୁଦ୍ରସ୍ୟ ପାରଂ ଗତ୍ୱା ଲୂକିଯାଦେଶାନ୍ତର୍ଗତଂ ମୁରାନଗରମ୍ ଉପାତିଷ୍ଠାମ|
6 ସେଠାରେ ଶତ-ସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ।
ତତ୍ସ୍ଥାନାଦ୍ ଇତାଲିଯାଦେଶଂ ଗଚ୍ଛତି ଯଃ ସିକନ୍ଦରିଯାନଗରସ୍ୟ ପୋତସ୍ତଂ ତତ୍ର ପ୍ରାପ୍ୟ ଶତସେନାପତିସ୍ତଂ ପୋତମ୍ ଅସ୍ମାନ୍ ଆରୋହଯତ୍|
7 ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦ ସହରର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ବିପରୀତ, କ୍ରୀତୀ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ,
ତତଃ ପରଂ ବହୂନି ଦିନାନି ଶନୈଃ ଶନୈଃ ର୍ଗତ୍ୱା କ୍ନୀଦପାର୍ଶ୍ୱୋପସ୍ଥ୍ତିଃ ପୂର୍ୱ୍ୱଂ ପ୍ରତିକୂଲେନ ପୱନେନ ୱଯଂ ସଲ୍ମୋନ୍ୟାଃ ସମ୍ମୁଖମ୍ ଉପସ୍ଥାଯ କ୍ରୀତ୍ୟୁପଦ୍ୱୀପସ୍ୟ ତୀରସମୀପେନ ଗତୱନ୍ତଃ|
8 ପୁଣି, କଷ୍ଟରେ କୂଳେ କୂଳେ ଯାଇ “ସୁନ୍ଦର ବନ୍ଦର” ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସହର ସେଥିର ନିକଟବର୍ତ୍ତୀ।
କଷ୍ଟେନ ତମୁତ୍ତୀର୍ୟ୍ୟ ଲାସେଯାନଗରସ୍ୟାଧଃ ସୁନ୍ଦରନାମକଂ ଖାତମ୍ ଉପାତିଷ୍ଠାମ|
9 ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା। ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ,
ଇତ୍ଥଂ ବହୁତିଥଃ କାଲୋ ଯାପିତ ଉପୱାସଦିନଞ୍ଚାତୀତଂ, ତତ୍କାରଣାତ୍ ନୌୱର୍ତ୍ମନି ଭଯଙ୍କରେ ସତି ପୌଲୋ ୱିନଯେନ କଥିତୱାନ୍,
10 ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି।
ହେ ମହେଚ୍ଛା ଅହଂ ନିଶ୍ଚଯଂ ଜାନାମି ଯାତ୍ରାଯାମସ୍ୟାମ୍ ଅସ୍ମାକଂ କ୍ଲେଶା ବହୂନାମପଚଯାଶ୍ଚ ଭୱିଷ୍ୟନ୍ତି, ତେ କେୱଲଂ ପୋତସାମଗ୍ର୍ୟୋରିତି ନହି, କିନ୍ତ୍ୱସ୍ମାକଂ ପ୍ରାଣାନାମପି|
11 କିନ୍ତୁ ଶତ-ସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ।
ତଦା ଶତସେନାପତିଃ ପୌଲୋକ୍ତୱାକ୍ୟତୋପି କର୍ଣଧାରସ୍ୟ ପୋତୱଣିଜଶ୍ଚ ୱାକ୍ୟଂ ବହୁମଂସ୍ତ|
12 ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ସହରରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣ-ପୂର୍ବ ଅଭିମୁଖୀ।
ତତ୍ ଖାତଂ ଶୀତକାଲେ ୱାସାର୍ହସ୍ଥାନଂ ନ ତସ୍ମାଦ୍ ଅୱାଚୀପ୍ରତୀଚୋର୍ଦିଶୋଃ କ୍ରୀତ୍ୟାଃ ଫୈନୀକିଯଖାତଂ ଯାତୁଂ ଯଦି ଶକ୍ନୁୱନ୍ତସ୍ତର୍ହି ତତ୍ର ଶୀତକାଲଂ ଯାପଯିତୁଂ ପ୍ରାଯେଣ ସର୍ୱ୍ୱେ ମନ୍ତ୍ରଯାମାସୁଃ|
13 ପରେ ଦକ୍ଷିଣା ପବନ ଧୀରେ ଧୀରେ ବହିବାରୁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେ କରି ଲଙ୍ଗର ତୋଳି କ୍ରୀତୀର କୂଳର ଅତି ନିକଟ ଦେଇ ଯିବାକୁ ଲାଗିଲେ।
ତତଃ ପରଂ ଦକ୍ଷିଣୱାଯୁ ର୍ମନ୍ଦଂ ୱହତୀତି ୱିଲୋକ୍ୟ ନିଜାଭିପ୍ରାଯସ୍ୟ ସିଦ୍ଧେଃ ସୁଯୋଗୋ ଭୱତୀତି ବୁଦ୍ଧ୍ୱା ପୋତଂ ମୋଚଯିତ୍ୱା କ୍ରୀତ୍ୟୁପଦ୍ୱୀପସ୍ୟ ତୀରସମୀପେନ ଚଲିତୱନ୍ତଃ|
14 କିନ୍ତୁ ଅଳ୍ପ ସମୟ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଆଘାତ କରିବାକୁ ଲାଗିଲା।
କିନ୍ତ୍ୱଲ୍ପକ୍ଷଣାତ୍ ପରମେୱ ଉରକ୍ଲୁଦୋନ୍ନାମା ପ୍ରତିକୂଲଃ ପ୍ରଚଣ୍ଡୋ ୱାଯୁ ର୍ୱହନ୍ ପୋତେଽଲଗୀତ୍
15 ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖୀନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ।
ତସ୍ୟାଭିମୁଖଂ ଗନ୍ତୁମ୍ ପୋତସ୍ୟାଶକ୍ତତ୍ୱାଦ୍ ୱଯଂ ୱାଯୁନା ସ୍ୱଯଂ ନୀତାଃ|
16 ପୁଣି, କାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ,
ଅନନ୍ତରଂ କ୍ଲୌଦୀନାମ୍ନ ଉପଦ୍ୱୀପସ୍ୟ କୂଲସମୀପେନ ପୋତଂ ଗମଯିତ୍ୱା ବହୁନା କଷ୍ଟେନ କ୍ଷୁଦ୍ରନାୱମ୍ ଅରକ୍ଷାମ|
17 ଆଉ ସେମାନେ ତାହାକୁ ଉଠାଇନେଲା ଉତ୍ତାରେ ନାନା ଉପାୟରେ ଜାହାଜକୁ ତଳୁ ଘେରିଦେଇ ବାନ୍ଧିଲେ, ପୁଣି, କାଳେ ସେମାନେ ସୁର୍ତ୍ତି ନାମକ ଚଡ଼ାରେ ଲାଗିଯିବେ, ଏହି ଭୟରେ ପାଲସବୁ ପକାଇଦେଇ ଭାସିବାକୁ ଲାଗିଲେ।
ତେ ତାମାରୁହ୍ୟ ରଜ୍ଜ୍ଚା ପୋତସ୍ୟାଧୋଭାଗମ୍ ଅବଧ୍ନନ୍ ତଦନନ୍ତରଂ ଚେତ୍ ପୋତୋ ସୈକତେ ଲଗତୀତି ଭଯାଦ୍ ୱାତୱସନାନ୍ୟମୋଚଯନ୍ ତତଃ ପୋତୋ ୱାଯୁନା ଚାଲିତଃ|
18 ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ,
କିନ୍ତୁ କ୍ରମଶୋ ୱାଯୋଃ ପ୍ରବଲତ୍ୱାତ୍ ପୋତୋ ଦୋଲାଯମାନୋଽଭୱତ୍ ପରସ୍ମିନ୍ ଦିୱସେ ପୋତସ୍ଥାନି କତିପଯାନି ଦ୍ରୱ୍ୟାଣି ତୋଯେ ନିକ୍ଷିପ୍ତାନି|
19 ପୁଣି, ତୃତୀୟ ଦିନରେ ନିଜ ହାତରେ ଜାହାଜର ସରଞ୍ଜାମସବୁ ଫୋପାଡ଼ିଦେଲେ।
ତୃତୀଯଦିୱସେ ୱଯଂ ସ୍ୱହସ୍ତୈଃ ପୋତସଜ୍ଜନଦ୍ରୱ୍ୟାଣି ନିକ୍ଷିପ୍ତୱନ୍ତଃ|
20 ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ନକ୍ଷତ୍ର ଦେଖା ନ ଯିବାରୁ, ପୁଣି, ଭୀଷଣ ଝଡ଼ ଲାଗିରହିବାରୁ ଶେଷରେ ଆମ୍ଭମାନଙ୍କ ରକ୍ଷା ପାଇବାର ସମସ୍ତ ଆଶା ଦୂର ହେଲା।
ତତୋ ବହୁଦିନାନି ଯାୱତ୍ ସୂର୍ୟ୍ୟନକ୍ଷତ୍ରାଦୀନି ସମାଚ୍ଛନ୍ନାନି ତତୋ ଽତୀୱ ୱାତ୍ୟାଗମାଦ୍ ଅସ୍ମାକଂ ପ୍ରାଣରକ୍ଷାଯାଃ କାପି ପ୍ରତ୍ୟାଶା ନାତିଷ୍ଠତ୍|
21 ଆଉ, ସମସ୍ତେ ଅନେକ ଦିନ ପର୍ଯ୍ୟନ୍ତ ଅନାହାରରେ ରହିଲା ପରେ ପାଉଲ ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ମହାଶୟମାନେ, ମୋହର କଥା ମାନି କ୍ରୀତୀରୁ ଜାହାଜ ନ ଫିଟାଇବା, ପୁଣି, ଏହି ଅନିଷ୍ଟ ଓ କ୍ଷତି ନିବାରଣ କରିବା ଆପଣମାନଙ୍କର ଉଚିତ୍ ଥିଲା।
ବହୁଦିନେଷୁ ଲୋକୈରନାହାରେଣ ଯାପିତେଷୁ ସର୍ୱ୍ୱେଷାଂ ସାକ୍ଷତ୍ ପୌଲସ୍ତିଷ୍ଠନ୍ ଅକଥଯତ୍, ହେ ମହେଚ୍ଛାଃ କ୍ରୀତ୍ୟୁପଦ୍ୱୀପାତ୍ ପୋତଂ ନ ମୋଚଯିତୁମ୍ ଅହଂ ପୂର୍ୱ୍ୱଂ ଯଦ୍ ଅୱଦଂ ତଦ୍ଗ୍ରହଣଂ ଯୁଷ୍ମାକମ୍ ଉଚିତମ୍ ଆସୀତ୍ ତଥା କୃତେ ଯୁଷ୍ମାକମ୍ ଏଷା ୱିପଦ୍ ଏଷୋଽପଚଯଶ୍ଚ ନାଘଟିଷ୍ୟେତାମ୍|
22 ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ।
କିନ୍ତୁ ସାମ୍ପ୍ରତଂ ଯୁଷ୍ମାନ୍ ୱିନୀଯ ବ୍ରୱୀମ୍ୟହଂ, ଯୂଯଂ ନ କ୍ଷୁଭ୍ୟତ ଯୁଷ୍ମାକମ୍ ଏକସ୍ୟାପି ପ୍ରାଣିନୋ ହାନି ର୍ନ ଭୱିଷ୍ୟତି, କେୱଲସ୍ୟ ପୋତସ୍ୟ ହାନି ର୍ଭୱିଷ୍ୟତି|
23 ଯେଣୁ ମୁଁ ଯେଉଁ ଈଶ୍ବରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ,
ଯତୋ ଯସ୍ୟେଶ୍ୱରସ୍ୟ ଲୋକୋଽହଂ ଯଞ୍ଚାହଂ ପରିଚରାମି ତଦୀଯ ଏକୋ ଦୂତୋ ହ୍ୟୋ ରାତ୍ରୌ ମମାନ୍ତିକେ ତିଷ୍ଠନ୍ କଥିତୱାନ୍,
24 ପାଉଲ, ଭୟ କର ନାହିଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ବର ତୁମ୍ଭକୁ ଦାନ କରିଅଛନ୍ତି।
ହେ ପୌଲ ମା ଭୈଷୀଃ କୈସରସ୍ୟ ସମ୍ମୁଖେ ତ୍ୱଯୋପସ୍ଥାତୱ୍ୟଂ; ତୱୈତାନ୍ ସଙ୍ଗିନୋ ଲୋକାନ୍ ଈଶ୍ୱରସ୍ତୁଭ୍ୟଂ ଦତ୍ତୱାନ୍|
25 ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ବରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍ ସେହିପରି ଘଟିବ।
ଅତଏୱ ହେ ମହେଚ୍ଛା ଯୂଯଂ ସ୍ଥିରମନସୋ ଭୱତ ମହ୍ୟଂ ଯା କଥାକଥି ସାୱଶ୍ୟଂ ଘଟିଷ୍ୟତେ ମମୈତାଦୃଶୀ ୱିଶ୍ୱାସ ଈଶ୍ୱରେ ୱିଦ୍ୟତେ,
26 କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ।
କିନ୍ତୁ କସ୍ୟଚିଦ୍ ଉପଦ୍ୱୀପସ୍ୟୋପରି ପତିତୱ୍ୟମ୍ ଅସ୍ମାଭିଃ|
27 ଏହି ରୂପେ ଆମ୍ଭେମାନେ ଆଦ୍ରିଆ ସମୁଦ୍ରରେ ଇତଃସ୍ତତଃ ଚାଳିତ ହେଉ ହେଉ ଯେତେବେଳେ ଚତୁର୍ଦ୍ଦଶ ରାତ୍ରି ଉପସ୍ଥିତ ହେଲା, ସେତେବେଳେ ପ୍ରାୟ ଅର୍ଦ୍ଧରାତ୍ରି ସମୟରେ ନାବିକମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଅନୁମାନ କଲେ।
ତତଃ ପରମ୍ ଆଦ୍ରିଯାସମୁଦ୍ରେ ପୋତସ୍ତଥୈୱ ଦୋଲାଯମାନଃ ସନ୍ ଇତସ୍ତତୋ ଗଚ୍ଛନ୍ ଚତୁର୍ଦଶଦିୱସସ୍ୟ ରାତ୍ରେ ର୍ଦ୍ୱିତୀଯପ୍ରହରସମଯେ କସ୍ୟଚିତ୍ ସ୍ଥଲସ୍ୟ ସମୀପମୁପତିଷ୍ଠତୀତି ପୋତୀଯଲୋକା ଅନ୍ୱମନ୍ୟନ୍ତ|
28 ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାଣି ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ।
ତତସ୍ତେ ଜଲଂ ପରିମାଯ ତତ୍ର ୱିଂଶତି ର୍ୱ୍ୟାମା ଜଲାନୀତି ଜ୍ଞାତୱନ୍ତଃ| କିଞ୍ଚିଦ୍ଦୂରଂ ଗତ୍ୱା ପୁନରପି ଜଲଂ ପରିମିତୱନ୍ତଃ| ତତ୍ର ପଞ୍ଚଦଶ ୱ୍ୟାମା ଜଲାନି ଦୃଷ୍ଟ୍ୱା
29 କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୂମିରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ।
ଚେତ୍ ପାଷାଣେ ଲଗତୀତି ଭଯାତ୍ ପୋତସ୍ୟ ପଶ୍ଚାଦ୍ଭାଗତଶ୍ଚତୁରୋ ଲଙ୍ଗରାନ୍ ନିକ୍ଷିପ୍ୟ ଦିୱାକରମ୍ ଅପେକ୍ଷ୍ୟ ସର୍ୱ୍ୱେ ସ୍ଥିତୱନ୍ତଃ|
30 ପୁଣି, ନାବିକମାନେ ଜାହାଜର ସମ୍ମୁଖଭାଗରୁ ଲଙ୍ଗର ପକାଇବା ଛଳରେ ନୌକାଖଣ୍ଡିକ ସମୁଦ୍ରକୁ ଓହ୍ଲାଇ ଦେଇ ଜାହାଜରୁ ପଳାଇଯିବା ନିମନ୍ତେ ଚେଷ୍ଟା କରନ୍ତେ,
କିନ୍ତୁ ପୋତୀଯଲୋକାଃ ପୋତାଗ୍ରଭାଗେ ଲଙ୍ଗରନିକ୍ଷେପଂ ଛଲଂ କୃତ୍ୱା ଜଲଧୌ କ୍ଷୁଦ୍ରନାୱମ୍ ଅୱରୋହ୍ୟ ପଲାଯିତୁମ୍ ଅଚେଷ୍ଟନ୍ତ|
31 ପାଉଲ ଶତ-ସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ।
ତତଃ ପୌଲଃ ସେନାପତଯେ ସୈନ୍ୟଗଣାଯ ଚ କଥିତୱାନ୍, ଏତେ ଯଦି ପୋତମଧ୍ୟେ ନ ତିଷ୍ଠନ୍ତି ତର୍ହି ଯୁଷ୍ମାକଂ ରକ୍ଷଣଂ ନ ଶକ୍ୟଂ|
32 ସେଥିରେ ସୈନ୍ୟମାନେ ନୌକାର ଦଉଡିସବୁ କାଟିଦେଇ ତାହାକୁ ଜଳରେ ପକାଇଦେଲେ।
ତଦା ସେନାଗଣୋ ରଜ୍ଜୂନ୍ ଛିତ୍ୱା ନାୱଂ ଜଲେ ପତିତୁମ୍ ଅଦଦାତ୍|
33 ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି।
ପ୍ରଭାତସମଯେ ପୌଲଃ ସର୍ୱ୍ୱାନ୍ ଜନାନ୍ ଭୋଜନାର୍ଥଂ ପ୍ରାର୍ଥ୍ୟ ୱ୍ୟାହରତ୍, ଅଦ୍ୟ ଚତୁର୍ଦଶଦିନାନି ଯାୱଦ୍ ଯୂଯମ୍ ଅପେକ୍ଷମାନା ଅନାହାରାଃ କାଲମ୍ ଅଯାପଯତ କିମପି ନାଭୁଂଗ୍ଧଂ|
34 ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ।
ଅତୋ ୱିନଯେଽହଂ ଭକ୍ଷ୍ୟଂ ଭୁଜ୍ୟତାଂ ତତୋ ଯୁଷ୍ମାକଂ ମଙ୍ଗଲଂ ଭୱିଷ୍ୟତି, ଯୁଷ୍ମାକଂ କସ୍ୟଚିଜ୍ଜନସ୍ୟ ଶିରସଃ କେଶୈକୋପି ନ ନଂକ୍ଷ୍ୟତି|
35 ସେ ଏହିସବୁ କଥା କହି ରୁଟି ଘେନି ସମସ୍ତଙ୍କ ସାକ୍ଷାତରେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ତାହା ଭାଙ୍ଗି ଭୋଜନ କରିବାକୁ ଲାଗିଲେ।
ଇତି ୱ୍ୟାହୃତ୍ୟ ପୌଲଂ ପୂପଂ ଗୃହୀତ୍ୱେଶ୍ୱରଂ ଧନ୍ୟଂ ଭାଷମାଣସ୍ତଂ ଭଂକ୍ତ୍ୱା ଭୋକ୍ତୁମ୍ ଆରବ୍ଧୱାନ୍|
36 ସେଥିରେ ସେମାନେ ସମସ୍ତେ ସାହସ ପ୍ରାପ୍ତ ହୋଇ ନିଜେ ନିଜେ ମଧ୍ୟ ଭୋଜନ କଲେ।
ଅନନ୍ତରଂ ସର୍ୱ୍ୱେ ଚ ସୁସ୍ଥିରାଃ ସନ୍ତଃ ଖାଦ୍ୟାନି ପର୍ପ୍ୟଗୃହ୍ଲନ୍|
37 ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ।
ଅସ୍ମାକଂ ପୋତେ ଷଟ୍ସପ୍ତତ୍ୟଧିକଶତଦ୍ୱଯଲୋକା ଆସନ୍|
38 ସେମାନେ ଯଥେଷ୍ଟ ଭୋଜନ କଲା ପରେ ସମୁଦ୍ରରେ ଗହମ ପକାଇଦେଇ ଜାହାଜକୁ ହାଲୁକା କରିବାକୁ ଲାଗିଲେ,
ସର୍ୱ୍ୱେଷୁ ଲୋକେଷୁ ଯଥେଷ୍ଟଂ ଭୁକ୍ତୱତ୍ସୁ ପୋତସ୍ଥନ୍ ଗୋଧୂମାନ୍ ଜଲଧୌ ନିକ୍ଷିପ୍ୟ ତୈଃ ପୋତସ୍ୟ ଭାରୋ ଲଘୂକୃତଃ|
39 ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ।
ଦିନେ ଜାତେଽପି ସ କୋ ଦେଶ ଇତି ତଦା ନ ପର୍ୟ୍ୟଚୀଯତ; କିନ୍ତୁ ତତ୍ର ସମତଟମ୍ ଏକଂ ଖାତଂ ଦୃଷ୍ଟ୍ୱା ଯଦି ଶକ୍ନୁମସ୍ତର୍ହି ୱଯଂ ତସ୍ୟାଭ୍ୟନ୍ତରଂ ପୋତଂ ଗମଯାମ ଇତି ମତିଂ କୃତ୍ୱା ତେ ଲଙ୍ଗରାନ୍ ଛିତ୍ତ୍ୱା ଜଲଧୌ ତ୍ୟକ୍ତୱନ୍ତଃ|
40 ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ିଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦଉଡିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ।
ତଥା କର୍ଣବନ୍ଧନଂ ମୋଚଯିତ୍ୱା ପ୍ରଧାନଂ ୱାତୱସନମ୍ ଉତ୍ତୋଲ୍ୟ ତୀରସମୀପଂ ଗତୱନ୍ତଃ|
41 କିନ୍ତୁ ସେମାନେ ଦୁଇ ସମୁଦ୍ର ମିଶିଥିବା ସ୍ଥାନରେ ଯାଇ ପଡ଼ନ୍ତେ, ଜାହାଜଟି ଚଡ଼ାରେ ଲାଗିଗଲା; ତାହାର ସମ୍ମୁଖଭାଗ ଲାଖିଯାଇ ଅଚଳ ହୋଇ ରହିଲା, କିନ୍ତୁ ପଛ ଭାଗ ତରଙ୍ଗର ପ୍ରଚଣ୍ଡତାରେ ଭାଙ୍ଗି ଯିବାକୁ ଲାଗିଲା।
କିନ୍ତୁ ଦ୍ୱଯୋଃ ସମୁଦ୍ରଯୋଃ ସଙ୍ଗମସ୍ଥାନେ ସୈକତୋପରି ପୋତେ ନିକ୍ଷିପ୍ତେ ଽଗ୍ରଭାଗେ ବାଧିତେ ପଶ୍ଚାଦ୍ଭାଗେ ପ୍ରବଲତରଙ୍ଗୋଽଲଗତ୍ ତେନ ପୋତୋ ଭଗ୍ନଃ|
42 ସେତେବେଳେ କାଳେ ବନ୍ଦୀମାନଙ୍କ ମଧ୍ୟରୁ କେହି ପହଁରି ପଳାଇଯାଏ, ଏଥିପାଇଁ ସେମାନଙ୍କୁ ବଧ କରିବା ନିମନ୍ତେ ସୈନ୍ୟମାନେ ପରାମର୍ଶ କଲେ,
ତସ୍ମାଦ୍ ବନ୍ଦଯଶ୍ଚେଦ୍ ବାହୁଭିସ୍ତରନ୍ତଃ ପଲାଯନ୍ତେ ଇତ୍ୟାଶଙ୍କଯା ସେନାଗଣସ୍ତାନ୍ ହନ୍ତୁମ୍ ଅମନ୍ତ୍ରଯତ୍;
43 କିନ୍ତୁ ଶତ-ସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଙ୍କଳ୍ପରୁ ସେମାନଙ୍କୁ କ୍ଷାନ୍ତ କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ି ପ୍ରଥମେ ସ୍ଥଳକୁ ଯାଆନ୍ତୁ,
କିନ୍ତୁ ଶତସେନାପତିଃ ପୌଲଂ ରକ୍ଷିତୁଂ ପ୍ରଯତ୍ନଂ କୃତ୍ୱା ତାନ୍ ତଚ୍ଚେଷ୍ଟାଯା ନିୱର୍ତ୍ୟ ଇତ୍ୟାଦିଷ୍ଟୱାନ୍, ଯେ ବାହୁତରଣଂ ଜାନନ୍ତି ତେଽଗ୍ରେ ପ୍ରୋଲ୍ଲମ୍ପ୍ୟ ସମୁଦ୍ରେ ପତିତ୍ୱା ବାହୁଭିସ୍ତୀର୍ତ୍ତ୍ୱା କୂଲଂ ଯାନ୍ତୁ|
44 ପୁଣି, ଅବଶିଷ୍ଟମାନଙ୍କ ମଧ୍ୟରୁ କେହି କେହି ତକ୍ତା ଓ ଆଉ କେହି କେହି ଜାହାଜର ଅନ୍ୟାନ୍ୟ ଭଙ୍ଗା ଖଣ୍ଡ ଧରି ଯାଉନ୍ତୁ। ଏହି ପ୍ରକାରେ ସମସ୍ତେ ନିରାପଦରେ ସ୍ଥଳରେ ପହଞ୍ଚିଲେ।
ଅପରମ୍ ଅୱଶିଷ୍ଟା ଜନାଃ କାଷ୍ଠଂ ପୋତୀଯଂ ଦ୍ରୱ୍ୟଂ ୱା ଯେନ ଯତ୍ ପ୍ରାପ୍ୟତେ ତଦୱଲମ୍ବ୍ୟ ଯାନ୍ତୁ; ଇତ୍ଥଂ ସର୍ୱ୍ୱେ ଭୂମିଂ ପ୍ରାପ୍ୟ ପ୍ରାଣୈ ର୍ଜୀୱିତାଃ|

< ପ୍ରେରିତ 27 >