< ପ୍ରେରିତ 24 >

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ।
Bayan kwana biyar sai Ananiyas babban firist ya tafi Kaisariya tare da waɗansu daga cikin dattawa da kuma wani lauya mai suna Tertullus, suka kawo ƙararsu game da Bulus a gaban gwamna.
2 ତାହାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି,
Sa’ad da aka shigo da Bulus, sai Tertullus ya shiga kai ƙararsa a gaban Felis yana cewa, “Mun daɗe muna zaman lafiya a ƙarƙashinka, hangen nesanka kuma ya kawo gyare-gyare a wannan ƙasa.
3 ଏହା ଆମ୍ଭେମାନେ ସର୍ବତୋଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ୱୀକାର କରୁଅଛୁ।
Ko’ina da kuma a kowace hanya, ya mafifici Felis, mun amince da wannan da godiya marar iyaka.
4 କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଳାନ୍ତ ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟା ଗୁଣରେ ଆମ୍ଭମାନଙ୍କ କେତୋଟି କଥା ଶୁଣିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଅଛି।
Amma don kada in ƙara gajiyar da kai, ina roƙonka ka yi haƙuri ka saurari ɗan taƙaitaccen jawabinmu.
5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ;
“Mun tarar da wannan mutum fitinanne ne, yana tā-da-na-zaune-tsaye a tsakanin Yahudawa ko’ina a duniya. Shi shugaban ɗarikar Nazarawa
6 ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ଆଉ ଆପଣମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ।
har ma ya yi ƙoƙari ya ƙazantar da haikali; shi ya sa muka kama shi.
7 କିନ୍ତୁ ସହସ୍ର-ସେନାପତି ଲୂସୀୟା ଆସି ଅତିଶୟ ଜୋର୍‍ରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡ଼ାଇନେଲେ,
8 ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଲେ। ଏହି ଯେ ସମସ୍ତ ବିଷୟରେ ଆମ୍ଭେମାନେ ଏହା ବିରୁଦ୍ଧରେ ଅଭିଯୋଗ କରୁଅଛୁ, ଆପଣ ନିଜେ ଏହାକୁ ପଚାରିଲେ ସେହିସବୁ ଅବଗତ ହୋଇପାରିବେ।
Ta wurin bincika shi da kanka za ka gane gaskiyar game da dukan waɗannan zargin da muke kawo a kansa.”
9 ଅନ୍ୟ ଯିହୁଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହି ସମସ୍ତ କଥା ସତ୍ୟ ବୋଲି କହିଲେ।
Yahudawa ma suka goyi bayan zargin, suna tabbatar cewa waɗannan abubuwa haka suke.
10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି।
Da gwamna ya yi masa alama yă yi magana, sai Bulus ya amsa ya ce, “Na san cewa ka yi shekaru da yawa kana mulki a wannan ƙasa; saboda haka ina farin ciki in kāre kaina.
11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି
Da sauƙi za ka iya tabbatar cewa, bai fi kwana goma sha biyu da suka wuce ne na tafi Urushalima, domin yin sujada ba.
12 ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି,
Masu zargina ba su same ni ina gardama da kowa a haikali, ko kuma ina tā da hankalin jama’a a majami’u ko kuwa wani wuri dabam a cikin birni ba.
13 ପୁଣି, ଏବେ ଏମାନେ ମୋ ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ନେଇ ଅଭିଯୋଗ କରୁଅଛନ୍ତି, ସେହିସବୁ ଆପଣଙ୍କ ନିକଟରେ ପ୍ରମାଣ କରିପାରନ୍ତି ନାହିଁ।
Ba kuwa za su iya tabbatar maka ƙarar da suke yi yanzu a kaina ba.
14 କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ୱାସ କରେ;
Amma na yarda cewa ina bauta wa Allah na kakanninmu a matsayin mai bin Hanyar da suke kira ɗarika. Na gaskata dukan abin da ya amince da Doka da yake kuma a rubuce cikin Annabawa,
15 ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ବରଙ୍କଠାରେ ସେହି ପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି।
ina kuma da irin bege ɗaya ga Allah yadda mutanen nan suke da shi, cewa akwai tashin matattu masu adalci da masu mugunta duka.
16 ଏହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ବରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ।
Saboda haka, ina ƙoƙari kullum in kasance da lamiri mai tsabta a gaban Allah da mutane.
17 ଅନେକ ବର୍ଷ ପରେ ମୁଁ ମୋହର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି।
“Bayan’yan shekaru da dama da ba na nan, sai na dawo Urushalima don in kawo wa mutanena kyautai saboda matalauta in kuma yi sadaka.
18 ସେହି ସମୟରେ ଏମାନେ ମୋତେ ମନ୍ଦିରରେ ଶୁଚି ହୋଇଥିବାର ଦେଖିଲେ; ମୁଁ କୌଣସି ଜନତା କିମ୍ବା ଗଣ୍ଡଗୋଳରେ ମିଶି ନ ଥିଲି, କିନ୍ତୁ ଏସିଆ ପ୍ରଦେଶର କେତେକ ଯିହୁଦୀ ଲୋକମାନେ ଥିଲେ;
Ni tsarkake ne sa’ad da suka same ni cikin filin haikalin ina yin haka. Babu taro tare da ni, ba kuwa ina tā da hankali ba.
19 ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ୍ ହୋଇଥାଆନ୍ତା।
Amma akwai waɗansu Yahudawa daga lardin Asiya, waɗanda ya kamata suna a nan a gabanka su kawo ƙara in suna da wani a kaina.
20 ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି,
Ko kuwa waɗannan da suke a nan su faɗi laifin da suka same ni da shi sa’ad da na tsaya a gaban Majalisa,
21 କେବଳ ସେହି ଗୋଟିଏ କଥା ଛଡ଼ା ମୁଁ ମହାସଭା ସମ୍ମୁଖରେ ଠିଆ ହେବା ସମୟରେ ଏମାନେ ମୋହର କି ଦୋଷ ପାଇଅଛନ୍ତି ତାହା ଏମାନେ ନିଜେ କହନ୍ତୁ।
sai ko wannan abu ɗaya kaɗai da na ɗaga murya na faɗi yayinda nake tsaye a gabansu cewa, ‘A game da tashin matattu ake mini shari’a a gabanku yau.’”
22 କିନ୍ତୁ ଫେଲୀକ୍ସ୍‌ ସେହି ମାର୍ଗ ବିଷୟରେ ଅଳ୍ପ ଜାଣିଥିବାରୁ ବିଚାର ସ୍ଥଗିତ ରଖି କହିଲେ ଯେ ସହସ୍ର-ସେନାପତି ଲୂସୀୟା ଆସିଲା ପରେ ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିର୍ଣ୍ଣୟ କରିବା।
Sai Felis, wanda yake da cikakken sani game da Hanyar, ya ɗaga sauraron ƙarar. Ya ce, “In Lisiyas shugaban ƙungiyar soja ya iso, zan yanke muku shari’a.”
23 ପୁଣି, ସେ ଶତ-ସେନାପତିଙ୍କୁ ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାହାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାହାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ।
Ya yi wa jarumin umarni yă tsare Bulus amma yă ba shi’yanci yă kuma bar abokansa su lura da bukatunsa.
24 କେତେକ ଦିନ ପରେ ଫେଲୀକ୍ସ୍‌ ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୁଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ।
Bayan’yan kwanaki da dama sai Felis ya zo da matarsa Durusilla, mutuniyar Yahuda. Sai ya aika a zo da Bulus ya kuma saurare shi da yake magana game da bangaskiya cikin Kiristi Yesu.
25 କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍‌ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା।
Da Bulus ya ci gaba jawabi a kan adalci, kamunkai da kuma hukunci mai zuwa, sai Felis ya tsorata ya ce, “Yanzu kam, ya isa haka! Kana iya tafi. In na sami zarafi, zan kira ka.”
26 ଆହୁରି ମଧ୍ୟ ପାଉଲ ତାହାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାହାଙ୍କୁ ଡକାଇ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ।
A wani fanni yana sa rai cewa Bulus zai ba shi toshiyar baki, saboda haka ya yi ta aika a kira masa Bulus yă yi magana da shi.
27 କିନ୍ତୁ ଦୁଇ ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କୀୟ ଫେଷ୍ଟସ୍ ଫେଲୀକ୍ସ୍‌ଙ୍କ ପଦରେ ନିଯୁକ୍ତ ହେଲେ, ଆଉ ଫେଲୀକ୍ସ୍ ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ।
Da shekaru biyu suka wuce, sai Forsiyus Festus, ya gāji Felis, amma domin Felis ya so yă biya wa Yahudawa bukata, sai ya bar Bulus a kurkuku.

< ପ୍ରେରିତ 24 >