< ପ୍ରେରିତ 24 >

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ।
ହାଁଚ୍ ଦିନ୍ ହଃଚେ ହନନିଅ ମୁଳ୍‌ ଜାଜକ୍‌ ପାରାଚିନ୍ ମଃନ୍ ଆର୍‌ ତର୍ତୁଲ୍‌ ନାଉଁଆର୍‌ ଗଟେକ୍‌ ଅକିଲ୍‌ ସଃଙ୍ଗ୍ କାଇସରିଆ ଆୟ୍‌ଲାୟ୍‌ ଆର୍‌ ସେମଃନ୍ ପାଉଲାର୍‌ ବିରଦେ ରଃଜାର୍‌ ତଃୟ୍‌ ଦଃସ୍‌ ଆଣ୍‌ଲାୟ୍‌ ।
2 ତାହାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି,
ପାଉଲ୍‌କେ କୁଦ୍‌ଲାକ୍‌ ତର୍ତୁଲ୍‌ ତାକେ ଦସ୍‌ଦଃରି କଃଉଁକେ ଦଃର୍ଲା, “ଏ ପେଲିକ୍‌ସ୍ ତର୍‌ ସାସନ୍‌ ତଃୟ୍‌ ହୁଣି ଅଃମିମଃନ୍‌ ଜେ ସୁସ୍ତାୟ୍‌ ଆଚୁ ଆରେକ୍‌ ତର୍‌ ରାଜ୍‌ କଃର୍ତା ବଃଳ୍‌ ଇ ଲକ୍‌ମଃନାର୍‌ ଗିନେ ଅଃମାର୍‌ ଦଃଳେ ନିକ ଉହ୍‌କାର୍‌ ମଃନ୍ ଅଃଉଁଲି ।
3 ଏହା ଆମ୍ଭେମାନେ ସର୍ବତୋଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ୱୀକାର କରୁଅଛୁ।
ଇରି ଅଃମି ସଃବୁ ବଃଳ୍‌ ଆର୍‌ ସଃବୁ ଟାଣେ ହୁରାହୁରି ମାଇନ୍‌ କଃରି ମାନୁଲୁ ।
4 କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଳାନ୍ତ ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟା ଗୁଣରେ ଆମ୍ଭମାନଙ୍କ କେତୋଟି କଥା ଶୁଣିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଅଛି।
ମଃତର୍‌ ମୁୟ୍‌ଁ ଜଃନ୍‌କଃରି ତକ୍‌ ଅଃଦିକ୍‌ ବେଳ୍‌ ହଃତେକ୍‌ କଃଉଁକେ ମଃନ୍ ନଃକେରି, ଇତାର୍‌ ଗିନେ ଅଃଳକ୍‌ କଃତା କଃଉଁଲେ, ଦଃର୍ମ୍‌କଃରି ସୁଣୁକ୍‌ ଗଃଉଆରି କଃରୁଲେ ।
5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ;
କାୟ୍‌ତାକ୍‌ବଃଲେକ୍‌ ଅଃମିମଃନ୍‌ ଇ ଲକ୍‌କେ ବଃଡେ କୁର୍ଲିଆ ବଃଲି ଜାଣୁଲୁ, ଜଃଗତାର୍‌ ସଃବୁ ଟାଣେ ସଃବୁ ଜିଉଦିମଃନାର୍‌ ବିତ୍ରେ କୁର୍ଲିଆର୍‌ ବଂସାର୍‌ ଲକ୍‌ ଆର୍‌ ନାଜରିତ୍‌ ଦଃଳାର୍‌ ଗଟେକ୍‌ ବଃଡ୍ ମୁଳିକା ବଃଲି ଜାଣି ଆଚୁ ।
6 ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ଆଉ ଆପଣମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ।
ଆରେକ୍‌ ହେଁ ଏ ମନ୍ଦିର୍‌ ବିଟାଳ୍‌ କଃରୁକେ ମୁଳ୍ୟାଉତି ରିଲା, ମଃତର୍‌ ଅଃମିମଃନ୍‌ ଆକ୍‌ ଦଃର୍ଲୁ ।
7 କିନ୍ତୁ ସହସ୍ର-ସେନାପତି ଲୂସୀୟା ଆସି ଅତିଶୟ ଜୋର୍‍ରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡ଼ାଇନେଲେ,
ମଃତର୍‌ ସଃଇନାର୍‌ ମୁଳିକା ଲୁସିଆ ଆସି ବଃଳ୍‌ମାଡ୍ କଃରି ଅଃମାର୍‌ ତଃୟ୍‌ହୁଣି ଚାଡାୟ୍‌ ନିଲା ।
8 ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଲେ। ଏହି ଯେ ସମସ୍ତ ବିଷୟରେ ଆମ୍ଭେମାନେ ଏହା ବିରୁଦ୍ଧରେ ଅଭିଯୋଗ କରୁଅଛୁ, ଆପଣ ନିଜେ ଏହାକୁ ପଚାରିଲେ ସେହିସବୁ ଅବଗତ ହୋଇପାରିବେ।
ଆର୍‌ ଇତାର୍‌ ଦଃସ୍‌ ଦଃରୁ ମଃନ୍‌କେ ତର୍‌ ମୁଏଁ ଟିଆ ଅଃଉଁକେ କୟ୍‌ଲା, ଇ ସଃବୁ ବିସୟେ ଅଃମିମଃନ୍‌ ଇତାର୍‌ ବିରଦେ ଦଃସ୍‌ ଦଃରୁଲୁ, ତୁୟ୍‌ ନିଜେ ଆକ୍‌ ହଃଚାର୍‌ଲେକ୍‌ ସେ ସଃବୁ ଜାଣୁ ହାର୍ସି ।”
9 ଅନ୍ୟ ଯିହୁଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହି ସମସ୍ତ କଥା ସତ୍ୟ ବୋଲି କହିଲେ।
ଜିଉଦିମଃନ୍ ହେଁ ଇ ଦସ୍‌ ଦେତାର୍‌ ସଃତ୍‌ ବଃଲି କଃଉଁଲାୟ୍‌ ।
10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି।
ସେତାକ୍‌ ଗନର୍‌ କଃତା କଃଉଁକେ ପାଉଲ୍‌କେ ଆତ୍‌ସଃଗ୍ୟା କଃଲାକ୍‌, ସେ କୟ୍‌ଲା, ତୁୟ୍‌ ବୁତେକ୍‌ ବଃର୍ସ୍‌ ଅୟ୍‌ଲି ଇ ଜାତିର୍‌ ଲକ୍‌ମଃନାର୍‌ ବିଚାର୍‌ କଃରୁଲିସ୍‌ ବଃଲି ମୁୟ୍‌ଁ ଜାଣି ଆଚି, ସେତାକ୍‌ ମୁୟ୍‌ଁ ସାସ୍‌ ଦଃରି ମର୍‌ କଃତା କଃଉଁଲେ ।
11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି
ବାରଦିନ୍‌ ହୁଣି ଅଃଦିକ୍‌ ନାୟ୍‌ ମୁୟ୍‌ଁ ସେବା କଃରୁକେ ଜିରୁସାଲମ୍‌ ମନ୍ଦିରେ ଜାୟ୍‌ରିଲେ, ଇରି ତୁୟ୍‌ ହଃଚାରି ଜାଣୁ ହାର୍‌ସି ।
12 ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି,
ଆର୍‌ ଇମଃନ୍‌ ମନ୍ଦିରେ କି ପାର୍ତ୍‌ନା ଗଃରେ କି ଗଃଳେ ମକେ କାର୍‌ ସଃଙ୍ଗ୍ ଗଃଣ୍ଡ୍‌ଗଳ୍‌ କଃର୍ତାର୍‌ କି ଲକ୍‌ମଃନ୍‌କେ ଉସ୍‌କାଉତାର୍‌ ନଃଦେକ୍‌ତି ।
13 ପୁଣି, ଏବେ ଏମାନେ ମୋ ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ନେଇ ଅଭିଯୋଗ କରୁଅଛନ୍ତି, ସେହିସବୁ ଆପଣଙ୍କ ନିକଟରେ ପ୍ରମାଣ କରିପାରନ୍ତି ନାହିଁ।
ଆରେକ୍‌ ଅଃବେ ଇମଃନ୍‌ ମର୍‌ ବିରଦେ ଜୁୟ୍‌ସଃବୁ ଦଃସ୍‌ ଦଃରି ଆଚ୍‌ତି ଇ ସଃବୁ ବିସୟେ ତର୍‌ ତଃୟ୍‌ କାୟ୍‌ ସାକି ଦେଉଁ ନଃହାର୍‌ତି ।
14 କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ୱାସ କରେ;
ମଃତର୍‌ ଇମଃନ୍‌ ଜାକେ ଗଟେକ୍‌ ମିଚ୍ ଦସି ବଃଲି କଃଉଁଲାୟ୍‌ ମୁୟ୍‌ଁ ସେ ଦଃର୍ମ୍‌ ହଃର୍କାରେ ଅଃମାର୍‌ ଦାଦିବାବୁମଃନାର୍‌ ଇସ୍ୱରାର୍‌ ହୁଜା କଃରୁଲେ, ଜାୟ୍‌ ଜାୟ୍‌ରି ବିଦି ହଃର୍କାରେ ଆର୍‌ ଜାୟ୍‌ ଜାୟ୍‌ରି ବାବ୍‌ବାଦି ସାସ୍ତରେ ଲେକା ଆଚେ, ସେରି ସଃବୁ ମୁୟ୍‌ଁ ବିସ୍ୱାସ୍‌ କଃରୁଲେ ।
15 ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ବରଙ୍କଠାରେ ସେହି ପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି।
ଆରେକ୍‌ ଦଃର୍ମି ଆର୍‌ ହାହିମଃନ୍ ଉଟ୍‌ତି ବଃଲି ଜାୟ୍‌ରି ଇମଃନ୍‌ ନିଜେ ଜାଣୁଲାୟ୍‌, ମୁୟ୍‌ଁ ହେଁ ଇସ୍ୱର୍‌ ତଃୟ୍‌ ସେନ୍‌କାର୍‌ ବଃର୍ସା କଃରି ଆଚି ବଃଲି ତର୍‌ ତଃୟ୍‌ ମାନୁଲେ ।
16 ଏହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ବରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ।
ଇତାର୍‌ ଗିନେ ମୁୟ୍‌ଁ ହେଁ ସଃବୁ ବଃଳ୍‌ ଇସ୍ୱର୍‌ ଆର୍‌ ମାନାୟ୍‌ ତଃୟ୍‌ ନିର୍ଦସି ମଃନେ ରେଉଁକ୍‌ ଜଃତୁନ୍ କଃରୁଲେ ।
17 ଅନେକ ବର୍ଷ ପରେ ମୁଁ ମୋହର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି।
“ବୁତେକ୍‌ ବଃର୍ସ୍‌ କାଳ୍‌ ମୁୟ୍‌ଁ ଜିରୁସାଲମ୍‌ ହୁଣି ଦୁରିକ୍‌ ରିଲା ହଃଚେ ମର୍‌ ନିଜାର୍‌ ଲକ୍‌ମଃନାର୍‌ ଗିନେ ଦାନ୍‌ ଦେଉଁକ୍‌ ଆର୍‌ ହୁଜା କଃରୁକେ ଜିରୁସାଲମେ ଜାୟ୍‌ରିଲେ ।
18 ସେହି ସମୟରେ ଏମାନେ ମୋତେ ମନ୍ଦିରରେ ଶୁଚି ହୋଇଥିବାର ଦେଖିଲେ; ମୁଁ କୌଣସି ଜନତା କିମ୍ବା ଗଣ୍ଡଗୋଳରେ ମିଶି ନ ଥିଲି, କିନ୍ତୁ ଏସିଆ ପ୍ରଦେଶର କେତେକ ଯିହୁଦୀ ଲୋକମାନେ ଥିଲେ;
ସଃଡେବଃଳ୍‌ ଇମଃନ୍‌ ମକ୍‌ ମନ୍ଦିରେ ସୁଚି ଅୟ୍‌ରିଲାର୍‌ ଦଃକ୍‌ଲାୟ୍‌ । ମୁୟ୍‌ଁ କୁୟ୍‌ ଲକ୍‌ମଃନାର୍‌ ତଃୟ୍‌ କି କୁୟ୍‌ କୁର୍ଲିଆ ମଃନାର୍‌ ତଃୟ୍‌ ମିସି ନଃରିଲେ ।
19 ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ୍ ହୋଇଥାଆନ୍ତା।
ମଃତର୍‌ ଆସିଆର୍‌ କଃତେକ୍‌ ଜିଉଦିମଃନ୍ ରିଲାୟ୍‌ । ଜଦି ସେମଃନାର୍‌ ମର୍‌ ବିରଦେ କାୟ୍‌ କଃତା ରିଲେକ୍‌ ତଃବେ ତର୍‌ ଚଃମେ ସେମଃନ୍ ଆସି କାୟ୍‌ ଦଃସ୍‌ ରିଲେକ୍‌ ଜାଣାଉତାର୍‌ ରିଲି ।
20 ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି,
ଆରେକ୍‌ ମୁୟ୍‌ଁ ଜଦି ଅଃନ୍ୟାୟ୍‌ କଃରିଆଚି ବେରାଣେ ଟିଆ ଅୟ୍‌ ଆଚି ସେରି ଜିଉଦି ଲକ୍‌ମଃନ୍ କଃଉଅତ୍‌ ।
21 କେବଳ ସେହି ଗୋଟିଏ କଥା ଛଡ଼ା ମୁଁ ମହାସଭା ସମ୍ମୁଖରେ ଠିଆ ହେବା ସମୟରେ ଏମାନେ ମୋହର କି ଦୋଷ ପାଇଅଛନ୍ତି ତାହା ଏମାନେ ନିଜେ କହନ୍ତୁ।
ସେ ଗଟେକ୍‌ କଃତା ଚାଡି ବେରାଣ୍ ମଃଣ୍ଡାୟ୍‌ ଟିଆ ଅୟ୍‌ଲା ବଃଳ୍‌ ମୁୟ୍‌ଁ ଅଃଟୁଆ ବାବେ କୟ୍‌ରିଲେ, ମଲାଲକ୍‌ମଃନ୍‌ ଉଟ୍‌ତି ବଃଲି ମୁୟ୍‌ଁ ବିସ୍ୱାସ୍‌ କଃରୁଲାକ୍‌ ଆଜି ତୁମିମଃନାର୍‌ ତଃୟ୍‌ ବିଚାର୍‌ କଃରାୟ୍‌ ଅଃଉଁଲେ ।”
22 କିନ୍ତୁ ଫେଲୀକ୍ସ୍‌ ସେହି ମାର୍ଗ ବିଷୟରେ ଅଳ୍ପ ଜାଣିଥିବାରୁ ବିଚାର ସ୍ଥଗିତ ରଖି କହିଲେ ଯେ ସହସ୍ର-ସେନାପତି ଲୂସୀୟା ଆସିଲା ପରେ ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିର୍ଣ୍ଣୟ କରିବା।
ମଃତର୍‌ ପେଲିକ୍‌ସ୍ ସେ ବାଟ୍‌ ବିସୟେ କଃତେକ୍‌ ଜାଣି ରିଲାକ୍‌ ବିଚାର୍‌ ବଃନ୍ଦ୍‌ କଃରି କଃଉଁକେ “ଗଟେକ୍‌ ଆଜାର୍‌ ସଃଇନାର୍‌ ମୁଳ୍‌ ସଃଇନ୍ ଲୁସିଆ ଆୟ୍‌ଲେକ୍‌ ମୁୟ୍‌ଁ ତର୍‌ କଃତା ଚିଡାଇନ୍ଦ୍ ବଃଲି କୟ୍‌ଲା ।”
23 ପୁଣି, ସେ ଶତ-ସେନାପତିଙ୍କୁ ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାହାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାହାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ।
ଆରେକ୍‌ ସେ ସଃଇନ୍‌ ଅଃଦିକାରିକ୍‌ ତାର୍‌ କାୟ୍‌ ନିଜାର୍‌ ଲକ୍‌ ତାର୍‌ ଜଃତୁନ୍ କଃରୁକେ ନାୟ୍‌ ନଃବେଲୁକ୍‌ ଆର୍‌ ତାକେ କଃୟ୍‌ଦି ହର୍‌ ବଚାଉଁକ୍‌ ଆର୍‌ ନିକ କଃରି ଦଃକୁକ୍‌ କୟ୍‌ଲା ।
24 କେତେକ ଦିନ ପରେ ଫେଲୀକ୍ସ୍‌ ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୁଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ।
କଃତିଦିନ୍‌ ହଃଚେ ପେଲିକ୍‌ସ୍ ଦ୍ରୁସିଲା ନାଉଁଆର୍‌ ଅଃହ୍‌ଣାର୍‌ ଜିଉଦି ମାୟ୍‌ଜି ସଃଙ୍ଗ୍ ଆସି ପାଉଲ୍‌କେ କୁଦାୟ୍‌ କ୍ରିସ୍ଟ ଜିସୁର୍‌ ତଃୟ୍‌ ବିସ୍ୱାସ୍‌ କଃତା ତାର୍‌ ତଃୟ୍‌ ହୁଣି ସୁଣ୍‌ଲାୟ୍‌ ।
25 କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍‌ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା।
ମଃତର୍‌ ସେ ଦଃର୍ମି ଆର୍‌ ନିଜ୍‌କେ ମାପ୍ରୁ ତଃୟ୍‌ ସଃହ୍ରି ଅୟ୍‌ କଃରାବ୍‌ କାମ୍‌ ଚାଡ୍‌ତାର୍‌, ବିସ୍ୱାସେ ତିର୍‌ ଅୟ୍‌ରେତାର୍‌ ଆର୍‌ ଆସୁଲା ମାପ୍ରୁର୍‌ ବିଚାର୍‌ କଃର୍ତାର୍‌ କଃଉତା ବଃଳ୍‌ ପେଲିକ୍‌ସ୍ ଡିରି ଜାୟ୍‌ କୟ୍‌ଲା, “ଅଃବେ ତୁୟ୍‌ ଜାଆ, ସୁବିଦା ଅୟ୍‌ଲେକ୍‌ ଆରେକ୍‌ ତକ୍‌ କୁଦାୟ୍‌ନ୍ଦ୍ ।”
26 ଆହୁରି ମଧ୍ୟ ପାଉଲ ତାହାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାହାଙ୍କୁ ଡକାଇ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ।
ଆରେକ୍‌ ହେଁ ପାଉଲ୍‌ ତାକେ ଟଃକା ଦଃୟ୍‌ଦ୍‌ ବଃଲି ପେଲିକ୍‌ସ୍ ଆସା କଃରି ତର୍‌କେ ତର୍‌ ତାକେ କୁଦି ତାର୍‌ ସଃଙ୍ଗ୍ କଃତା ଅଃଉତି ରିଲା ।
27 କିନ୍ତୁ ଦୁଇ ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କୀୟ ଫେଷ୍ଟସ୍ ଫେଲୀକ୍ସ୍‌ଙ୍କ ପଦରେ ନିଯୁକ୍ତ ହେଲେ, ଆଉ ଫେଲୀକ୍ସ୍ ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ।
ମଃତର୍‌ ଦୁୟ୍‌ ବଃର୍ସ୍‌ ହୁର୍ନ୍‌ ଅୟ୍‌ଲା ହଃଚେ ପର୍କିୟ ପେସ୍ଟ ପେଲିକ୍‌ସ୍ ହଃଦେ ବଃସ୍‌ଲା, ଆର୍‌ ପେଲିକ୍‌ସ୍ ଜିଉଦିମଃନାର୍‌ ମଃନ୍‌କେ ଜଃଉଁକେ ମଃନ୍‌କଃରି ପାଉଲ୍‌କେ କଃୟ୍‌ଦି କଃରି ଚାଡି ଗଃଲା ।

< ପ୍ରେରିତ 24 >