< ପ୍ରେରିତ 21 >

1 ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍‌ ଦ୍ବୀପକୁ ଆସିଲୁ, ପରଦିନ ରୋଦା ଦ୍ବୀପକୁ, ପୁଣି, ସେ ସ୍ଥାନରୁ ପାତାରା ସହରକୁ ଆସିଲୁ।
When it happened that we had parted from them and had set sail, we came with a straight course to Cos, and the next day to Rhodes, and from there to Patara.
2 ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ।
Having found a ship crossing over to Phoenicia, we went aboard, and set sail.
3 ପରେ ସାଇପ୍ରସ୍ ଦ୍ୱୀପ ଦେଖିବା ମାତ୍ରେ ଆମ୍ଭେମାନେ ବାମ ପାଖ ଛାଡ଼ି ସିରିୟା ଅଞ୍ଚଳକୁ ଯାତ୍ରା କରି ସୋର ସହରରେ ଉପସ୍ଥିତ ହେଲୁ, କାରଣ ସେଠାରେ ଜାହାଜରୁ ମାଲପତ୍ର ଖଲାସ କରିବାର ଥିଲା।
When we had come in sight of Cyprus, leaving it on the left hand, we sailed to Syria, and landed at Tyre, for there the ship was to unload her cargo.
4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ।
Having found the disciples, we stayed there seven days. These said to Paul through the Spirit, that he should not go up to Jerusalem.
5 ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ,
When it happened that we had accomplished the days, we departed and went on our journey. They all, with wives and children, brought us on our way until we were out of the city. And after kneeling down on the beach and praying,
6 ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ।
we said farewell to one another. And we went on board the ship, and they returned to their own.
7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ତଲିମାଇ ପ୍ରଦେଶରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ।
When we had finished the voyage from Tyre, we arrived at Ptolemais. We greeted the brothers, and stayed with them one day.
8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ।
On the next day, we departed and came to Caesarea. We entered into the house of Philip the evangelist, who was one of the seven, and stayed with him.
9 ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ।
Now this man had four virgin daughters who prophesied.
10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦିୟା ପ୍ରଦେଶରୁ ଆସିଲେ।
As we stayed there some days, a certain prophet named Agabus came down from Judea.
11 ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ।
Coming to us, and taking Paul's belt, he bound his own feet and hands, and said, "Thus says the Holy Spirit: 'So will the Jews in Jerusalem bind the man who owns this belt, and will deliver him into the hands of non-Jewish people.'"
12 ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମ ସହରକୁ ନ ଯିବା ପାଇଁ ବିନତି କଲୁ।
When we heard these things, both we and the people of that place urged him not to go up to Jerusalem.
13 ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କଅଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମ ସହରରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି।
Then Paul answered, "What are you doing, weeping and breaking my heart? For I am ready not only to be bound, but also to die at Jerusalem for the name of the Lord Jesus."
14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ।
When he would not be persuaded, we ceased, saying, "The Lord's will be done."
15 ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମ ସହରକୁ ଯାତ୍ରା କଲୁ।
After these days we took up our baggage and went up to Jerusalem.
16 ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ ସାଇପ୍ରସ୍‍ର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ, ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା।
Some of the disciples from Caesarea also went with us, bringing one Mnason of Cyprus, an early disciple, with whom we would stay.
17 ଆମ୍ଭେମାନେ ଯିରୂଶାଲମ ସହରରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ବିଶ୍ୱାସୀ ଭାଇମାନେ ଆନନ୍ଦରେ ଗ୍ରହଣ କଲେ।
When we had come to Jerusalem, the brothers received us gladly.
18 ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ।
The day following, Paul went in with us to James; and all the elders were present.
19 ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ, ଈଶ୍ବର ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ୱାରା ସାଧନ କରିଥିଲେ, ଗୋଟି ଗୋଟି କରି ସେହିସବୁ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।
When he had greeted them, he reported one by one the things which God had worked among the non-Jewish people through his ministry.
20 ସେମାନେ ତାହା ଶୁଣି ଈଶ୍ବରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍‌ଯୋଗୀ।
They, when they heard it, glorified God. They said to him, "You see, brother, how many thousands there are among the Jews of those who have believed, and they are all zealous for the Law.
21 ପୁଣି, ଅଣଯିହୁଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି।
They have been informed about you, that you teach all the Jews who are among the non-Jews to forsake Moses, telling them not to circumcise their children neither to walk after the customs.
22 ତେବେ କଅଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ।
What then? The multitude must certainly meet. They will hear that you have come.
23 ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ, ତାହା କର। ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ନେଇଅଛନ୍ତି;
Therefore do what we tell you. We have four men who have taken a vow.
24 ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର, ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ।
Take them, and purify yourself with them, and pay their expenses for them, that they may shave their heads. Then all will know that there is no truth in the things that they have been informed about you, but that you yourself also walk keeping the Law.
25 କିନ୍ତୁ ଯେଉଁ ଅଣଯିହୁଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ଯୌନକ୍ରିୟାଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖିଅଛୁ।
But concerning the non-Jewish who believe, we have written our decision that they should keep themselves from food offered to idols, from blood, from strangled things, and from sexual immorality."
26 ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ।
Then Paul took the men, and the next day, purified himself and went with them into the temple, declaring the fulfillment of the days of purification, until the offering was offered for every one of them.
27 ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଏସିଆର ଯିହୁଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ,
When the seven days were almost completed, the Jews from Asia, when they saw him in the temple, stirred up all the crowd and laid hands on him,
28 ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‍ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି।
crying out, "Men of Israel, help. This is the man who teaches all men everywhere against the people, and the Law, and this place. Moreover, he also brought Greeks into the temple, and has defiled this holy place."
29 କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସବାସୀ ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ।
For they had previously seen Trophimus, the Ephesian, with him in the city, and they supposed that Paul had brought him into the temple.
30 ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା।
All the city was moved, and the people ran together. They seized Paul and dragged him out of the temple. Immediately the doors were shut.
31 ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର-ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା।
As they were trying to kill him, news came up to the commanding officer of the regiment that all Jerusalem was in an uproar.
32 ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତ-ସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର-ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ।
Immediately he took soldiers and centurions, and ran down to them. They, when they saw the chief captain and the soldiers, stopped beating Paul.
33 ସେତେବେଳେ ସହସ୍ର-ସେନାପତି ପାଖକୁ ଆସି ତାହାଙ୍କୁ ଧରି ଦୁଇଟା ଜଞ୍ଜିରରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କଅଣ କରିଅଛି ବୋଲି ପଚାରିଲେ।
Then the commanding officer came near, arrested him, commanded him to be bound with two chains, and inquired who he was and what he had done.
34 ସେଥିରେ ଲୋକମାନଙ୍କ ମଧ୍ୟରୁ କେହି ଏ କଥା, କେହି କେହି ସେକଥା କହି ଚିତ୍କାର କରିବାକୁ ଲାଗିଲେ। ଆଉ, ସେ ଗଣ୍ଡଗୋଳର କାରଣ ନିଶ୍ଚୟରୂପେ କିଛି ଜାଣି ନ ପାରିବାରୁ, ତାହାଙ୍କୁ ଗଡ଼କୁ ନେଇଯିବା ପାଇଁ ଆଦେଶ ଦେଲେ।
Some shouted one thing, and some another, among the crowd. When he could not find out the truth because of the noise, he commanded him to be brought into the barracks.
35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାଙ୍କୁ ବୋହି ନେଇଯିବାକୁ ପଡ଼ିଲା,
When he came to the stairs, it happened that he was carried by the soldiers because of the violence of the crowd;
36 କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ।
for the crowd of the people followed after, crying out, "Away with him."
37 ସେମାନେ ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ପାଇଁ ଚେଷ୍ଟା କରିବା ସମୟରେ, ସେ ସହସ୍ର-ସେନାପତିଙ୍କୁ କହିଲେ, ମୁଁ ଆପଣଙ୍କୁ କିଛି କହିପାରେ କି? ସେଥିରେ ସେ କହିଲେ ତୁମ୍ଭେ କି ଗ୍ରୀକ୍‍ ଜାଣ?
As Paul was about to be brought into the barracks, he asked the commanding officer, "May I speak something to you?" He said, "Do you know Greek?
38 ତେବେ, ଏଥିପୂର୍ବେ ଯେଉଁ ମିସରୀୟ ଲୋକ ବିଦ୍ରୋହ ଲଗାଇ ଚାରି ହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ?
Are you not then the Egyptian, who before these days stirred up to sedition and led out into the wilderness the four thousand men of the Assassins?"
39 ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଯିହୁଦୀ, କିଲିକିୟା ଅଞ୍ଚଳର, ତାର୍ଷ ନାମକ ଏକ ପ୍ରସିଦ୍ଧ ସହରର ନାଗରିକ; ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି।
But Paul said, "I am a Jew, from Tarsus in Cilicia, a citizen of no insignificant city. I beg you, allow me to speak to the people."
40 ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ୱାରା ସଙ୍କେତ କଲେ; ଆଉ ସମସ୍ତେ ନୀରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ,
When he had given him permission, Paul, standing on the stairs, beckoned with his hand to the people. When there was a great silence, he spoke to them in the Hebrew language, saying,

< ପ୍ରେରିତ 21 >