< ପ୍ରେରିତ 21 >

1 ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍‌ ଦ୍ବୀପକୁ ଆସିଲୁ, ପରଦିନ ରୋଦା ଦ୍ବୀପକୁ, ପୁଣି, ସେ ସ୍ଥାନରୁ ପାତାରା ସହରକୁ ଆସିଲୁ।
ହେୱାର୍‌ତାଂ ହେଲ ଅସି ଆପେଂ ଜାଜ୍‌ତ ଦୁମ୍‌ଜି ହାଣ୍‍କୁ ହାଜ଼ିତ କସ୍‌ତ ୱାତାପ୍, ଆର୍କାତ୍‌ ନାଜିଂ ରଦାତ, ଆରେ ହେ କାଟାକାଟା ହାଲ୍‌ଜି ପାତାର୍‌ତ ୱାତାପ୍ ।
2 ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ।
ହେବେତାଂ ଆପେଂ ପୈନିକିଆତ ନାସି ହାଲ୍‍ଜି ମାନି ର ଜାଜ୍‌ ଗାଟାଜ଼ି ଆପେଂ ହେବେ ଦୁମ୍‌ଜି ଚାଲାତାପ୍ ।
3 ପରେ ସାଇପ୍ରସ୍ ଦ୍ୱୀପ ଦେଖିବା ମାତ୍ରେ ଆମ୍ଭେମାନେ ବାମ ପାଖ ଛାଡ଼ି ସିରିୟା ଅଞ୍ଚଳକୁ ଯାତ୍ରା କରି ସୋର ସହରରେ ଉପସ୍ଥିତ ହେଲୁ, କାରଣ ସେଠାରେ ଜାହାଜରୁ ମାଲପତ୍ର ଖଲାସ କରିବାର ଥିଲା।
ପାଚେ କୁପ୍ର ହୁଡ଼୍‍ୱିତିଲେ ଆପେଂ ଡେବ୍ରି ବାଗାଙ୍ଗ୍‌ ପିସ୍ତି ସିରିୟାତ ଚାଲାଜ଼ି ଟାୟର୍‌ ଇକାତାପ୍‌, ଇନାକିଦେଂକି ହେବେ ଜାଜ୍‌ତାଂ ଜିନିସ୍‍ ଜୁତ୍‌ନାକା ମାଚାତ୍‌ ।
4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ।
ହେବେତାଂ ଚେଲାରିଂ ଡେକ୍‌ଚି ହେୱାରିଂ ବେଟା ଆଜ଼ି ସାତ୍‌ ଦିନ୍‌ ହେବେ ମାଚାପ୍‍, ଆରେ, ପାଉଲ୍‌ ଇନେସ୍‌କି ଜିରୁସାଲମ୍‌ତ ହାଲୁନ୍‍, ଇଦାଂ କାଜିଂ ହେୱାର୍‌ ଜିବୁନ୍‌ତାଂ ହେୱାନିଂ ଇଚାର୍‌ ।
5 ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ,
ହେ ସାତ୍‌ ଦିନ୍‌ ମାଚି ପାଚେ ହେ ବାହାତାଂ ହାଚାପ୍, ଆରେ ହେୱାର୍‌ ୱିଜ଼ାର୍‌ କଗ୍‌ଲେ ଆରି ହିମ୍‍ଣାୱାକ୍‌ଡ଼ା ହୁକେ ମାଙ୍ଗେଙ୍ଗ୍‌ ଗାଡ଼୍‌ନି ବାର୍ତ ପାତେକ୍‌ ମାଙ୍ଗେଙ୍ଗ୍‌ ପିସ୍ତେଙ୍ଗ୍‌ ୱାତାର୍, ଆରେ, ଆପେଂ ହାମ୍‍ଦୁର୍‌ ଗୁଟିତ ମେଣ୍ଡାଙ୍ଗ୍‌କୁନ୍ଦି କିଜ଼ି ପାର୍ତାନା କିତାପ୍,
6 ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ।
ପାଚେ ଆପେଂ ଜାଜ୍‌ତ ଦୁମ୍‍ତାପ୍, ଆରେ ହେୱାର୍‌ ଇଞ୍ଜ ମାସ୍‌ଦି ହାଚାର୍‌ ।
7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ତଲିମାଇ ପ୍ରଦେଶରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ।
ଆପେଂ ଟାୟର୍‌ତାଂ ଏସ୍‌ଜାଜ୍‌ତାଂ ହାନାକା ୱିସ୍ତି ପାତଲ୍‌ମାଇତ ଏକାତାପ୍ ଆରି ଟଣ୍ଡାର୍‌ରିଂ ଜୱାର୍‌ କିଜ଼ି ର ଦିନ୍‌ ହେୱାର୍‌ ହୁକେ ମାଚାପ୍‌ ।
8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ।
ଆର୍କାତ୍‌ ନାଜିଂ ଆପେଂ କାଇସରିୟାତ ହାଚାପ୍, ଆରେ ସାତ୍‌ ଜାଣ୍‍ତି ବିତ୍ରେ ମାନି ନେକ୍ରିକାବୁର୍‌ ପର୍‌ଚାର୍‌ କିନାକାନ୍‌ ପିଲିପ୍‌ତି ଇଞ୍ଜ ହଣ୍‌ଜି ହେୱାନ୍‌ ହୁକେ ମାଚାପ୍ ।
9 ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ।
ହେୱେକ୍‌ ଚାରି ଜାଣ୍‌ ଜିପଲିକ୍‌ ଗାଡ଼୍‌ଚେକ୍‌, ବେଣ୍‌ବାକ୍‌ଣାୟ୍‌କିନିକିକ୍‌ ମାଚିକ୍‌ ।
10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦିୟା ପ୍ରଦେଶରୁ ଆସିଲେ।
ହେ ବାହାତ ଆପେଂ ବେସି ଦିନ୍‌ ମାଚି ପାଚେ ଆଗାବ ତର୍‌ନି ରୱାନ୍‌ ବେଣ୍‌ବାକ୍‌ଣାୟ୍‌କିନାକାର୍‌ ଜିହୁଦା ରାଜିତାଂ ୱାତାନ୍ ।
11 ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ।
ହେୱାନ୍‌ ମା ଲାଗାୟ୍‌ ୱାଜ଼ି ପାଉଲ୍‌ତି ମ୍ଡେଙ୍ଗାଙ୍ଗ୍‌ ଗାଚ୍‌ୟାନାକା ଡରି ଅଜ଼ି ଜାର୍‌ କେଇଦ ଗାଚ୍‌ଚି ଇଚାନ୍, “ପୁଇପୁୟା ଜିବୁନ୍‌ ଇଦାଂ ଇନାନ୍‌, ଇ ମ୍ଡେଙ୍ଗାଙ୍ଗ୍‌ ଗାଚ୍‌ୟାତି ବେଲ୍‌ଟ୍‌ ମୁଣିକାତିଂ ଜିରୁସାଲମ୍‌ ନିକାର୍‌ ଜିହୁଦିର୍‌ ଏପେଙ୍ଗ୍‌ ଗାଚ୍‌ଚି ପାର୍ତିକିୱି ଜିହୁଦିର୍‌ କେଇଦ ହେଲାୟ୍‌ କିତାର୍‌ ।”
12 ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମ ସହରକୁ ନ ଯିବା ପାଇଁ ବିନତି କଲୁ।
ଇ ୱିଜ଼ୁ କାତା ୱେନ୍‌ଞ୍ଜି ଜିରୁସାଲମ୍‌ତ ହାଲ୍‌ୱି କାଜିଂ ଆପେଂ ଆରି ହେ ବାହାନି ଲକୁ ତାଙ୍ଗ୍‌ ଗୱାରି କିତାପ୍ ।
13 ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କଅଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମ ସହରରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି।
ହେବେ ପାଉଲ୍‌ ଉତର୍‌ ହିତାନ୍‌, “ଏପେଙ୍ଗ୍‌ ଆଡ଼୍‌ବିସ୍‌ ଆରି ମାନ୍ତ କସ୍ଟ ହିଜ଼ି ଇନାକା କିନାଦେରା? ଇନାକିଦେଂକି ଆନ୍‌ ମାପ୍ରୁ ଜିସୁତି ତର୍‌ କାଜିଂ ଜିରୁସାଲମ୍‌ତ କେବଲ୍‌ ଗାଚ୍ୟା ଆଦେଂ ଜାଲ୍‌ଦି, ହେଦାଂ ଆକାୟ୍‌, ମତର୍‌ ହାଦେଂ ପା ଜାଲ୍‌ଦି ମାନାଂ ।”
14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ।
ଆପେଂ ହେୱାରିଂ ବୁଜାୟ୍‌ କିକିୟ୍‌ କିଦେଙ୍ଗ୍‌ ଆଡ୍‌ୱାଦାଂ ହେବେ ରିସା ଆଜ଼ି ଇଚାପ୍‌, “ମାପ୍ରୁତି ଇଚା ପୁରା ଆୟେତ୍‌ ।”
15 ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମ ସହରକୁ ଯାତ୍ରା କଲୁ।
ଆପେଂ ଇ କେତେକ୍‌ ଦିନ୍‌ ପାଚେ ଆଡ଼୍‌ମାଡ଼୍‌ ଅଜ଼ି ଜିରୁସାଲମ୍‌ତ ଚାଲାତାପ୍ ।
16 ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ ସାଇପ୍ରସ୍‍ର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ, ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା।
ଆରେ, ମା ହାଙ୍ଗ୍‌ଦାଂ କାଇସରିୟାତ ପା କେତେକ୍‌ ଜାଣ୍‌ ଚେଲାର୍‌ ହାଚାର୍‌, ହେୱାର୍‌ ସାଇପ୍ରସ୍‌ ମନାସୋନ ତର୍‌ନି ରୱାନ୍‌ ପ୍ଡାନି ଚେଲାଂ ହାଙ୍ଗ୍‌ଦାଂ ତାହିୱାତାର୍‌, ହେୱାନ୍ତି ଇଞ୍ଜ ମାଦାଂ ମାନାକା ମାଚାତ୍‌ ।
17 ଆମ୍ଭେମାନେ ଯିରୂଶାଲମ ସହରରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ବିଶ୍ୱାସୀ ଭାଇମାନେ ଆନନ୍ଦରେ ଗ୍ରହଣ କଲେ।
ଆପେଂ ଜିରୁସାଲମ୍‌ତ ଏକିତିଲେ, ପାର୍ତି କିନି ଟଣ୍ଡାର୍‌ ମାଂ ୱାରିତାଂ ଇଡ୍‌ଦାତାର୍ ।
18 ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ।
ଆର୍କାତ୍‌ ନାଜିଂ ପାଉଲ୍‌ ମାହୁଦାଂ ଜାକୁବ୍‌ ଇଞ୍ଜ ହାଚାନ୍‌, ଆରେ ହେ ବାହାତ ୱିଜ଼ାର୍‌ ପ୍ରାଚିନାର୍‌ ରୁଣ୍ଡାତାର୍ ।
19 ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ, ଈଶ୍ବର ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ୱାରା ସାଧନ କରିଥିଲେ, ଗୋଟି ଗୋଟି କରି ସେହିସବୁ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
ହେୱାନ୍‌ ହେୱାରିଂ ଜୱାର୍‌ କିତି ପାଚେ, ଇସ୍ୱର୍‌ ପାର୍ତିକିୱି ଜିହୁଦିର୍‌ ବିତ୍ରେ ଇମ୍‌ଣି ସବୁ କାମାୟ୍‌ ହେୱାନ୍ତି ହେବା କାଜିଂ ସାଦନ୍‌ କିଜ଼ି ମାଚାନ୍‌ ରଞ୍ଜାଙ୍ଗ୍‌ ରଞ୍ଜାଙ୍ଗ୍‌ କିଜ଼ି ହେ ସବୁ ହେୱାର୍‌ ଲାଗାଂ ୱେଚ୍‌ଚି ମାଚାନ୍‌ ।
20 ସେମାନେ ତାହା ଶୁଣି ଈଶ୍ବରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍‌ଯୋଗୀ।
ହେୱାର୍‌ ହେଦାଂ ୱେନ୍‌ଞ୍ଜି ଇସ୍ୱର୍‌ତିଂ ଜାଜ୍‌ମାଲ୍‌ କିଦେଙ୍ଗ୍‌ ଲାଗାତାର୍‌, ଆରେ ତାଙ୍ଗ୍‌ ଇଚାର୍‌, “ଏ ଟଣ୍ଡେନ୍‌, ଜିହୁଦିର୍‌ତି ବିତ୍ରେ ଜେ ଏଚେକ୍‌ ହାଜାର୍‌ ପାର୍ତି କିନାର୍‌, ଇଦାଂ ଏପେଙ୍ଗ୍‌ ହୁଡ଼୍‌ନାଦେରା, ହେ ୱିଜ଼ୁ ମସାତି ବିଦି ପାକ୍ୟାତ ଆଗେ ।
21 ପୁଣି, ଅଣଯିହୁଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି।
ଆରେ, ପାର୍ତିକିୱି ଜିହୁଦିର୍‌ ବିତ୍ରେ ବାହା କିନାକାର୍ ୱିଜ଼ାର୍‌ ଜିହୁଦିରିଂ ଜାର୍‌ ଜାର୍‌ ହିମ୍‌ଣାକାଂ ସୁନ୍ନତ୍‌ କିୱି ଆରି ବିଦିବିଦାଣି ଲାହାଙ୍ଗ୍‌ ଚାଲାୱାଦାଂ ଇଞ୍ଜି, ମସାତି ବିଦି ପିସ୍ତେଙ୍ଗ୍‌ କାଜିଂ ଏପେଙ୍ଗ୍‌ ଜେ ହେୱାରିଂ ହିକ୍ୟା ହିଜ଼ି ମାନାଟ୍‌, ମି ବିସ୍ରେ ଇ କାବୁର୍‌ ହେୱାର୍‌ ହିତ୍‌ତାର୍ଣ୍ଣା ।
22 ତେବେ କଅଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ।
ଲାଗିଂ ଇନାକା କିୟାନାତ୍‌? ଏପେଙ୍ଗ୍‌ ୱାତାଦେର୍ଣ୍ଣା ଇଞ୍ଜି ହେୱାର୍‌ ହାତେ ୱେନାର୍ ।
23 ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ, ତାହା କର। ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ନେଇଅଛନ୍ତି;
ଲାଗିଂ ଆପେଂ ମିଙ୍ଗ୍‌ ଇନାକା ୱେଚ୍‍ଚାନାପା, ହେଦାଂ କିୟାଟ୍‌ । ମା ଲାଗେ ଚାରି ଜାଣ୍‌ ଲକ୍‌ ମାନାର୍‌, ହେୱାର୍‌ ରଞ୍ଜାଙ୍ଗ୍‌ ଅଡ଼୍‍ଗା ଆତାର୍ଣ୍ଣା;
24 ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର, ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ।
ହେୱାରିଂ ଅଜ଼ି ହେୱାର୍‌ ହୁକେ ଜାର୍‌ତିଂ ସକଟ୍‌ କିୟାଟ୍‌, ଆରେ ହେୱାର୍‌ତି କାପ୍‌ଡ଼ା ହେନ୍‍ନାକା ଲସ୍ କାଉଡ଼ି ପିଣ୍ତାଟ୍, ତା ଆତିସ୍‌ ହେୱାର୍‌ ମି ବିସ୍ରେ ଇମ୍‌ଣି ସବୁ କାବୁର୍‌ ଗାଟାତାର୍ଣ୍ଣା, ହେବେତାଂ ଜେ ମୁଡ଼େ ହାତ୍‌ପା ଆକାୟ୍‌, ଆୱିତିସ୍‌ ଏପେଙ୍ଗ୍‌ ଜେ ନିଜେ ପା ମସାତି ବିଦି ମାନି କିଜ଼ି ଚିନ୍ତା କିନାଦେରା, ଇଦାଂ ୱିଜ଼ାକାର୍‌ ପୁନାର୍‌ ।
25 କିନ୍ତୁ ଯେଉଁ ଅଣଯିହୁଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ଯୌନକ୍ରିୟାଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖିଅଛୁ।
ମତର୍‌ ଇମ୍‌ଣି ପାର୍ତିକିୱି ଜିହୁଦିର୍‌ ପାର୍ତି କିତାର୍ଣ୍ଣା, ହେୱାର୍‌ ଲାଗାଂ ଆପେଂ ର ଆକି ଲେକିକିଜ଼ି ବଲ୍‌ ହିତାପ୍‌ନା ଜେ, ମା ରାଜି ଇସାବ୍ରେ ହେୱାର୍‌ ପୁତ୍‍ଡ଼ା ଲାଗାଂ ପୁଜାକିତି ଆତାତ୍‌ ତିନୁର୍‌, ନେତେର୍‌ ଉଣୁର୍‌, ହାକ୍‌ମଡ଼ିକିତି ଜାତ୍‌ ଜାଇ ତିନୁର୍‌ ଆରି ଦାରିତାଂ ଦେହା ମାନ୍‌ଗାନାର୍‌, ଆପେଂ ଇଦାଂ ବିଚାର୍‌ କିଜ଼ି ଲେକି କିତାପ୍‌ନ୍ନା ।”
26 ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ।
ପାଉଲ୍‌ ହେବେଣ୍ଡାଂ ହେ ଲଗାଂ ଅଜ଼ି ଆର୍କାତ୍‌ ନାଜିଂ ହେୱାର୍‌ ହୁକେ ଜାର୍‌ତିଂ ସକଟ୍‌ କିଜ଼ି ମନ୍ଦିର୍‌ ବିତ୍ରେ ହଟାନ୍, ଆରେ ହେୱାର୍‌ତି କେତ୍‌ଜାଣ୍‍ତିଂ କାଜିଂ ଆକାତ୍‌ ପୁଜା ଆନି ପାତେକ୍‌ ସକଟ୍‍ କାମାୟ୍‌ତ କେତେକ୍‍ ଦିନ୍‌ ଲାଗାନାତ୍, ହେଦାଂ ୱେଚ୍‌ଚାନ୍‌ ।
27 ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଏସିଆର ଯିହୁଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ,
ହେ ସାତ୍‌ ଦିନ୍‌ ପୁରା ଆଜ଼ି ୱାତାନ୍, “ଆସିଆନି ଜିହୁଦିର୍‌ ମନ୍ଦିର୍‌ତ ପାଉଲ୍‌ତିଂ ହୁଡ଼୍‌ଜି ଲକୁରିଂ ଟିଉଲାୟ୍‌ କିତାର୍‌, ଆରେ ହେୱାନିଂ ଆସ୍ତି କିକିରାଡିଂ ଆଜ଼ି ଇଞ୍ଜେଙ୍ଗ୍‌ ଲାଗାତାର୍‌,
28 ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‍ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି।
ଏ ଇସ୍ରାଏଲିୟନି ଲକୁ, ସାଇଜ କିଦାଟ୍‌; ସବୁ ବାହାତ ଇମ୍‌ଣି ମାନାୟ୍‌ ମା ଜାତି, ମସାତି ବିଦି ଆରି ଇ ବାହା ବିରୁଦ୍‌ତ ୱିଜ଼ାରିଂ ହିକ୍ୟା ହିନାନ୍‌, ହେୱାନ୍‌ ଇୱାନ୍‌; ଆରେ ପା ଗ୍ରିକ୍‌କାରିଂ ପା ମନ୍ଦିର୍‌ ବିତ୍ରେ ତାସି ପୁଇପୁୟା ବାହାତ ବିଟାଡ଼୍‌ କିତାନ୍‌ନ୍ନା ।”
29 କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସବାସୀ ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ।
ଇନାକିଦେଂକି ହେୱାର୍‌ ଆଗେ ଗାଡ଼୍‌ ବିତ୍ରେ ପାଉଲ୍‌ ଲାହାଙ୍ଗ୍‌ ଏପିସିୟନି ତ୍ରପିମତିଂ ହୁଡ଼୍‌ଜି ମାଚାର୍‌, ଆରେ ପାଉଲ୍‌ ହେୱାନିଂ ମନ୍ଦିର୍‌ ବିତ୍ରେ ତାହିୱାନାର୍‍ ଇଞ୍ଜି ଇଟ୍‌କାଡ଼୍‌ କିଜ଼ି ମାଚାର୍‌ ।
30 ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା।
ଇବେଣ୍ଡାଂ ଗାଡ଼୍‌ ସବୁ ୱିଣ୍‍ତାତ୍, ଲକୁ ରବେ ହନ୍ତାର୍‌, ଆରେ ହେୱାର୍‌ ପାଉଲ୍‌ତିଂ ଆସ୍ତି ମନ୍ଦିର୍‌ ବାର୍ତ ଜେଲ୍‍ଜି ତାହିୱାତାର୍‌; ଆରେ ହେ ଦାପ୍ରେ ଦୁୱେର୍‌ ସବୁ ଗେସ୍‍ତାର୍ ।
31 ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର-ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା।
ଆରେ, ହେୱାନିଂ ହେୱାର୍‌ ଟ୍ରାକ୍‍ତେଂ କାଜିଂ ସେସ୍ଟା କିତିଲେ, ୱିଜ଼ାର୍‌ ଜିରୁସାଲମ୍‌ ଗଣ୍ଡ୍‌ଗଲ୍‍ତ ବାର୍ତି ଆତାତ୍‌ନ୍ନା ଇଞ୍ଜି ରମିୟ ମେଲ୍ୟାର୍‍ ହାଜାର୍‌ ମୁସ୍ତିଦାର୍ ଲାଗେ କାବୁର୍‌ ୱାତାତ୍ ।
32 ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତ-ସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର-ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ।
ହେବେଣ୍ଡାଂ ହେ ଦାପ୍ରେ ମେଲ୍ୟା ଆରି ପାଞ୍ଚ୍‌କଡ଼ି ମେଲ୍ୟାର୍‍ ଅସି ହେୱାର୍‌ ଲାଗେ ହନ୍ତାର୍‌ । ହେୱାର୍‌ ହାଜାର୍‌ ମୁସ୍ତିଦାର୍ ଆରି ମେଲ୍ୟାରିଂ ହୁଡ଼୍‌ଜି ପାଉଲ୍‌ତିଂ ଟ୍ରାକ୍‍ତେଂ ବନ୍ଦ୍‌ କିତାର୍‌ ।
33 ସେତେବେଳେ ସହସ୍ର-ସେନାପତି ପାଖକୁ ଆସି ତାହାଙ୍କୁ ଧରି ଦୁଇଟା ଜଞ୍ଜିରରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କଅଣ କରିଅଛି ବୋଲି ପଚାରିଲେ।
ହେ ଏଚେକାଡ଼୍‌ଦ ହାଜାର୍‌ ମୁସ୍ତିଦାର୍ ଲାଗେ ୱାଜ଼ି ହେୱାନିଂ ଆସ୍ତି ରିଣ୍ଡି ହିକ୍‌ଡ଼ିଂତାଂ ହେୱାନିଂ ଗାଚ୍‍ଚେଂ ବଲ୍‌ ହିତାନ୍‌, “ଆରେ ହେୱାନ୍‌ ଇନେନ୍‌ ଆରି ଇନାକା କିତାନ୍‌ନ୍ନା ଇଞ୍ଜି ୱେନ୍‌ବାତାନ୍‌ ।”
34 ସେଥିରେ ଲୋକମାନଙ୍କ ମଧ୍ୟରୁ କେହି ଏ କଥା, କେହି କେହି ସେକଥା କହି ଚିତ୍କାର କରିବାକୁ ଲାଗିଲେ। ଆଉ, ସେ ଗଣ୍ଡଗୋଳର କାରଣ ନିଶ୍ଚୟରୂପେ କିଛି ଜାଣି ନ ପାରିବାରୁ, ତାହାଙ୍କୁ ଗଡ଼କୁ ନେଇଯିବା ପାଇଁ ଆଦେଶ ଦେଲେ।
ହେବେ ଲକୁ ବିତ୍ରେ ଇନେର୍‌ ଇ କାତା, ଇନେର୍‌ ଇନେର୍‌ ହେ କାତା ଇଞ୍ଜି କିକିରାଡିଂ କିଦେଙ୍ଗ୍‌ ଲାଗାତାର୍‌ । ଆରେ, ହେ ଗଣ୍ଡ୍‌ଗଲ୍‍ନି ଇନାକିଦେଂକି ହାତେନେ ମୁଡ଼େ ପୁଞ୍ଜେଙ୍ଗ୍‌ ଆଡ଼୍‍ତିଲେ ହେୱାନିଂ ମେଲ୍ୟାର୍‌ ମାନି ବାହାତ ଅଦେଂ କାଜିଂ ବଲ୍‌ ହିତାନ୍‌ ।
35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାଙ୍କୁ ବୋହି ନେଇଯିବାକୁ ପଡ଼ିଲା,
ଆରେ, ଏଚେକାଡ଼୍‌ଦ ହେୱାନ୍‌ ପାଉଜ୍‌ ଜପି ୱାତାନ୍, ହେ ଏଚେକାଡ଼୍‌ଦ ଲକୁ ରିସା କାଜିଂ ମେଲ୍ୟାର୍‌ ପାଉଲ୍‌ତିଂ ପିଣ୍ଡ୍‌ଜି ଅଦେଂ ଲାଗାତାର୍‌,
36 କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ।
ଇନାକିଦେଂକି ତାଙ୍ଗ୍‌ ଅହାଟ୍‌ ଇଞ୍ଜି ବେସି ଲକୁ ପାଚେ ହାଲୁ ହାଲୁ କିକିରାଡିଂ କିଜ଼ି ଅହାଟ୍‌, “ଅହାଟ୍‌ ଇଞ୍ଜି ମାଚାର୍‌ ।”
37 ସେମାନେ ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ପାଇଁ ଚେଷ୍ଟା କରିବା ସମୟରେ, ସେ ସହସ୍ର-ସେନାପତିଙ୍କୁ କହିଲେ, ମୁଁ ଆପଣଙ୍କୁ କିଛି କହିପାରେ କି? ସେଥିରେ ସେ କହିଲେ ତୁମ୍ଭେ କି ଗ୍ରୀକ୍‍ ଜାଣ?
ହେୱାର୍‌ ପାଉଲ୍‌ତିଂ ବାହା ବିତ୍ରେ ଅଦେଂ କାଜିଂ ଜାଲ୍‌ଦି କିନି ୱେଡ଼ାଲିଂ ହେୱାନ୍‌ ହାଜାର୍‌ ମେଲ୍ୟାରିଂ ଇଚାନ୍‌, “ଆନ୍‌ ମିଙ୍ଗ୍‌ ଇନାକା ଇଞ୍ଜେଙ୍ଗ୍‌ ଆଡ୍‌ନାଂ କି?” ହେବେଣ୍ଡାଂ ହେୱାନ୍‌ ଇଚାନ୍‌, “ଏନ୍‌ କି ଗ୍ରିକ୍‌ ପୁନାୟ୍‌?”
38 ତେବେ, ଏଥିପୂର୍ବେ ଯେଉଁ ମିସରୀୟ ଲୋକ ବିଦ୍ରୋହ ଲଗାଇ ଚାରି ହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ?
ଲାଗିଂ, “ଇ ଆଗେ ଇମ୍‌ଣି ମିସରିୟର୍‌ ଲକୁ ରାଟୁ କିଜ଼ି ଚାରି ହାଜାର୍‌ କାଙ୍ଗାରୁଙ୍ଗ୍‌ ବାଟାତ ଅଜ଼ି ମାଚାର୍‌, ଏନ୍‌ କି ହେୱାନ୍‌ ଆକାୟ୍‌?”
39 ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଯିହୁଦୀ, କିଲିକିୟା ଅଞ୍ଚଳର, ତାର୍ଷ ନାମକ ଏକ ପ୍ରସିଦ୍ଧ ସହରର ନାଗରିକ; ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି।
ହେବେଣ୍ଡାଂ ପାଉଲ୍‌ ଇଚାନ୍‌, “ଆନ୍‌ତ ରୱାନ୍‌ ଜିହୁଦି, ତାର୍ସ ଗାଡ଼୍‌ନି ଲକୁ, କିଲିକିୟାନି ର ଗାଜା ଗାଡ଼୍‌ନି ମାନାୟ୍‌; ଇ ଲକୁରିଂ କାତା ଇଞ୍ଜେଙ୍ଗ୍‌ କାଜିଂ ନାଙ୍ଗ୍‌ ଦାଇତ୍‌ ହିଦେଂ କାଜିଂ ଆନ୍‌ ନିଂ ଗୱାରି କିଦ୍‌ନାଙ୍ଗା ।”
40 ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ୱାରା ସଙ୍କେତ କଲେ; ଆଉ ସମସ୍ତେ ନୀରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ,
ହେୱାନ୍‌ ଦାଇତ୍‌ ହିତିଲେ ପାଉଲ୍‌ ପାଉଜ୍‌ ଇଞ୍ଜ ଲକୁରିଂ କେଇ ହୁଦାଂ ଚଚ୍‍ଚାନ୍; ଆରେ, ୱିଜ଼ାର୍‌ ଚିମ୍ରା ଆତି ପାଚେ ହେୱାନ୍‌ ଏବ୍ରି ବେରଣ୍‌ତ ହେୱାରିଂ ଇଞ୍ଜେଙ୍ଗ୍‌ ଲାଗାତାନ୍‌ ।

< ପ୍ରେରିତ 21 >