< ପ୍ରେରିତ 2 >
1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ।
୧ଜନ୍ ଦିନେ ସେମନ୍ ପେନ୍ଟିକସ୍ଟ୍ ପରବ୍ ମାନ୍ତେରଇଲାଇ, ଜିସୁକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ଗଟେକ୍ ଜାଗାଇ ରୁଣ୍ଡିରଇଲାଇ ।
2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା,
୨ଅଟାତ୍ ଆକାସେଅନି ବେସି ପବନ୍ ଆଇଲାପାରା ଗଟେକ୍ ସବଦ୍ ଅଇଲା । ଆରି ଜନ୍ ଗରେ ସେମନ୍ ବସି ରଇଲାଇ, ସେଟା ସେ ସବଦେ ପୁରୁନ୍ ଅଇଲା ।
3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା।
୩ତାର୍ପଚେ ସେମନ୍ ଦେକ୍ଲାଇ, କେତେଟା ଜଇଜିବ୍ ଉଦ୍ଲିକରି ବିଚି ଅଇଲା । ଆରି ତେଇ ରଇଲା ସବୁ ବିସ୍ବାସିମନ୍କେ ଚିଇଲା ।
4 ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
୪ସେମନ୍ ସବୁଲକ୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲାଇ ଆରି ଆତ୍ମା ଦେଲା ବପୁ ଇସାବେ ନାଜାନ୍ଲା ବାସାମନର୍ ସଙ୍ଗ୍ କାତା ଅଇବାର୍ ଦାର୍ଲାଇ ।
5 ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ଆସି ଯିରୂଶାଲମ ସହରରେ ବାସ କରୁଥିଲେ।
୫ଜଗତର୍ ବିନ୍ ବିନ୍ ଦେସେଅନି ଆସିରଇଲା ଜିଉଦି ଲକ୍ମନ୍ ସେଡ୍କିବେଲେ ଜିରୁସାଲମେ ରଇଲାଇ ।
6 ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ।
୬ଏନ୍ତାରି ଅଇଲାଟା ଦେକି ସେମନ୍ ସାର୍ଦା ଅଇଗାଲାଇ । କାଇକେବଇଲେ ସେ ବିସ୍ବାସିମନ୍ ତାକର୍ ତାକର୍ ବାସାଇ କାତା ଅଇବାଟା ସେମନ୍ ସୁନ୍ଲାଇ ।
7 ପୁଣି, ସେମାନେ ଆଚମ୍ଭିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଅଣ ଗାଲିଲୀୟ ନୁହଁନ୍ତି?
୭ସେମନର୍ ବୁଦିଗୁପିଗାଲା ଆରି କାବା ଅଇଜାଇ ପାଚାର୍ଲାଇ, “ଏନ୍ତାରି ବାସାଇ କାତା ଅଇବା ଲକ୍ମନ୍ ଗାଲିଲିଅନି ନଅତ୍ କି?
8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?
୮ସେନ୍ତିଆଲେ ଆମେ କେନ୍ତି ସେମନ୍କେ ଆମର୍ ନିଜର୍ ନିଜର୍ ଜନମ୍ ଜାଗାର୍ ବାସାଇ କାତା ଅଇବାଟା ସୁନିଆଚୁ?
9 ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସୋପଟାମିଆ, ଯିହୂଦିୟା ପ୍ରଦେଶ, କାପ୍ପାଦକିଆ, ପନ୍ତ ଓ ଏସିଆ,
୯ଆମେ ପାର୍ତିୟ, ମାଦିୟ, ଏଲାମିୟ ଆରି ମେସପଟାମିୟ, ଜିଉଦା ଦେସ୍ ଆରି କାପ୍ପାଦକିଆ, ପନ୍ତ୍ ଆରି ଆସିଆ,
10 ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୁଦୀ ଓ ଯିହୁଦୀ ଧର୍ମାବଲମ୍ବୀ ପ୍ରବାସୀ,
୧୦ପିରିଜିଆ ଆରି ପପୁଲିଆ, ମିସର୍ ଆରି କୁରିଣି ଲଗେ ରଇଲା ଲିବିଆ ଜାଗାର୍ ଲକ୍ । ଆମର୍ ବିତ୍ରେ ରମ୍ରାଇଜେଅନି ଆସିରଇବା, ଜନମେ ଅନି ଜିଉଦି ଅଇଲା ଲକ୍ ଆଚୁ ଆରି ପଚେ ଜିଉଦି ଦରମ୍ ନେଲା ଲକ୍ ମିସା ଆଚୁ ।
11 ପୁଣି, ଆମ୍ଭେମାନେ କ୍ରୀତୀୟ ଓ ଆରବୀୟ ଲୋକେ, ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ବରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ।
୧୧ଆମର୍ ବିତ୍ରେଅନି କେତେଲକ୍ କିର୍ତିୟଅନି ଆରି ଆରବିୟଅନି ଆଇଲୁ ଆଚୁ । ଏନ୍ତି ଆମେ ସବୁ ବିନ୍ ବିନ୍ ଜାଗାଇଅନି ଆଇଲୁ ଆଚୁ । ଏନ୍ତି ବଇଲେ ମିସା ପର୍ମେସର୍ କଲା ବଡ୍ ବଡ୍ କାବାଅଇଜିବା କାମ୍ ଏ ଲକ୍ମନ୍ ଆମର୍ ନିଜର୍ ନିଜର୍ ବାସାଇ କାତାଅଇବାଟା ସୁନ୍ଲୁନି ।”
12 ଆଉ, ସମସ୍ତେ ଆଚମ୍ଭିତ ଓ ଅବାକ୍ ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କଅଣ?
୧୨ଏନ୍ତି ବଲି ସେମନ୍ ବେସି କାବାଅଇଗାଲାଇ । ଆରି ସେମନର୍ ବୁଦି ଆଜି ଗାଲା । ଆରି ତାକର୍ ତାକର୍ ବିତ୍ରେ “ଏଟା କେନ୍ତାର୍ ଅଇଲା ତେବେ?” ବଲି ସବୁ ବେଲେ ପାଚାର୍ଉଚାର୍ ଅଇତେ ରଇଲାଇ ।
13 କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି।
୧୩ମାତର୍ ବିନ୍ ଲକ୍ମନ୍ ବିସ୍ବାସିମନ୍କେ କିଜାଇକରି କଇଲାଇ, “ସେମନ୍ ମାତିଆଚତ୍!”
14 କିନ୍ତୁ ପିତର ଏଗାର ଜଣ ପ୍ରେରିତମାନଙ୍କ ସହିତ ଠିଆ ହୋଇ ଉଚ୍ଚସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୁଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ।
୧୪ପିତର୍ ତାର୍ ସଙ୍ଗ୍ ରଇଲା ଏଗାର୍ଟା ପେରିତ୍ ମନର୍ ସଙ୍ଗ୍ ଟିଆଅଇ ଆଉଲି ଅଇ କଇଲା, “ଏ ମର୍ ପାରା ଜିଉଦି ଲକ୍ମନ୍ ଆରି ଜିରୁସାଲମେ ରଇବା ସବୁ ବାଇମନ୍, ମର୍ କାତା ମନ୍ଦେଇ ନିମାନ୍ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍କେ ବୁଜାଇ କଇବି ।
15 କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ ନୁହଁନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର।
୧୫ଏବେ ସାକ୍ଲିଆ ନଅଟା ବେଲା ଅଇଲା ଆଚେ । ତମେ ବାବ୍ଲାପାରା ଏ ଲକ୍ମନ୍ ମାତତ୍ ନାଇ ।
16 କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି, ଏହା ସେହି ଘଟଣା ଅଟେ;
୧୬ଏଟା ଜଏଲ୍ ନାଉଁର୍ ବବିସତ୍ବକ୍ତା କଇଲା କାତା ପାରା ଗଟ୍ନା ଗଟି ଆଚେ ।”
17 ଈଶ୍ବର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମନୁଷ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ।
୧୭ସେଟା କାଇଟା ବଇଲେ ପର୍ମେସର୍ କଇଲାନି, “ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି । ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି । ତମର୍ ପିଲାଜିଲା ମୁଇ କଇବା କାତା କଇବାଇ । ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି । ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।
18 ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ।
୧୮ସେ ଦିନ୍ମନ୍କେ ମର୍ ଆତ୍ମା ଜବର୍ ଅଇତେ ମର୍ ଦାଙ୍ଗ୍ଡା ଅଇରଇବା ମାଇଜିମୁନୁସ୍ମନ୍କେ ଆଜାଡି ଦେବି । ସେମନ୍ ମୁଇ କଇବା କାତା କଇବାଇ ।
19 ଆମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା।
୧୯ଆକାସେ କାବା ଅଇଜିବା କାମ୍ କର୍ବି । ଦର୍ତନି ତେଇ ମିସା କାବାଅଇଜିବା ଚିନ୍ମନ୍ କର୍ବି । ଲକ୍ମନ୍ ବନି, ଜଇ ଆରି କାଲିଆ ଦୁଆଁ ଦେକ୍ବାଇ ।
20 ପ୍ରଭୁଙ୍କର ମହତ ଓ ପ୍ରସିଦ୍ଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତମୟ ହୋଇଯିବ।
୨୦ବେଲ୍କେ ଆନ୍ଦାର୍ ଡିସ୍ଲା ପାରା କରାଇବି, ଜନ୍, ବନି ପାରା ଡିସ୍ବାକେ କରାଇବି । ମୁଇ ବାଉଡି ଆଇବା ସେ ବଡ୍ ଉଜଲର୍ ଦିନ୍ ଆଗ୍ତୁ, ଏଟାସବୁ ଅଇସି ।
21 ଆଉ, ଏପରି ଘଟିବ ଯେ, ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ।
୨୧ଜେତ୍କି ଲକ୍ ମର୍ ନାଉଁ ଦାରି ଡାକ୍ବାଇ, ସେମନ୍କେ ମୁଇ ରକିଆ କର୍ବି ।”
22 ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ବର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଅାପଣମାନେ ନିଜେ ଜାଣନ୍ତି;
୨୨ପିତର୍ କଇଲା, “ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ତମେ ମୁଇ କଇବା କାତା ସୁନା । ପରମେସର୍ସେ ବାଚି ପାଟାଇଲା ଲକ୍, ନାଜରିତ୍ ଗଡର୍ ଜିସୁ ବଲିକରି ସେ ତମର୍ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍ ବଇଲେ, ପରମେସର୍ ତାର୍ତେଇଅନି କାବା ଅଇଜିବା କାମ୍ କଲାଆଚେ । ଏଟା ସତ୍ ବଲି ତମେ ଜାନିଆଚାସ୍ ।
23 ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ;
୨୩ତାର୍ ଆଗ୍ତୁର୍ ଜଜ୍ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍ ଆତେ ସର୍ପାଇ ଅଇସି । ତାର୍ପଚେ ତାର୍ ନିୟମ୍ ନ ମାନ୍ବା ଲକ୍ମନ୍ ତାକେ କୁର୍ସେ ଚଗାଇ ମରାଅତ୍ ବଲି ତମେ ତାକେ ଏନ୍ତି କଲାସ୍ ।
24 କିନ୍ତୁ ଈଶ୍ବର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ।
୨୪ମାତର୍ ପରମେସର୍ ଜିସୁକେ ମଲାଟାନେଅନି ଆରି ତରେକ୍ ଉଟାଇଲା । ମରନର୍ ବପୁତେଇଅନି ତାକେ ମୁକ୍ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍ଲାଇ ।
25 ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, “‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
୨୫ଏ ବିସଇ ଦାଉଦ୍ ରାଜା ଏନ୍ତି କଇ ଆଚେ । ସେଟା କାଇଟା ବଇଲେ, “ପରମେସର୍ ସବୁ ବେଲା ମର୍ ମୁଆଟେ ରଇବାଟା ଦେକ୍ଲି । ସେ ମର୍ ସଙ୍ଗ୍ ଆଚେ । ସେଟାର୍ପାଇ ମକେ କେ ମିସା କଚପଚ କରିନାପାରତ୍ ।
26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,
୨୬ସେଟାର୍ ପାଇ ମୁଇ ସାର୍ଦାସଙ୍ଗ୍ ଆଚି । ଆରି ସାର୍ଦାର୍ କାତା କଇବି । ମର୍ ଏ ମର୍ବା ଗାଗଡ୍ ରଇଲେ ମିସା ମୁଇ ସବୁବେଲେ ତମର୍ ତେଇ ଆସା କର୍ବି ।
27 କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ। (Hadēs )
୨୭କାଇକେ ବଇଲେ ତୁଇ ମକେ ମଲାଲକ୍ମନର୍ ଜାଗାଇ ଚାଡି ନ ଦିଆସ୍ । ତମର୍ ସୁକଲ୍ ଦାଙ୍ଗ୍ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍ । (Hadēs )
28 ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’”
୨୮ତମେ ମକେ ଜିବନର୍ ବାଟ୍ ଦେକାଇ ଆଚାସ୍ । ତମେ ମର୍ ସଙ୍ଗ୍ ଆଚାସ୍, ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।”
29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି-ସ୍ଥାନ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି।
୨୯ଆରି ପିତର୍ କଇଲା, “ଏ ଇସ୍ରାଏଲର୍ ବାଇବଇନିମନ୍, ଆମର୍ ଆନିଦାଦିବେଲର୍ ଦାଉଦ୍ ରାଜାର୍ ବିସଇ ଡାଟ୍ସଙ୍ଗ୍ କଇବାକେ ମର୍ ଅଦିକାର୍ ଆଚେ । ସେ ମଲାକେ ତାକେ ତପି ଦେଲାଇ । ସେ ତପ୍ଲା ଜାଗା ଏବେ ଜାକ ଇତି ଆଚେ ।
30 ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବା ପାଇଁ ଈଶ୍ବର ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ।
୩୦ସେ ଗଟେକ୍ ବବିସତ୍ବକ୍ତା ରଇଲା ଆରି ପର୍ମେସର୍ ସପତ୍କରି କଇଲା ବିସଇ ଜାନିରଇଲା । ପର୍ମେସର୍ ତାକେ କାତା ଦେଇରଇଲା ଜେ, ତାର୍ ଗଟେକ୍ ନାତିତିତି ଦିନେକ୍ ତାର୍ପାରା ସାସନ୍ କର୍ସି ।
31 ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। (Hadēs )
୩୧ଏ ବିସଇ ଆଗେ ସେ ଜାନି ରଇଲାର୍ପାଇ ପର୍ମେସର୍ ମସିଅକେ ମଲାତେଇଅନି ଆରିତରେକ୍ ଜିବନ୍ କରାଇସି ବଲି ସେ କଇପାର୍ଲା ।” “ପର୍ମେସର୍ ତାକେ ମରିକରିସେ ତେଇ ରଇବାକେ ଚାଡିଦେଏ ନାଇ । ଆରି ତାର୍ ଗାଗଡ୍ ସମାଦି ତେଇ କୁଇ ଜିବାକେ ଚାଡେନାଇ ।” (Hadēs )
32 ଏହି ଯୀଶୁଙ୍କୁ ଈଶ୍ବର ଉଠାଇଅଛନ୍ତି, ସେହି ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ।
୩୨ଏବେ ଏ ଜିସୁକେ ପରମେସର୍ ଜିବନ୍ ଦେଇ ଉଟାଇଆଚେ । ଆମେ ସବୁ ସେ ଗଟ୍ନାର୍ ସାକି ।
33 ଅତଏବ, ଈଶ୍ବର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପିତାଙ୍କ ଦ୍ୱାରା ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି।
୩୩ପରମେସର୍ ତାକେ ତାର୍ ଉଜାବାଟେ ବସ୍ବାକେ ଉଟାଇଆଚେ । ଆରି ସେ କାତା ଦେଲା ଇସାବେ ତାର୍ଟାନେଅନି ସୁକଲ୍ଆତ୍ମା ପାଇଲାଆଚେ । ତମେ ଏବେ ଜନ୍ଟା ଦେକ୍ଲାସ୍ନି ଆରି ସୁନ୍ଲାସ୍ନି, ସେଟା ଅଇଲାନି ତାର୍ ଦାନ୍କରି ରଇବାଟା । ଜନ୍ଟା କି ସେ ଆମ୍କେ ଜବର୍ ଅଇତେ ଆଜାଡି ଦେଲାଆଚେ ।
34 କାରଣ ଦାଉଦ ରାଜା ସ୍ୱର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି, “ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
୩୪ସର୍ଗେ ଗାଲା ଲକ୍ ଦାଉଦ୍ ନଏଁ । ମାତର୍ ସେ କଇଲା, “ପର୍ମେସର୍ ମର୍ ମାପ୍ରୁକେ କଇଲା ତମର୍ ସବୁ ସତ୍ରୁମନ୍କେ ଆରାଇବା ଜାକ ମର୍ ଉଜାବାଟେ ବସ୍ ଆରି ସାସନ୍ କର୍ ।”
35 ‘ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’”
୩୫ଆରି ତର୍ ସତ୍ରୁମନ୍କେ ତର୍ ପାଦ୍ତଲେ ନ ଆନ୍ବା ଜାକ ମର୍ ଉଜାବାଟେ ବସି ର ।
36 ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ବର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି।
୩୬ପିତର୍ ଆରି କଇଲା “ଏ ଇସ୍ରାଏଲର୍ ସବୁ ଲକ୍ମନ୍, ତମେ ଜନ୍ ଜିସୁକେ କୁର୍ସେ କୁଟିମାରି ମରାଇରଇଲାସ୍, ପର୍ମେସର୍ ତାକେ ମାପ୍ରୁ ଆରି ମସିଅ କଲାଆଚେ ବଲି ଡାଟ୍ସଙ୍ଗ୍ ଜାନ୍ବାର୍ଆଚେ ।”
37 ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା?
୩୭ଏ କାତା ପିତର୍ଟାନେଅନି ସୁନ୍ଲା ସବୁ ଲକ୍ମନ୍ ତାକର୍ ନିଜର୍ ବୁଲ୍ ଏତାଇକରି ମନ୍ ବିତ୍ରେ କିଲ୍ବିଲ୍ ଅଇଗାଲାଇ । ସେମନ୍ ପିତର୍କେ ଆରି ପେରିତ୍ମନ୍କେ ପାଚାର୍ଲାଇ, “ଏ ବାଇମନ୍ ଏନ୍ତାର୍ ବଲି କଇଲେ ଆମେ କାଇଟା କର୍ବାର୍ ଆଚେ?”
38 ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ “ମନ-ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ।
୩୮ପିତର୍ ସେମନ୍କେ କଇଲା, “ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ।”
୩୯ଏ ସପତ୍ ତମର୍ପାଇ ଆରି ତମର୍ ପିଲାମନର୍ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍ପାଇ । ଜନ୍ ସବୁଲକ୍କେ ସେ, ତାର୍ ଲଗେ ଡାକ୍ଲାନି ।”
40 ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ।”
୪୦ଆରି ପିତର୍ ସେମନ୍କେ ଜାଗ୍ରତ୍ କରାଇବାକେ ବେସି ବିସଇ କଇଲା ଆରି ସେମନ୍କେ ବାବୁଜିଆ କଲା । ବିସ୍ବାସ୍ ନ କର୍ବା ଜିଉଦି ବାଇମନ୍କେ ଆଇତେରଇବା ବଡ୍ ଡଣ୍ଡେଅନି ନିଜ୍କେ ରକିଆ କରା। ବଲି କଇଲା ।
41 ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ।
୪୧ତେଇ ପିତରର୍ କାତା ସୁନି ବେସି ଲକ୍ ବିସ୍ବାସ୍ କଲାଇ । ଆରି ସିସ୍ମନ୍ ସେମନ୍କେ ଡୁବନ୍ ଦେଲାଇ । ସେ ଦିନେ ତିନ୍ଅଜାର୍ ଲକ୍ମନ୍ ତାକର୍ ଦଲେ ମିସ୍ଲାଇ ।
42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ।
୪୨ସେମନ୍ ପେରିତ୍ମନ୍ ସିକାଇଲା ବିସଇ ମାନ୍ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍ତନା କର୍ବାକେ ।
43 ଆଉ, ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା।
୪୩ଆରି ଲକ୍ମନ୍ ଡରିଜାଇତେରଇଲାଇ । ପର୍ମେସର୍ ପେରିତ୍ମନର୍ ତେଇଅନି ବେସି କାବାଅଇଜିବା କାମ୍ମନ୍ କର୍ତେ ରଇଲା । ସବୁ ଲକ୍ମନ୍ ପରମେସର୍କେ ନାମ୍ଲାଇ ।
44 ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ।
୪୪ଜିସୁକେ ବିସ୍ବାସ୍ କଲା ଲକ୍ମନ୍ ଗଟେକ୍ ଗରର୍ ଲକ୍ପାରାଅଇ ରଇତେ ରଇଲାଇ । ଆରି ତାକର୍ତେଇ କାଇକାଇଟା ରଇଲା, ସେଟା ସେମନ୍ ବାଟା କର୍ତେରଇଲାଇ ।
45 ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ।
୪୫ତାକର୍ ବିତ୍ରେ କେତେଲକ୍ ଜମି ଆରି ନିଜର୍ପାଇ ରଇବାଟା ବିକିକରି, ସେ ଡାବୁ ଦର୍କାର୍ ଅଇଲା ଲକ୍ମନ୍କେ ଦେଇତେରଇଲାଇ ।
46 ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ବରଙ୍କ ପ୍ରଶଂସା କରୁଥିଲେ।
୪୬ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ ।
47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ।
୪୭ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।