< ପ୍ରେରିତ 20 >

1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ।
ଏ଼ ଗଡ଼୍‌ହା ଡୂଙ୍ଗିତି ଡା଼ୟୁ ପା଼ୱୁଲ ସୀସୁୟାଁଣି କୂଡ଼ି କିହାନା ଏ଼ୱାରାଇଁ ବା଼ର୍ସୁତି କାତା ୱେସ୍ତେସି, ଏ଼ୱାରି ତା଼ଣାଟି ହେଲ ଅ଼ହାନା ମାକିଦନିୟାତା ହାଚେସି ।
2 ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ପରେ ଗ୍ରୀସ୍‍କୁ ଆସିଲେ।
ଏ଼ୱାସି ବାରେ ନା଼ସ୍‌କାଟି ହାଜିହିଁ, ହା଼ରେକା ସୀସୁୟାଁଣି ବା଼ର୍ସୁ ହୀହାନା ଗ୍ରିସ୍‌ ଦେ଼ସାତା ହାଚେସି ।
3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ।
ଏମ୍ବାଟିଏ ଏ଼ୱାସି ଏମ୍ବାଆଁ ତୀନି ଲେ଼ଞ୍ଜୁ ଡ଼ୟିତେସି, ଏ଼ୱାସି ସିରିୟାତା ହାଜାଲି ତିୟାରା ଆ଼ହିମାଚି ବେ଼ଲାତା, ଜୀହୁଦି ଲ଼କୁ ଏ଼ୱାଣାଇଁ ପା଼ୟାଲି ତୀରି କିହାମାନେରି ଇଞ୍ଜିଁ କାବ୍ରୁ ପୁଞ୍ଜାନା ମାକିଦନିୟା ୱାକିଟି ୱେଣ୍ତେ ହାଜାଲି ତୀରି କିତେସି ।
4 ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ।
ଅ଼ଡ଼େ ବେରିୟା ତାସି ପୁର୍‌ତି ମୀର୍‌ଏସି ସପାତର, ଅ଼ଡ଼େ ତେସଲନିକି ଗା଼ଡ଼ାତି ଆରିସ୍ତାର୍କ, ସେକୁନ୍ଦ, ଦର୍ବିତି ଗାୟ, ତିମତି ଅ଼ଡ଼େ ଆସିୟାତି ଲ଼କୁ ବିତ୍ରାଟି ତୁକିକ ଅ଼ଡ଼େ ତ୍ରପିମ ଏ଼ୱାଣିତଲେ ହାଚେରି ।
5 ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୋୟା ସହରରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ।
ଏ଼ୱାରି ବାରେଜା଼ଣା ନ଼କେଏ ହାଜାନା ତ୍ରୟାତା ମାଙ୍ଗେ କା଼ଚିମାଞ୍ଜାତେରି ।
6 ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।
ଅ଼ଡ଼େ ପୁଲା ଗୁଣ୍ତା ଆଣ୍ତାଆତି ରୂଟି ତିନି ପାର୍ବୁ ଡା଼ୟୁ ମା଼ମ୍ବୁ ପିଲିପିଟି ଏ଼ୟୁ ଜା଼ଜାଟି ହାଚମି, ଇଞ୍ଜାଁ ପା଼ସା ଦିନା ଡା଼ୟୁ ତ୍ରୟାତା ଏ଼ୱାରାଇଁ ବେଟାଆ଼ହାନା; ଏମ୍ବାଆଁ ର଼ ୱା଼ରା ଡ଼ୟିତମି ।
7 ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ।
ୱା଼ରାତି ମୂଲୁ ଦିନାତି ମିଡ଼୍‌ଅଲା ରା଼ନ୍ଦା ତିଞ୍ଜାଲି ରୁଣ୍ତା ଆ଼ହାମାଚମି, ପା଼ୱୁଲ ଅ଼ର ନେ଼ଚୁ ହାନାୟି ମାଚାକି ଏ଼ୱାସି ଲ଼କୁଣି ମାଦି ନେ଼କେରି ପାତେକା ନେହିଁ କାତା ୱେସିମାଚେସି ।
8 ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା।
ମା଼ମ୍ବୁ କୂଡ଼ା ଆ଼ହାମାନି ଲାକନି ପାରୁତି ଇଲୁତା ଏମ୍ବାଆଁ ହା଼ରେକା ଦୀୱଁୟାଁ ଡ଼ୀଞ୍ଜିମାଚୁ ।
9 ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆପଣା ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା।
ଅ଼ଡ଼େ ଇୱୁତୁକ ଇନି ର଼ ଦାଂଗ୍‌ଣେଏସି କିଡ଼୍‌କି ଲାକ କୁଗାମାଚେସି, ଏ଼ୱାଣାକି ହା଼ରେକା ଇଦା ୱା଼ହିମାଚେ; ଇଞ୍ଜାଁ ପା଼ୱୁଲ କାତା ହା଼ରେକା ଲାମ୍ବା କିହିଁ ୱେସିମାଚାକି ଇୱୁତୁକ ତୀନି ପାରୁ ଗାଟି ଇଲୁ ଲାକଟି ଡ଼଼ଇ ରୀତେସି, ଏଚିବେ଼ଲା ଏ଼ୱାରି ଇୱୁତୁକଇଁ ନିକ୍‌ହେରି, ଏ଼ୱାସି ହା଼ହାମାଚେସି ।
10 ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡ଼ି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି।
୧୦ସାମା ପା଼ୱୁଲ ଡ଼଼ଇ ରେ଼ଚାୱା଼ହାନା ଏ଼ୱାଣି ମୁହେଁ ମାର୍‌ହାନା ଏ଼ୱାଣାଇଁ ପମାନା ଏଲେଇଚେସି, “ଆଜାଆଦୁ ଇଚିହିଁ ଈୱାଣି ତା଼ଣା ଜୀୱୁ ମାନେ ।”
11 ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ।
୧୧ଡା଼ୟୁ ଲାକ ହାଜାନା ରୂଟି ବା଼ଟିକିହାଁ ତିଚେରି, ଇଞ୍ଜାଁ ଲା଼ଇ ୱେ଼ୟିନି ପାତେକା ହା଼ଡାକାତା ଆ଼ହାନା ପା଼ୱୁଲ ହାଚେସି ।
12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ।
୧୨ଅ଼ଡ଼େ ଲ଼କୁ ଏ଼ ଦାଂଗ୍‌ଣା କକାଣାଇଁ ଜୀୱୁତଲେ ଇଜ ଅ଼ହିଁ ହାଚେରି ଇଞ୍ଜାଁ ଏ଼ୱାରି ହା଼ରେକା ବା଼ର୍ସୁ ବେଟାଆ଼ତେରି ।
13 କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ।
୧୩ସାମା ମା଼ମ୍ବୁ ନ଼କେଏ ଜା଼ଜାତା ହ଼ଚାନା ଆସସ୍‌ତା ହାଚମି, ଏମ୍ବାଟିଏ ମା଼ମ୍ବୁ ପା଼ୱୁଲଇଁ ଅ଼ହାଲି ଅଣ୍‌ପାମାଚମି, ଇଚିହିଁ ଏ଼ୱାସି ତା଼ନୁଏ ତା଼କିହିଁ ହାଜାଲି ତୀରି କିହାମାଚେସି ।
14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍‌ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ,
୧୪ଏଚିବେ଼ଲା ଏ଼ୱାସି ଆସସ୍‌ତା ମାଙ୍ଗେ ବେଟା ଆୟାଲିଏ, ମା଼ମ୍ବୁ ଜା଼ଜାତା ଏ଼ୱାଣାଇଁ ମିତିଲିନିତା ତାଚିହିଁ ୱା଼ତମି,
15 ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖୀୟସ୍ ଦ୍ୱୀପ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ୱିତୀୟ ଦିନରେ ଜାହାଜ ସାମ ଦ୍ୱୀପରେ ଲଗାଇଲୁ ଓ ଆରଦିନ ମୀଲୀତ ସହରରେ ପହଞ୍ଚିଲୁ।
୧୫ଅ଼ଡ଼େ ଏମ୍ବାଟି ହାଜାନା ଏ଼ ଅ଼ର ନେ଼ଚୁ କିଅସତା ଏଗାହାଚମି, ଅ଼ଡ଼େ ର଼ ଦିନାତି ଜେ଼ଚ ସାମସ୍‌ତା ଏଜାହାଁ, ତାନି ଅ଼ର ନେ଼ଚୁ ମିଲିତତା ଏଗାହାଚମି ।
16 କାରଣ ପାଉଲଙ୍କ ଏସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୂଶାଲମ ସହରରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।
୧୬ଇଚିହିଁ ପା଼ୱୁଲ ଆସିୟା ରା଼ଜିତା ହା଼ରେକା ଦିନା ଡ଼ୟାଆନା, ଈଦାଆଁତାକି ଏ଼ୱାସି ଏପିସିୟ ପିସାନା ହାଜାଲି ତୀରି କିହାମାଚେସି, ଆ଼ତିସାରେ ପେନ୍ତିକସ୍ତ ଦିନା ଜିରୁସାଲମତା ଏଗାହାଜାଲି ଦାଗା ଆ଼ହିମାଚେସି ।
17 ମୀଲୀତରୁ ସେ ଏଫିସ ସହରକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ।
୧୭ମିଲିତଟିଏ ପା଼ୱୁଲ ଏପିସିୟ କୁଲମିତି କାଜା ଲ଼କୁଣି କାବ୍ରୁ ପାଣ୍ତାନା ହା଼ଟିକିତେସି ।
18 ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି,
୧୮ଏ଼ୱାରି ତାମି ତା଼ଣା ୱାୟାଲିଏ, ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ଆସିୟାତା ନା଼ନୁ ଏଦାତି ଦିନାଟିଏ ମୀ ତଲେ ଏ଼ନିକିହିଁ ମାଚେଏଁ ମୀରୁ ପୁଞ୍ଜାମାଞ୍ଜେରି,
19 ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି,
୧୯ପ୍ରବୁତି ହ଼ଲେଏଣା ଆ଼ହାନା ଜାହାରାଇଁ ଊଣା କିହାଁ ଅ଼ଡ଼େ କାଣ୍ତ୍ରୁ ବକ୍‌ହାଁ ନାଙ୍ଗେ ସା଼ସ୍ତି ୱା଼ତାଟି ନା଼ନୁ ପ୍ରବୁତି ସେ଼ବା କିତେଏଁ, ଏ଼ନାଆଁତାକି ଇଚିହିଁ ଏଚରଜା଼ଣା ଜୀହୁଦି ଲ଼କୁତି ପାରୁ ପାରିମାଚାକି ।
20 କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ,
୨୦ମୀରୁ ପୁଞ୍ଜାମାଞ୍ଜେରି, ନା଼ନୁ ପାଙ୍ଗାୱେ଼ଙ୍ଗେ ଲ଼କୁତା଼ଣା ୱେହ୍‌ନାଟି ଅ଼ଡ଼େ ମିଙ୍ଗେତାକି ଇଲୁତା ୱେସ୍ତାନି ବେ଼ଲାତା ମୀ ନେହେଁ ଆ଼ନିଲେହେଁତି ଏ଼ନାଆଁ ଜିକେଏ ଡ଼ୁକ୍‌ହା ହିଲାଆତେଏଁ,
21 ଈଶ୍ବରଙ୍କ ପ୍ରତି ମନ-ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି, ତାହା ତୁମ୍ଭେମାନେ ଜାଣ।
୨୧ଜୀହୁଦି ଅ଼ଡ଼େ ଜୀହୁଦିଆ଼ଆତି ଲ଼କୁ ନ଼କିତା ଜାଗ୍ରାତା କିହିଁ ସା଼କି ହୀହାନା ୱେସାମାଚେଏଁ, ଏ଼ୱାରି ପା଼ପୁଟି ଏଟ୍‌କା ଆ଼ହାନା ମାହାପୂରୁ ୱାକି ମ଼ନ ୱେଟ୍‌ହା କଡାନା ମା଼ ପ୍ରବୁ ଜୀସୁଇଁ ନାମିନେରି ।
22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ;
୨୨ନୀଏଁ ମେହ୍‌ଦୁ, ନା଼ନୁ ସୁଦୁଜୀୱୁଇଁ ମା଼ନୱି ଆ଼ହାନା ଜିରୁସାଲମତା ହାଜିମାଇଁ, ଏମ୍ବାଆଁ ନାଙ୍ଗେତାକି ଏ଼ନାଆଁ ଆ଼ନେ ନା଼ନୁ ପୁଞ୍ଜାହିଲଅଁ;
23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି।
୨୩ସୁଦୁଜୀୱୁ ନାଙ୍ଗେ ଜାଗ୍ରାତା କିହାଁ ସା଼କି ହୀହିମାଞ୍ଜାନେ, ଗା଼ଡ଼ାତାକି ଗା଼ଡ଼ା କାୟିଦି ଆ଼ହାନା କସ୍ତ ବେଟାଆ଼ଇଁ ।
24 କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି।
୨୪ସାମା ନା଼ନୁ ଏ଼ନିକିଁ ନା଼ ତୀରିଆ଼ହାମାନି ଟା଼ୟୁ ପାତେକା ହଟାଲି ଆ଼ଡିଇଁ, ଅ଼ଡ଼େ ମାହାପୂରୁତି କାର୍ମାଟି ନେହିଁ କାବ୍ରୁତାକି ସା଼କି ହୀହାଲିତାକି ଜୀସୁ ତା଼ଣାଟିଏ ଏମିନି ସେ଼ବା କାମା ବେଟାଆ଼ହାମାଇଁ, ଏ଼ଦାଆଁ ଏ଼ନିକିଁ ରା଼ପ୍‌ହାଲି ଆ଼ଡିଇଁ, ଏ଼ଦାଆଁତାକି ନା଼ ଜୀୱୁତି କାଜାୟି ଇଞ୍ଜିଁ ଅଣ୍‌ପି ହିଲଅଁ ।”
25 ପୁଣି, ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ବରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ।
୨୫“ଅ଼ଡ଼େ ନୀଏଁ ନା଼ନୁ ପୁଞ୍ଜିମାଇଁ ମୀରୁ ଅ଼ଡ଼େ ନାଙ୍ଗେ ୱେଣ୍ଡେ ମେସ୍ତଅତେରି । ନା଼ନୁ ମୀ ବାରେ ତା଼ଣା ମାହାପୂରୁ ରା଼ଜିତି କାତା ରେ଼ଜିହିଁ ୱେସାମାଞ୍ଜାଇଁ ।
26 ଏହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ନିର୍ଦ୍ଦୋଷ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି।
୨୬ଏ଼ଦାଆଁତାକି ନା଼ନୁ ନୀଞ୍ଜୁତି ଈ ପାରୁତାକି ଆ଼ଟ୍‌ୱା ତଲେ ୱେସିମାଇଁ, ମୀ ବିତ୍ରାଟି ଆମ୍ବାଆସି ନା଼ସା ଆତିହିଁ ଏମ୍ବାତି ଦା଼ୟି ନା଼ନୁ ଆ଼ଏ
27 ମୁଁ ଈଶ୍ବରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି।
୨୭ଇଚିହିଁ ମାହାପୂରୁ ଅଣ୍‌ପିମାନାଣି ବାରେ ମିଙ୍ଗେ ୱେସାଲି ନା଼ନୁ ପିସା ହିଲଅଁ ।
28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ।
୨୮ମୀରୁ ମିଙ୍ଗେ ଜାହାରା କାତା ଅ଼ଡ଼େ ଆମିନି କୁଲମିତି ମାହାପୂରୁ ତାନି ନେତେରି ତଲେ କଡାମାନେସି, ତାନି ଏ଼ କୁଲମିତି ପ଼ହି ପାଡିକିହାଲିତାକି ସୁଦୁଜୀୱୁ ବାରେ ମାନ୍ଦା ବିତ୍ରାଟି ଗୁମୁସ୍ତା କିହାଁ ମିଙ୍ଗ ଆ଼ଚାମାଞ୍ଜାନେସି, ଏ଼ୱାରାଇଁ ଜାଗ୍ରାତା କିଦୁ ।
29 ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ,
୨୯ନା଼ନୁ ହାଚି ଡା଼ୟୁ ଆଜିହ଼ପେତି ଗା଼ଡ଼୍‌ଦେ କ୍ଡାଃନିଁ ୱା଼ନୁ, ଅ଼ଡ଼େ ମେ଼ଣ୍ତାୟାଁ ମାନ୍ଦାତି ରା଼ଣାରାକା କିଆନା ପିହ୍‌ଉ,
30 ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ।
୩୦ଦିନା ୱା଼ନେ, ଏଚିବେ଼ଲା ମୀ ଗଚିତି ଏଚେକା ସୀସୁୟାଁ ନିଙ୍ଗାନା ନାମୁ ଗାଟାରାଇଁ ମିଚି କାତା ୱେସାନା ଏଟ୍‌କା ଜିରୁତା ଅ଼ନେରି,
31 ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ।
୩୧ଏଚିବେ଼ଲା ଜାଗ୍ରାତା ଡ଼ୟାଦୁ, ନା଼ନୁ ଲା଼ଆଁ ମାଦେନା କାଣ୍ତ୍ରୁ ୱା଼କ୍‌ହିହିଁ ତୀନି ବାର୍ସା ପାତେକା ବାରେତେରି ମିଙ୍ଗେ ଜା଼ପ୍‌ହା ମାଞ୍ଜାଇଁ, ଈ କାତା ଅଣ୍‌ପୁତା ଇଟାଦୁ ।”
32 ମୁଁ ଏବେ ତୁମ୍ଭମାନଙ୍କୁ ଈଶ୍ବରଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି।
୩୨ନୀଏଁ ନା଼ନୁ ମିଙ୍ଗେ ମାହାପୂରୁ ଇଞ୍ଜାଁ ତାନି କାର୍ମାମେହ୍‌ନି ବ଼ଲୁ ନ଼କିତା ହେର୍‌ପିମାଞ୍ଜାଇଁ, ଈ କାର୍ମାତି କାତା ମିଙ୍ଗେ ବା଼ଡ଼୍‌ୟୁ ତଲେ ପାଡିକିହାଲିତାକି ଅ଼ଡ଼େ ସୁଦୁ ଆ଼ହାମାନି ବାରେ ଲ଼କୁ ବିତ୍ରା ଅଦିକାରା ହୀହାଲି ଆ଼ଡାନେସି ।
33 ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି।
୩୩ନା଼ନୁ ଆମ୍ବାଆରି ବାଂଗାରା, ୱେଣ୍ତି କି ହିମ୍ବରିକା ଜୂପ୍‌କା ଆ଼ହାହିଲାଆତେଏଁ ।
34 ମୋହର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରିଆସୁଅଛି, ନିଜେ ଏହା ତୁମ୍ଭେମାନେ ଜାଣ।
୩୪ମୀରୁ ପୁଞ୍ଜାମାଞ୍ଜେରି ଈ ନା଼ ରୀ କେସ୍କାତଲେ କାମା କିହାନା ନାଙ୍ଗେ ଅ଼ଡ଼େ ନା଼ ତ଼ଡ଼ୁ ଲ଼କୁତି ବାରେ ଲ଼ଡ଼ାମାନାଣି ବେଟାଆ଼ହାମାଇଁ ।
35 ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି।
୩୫ଇଲେକିହିଁ କସ୍ତ କିହାନା ଆ଼ଡାଆ ଗାଟାରି ସା଼ୟେମି କିନାୟି, “ଇଚିହିଁ ରୀହ୍‌ନି କିହାଁ ହୀନାୟି ହା଼ରେକା ନେହାୟି” ପ୍ରବୁ ଜୀସୁ ତା଼ନୁଏ ଈ କାତା ୱେସାମାଞ୍ଜାନେସି, ଈ କାତା ମୀରୁ ଅଣ୍‌ପିନାୟି ମାନେ, ଈ ବାରେ କାତାତଲେ ମିଙ୍ଗେ ପୁଣ୍‌ମ୍ବି କିହିମାଞ୍ଜାଇଁ ।
36 ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ।
୩୬ଈ ବାରେ କାତା ୱେସାଲି ରା଼ପ୍‌ହି ଡା଼ୟୁ ପା଼ୱୁଲ ମେଣ୍ତାକୁତାନା ବାରେଜା଼ଣା ତଲେ ପ୍ରା଼ତାନା କିତେସି ।
37 ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ,
୩୭ଅ଼ଡ଼େ, ଏ଼ୱାରି ବାରେଜା଼ଣା ଡ଼ୀହି ଡ଼ୀହିଁ ପା଼ୱୁଲଇଁ ପମାହାଁ ନଣ୍ତିତେରି ।
38 ସେମାନେ ତାହାଙ୍କ ମୁଖ ପୁଣି, ଆଉ ଥରେ ଦେଖିବେ ନାହିଁ ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷ ରୂପେ ଦୁଃଖ କଲେ। ପରେ ସେମାନେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ।
୩୮ଏ଼ୱାରି ଅ଼ଡ଼େ ତାନି ମୂମ୍ବୁ ୱେଣ୍ତେ ମେସାଲି ଆ଼ଡଅରି, ଏ଼ୱାସି ୱେସାମାଚି କାତାତାକି ହା଼ରେକା ଦୁକୁ କିତେରି, ଡା଼ୟୁ ଏ଼ୱାରି ଏ଼ୱାଣାଇଁ ଏ଼ୟୁ ଜା଼ଜା ପାତେକା ଇଟି ହାଚେରି ।

< ପ୍ରେରିତ 20 >