< ପ୍ରେରିତ 25 >

1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମ ସହରକୁ ଗଲେ,
WHEN Festus then was come into the province, after three days he went up to Jerusalem from Caesarea.
2 ପୁଣି, ପ୍ରଧାନ ଯାଜକମାନେ ଓ ଯିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାହାଙ୍କ ନିକଟରେ ଆବେଦନ କଲେ।
And the high-priest and the principal persons among the Jews informed him against Paul, and entreated him,
3 ଆଉ ସେ ଯେପରି ତାହାଙ୍କୁ ଯିରୂଶାଲମ ସହରକୁ ଡକାଇ ପଠାନ୍ତି ଏଥିନିମନ୍ତେ ବିନତିପୂର୍ବକ ତାହାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାହାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ।
begging it as a favour from him, that he would send him back to Jerusalem, lying in wait for him to kill him on the road.
4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ।
Then Festus answered, that Paul should be kept in custody at Caesarea, and that he himself was going thither shortly.
5 ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ।
Let therefore, said he, those among you who are able, go down with me, and accuse him, if there be anything criminal in this man.
6 ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ।
And after staying with them more than ten days, he went down to Caesarea; and on the morrow seated on the bench, commanded Paul to be brought.
7 ସେ ଆସନ୍ତେ ଯିରୂଶାଲମ ସହରରୁ ଆଗତ ଯିହୁଦୀମାନେ ତାହାଙ୍କ ଚାରିଆଡ଼େ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହିସବୁ ପ୍ରମାଣ କରିପାରିଲେ ନାହିଁ।
And on his appearing, the Jews who came down from Jerusalem surrounded him, and laid many and heavy accusations against Paul, which they were not able to prove.
8 ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୁଦୀମାନଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ।
But he pleaded in his defence, That neither against the law of the Jews, nor against the temple, nor against Caesar, have I committed the least offence.
9 କିନ୍ତୁ ଫେଷ୍ଟସ୍ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମ ସହରକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହିସବୁ ବିଷୟ ନେଇ ବିଚାରିତ ହେବାକୁ ଇଚ୍ଛା କରୁଅଛ?
Then Festus, desirous of ingratiating himself with the Jews, replying to Paul, said, Wilt thou go up unto Jerusalem, and there be judged of these things before me?
10 ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ। ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି।
Then said Paul, I am standing before the tribunal of Caesar, where I have a right to be judged: against the Jews I have committed no offence, as thou also clearly perceivest.
11 ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରିପାରିବେ ନାହିଁ। ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି।
For indeed if I have committed any crime, or done aught worthy of death, I object not to be put to death: but if there is nothing in those things whereof they accuse me, no man dare gratify them by abandoning me to them.
12 ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ।
I appeal unto Caesar. Then Festus, after conferring with the council, answered, Hast thou appealed to Caesar? to Caesar shalt thou go.
13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସ୍‌ଙ୍କୁ ସାକ୍ଷାତ କଲେ।
Now when some days were passed, Agrippa and Bernice came to Caesarea to salute Festus.
14 ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍‌ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି।
And as their stay there was extended to a considerable time, Festus communicated to the king Paul’s affairs, saying, There is a certain man left by Felix, a prisoner:
15 ମୁଁ ଯିରୂଶାଲମ ସହରରେ ଥିବା ସମୟରେ ଯିହୁଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ।
against whom when I was at Jerusalem, the high-priest and the elders of the Jews appeared, desiring judgment against him.
16 ମୁଁ ସେମାନଙ୍କୁ ଉତ୍ତର ଦେଲି, ଅଭିଯୁକ୍ତକାରୀ ଓ ଅଭିଯୁକ୍ତ ମୁଖାମୁଖୀ ନ ହେବା ପର୍ଯ୍ୟନ୍ତ ପୁଣି, ଅଭିଯୁକ୍ତ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ ଆତ୍ମପକ୍ଷ ସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାହାକୁ ସମର୍ପଣ କରିବା ରୋମୀୟମାନଙ୍କର ବିଧି ନୁହେଁ।
To whom I replied, That it was not customary for Romans to give up any man gratuitously to destruction, before that the person accused should have his accusers produced face to face, and be allowed opportunity to defend himself against the charge.
17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି।
When therefore they were come here together, making no demur, the very next day I sat on the tribunal, and commanded the man to be brought.
18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ,
Against whom his accusers standing forth, brought no charge of such things as I expected:
19 କିନ୍ତୁ ସେମାନଙ୍କ ସ୍ୱଧର୍ମ ପୁଣି, ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହିସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା।
but only pleaded against him certain disputes about their own mode of religious worship, and about one Jesus, who was dead, whom Paul affirmed to be alive.
20 ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମ ସହରକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି।
But being in doubt respecting a question of this sort, I demanded if he would go to Jerusalem, and there be judged of these things.
21 କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ନିବେଦନ କରନ୍ତେ, ମୁଁ ତାହାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି।
But Paul appealing that he should be reserved for the cognizance of Augustus, I ordered him to be kept in custody until I should send him to Caesar.
22 ସେଥିରେ ଆଗ୍ରିପ୍ପା ଫେଷ୍ଟସ୍‌ଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ। ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ।
Then Agrippa said to Festus, I wish also myself to hear the man. He said, To-morrow thou shalt hear him.
23 ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବେଶ ହୁଅନ୍ତେ ଫେଷ୍ଟସ୍‌ଙ୍କ ଆଦେଶ ଅନୁସାରେ ପାଉଲ ଅଣାଗଲେ।
On the morrow therefore, when Agrippa was come, and Bernice, with a very splendid retinue, and were entered into the place of audience, with the military tribunes, and the men of superior eminence in the city, then at the order of Festus Paul was produced.
24 ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମ ସହରରେ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ୍ ନୁହେଁ ବୋଲି ଚିତ୍କାର କଲେ।
And Festus said, King Agrippa, and all you, sirs, who are present with us, behold the man, concerning whom the whole multitude of the Jews have set upon me, both at Jerusalem and in this place, clamouring that he ought not to live a moment longer.
25 କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି।
But finding on inquiry that he had done nothing worthy of death, and he himself indeed having appealed to Augustus, I have determined to send him.
26 ମୋହର ପ୍ରଭୁଙ୍କ ଛାମୁକୁ ତାହାର ବିଷୟରେ ଲେଖିବା ନିମନ୍ତେ ମୋହର କୌଣସି ନିଶ୍ଚିତ ବିଷୟ ନାହିଁ। ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାହାଙ୍କୁ ଆପଣମାନଙ୍କ, ବିଶେଷତଃ ହେ ରାଜନ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି;
Respecting whom I have nothing determinate to write to my sovereign. Wherefore I have brought him forth before you, and especially before thee, king Agrippa, that on a fresh examination taken, I might have something to write.
27 କାରଣ ବନ୍ଦୀକୁ ପଠାଇବା ସମୟରେ ତାʼ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି।
For it appears to me highly unreasonable to send a prisoner, and not also signify the charges against him.

< ପ୍ରେରିତ 25 >